Kendu Leaf - The Sakala

ଓଡ଼ିଶାର ଲକ୍ଷ ଲକ୍ଷ ଗରିବଙ୍କ ସହ କେନ୍ଦ୍ର ସରକାରଙ୍କ ଭୟଙ୍କର ଛଳନା
ଭୁବନେଶ୍ୱର: ଓଡ଼ିଶାକୁ ବିଜେପିର ପ୍ରତାରଣାର ଅନ୍ୟଏକ ଫର୍ଦ୍ଦ କେନ୍ଦୁପତ୍ର। କେନ୍ଦୁପତ୍ର ତୋଳାଳି ଓ ଏହା ସହ ଜଡ଼ିତ ଲୋକମାନଙ୍କୁ ୫ ବର୍ଷ ହେଲା ଠକି ଚାଲିଛି ବିଜେପି ଓ ଏହାର କେନ୍ଦ୍ରୀୟ ନେତା। କେବଳ ଭୋଟ ପାଇଁ କାନ୍ଦୁଥିବା କେନ୍ଦ୍ରର ବିଜେପି ସରକାର କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଛାଡ଼ କରିବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ବି ତାହାକୁ ପାଳନ କରିନାହିଁ। କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀଙ୍କୁ ୪ ଥର ଚିଠି ଲେଖିଛନ୍ତି। ଓଡ଼ିଶାରେ କିପରି ଆଦିବାସୀ ଓ ମହିଳାମାନଙ୍କ ସ୍ୱାର୍ଥ ଜିଏସ୍‌ଟି ଯୋଗୁଁ ପ୍ରଭାବିତ ହେଉଛି ତାହା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି। ହେଲେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ସମ୍ବେଦନହୀନତା ପୋଷଣ କରି ଚାଲିଛନ୍ତି। ଗତ ବର୍ଷ ଜୁନ୍‌ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀ ଚିଠି ଲେଖି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

ପଶ୍ଚିମ ଓଡ଼ିଶାର ଗରିବ ଆଦିବାସୀ, ଦଳିତଙ୍କୁ ପ୍ରଲୋଭିତ କରିବାକୁ ପ୍ରତି ନିର୍ବାଚନ ସମୟରେ ବିଜେପି ନେତାମାନେ ‘କେନ୍ଦୁପତ୍ର’ ଜିଏସ୍‌ଟି ହ୍ରାସ ପ୍ରଲୋଭନ ଦେଖାଉଛନ୍ତି। ଗତ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦେଇଥିବା ପ୍ରତିଶ୍ରୁତି ପୁଣି ପଦମ୍‌ପୁର ଉପନିର୍ବାଚନ ସମୟରେ ମଧ୍ୟ ଦୋହରାଇଛନ୍ତି। ଏପରିକି ଅତୀତରେ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏହି ପ୍ରସଙ୍ଗକୁ ସ୍ଥାନ ଦେଇଛନ୍ତି। ମାତ୍ର ନିର୍ବାଚନ ପରେ ବିଜେପି ନେତା, କେନ୍ଦ୍ରମନ୍ତ୍ରୀ ଭୁଲି ଯାଇଛନ୍ତି ପ୍ରତିଶ୍ରୁତି। ୨୦୧୭ ମସିହାରୁ ୨୦୨୩ ମସିହା ମଧ୍ୟରେ ହୋଇଥିବା ୪ଟି ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦୁପତ୍ରରେ ଲାଗୁଥିବା ୧୮ ପ୍ରତିଶତ ଜିଏସ୍‌ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ହେଁ ଏହାକୁ ଉଚ୍ଛେଦ ବା ହ୍ରାସ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବିଡ଼ମ୍ବନା ହେଉଛି ରାଜ୍ୟରୁ ନିର୍ବାଚିତ ୮ ଜଣ ବିଜେପି ସାଂସଦ ଓ ସମ୍ବଲପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ପଶ୍ଚିମ ଓଡ଼ିଶାର ଅର୍ଥନୀତି ସହ କେନ୍ଦୁପତ୍ର ଏବଂ ସଂଗ୍ରହକାରୀଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ପରୋକ୍ଷରେ ପଶ୍ଚିମ ଓଡ଼ିଶା ପ୍ରତି ଏହା କେବଳ ଅବିଚାର ନୁହେଁ; ଠକେଇ ବୋଲି ମନେ କରାଯାଉଛି।

୨୦୧୯ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ନିର୍ବାଚନ ଇସ୍ତାହାରରେ, କେନ୍ଦ୍ରରେ ବିଜେପିର ସରକାର ପୁନର୍ବାର ଗଠନ ହେଲେ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରାଯାଇଥିଲା। ଏହା ସହ ବିଜେପିର ତତ୍‌କାଳୀନ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପ୍ରଚାର ସମୟରେ ଭୁବନେଶ୍ୱର, କେନ୍ଦୁଝର, ବରଗଡ଼ରେ ନିର୍ବାଚନୀ ସଭାରେ ନିଜର ଉଦବୋଧନ ମାଧ୍ୟମରେ ମଧ୍ୟ ଜିଏସଟି ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରିଥିଲେ। ଏବେ ପୁଣି ୨୦୨୪ରେ ନିର୍ବାଚନ ଆସି ପହଞ୍ଚିଛି। ମାତ୍ର ୫ ବର୍ଷ ମଧ୍ୟରେ ଜିଏସ୍‌ଟି ହ୍ରାସ ନିଷ୍ପତ୍ତି ହୋଇ ପାରିଲା ନାହିଁ।

ସେହିପରି ପଦମ୍‌ପୁର ଉପନିର୍ବାଚନ ସମୟରେ ମଧ୍ୟ ବିଜେପି ନେତାମାନେ କେନ୍ଦୁପତ୍ରରୁ ଜିଏସ୍‌ଟି ଛାଡ଼ କରିବାକୁ ଘୋଷଣା କରିଥିଲେ। ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ଦଳର ଜାତୀୟ ନେତା, ବରଗଡ଼ ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଓ ରାଜ୍ୟର ଅନ୍ୟ ନେତାମାନେ ମଧ୍ୟ ଏହା ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ସରିବା ପରେ କେନ୍ଦୁପତ୍ର କଥା ଭୁଲିଗଲେ ବିଜେପିର ଏହି ନେତାମାନେ। ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ଅନ୍ୟାୟ କରି ଚାଲିଛନ୍ତି ଓ ରାଜ୍ୟର ବିଜେପି ସାଂସଦମାନେ ରହସ୍ୟମୟ ଭାବରେ ଏହାକୁ ନିରବରେ ସମର୍ଥନ କରୁଛନ୍ତି।

କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ନେଇ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ ଅର୍ଥନୈତିକ ମେରୁଦଣ୍ଡ କେନ୍ଦୁପତ୍ର । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଏହି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ ୨୦୦୬ ଆଧାରରେ ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି। ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଦୋହରାଇଛନ୍ତି ନବୀନ। ଏହାପୂର୍ବରୁ ଗତ ନଭେମ୍ବର ୨୫ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦ ଦାବି ଉଠାଇଥିଲେ । ରାଜ୍ୟର ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ଲଘୁ ବନଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି କରିଆସୁଛି ବିଜେଡି ।

କେନ୍ଦୁପତ୍ରରୁ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବିକଲେ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ସୁଜିତ କୁମାର
ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର । ଓଡିଶାର ୮ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ନିଜର ଗୁଜରାଣ ମେଣ୍ଟାଉଛନ୍ତି । କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲାଗୁ କରିବା ଫଳରେ ଏହି ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ସାଂସଦ ନିରଞ୍ଜନ ବିଶି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଅନୁରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାଁନ୍ତି ବୋଲି ସେ କହିଛନ୍ତି। ୮ଲକ୍ଷରୁ ଅଧିକ ଗରିବ ଆଦିବାସୀ ଓ ମହିଳାଙ୍କ ଜୀବନ ଜୀବିକା ଓ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଉଠାଇ ଦେବାକୁ ଦାବି କରିଛନ୍ତି ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର ।