GDP - The Sakala

ଦେଶର ଅର୍ଥନୀତିକୁ ଶକ୍ତ ଝଟ୍‌କା, ୨ ବର୍ଷରେ ସର୍ବନିମ୍ନ ସ୍ତରରେ ଜିଡିପି
ନୂଆଦିଲ୍ଲୀ: ବିକାଶ ବାଟହୁଡା। ଦେଶର ଅର୍ଥନୀତିକୁ ଲାଗିଛି ବଡ଼ ଝଟ୍‌କା। କାରଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ଆର୍ଥିକବର୍ଷ ଜୁଲାଇ-ସେପ୍ଟେମ୍ବର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ମାସରେ ୫.୪ ପ୍ରତିଶତକୁ ହ୍ରାସ ଘଟିଛି, ଯାହାକି ବିଗତ ୭ ତ୍ରୈମାସିକ ବା ୨୧ ମାସରେ ସର୍ବନିମ୍ନ। ବିନିର୍ମାଣ ବା ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜିଡିପି ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଆଜି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହାପୂର୍ବରୁ ୨୦୨୩-୨୪ ଆର୍ଥିକବର୍ଷ ଅର୍ଥାତ୍‌ ଏକ ବର୍ଷ ପୂର୍ବେ ସମାନ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରହିଥିଲା।

ସେହିପରି ୨୦୨୨-୨୩ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସିକରେ ଅଭିବୃଦ୍ଧି ସର୍ବନିମ୍ନ ୪.୩ ପ୍ରତିଶତ ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ଦର୍ଶାଉଛି ଯେ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୩.୫ ପ୍ରତିଶତ ରହିଥିଲା, ଯାହା ପୂର୍ବ ବର୍ଷର ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ତେବେ କଥିତ ତ୍ରୈମାସିକରେ ଉତ୍ପାଦନ ବା ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୨.୨ ପ୍ରତିଶତକୁ ଖସି ଆସିଥିଲାବେଳେ ଠିକ୍‌ ବର୍ଷକ ପୂର୍ବେ ଏହା ୧୪.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଥିଲା। ବର୍ତ୍ତମାନ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୬ ପ୍ରତିଶତ ଉପରେ ଥିଲା। ଅପରପକ୍ଷେ ଗତ ଆର୍ଥି ବର୍ଷର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଥିଲା। ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୭ ମାସରେ କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ସମ୍ପୂର୍ଣ୍ଣ ବର୍ଷ ପାଇଁ ରଖାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟର ୪୬.୫ ପ୍ରତିଶତରେ ପହଞ୍ଚିଛି। କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଜିଏ)ର ତଥ୍ୟ ଅନୁଯାୟୀ, ଏପ୍ରିଲ୍-ଅକ୍ଟୋବର ମଧ୍ୟରେ ଆର୍ଥିକ ନିଅଣ୍ଟ ୭,୫୦,୮୨୪ କୋଟି ଟଙ୍କା ଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସରକାରଙ୍କ ଖର୍ଚ୍ଚ ଏବଂ ରାଜସ୍ୱ ମଧ୍ୟରେ ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଏ।

ବିଶ୍ବ ବ୍ୟାଙ୍କ ଆକଳନ, ବଢ଼ିବ ଭାରତର ଜିଡିପି ଅଭିବୃଦ୍ଧି
ନୁଆଦିଲ୍ଲୀ : ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଭାରତର ଆଭିବୃଦ୍ଧି ଆକଳନ ବଢ଼ାଇଛି ବିଶ୍ୱ ବ୍ୟାଙ୍କ। ବ୍ୟାଙ୍କ ଦେଶର ଜିଡିପି ପୁର୍ବାନୁମାନକୁ ୬.୫ରୁ ୬.୯ ପ୍ରତିଶତକୁ ବୃଦ୍ଧି କରିଛି। ଏହା ସହିତ ବିଶ୍ୱବ୍ୟାଙ୍କ କହିଛି ଯେ, ଆମେରିକା, ୟୁରୋପ ଏବଂ ଚୀନ ସହିତ ଘଟଣାକ୍ରମରେ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି। ବିଶ୍ୱବ୍ୟାଙ୍କ ଗତ ଅକ୍ଟୋବରରେ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଭାରତର ଅଭିବୃଦ୍ଧି ହାରକୁ ୬.୫%କୁ ହ୍ରାସ କରିଥିଲା, ଯାହା ପୁର୍ବରୁ ୭.୧% ଥିଲା। ଏବେ ପୁଣିଥରେ ବିଶ୍ୱବ୍ୟାଙ୍କ ଏହାର ପୁର୍ବାନୁମାନରେ ବୃଦ୍ଧି କରିଛି। ତେବେ ସବୁଠୁ ବଡ଼ କଥା ହେଉଛି ଯେ, ଚଳିତ ଆର୍ଥିକବର୍ଷରେ ଭାରତରେ ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିବ ବୋଲି ବ୍ୟାଙ୍କ କହିଛି।

କାମ ଦେଉନି ଲଗାମ୍‌; ଦିଶାହୀନ ଅର୍ଥନୀତି
ନୂଆଦିଲ୍ଲୀ : ବିପଦରେ ଭାରତୀୟ ଅର୍ଥନୀତି। କରୋନା ମହାମାରୀଠାରୁ ଚାପଗ୍ରସ୍ତ ଥିବା ଦେଶର ଅର୍ଥନୀତି ଉପରେ ଏବେ ମୁଦ୍ରାସ୍ଫୀତି ବୋଝ। ତେଲ ତାତିରେ ବଜାର ମହଙ୍ଗା। ଯାହାଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ଏଭଳି ସ୍ତରରେ ରହିଛି, ଯାହା ଉପରେ ଲଗାମ୍‌ କଷିଲେ ବି ରୋକ୍‌ ଲାଗୁନି। ଏଭଳି ସମୟରେ ଭାରତୀୟ ମୁଦ୍ରା (ଟଙ୍କା)ର ଅବମୂଲ୍ୟାୟନ ଆମଦାନୀକୁ ମହଙ୍ଗା କରିଦେଇଛି; ଯାହା ସିଧାସଳଖ ଭାବେ ମୁଦ୍ରାସ୍ଫୀତିକୁ ଉପରମୁହାଁ କରିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ଟ୭୭.୭୧ ସ୍ତରକୁ ଖସିଆସିଛି। ଟଙ୍କାର ଏଭଳି ଦୁର୍ବଳ ପ୍ରଦର୍ଶନ ପରୋକ୍ଷରେ ଅର୍ଥନୀତିର ମାନ୍ଦା ସ୍ଥିତିକୁ ସୂଚିତ କରୁଛି। ୨୦୨୧-୨୨ ଆର୍ଥିକବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୮.୯% ରହିବା ନେଇ ସରକାର ପୂର୍ବରୁ ଆକଳନ କରିଥିଲେ। ତେବେ ଶେଷରେ ଏହା ୮.୭%ରେ ହିଁ ରହିଛି।

ଏହାର ମୁଖ୍ୟ କାରଣ ହେଉଛି  ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସରେ ଅଭିବୃଦ୍ଧି ହାର ୪.୧%କୁ ଖସିଆସିଛି। ଏପ୍ରିଲ ତୁଳନାରେ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ମଧ୍ୟ କମ୍‌ ରହିଛି। ଏଭଳିସ୍ଥଳେ ମାନ୍ଦା ଅର୍ଥନୀତିରେ ଶକ୍ତି ଭରିବା ପାଇଁ କେନ୍ଦ୍ର ସରକାର ମେ’ ମାସର ପ୍ରାରମ୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ ରେପୋ ହାରରେ ବୃଦ୍ଧି ଘଟାଇଥିଲେ। ଏଥିଯୋଗୁଁ କାର୍‌ ଋଣଠାରୁ ଆରମ୍ଭ କରି ବିଭିନ୍ନ ଋଣର ଇଏମ୍‌ଆଇ ମହଙ୍ଗା ହୋଇଛି। ତେବେ ଏହିସବୁ ପ୍ରୟାସ ଢେର୍‌ ଉଚ୍ଚ ସ୍ତରରେ ରହିଥିବା ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ବିଶେଷ ଫଳପ୍ରଦ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ଜୁନ୍‌ ଏବଂ ଅଗଷ୍ଟରେ ଆଉ ଦୁଇଟି ପର୍ଯ୍ୟାୟରେ ପ୍ରମୁଖ ସୁଧହାରରେ ବୃଦ୍ଧି ଘଟାଇବାକୁ ଯୋଜନା କରୁଛନ୍ତି। ଏସବୁ ମଧ୍ୟରେ ଅସ୍ଥିର ରହୁଥିବା ଘରୋଇ ଷ୍ଟକ୍‌ ବଜାର ନିବେଶକଙ୍କ ଆସ୍ଥା ଜିଣିବାରେ ବିଫଳ ହୋଇଛି।

ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର କରିେନଉଥିବାରୁ ବହୁ ସମୟରେ ଘରୋଇ ଷ୍ଟକ୍‌ ବଜାର ଧରାଶାୟୀ ହେବାରେ ଲାଗିଛି। ଏହି କାରଣରୁ ଏଲ୍‌ଆଇସିର ବହୁ ପ୍ରତୀକ୍ଷିତ ଆଇପିଓ ଯୋଜନାରୁ ସରକାରଙ୍କୁ ଲାଗିଛି ଜବରଦସ୍ତ ଝଟ୍‌କା। ଏଭଳି ମାନ୍ଦା ଅର୍ଥନୀତି ବେଳେ କେନ୍ଦ୍ର ସରକାର ରାଜସ୍ବ ଆୟ ବଢ଼ାଇବା ପାଇଁ ଜୁନ୍‌ରୁ ଅନେକ ନୂଆ ନିୟମ ଲାଗୁ କରିଛନ୍ତି। ଯାହାର ଫଳସ୍ବରୂପ ଯାନବାହାନର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ ଏବଂ ଗୃହ ଋଣ ସୁଧହାର ମହଙ୍ଗା ହୋଇଛି।  ଏହାସହ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମ୍‌ଏସ୍‌ବିୱାଇ)ର ପ୍ରିମିୟମ ରାଶି ବୃଦ୍ଧି କରାଯାଇଛି, ଯାହା ବୀମାକାରୀଙ୍କ ଉପରେ ବୋଝ ହୋଇଛି। ଏହାମଧ୍ୟରେ ଦେଶରେ ଲୋକଙ୍କ ମୁଣ୍ଡପିଛା ଆୟ କମିଛି। ୨୦୧୯-୨୦ରେ ମୁଣ୍ଡପିଛା ଆୟ ୯୪,୨୭୦ ଟଙ୍କା ରହିଥିବାବେଳେ ୨୦୨୧-୨୨ରେ ଏହା ୯୧,୪୮୧ ଟଙ୍କାକୁ ହ୍ରାସ ଘଟିଛି।

ଏହା ହିଁ ଦେଶର ନିମ୍ନଗାମୀ ହେଉଥିବା ଅର୍ଥନୀତିର ସ୍ଥିତିକୁ ପ୍ରମାଣିତ କରୁଛି। ଏହାମଧ୍ୟରେ ବୁଧବାର ଆସିଥିବା ଏକ ଖବର  ଭାରତ ପାଇଁ ବଡ଼ ଝଟ୍‌କା ହୋଇଛି। ଭାରତୀୟ ଗହମରେ ରୁବେଲା ଜୀବାଣୁ ରହିଥିବା ନେଇ ତୁର୍କୀ ଅଭିଯୋଗ କରିଛି। ଏଥିପାଇଁ ଭାରତର ଗହମ ପଣ୍ୟ ବୋଝେଇ ଜାହାଜକୁ  ଫେରାଇଦେଇଛି ତୁର୍କୀ। ଏଥିଯୋଗୁଁ ପାଣିରେ ପଡିବାକୁ ଯାଉଛି ୫୬ ହଜାର ନିୟୁତ ଟନ୍‌ର ଗହମ। ତୁର୍କୀର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱରେ ଗହମ ଯୋଗାଣ ଉପରେ ପ୍ରଭାବ ପକାଇଛି। ଏଭଳି ପଦକ୍ଷେପ ଭାରତୀୟ ରପ୍ତାନିକାରୀଙ୍କୁ ଅଡୁଆରେ ପକାଇପାରେ। କାରଣ ଆଗାମୀ କିଛି ଦିନ ମଧ୍ୟରେ ଇଜିପ୍ଟ ସମେତ ବିଭିନ୍ନ ଦେଶକୁ ଭାରତ ଗହମ ପଠାଇବ। ତୁର୍କୀ ଭାରତୀୟ ଗହମକୁ ପ୍ରତ୍ୟାଖ୍ୟାନ କରିବା ଦ୍ବାରା ଏହାର ମାନକୁ ନେଇ ଏବେ ଅନ୍ୟ ଦେଶରୁ ମଧ୍ୟ ପ୍ରଶ୍ନ ଉଠିପାରେ।

ପୁଣି ବିଗିଡିବ ବିଶ୍ବ ଅର୍ଥନୀତି: ୨୦୨୨ରେ ୪.୧ % ଖସିବ ଜିଡିପି
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ଵରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଏହା ଯୋଗୁଁ ବିଶ୍ବ ଅର୍ଥନୀତି ପୁଣିଥରେ ପ୍ରଭାବିତ ହେବାକୁ ଯାଉଛି। ୨୦୧୯ରେ ପ୍ରଥମେ ଦେଖାଯାଇଥିବା କରୋନା ମହାମାରୀକୁ ନେଇ ୨୦୨୦ରେ ବିଶ୍ବ ଅର୍ଥନୀତି ଏକପ୍ରକାର ଠପ୍ ହୋଇପଡ଼ିଥିଲା । ଉତ୍ପାଦନ ଠାରୁ ଆରମ୍ଭ କରି ଆମଦାନୀ, ରପ୍ତାନି, ପରିବହନ ଏବଂ ନିଯୁକ୍ତି ପ୍ରାୟ ସବୁ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ ବିଶ୍ବ ଜିଡିପି ତଳମୁହାଁ ହୋଇଥିଲା। ହେଲେ ପରବର୍ତୀ ସମୟରେ ଅର୍ଥାତ୍ ୨୦୨୧ରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିବା ସହିତ ଅର୍ଥନୀତି ସୁଧୁରିଥିବା ବେଳେ ଏହି ବର୍ଷରେ ଜଡିପି ୫.୫ ପ୍ରତିଶତରେ ପହଞ୍ଚିଥିଲା। କିନ୍ତୁ ୨୦୨୧ ଶେଷ ଭାଗରେ ଓମିକ୍ରନ ପୁଣି ସଂକ୍ରମଣ ବଢାଇଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ସାରା ବିଶ୍ବକୁ ଗ୍ରାସିଛି । ଯାହାକୁ ନେଇ ପୁଣିଥରେ ବିଶ୍ବ ଅର୍ଥନୀତି ଭାରୀ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଓମିକ୍ରନ ପ୍ରଭାବକୁ ନେଇ ବର୍ତ୍ତମାନ ବିଶ୍ବରେ ଚତୁର୍ଥ ଲହର ଦେଖାଯାଇଥିବା ବେଳେ ଏହାପ୍ରଭାବରେ ମୁଦ୍ରାଙ୍ଗୀତି ବଢିବା ସହିତ ରଣଭାର ମଧ୍ୟ ବୃଦ୍ଧି ପାଉଛି। ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଅସମାଞ୍ଜସ୍ୟତା ହେତୁ ଅନେକ ରାଷ୍ଟ୍ରର ଆୟ ହାର ମଧ୍ୟ ହ୍ରାସ ପାଉଛି। ଏହାଦ୍ବାରା ହାରାହାରି ଭାବେ ବିଶ୍ବ ଉତ୍ପାଦନ କମିବା ସହିତ ଜିଡିପି ମଧ୍ୟ ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୨୦୨୧ରେ ବିଶ୍ବ ଜିଡିପି ୫.୫ ପ୍ରତିଶତ ରହିଥିଲା ବେଳେ ୨୦୨୨ରେ ଏହା ୪.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।

୨୦୨୦ରୁ ଲଗାତର ଭାବେ କରୋନା ପ୍ରଭାବ ଲାଗି ରହିଛି। ଯାହାକୁ ନେଇ ବିଶ୍ବସ୍ତରରେ ଅର୍ଥନୀତି ବ୍ୟବସ୍ଥାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ଦିଗରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଗୋଟିଏ ପକ୍ଷରେ ମହାମାରୀ ରୋକିବାକୁ ବିତ୍ତଶାଳୀ ରାଷ୍ଟ୍ରମାନଙ୍କ ପକ୍ଷରୁ ପର୍ଯ୍ୟାପ୍ତ ହାରରେ ଅର୍ଥ ବିନିଯୋଗ କରିବାକୁ ପଡ଼ୁଥିବା ବେଳେ ଅନ୍ୟ ଦିଗ ଉପରେ ଗୁରୁତ୍ବ ଦେବା ସମ୍ଭବପର ହୋଇପାରୁ ନାହିଁ। ସେହିପରି ଅସାମଞ୍ଜସ୍ୟତା ଏବଂ ସୁରକ୍ଷାଜନିତ ଚାଲେଞ୍ଜ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି। ଯାହାକୁ ନେଇ ଏବେ ବିଶ୍ବ ଅର୍ଥନୀତି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଶ୍ବବ୍ୟାଙ୍କ ଗ୍ରୁପ ସଭାପତି ଡେଭିଡ୍ ମାଲପାସ କହିଛନ୍ତି। ଏହାକୁ ମୁକାବିଲା କରିବାକୁ ହେଲେ ଆନ୍ତର୍ଜାତିକ ସ୍ତରରେ ସାମୂହିକ ପ୍ରୟାସ କରିବାକୁ ପଡ଼ିବ। ବିଶେଷକରି ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବା ସହିତ ସାମୂହିକ ଉଦ୍ୟମ ଦ୍ବାରା ଅଭିବୃଦ୍ଧି ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଯାଇ ପୂର୍ବ ସ୍ଥିତି ହାସଲ କରାଯାଇପାରିବ ବୋଲି ମାଲପାସ କହିଛନ୍ତି।

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ମତ, ୨୦୨୧-୨୨ରେ ୧୧% ଅଭିବୃଦ୍ଧି ଜରୁରୀ
ନୂଆଦିଲ୍ଲୀ: ଆସନ୍ତା ଆର୍ଥିକବର୍ଷରେ ୧୧% ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ଆମକୁ ଏହି ଲକ୍ଷ୍ୟରେ ଆଗେଇବା ଜରୁରୀ। ଏହାଫଳରେ ଆମେ କୋଭଗିଡ୍‌-୧୯ରେ ବିଶେଷ ଭାବେ ପ୍ରଭାବିତ ଦେଶର ଅର୍ଥନୀତିକୁ ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିପାରିବା ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି।

ବର୍ତ୍ତମାନ ଦେଶରେ ପୁନର୍ବାର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳିସ୍ଥଳେ ଆମକୁ ପରବର୍ତ୍ତୀ ମହାମାରୀର ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଜରୁରୀ ବଲେି ଏଠାରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ କୁମାର କହିଲେ, ୨୦୨୦୨-୧ରେ ଭାରତ ଅର୍ଥନୀତିରେ ୮% ହ୍ରାସ ଆକଳନ କରାଯାଇଛି। ତେବେ ୨୦୨୧-୨୨ରେ ଦେଶର ଆର୍ଥିକ ଅଭିବୃଦ୍ଧି ୧୦.୫% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିବା ସେ କହିଛନ୍ତି। ତେବେ ଏହି ସମୟରେ ଅଭିବୃଦ୍ଧି ୧୧% ରହିବ ବୋଲି ସେ ଦୋହରାଇଛନ୍ତି। ଏହି ଅବସରରେ ଶ୍ରୀ କୁମାର ସଙ୍କେତ ଦେଇଛନ୍ତି ଯେ, ଭାରତୀୟ ଅର୍ଥନୀତି ଏବେ ପୁନଃରୁଦ୍ଧାର ମୁଦ୍ରାରେ ରହିଛି। ଶେଷଥର ପାଇଁ ୧୯୧୮ରେ ସ୍ପାନିଶ ଫ୍ଲୁ ପାଇଁ ଭାରତ ୫-୭% ଜନସଂଖ୍ୟା ହରାଇଥିଲା। ତେଣୁ ଆମେ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ହୋଇଛୁ। କୋଭିଡ୍‌-୧୯ ସମୟରେ ଆମେ ସେଭଳି ପ୍ରସ୍ତୁତ ନ ଥÒଲୁ, ଆମେ ଭଲ ଭାବେ ଅବଗତ ନ ଥୁଲୁ ଯେ ଆମର ଲୋକେ ଏଭଳି ଭାବେ ମହାମାରୀରେ ପ୍ରଭାବିତ ହେବେ। ଦେଶର ଅଣସଂଗଠିତ ଅର୍ଥନୀତିର ଆକାର ଆମକୁ କମାଇବାକୁ ହେବ। ସରକାର ଏକାକୀ ସମ୍ପୂର୍ଣ୍ଣ ବିକାଶ ଏଜେଣ୍ଡାକୁ ଆଗେଇ ନେଇପାରିବେ ନାହିଁ। ଏ କ୍ଷେତ୍ରରେ ରାଜନୈତିକ ଏବଂ କର୍ପୋରେଟ୍‌ କ୍ଷେତ୍ରର ନେତୃବୃନ୍ଦ ମିଳିତ ଭାବେ କାମ କରିବା ଜରୁରୀ। ତେବେ କମ୍ପାନୀ ସାମାଜିକ ଦାୟିତ୍ବବୋଧତା (ସିଏସ୍‌ଆର୍‌) ହେଉଛି କର୍ପୋରେଟ୍‌ ଏବଂ ସମାଜ ମଧ୍ୟରେ ଏକ ପୋଲ ବୋଲି ଶ୍ରୀ କୁମାର ଅଭିହିତ କରିଛନ୍ତି।