Naveen Niwas - The Sakala

ନବୀନ ନିବାସରେ ଯାଜପୁର ଜିଲ୍ଲାର ବିଜେଡି ବିଧାୟକ ଓ ନେତୃବୃନ୍ଦ; ଲୋକଙ୍କ ସେବା ଜାରି ରଖିବାକୁ ନବୀନଙ୍କ ପରାମର୍ଶ
ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ବିଧାୟକଗଣ ତଥା ନେତୃବୃନ୍ଦ ମଙ୍ଗଳବାର ସକାଳେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ନବୀନଙ୍କ ସହ ଜିଲ୍ଲାର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆ ସରକାର ଦାୟିତ୍ୱ ନେବା ପରେ ଜିଲ୍ଲାରେ ବିକାଶ କାମରେ ସ୍ଥାଣୁତା ଦେଖା ଦେଇଥିବାରୁ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ରାଜ୍ୟରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚିତ  ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଙ୍କୁଚିତ କରି ଦେଇଥିବାରୁ ପରିସ୍ଥିତି କିପରି ଅଧିକ ଗମ୍ଭୀର ହୋଇଛି, ସେ ସମ୍ପର୍କରେ ନେତୃବୃନ୍ଦ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି। ସେହିପରି, ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିଛି ଏବଂ ଜନସାଧାରଣ ବିଶେଷକରି, ମା’ମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଜିଲ୍ଲାରେ ବିଜେଡିର ସାଂଗଠନିକ ସ୍ଥିତିକୁ କିପରି ଆହୁରି ମଜଭୁତ କରାଯାଇପାରିବ, ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଜିଲ୍ଲାର ନେତାମାନଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ କ୍ୟାପଟେନ୍‌ ଏସ୍‌.କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା; ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ ଟାରେ ବସିବ ବଡ଼ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ମହିଳା ନିର୍ଯାତନା ଯାଏ ସମସ୍ୟା ଲାଗି ରହିଛି l ଏହାକୁ କିପରି ଦଳ ଶାଣିତ ଭାବେ ଉଠାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ସେ ନେଇ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ l ବୈଠକରେ ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ହୋଇପାରେ ମାନସ ମନ୍ଥନ ।

ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ: ନବୀନ ନେବେ ରାଜ୍ୟସଭା ପ୍ରାର୍ଥିତ୍ବ ନିଷ୍ପତ୍ତି
ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥିତ୍ୱ ସମ୍ପର୍କରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ନବୀନ ନିବାସରେ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଛି ଏବଂ ନବୀନ ଯାହା ନିଷ୍ପତ୍ତି ନେବେ, ସେହି ଅନୁଯାୟୀ ଆମର ବିଧାୟକମାନେ ଭୋଟଦାନ କରିବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି। ପିଏସି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଆମ ନେତାଙ୍କୁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ଆମେ ଅନୁରୋଧ କରିଛୁ। ସେ ଯାହା ଚୂଡ଼ାନ୍ତ କରିବେ, ତାହା ଆମ ପାଇଁ ସର୍ବମାନ୍ୟ  ବୋଲି ସେ କହିଛନ୍ତି।

ସେହିପରି ବୈଠକର ଅନ୍ୟ ଆଲୋଚନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କ୍ଷମତାକୁୁ ଆସିବା ପୂର୍ବରୁ ରାଜ୍ୟ ସରକାର ଅନେକ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଏବେ ତାହାକୁ ପାଳନ କରୁନାହାନ୍ତି। ବିଶେଷକରି ଚାଷୀମାନେ ରାଜ୍ୟବ୍ୟାପୀ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ବିଜେଡି ଏନେଇ ରାଜ୍ୟବାପୀ ବିକ୍ଷୋଭ, ଆନ୍ଦୋଳନ କରିସାରିଛି। ଏବେ ବିଜେଡି ହାତରେ ଆଇନ ଶୃଙ୍ଖଳା, ଭତ୍ତା, ମହିଳା ସୁରକ୍ଷା, ମହାନଦୀ ପରି ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ରହିଛି। ଆଗାମୀ ଦିନରେ ବିଜେଡି କେଉଁ ସମସ୍ୟାକୁ ନେଇ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ, ସେନେଇ ବୈଠକରେ ବିଶଦ୍‌ ଭାବରେ ଆଲୋଚନା ହୋଇଛି। ପ୍ରତି ମାସରେ କିପରି ଗୋଟିଏ ଲେଖାଏଁ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେଡି ଲୋକଙ୍କ ସ୍ୱର ପାଲଟିବ, ସେନେଇ ବୈଠକରେ ବିସୃତ ଭାବରେ ଆଲୋଚନା କରାଯାଇଛି। ସେହିପରି ସଂଗଠନକୁ ସୁଦୃଢ଼ ସହ ଯୁବ, ଛାତ୍ର ଓ ମହିଳା ସଂଗଠନକୁ କିପରି କ୍ରିୟାଶୀଳ ହେବ ସେନେଇ ଆଲୋଚନା ହୋଇଥିବା ଶ୍ରୀମତି ମଲ୍ଲିକ ସୂଚନା ଦେଇଛନ୍ତି। ବୈଠକରେ ନବୀନଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ଡ. ସସ୍ମିତ ପାତ୍ର, ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷେ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ବିଜେଡିର ସର୍ବୋଚ୍ଚ ନେତା ଯେତେବେଳେ ବି ରାଜ୍ୟସଭା କଥା ଚିନ୍ତା କରିଛନ୍ତି, ସେତେବେଳେ ସେ ପ୍ରଥମେ ଓଡ଼ିଶାର ହିତ କଥା ଚିନ୍ତା କରିଛନ୍ତି। ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସେ ସବୁବେଳେ ଉଚିତ୍‌ ପଦକ୍ଷେପ ନେଇଛନ୍ତି। ଆଜି ମଧ୍ୟ ସେ ଯାହାକୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେବେ, ନିଶ୍ଚିତ ଭାବେ ସଠିକ୍‌ ନିଷ୍ପତ୍ତି ନେବେ। ଯିଏ ଓଡ଼ିଶାର ସ୍ୱାର୍ଥ ଏବଂ ହିତକୁ ଦୃଷ୍ଟିରେ ରଖି କାମ କରିପାରୁଥିବ, ସେହିପରି ବ୍ୟକ୍ତିବିଶେଷଙ୍କୁ ସେ ରାଜ୍ୟସଭା ପଠାଇବେ ବୋଲି ଶ୍ରୀମତୀ ଛୁରିଆ ସୂଚନା ଦେଇଛନ୍ତି।

ନବୀନଙ୍କୁ ଭେଟିଲେ ୧୦ ବିଧାୟକ; ଲୋକ ସମ୍ପର୍କ ସହ ସଙ୍ଗଠନକୁ ଦୃଢ଼ କରିବାକୁ ନବୀନଙ୍କ ପରାମର୍ଶ
ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜେଡିର ୧୦ ଜଣ ବିଧାୟକ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ନବୀନ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।

ସାକ୍ଷାତ ସମୟରେ ନବୀନ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଏହା ସହିତ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଶ୍ରୀ ପଟ୍ଟନାୟକ ପଚାରି ବୁଝିଥିଲେ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଧାୟିକା ପ୍ରମିଳା ମଲ୍ଲିକ,ବିଧାୟିକା ସୁଜାତା ସାହୁ,ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଦୀପ ସାହୁ, ତୁଷାରକାନ୍ତି ବେହେରା, ନବ ମଲ୍ଲିକ, ସାରଦା ଜେନା ଓ ରମାକାନ୍ତ ଭୋଇ ପ୍ରମୁଖ  ନବୀନଙ୍କୁ ଭେଟିଛନ୍ତି ।

ନୂଆବର୍ଷ ଶୁଭେଚ୍ଛା ପାଇଁ ନବୀନ ନିବାସରେ ଭିଡ଼: ରାଜ୍ୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ନବୀନଙ୍କ ପରାମର୍ଶ
ଭୁବନେଶ୍ୱର: ଇଂରାଜୀ ନୂଆବର୍ଷ ୨୦୨୬ର ପ୍ରଥମ ଦିନରେ ଆଜି ନବୀନ ନିବାସରେ ପ୍ରବଳ ଭିଡ଼ । ବିଜେଡିର ବହୁ ତୁଙ୍ଗ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀ, ପ୍ରଶଂସକଙ୍କ ପର୍ଯ୍ୟନ୍ତ ନବୀନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନବୀନ ମଧ୍ୟ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇଥିବା ବେଳେ ସମସ୍ତେ ମିଳିମିଶି ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଗୁରବାର ସକାଳୁ ସକାଳୁ ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପ୍ରବଳ ଭିଡ଼ ହୋଇଥିଲା। ଦଳର ନେତା, କର୍ମୀ, ଶୁଭେଚ୍ଛୁମାନେ ହାତରେ ଫୁଲତୋଡ଼ା ଧରି ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ଲମ୍ବା ଲାଇନ ଲଗାଇଥିଲେ। ନିଜର ପ୍ରିୟ ନେତାଙ୍କ ଝଲକ ଟିଏ ପାଇବା ପାଇଁ ସମର୍ଥକ ବେଶ୍‌ ଉତ୍ସାହିତ ଥିବାବେଳେ ସମସ୍ତେ ଶୁଭେଚ୍ଛା ପ୍ରଦାନ ସହ ନବୀନଙ୍କ ସହ ଫଟୋ ଉଠାଇଥିଲେ। ନବୀନ ମଧ୍ୟ ହସ ହସ ମୁହଁରେ ସମସ୍ତଙ୍କ ଶୁଭେଚ୍ଛା ଗ୍ରହଣ କରିବା ସହ ଶୁଭକାମନା ପ୍ରଦାନ କରିଥିଲେ। ବରିଷ୍ଠ ନେତାଙ୍କ ମଧ୍ୟରେ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ,  ସଞ୍ଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବହୁ ବରିଷ୍ଠ ନେତା, କର୍ମୀ ଉପସ୍ଥିତ ଥିଲେ।

ଏହି ଅବସରରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିବା ସହ ଦଳର କର୍ମୀମାନଙ୍କୁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ବିରୋଧୀ ଦଳର ଭୂମିକାକୁ ନିଷ୍ଠାର ସହ ପାଳନ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦେଶରେ ଏକ ବିକଶିତ ରାଜ୍ୟରେ ପରିଣତ ହୋଇଥିଲା। ମହାବାତ୍ୟା ପରେ ନବୀନଙ୍କ ନେତୃତ୍ୱ ଓଡ଼ିଶାକୁ ନୂଆ ରୂପ ଦେଇଛି। କ୍ଷମତାରେ ନ ଥିଲେ ମଧ୍ୟ ସେ ରାଜ୍ୟବାସୀଙ୍କ ପାଇଁ ଅହରହ ଚିନ୍ତା କରୁଛନ୍ତି । ଆଜି ନୂଆବର୍ଷରେ ସେ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେବା ଜାରି ରଖିଛି। ତାଙ୍କ ନେତୃତ୍ୱ ପଛରେ ସମସ୍ତେ ଠିଆ ହୋଇଛନ୍ତି ଓ ରହିଥିବେ ବୋଲି ସେ କହିଛନ୍ତି।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ
ଭୁବନେଶ୍ୱର: ଗତକାଲି ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତା ମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ଆଜି  ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର ନେତା  ଏବଂ କର୍ମୀମାନେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସମାନ ଅଭିଯୋଗ କରିଛନ୍ତି।

ସରକାରୀ ଅବହେଳା ଯୋଗୁଁ ହିଞ୍ଜିଳି ମ୍ୟୁନିସିପାଲଟି ଅଞ୍ଚଳରେ ବିକାଶ କାମ ସ୍ଥାଣୁ ହୋଇ ଯାଇଥିବା ଓ ଆଇନ ଶୃଙ୍ଖଳା ଅଧୋଗତି ନେଇ ବିଜେଡି ନେତା ଓ କର୍ମୀ ମାନେ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ। ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଉନ୍ନତ ଭିତ୍ତିଭୂମି ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଡାକ୍ତର ଓ ଷ୍ଟାଫ ଅଭାବ ଯୋଗୁଁ ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି। ମ୍ୟୁନିସିପାଲିଟିରେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ପ୍ରତି ସରକାର ସମ୍ପୂର୍ଣ୍ଣ ଉଦାସୀନ.ଯୋଗ୍ୟ ବ୍ୟକ୍ତିଙ୍କ ରାସନ କାର୍ଡ଼ ଓ ଭତ୍ତା ମନମୁଖୀ ଭାବରେ କାଟି ଦିଆଯାଉଛି।

ଅଭିଯୁକ୍ତ  ନିର୍ଭୟରେ ବୁଲୁଥିବା ବେଳେ  ଅଭିଯୋଗ  କରୁଥିବା  ଲୋକ ନାମରେ କେସ୍ କରାଯାଉଛି। ଦଳୀୟ ମନୋଭାବ ନେଇ ପୁଲିସ ପ୍ରଶାସନର କାମ ଯୋଗୁଁ ସାଧାରଣ ଲୋକ ଥାନାକୁ ଯିବାକୁ ଭୟ କରୁଛନ୍ତି। ଏଭଳି ଅନେକ ଅଭିଯୋଗ ସମ୍ପର୍କ ରେ ବିଜେଡି ନେତା କର୍ମୀମାନେ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରୀ ପଟ୍ଟନାୟକ ଏ ସବୁ ଅଭିଯୋଗ ବିଷୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ଦିଗରେ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଏହି ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ସମେତ ହିଞ୍ଜିଳି ମୁନିସିପାଲିଟିର ଚେୟାରମ୍ୟାନ୍ ସୁବାସ ପଲେଇ ରୋଗୀକଲ୍ୟାଣ ସମିତି ସଭାପତି ନୀଳମଣି ପଟ୍ଟନାୟକ, ହୃଦାନନ୍ଦ ମହାପାତ୍ର ,ମନୋଜ  ପଲେଇ ଶୋଭା ମହାରଣା  ଉପସ୍ଥିତ ଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମହାରଣା ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷକଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଗଠନ
ଭୁବନେଶ୍ବର: ନୂତନ ବର୍ଷର ଦ୍ଵିତୀୟ ଦିନରେ ବି ନବୀନ ନିବାସରେ ଲାଗିଛି ଗହଳି । ଆଜି ଅନେକ ସଂଗଠନ, ବିଭିନ୍ନ ବିଭାଗର ଉପଦେଷ୍ଟା, ଭେଣ୍ଡିଂ ଜୋନ ମହାସଂଘ ସମେତ ସଂଖ୍ୟାଲଘୁ ସଂଗଠନର ସଦସ୍ୟମାନେ ନବୀନ ନିବାସ ଆସି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି କରିଛନ୍ତି। ଉପଦେଷ୍ଟାମାନଙ୍କୁ ଆହୁରି ମନ ଲଗାଇ କାମ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। କିଛି ଦିନ ତଳେ କଳିଙ୍ଗ ଷ୍ଟାଡିଅମ ନିକଟରେ ୧୧ ଟି ଭେଣ୍ଡିଂ ଜୋନ ଦୋକାନ ଜଳି ପାଉଁଶ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଦୁଇ ଦିନ ଭିତରେ ସମସ୍ତଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ମଧ୍ୟ ଭେଣ୍ଡିଂ ଜୋନରେ ଥିବା ଦୋକାନୀଙ୍କ ବିକାଶ ପାଇଁ କାମ ଜାରି ରହିବା ନେଇ ଏହି ଅବସରରେ ଆଲୋଚନା ହୋଇଛି । କେନ୍ଦୁପତ୍ର ତୋଳାଳିଙ୍କ ବିକାଶପାଇଁ ରାଜ୍ୟ ସରକାର ନିଜ ଆଡୁ ପଦକ୍ଷେପ ନେଉଥିବାରୁ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ମଧ୍ୟ ଧନ୍ୟବାଦ ଜଣାଇଛି।

କାର୍ତ୍ତିକ ପୂର୍ଣ୍ଣମୀରେ ବିଜେଡ଼ିରେ ଯୋଗଦେଲେ ଭି.କେ. ପାଣ୍ଡିଆନ
ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣମୀରେ ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଏ ନେଇ ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼ ଜମିଛି। ନବୀନ ନିବାସରେ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ବାସନ୍ତୀ ହେମ୍ମ୍ରମ, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରସନ୍ନ ଆଚାର୍ଯ୍ୟ, ସମୀର ଦାସ, ଅଶୋକ ପଣ୍ଡା, ଅରୁଣ ସାହୁ ଓ ଉଷା ଦେବୀ ପ୍ରମୁଖ ଉପସ୍ଥିତ ରହିଛନ୍ତି।

୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ୯ ସଙ୍ଗଠନର କର୍ମକର୍ତ୍ତା
ଭୁବନେଶ୍ୱର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟର ଆଉ ୯ଟି ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାମାନେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବତା ରୂପଦେବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ପୂରଣ କରିବା ପାଇଁ ୫-ଟି ଅଧ୍ୟକ୍ଷ ଯେଉଁଭଳି ଭାବେ ପରିଶ୍ରମ କରୁଛନ୍ତି ଏହାକୁ ପ୍ରଶଂସା କରିବା ସହିତ ଏହି କାର୍ଯ୍ୟ ପୂରଣ ପାଇଁ ଶ୍ରୀ ପାଣ୍ଡିଆନ୍‌ଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିବା କର୍ମକର୍ତ୍ତାମାନେ କହିଛନ୍ତି । ଏହା ସହିତ ଏହି ଯାତ୍ରାରେ କର୍ମକକର୍ତ୍ତାମାନେ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ସମର୍ଥନ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ସାକ୍ଷାତ ପାଇଁ ଆସିଥିବା ବ୍ୟକ୍ତି ଓ ସଂଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ରୂପାନ୍ତରଣ ଯାତ୍ରା ଚାଲିଛି ବୋଲି କହିଛନ୍ତି । ଏହାସହିତ ସମସ୍ତେ ଏକ ହୋଇ ଓଡ଼ିଶା ଲୋକଙ୍କ ପାଇଁ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ଶାକାର କରିବା ପାଇଁ ଶ୍ରୀ ପାଣ୍ଡିଆନ୍‌ ଆହ୍ୱାନ ଦେଇଛନ୍ତି ।

୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ସଂଗଠନ ଓ ବ୍ୟକ୍ତିଙ୍କ ମଧ୍ୟରେ ନିଖିଳ ଓଡ଼ିଶା ମଧ୍ୟାହ୍ଣ ଭୋଜନ ପାଚକ ଓ ପାଚିକା ମହାସଂଘ, ଉକ୍ରଳ ବାପଟିଷ୍ଟ ଚର୍ଚ୍ଚ ସଂଗଠନ, ଅଗ୍ରଗାମୀ ଅଘରିଆ ସଂଗଠନ, ସିଏମସି କର୍ମଚାରୀ ସଂଗଠନ, କଟକ ମାରୱାଡ଼ି ସମାଜ, ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟିମ୍‌ର ସଦସ୍ୟମାନେ ଭେଟିଥିଲେ ।

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଉପରେ ଆଲୋଚନା
ଭୁବନେଶ୍ୱର: ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନର ସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି । ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଣବ ବଳବନ୍ତରାୟ, ସୁଧୀର ସାମଲ, ବ୍ୟୋମକେଶ ରାୟ, ପଦ୍ମନାଭ ବେହେରା, ଦେବେଶ ଆଚାର୍ଯ୍ୟ, ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ସୁଶାନ୍ତ ସିଂହଙ୍କ ସମେତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଦଳୀୟ ସଂଗଠନକୁ ମଜଭୁତ କରିବା, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ବିଜେଡିର ପଦଯାତ୍ରା ସମ୍ପର୍କରେ ଆଲୋଚନା ହେଉଥିବା ସୂଚନା ମିଳିଛି । ଆଗାମୀ ଦିନର କାର୍ଯ୍ୟଖସଡ଼ା, ବିରୋଧୀଙ୍କୁ କାଉଣ୍ଟର ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି । ନିଜ ନିଜ ଜିଲ୍ଲାରେ ଦଳର ସ୍ଥିତି ଓ ସଂଗଠନ ବାବଦରେ ସୁପ୍ରିମୋଙ୍କ ନିକଟରେ ତଥ୍ୟ ରଖିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ। ଆଗକୁ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅଛି । କାର୍ଯ୍ୟକ୍ରମର ରୂପରେଖ ନେଇ ପ୍ରସ୍ତୁତ କରାଯାଉଛି ରଣନୀତି । ପର୍ଯ୍ୟବେକ୍ଷକଙ୍କ ଜରିଆରେ ଏହାକୁ ତୃଣମୂଳ ସ୍ତରକୁ ନିଆଯିବ । ତୃଣମୂଳ ସ୍ତରର ବିଜେଡି ନେତା ଓ କର୍ମୀମାନଙ୍କୁ ପାଇଁ ବାର୍ତ୍ତା କ’ଣ ରହିବ ତା’ର ମନ୍ତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ସୂଚନା ମିଳିଛି ।

ଲିଭିଗଲା ଆଲୁଅ, ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ; ବିଶ୍ୱ ପାଳିଲା ଆର୍ଥ ଆୱାର
ଭୁବନେଶ୍ୱର: ବିଶ୍ୱ ପାଳିଲା ଆର୍ଥ ଆୱାର। ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହୋଇଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍‌ ରହିଛି ‘Invest on Our planet’ । ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯାଇଛି। କୋଲକତାର ହଓ୍ଵାରା ବ୍ରିଜ୍‌, ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନ, ଅକ୍ଷରଧାମ ମନ୍ଦିର, ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ଲାଇଟକୁ ବନ୍ଦ ରଖାଯାଇଥିଲା। ନବୀନ ନିବାସରେ ମଧ୍ୟ ଆର୍ଥ ଆୱାର ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଗଲା ନବୀନ ନିବାସ । ବନ୍ଦ ରହିଲା ସମସ୍ତ ଲାଇଟ୍ । ଆର୍ଥ ଆଓ୍ବାର ପାଇଁ ଲାଇଟ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ଆହ୍ବାନ । ତାଙ୍କ ଆହ୍ବାନ କ୍ରମେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ନବୀନ ନିବାସର ସମସ୍ତ ଲାଇଟ୍ ବନ୍ଦ ରହିଥିଲା ।

କେବଳ ନବୀନ ନିବାସର ଲାଇଟ୍ ବନ୍ଦ ରହି ନଥିଲା । ଏହି ସମୟରେ ଲାଇଟ୍ ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ତାଙ୍କ ଆହ୍ବାନ କ୍ରମେ ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ ସହ ଲୋକମାନେ ଏହି ସମୟରେ ଲାଇଟ ବନ୍ଦ ରଖିଥିଲେ ।

ଭୁବନେଶ୍ବର କମିଶନରେଟ ଅଫିସରେ ଲାଇଟ୍ ବନ୍ଦ ରହିଥିବା ବେଳେ ଷ୍ଟିଲ୍ ସିଟି ରାଉରକେଲା ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଯାଇଥିଲା ।

ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୪ରୁ ଆର୍ଥ ଆଓ୍ବାର ପାଳିତ ହୋଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୁଳି ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ଦେଇଥିଲେ ଆହ୍ବାନ ।