Kangaroo Court - The Sakala

ନାବାଳିକାକୁ ପ୍ରେମ ପାଇଁ ପ୍ରେମିକ ଦଣ୍ଡିତ; କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ଼
ରାଇରଙ୍ଗପୁର: ନାବାଳିକା ସହ ଯୁବକଙ୍କ ପ୍ରେମ ସମ୍ପର୍କ ଘଟଣାକୁ ନେଇ କଙ୍ଗାରୁ କୋର୍ଟ ହୋଇଛି। ଲୋକେ ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ମାରି ରକ୍ତାକ୍ତ କରିଛନ୍ତି। ଏହାପରେ ଦଉଡ଼ିରେ ହାତ ବାନ୍ଧି ରାସ୍ତାରେ ଉଲଗ୍ନ କରି ବୁଲାଇଛନ୍ତି। ଏଭଳି ଏକ ଘଟଣା ବହଳଦା ଥାନା ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ, ଜନୈକା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କ ଜଣେ ଯୁବକଙ୍କ ସହିତ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ଯାହାକୁ ନେଇ ଗଣ୍ଡଗୋଳ ହୋଇଥିବାବେଳେ ଥାନାରେ ମାମଲା ହୋଇଥିଲା। ଗତ ଜାନୁଆରୀ ୨ ତାରିଖରେ ଉଭୟ ଯୁବକ ଓ ଯୁବତୀ ଭେଟ କରିବାକୁ ଆସିଥିବାବେଳେ ଯୁବତୀଙ୍କ ସମ୍ପର୍କୀୟମାନେ ଦେଖି ଅଟକାଇଥିଲେ। ଯୁବକଙ୍କ କାର୍‌କୁ ଭାଙ୍ଗିବା ସହ ମାଡ଼ ମାରି ରକ୍ତାକ୍ତ କରିଥିଲେ। ଉଲଗ୍ନ କରି ତାଙ୍କ ହାତକୁ ଦଉଡ଼ିରେ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ବୁଲାଇଥିଲେ। ଯାହାର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବାବେଳେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ଏହିପରି ସର୍ବସାଧାରଣ ସମ୍ମୁଖରେ ଲଜ୍ଜିତ କରିବା ଘଟଣା ନେଇ ଯୁବକଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହାର ନକଲ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ମାନବାଧିକାରୀ କମିଶନ ଓ ହାଇକୋର୍ଟ ବିଚାରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ଘଟଣା ନେଇ ବହଳଦା ଥାନା ପୁଲିସ ପକ୍ଷରୁ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ କହିଛନ୍ତି। ତେବେ ଘଟଣାରେ ଅନ୍ୟ ସମସ୍ତ ସମ୍ପୃକ୍ତଙ୍କୁ ତୁରନ୍ତ ଗିରଫ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ଉକ୍ତ ଘଟଣାରେ ଲୋକେ ଆଇନ ହାତକୁ ନେଇ ଆକ୍ରମଣ କରିବା ଅତି ନିନ୍ଦନୀୟ ଅଟେ।

‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ କଙ୍ଗାରୁକୋର୍ଟରେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ
ବାଲେଶ୍ୱର: ‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ କଙ୍ଗାରୁ କୋର୍ଟ‌‌ରେ ଜଣେ ଅଙ୍ଗନବାଡ଼ି ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯିବା ଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସମେତ ପୂରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ୱର ଜିଲ୍ଲା ସିିଂଲା ଥାନା କୁଣ୍ଡୁଳି ପଞ୍ଚାୟତ ମହାପଦା ଗ୍ରାମରେ ଏହି ଅମାନବୀୟ କାଣ୍ଡ ଘଟିଛି। ପଞ୍ଚାୟତର କିଛି ମହିଳା ଓ ପୁରୁଷ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଉର୍ମିଳା ସାମଲଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ସବୁଠୁ ବଡ଼ ଓ ଆଶ୍ଚର୍ଯ୍ୟର କଥା ହେଲା, ଖବର ପାଇ ସିଂଲା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ବର୍ବରତାର ସବୁ ଦୃଶ୍ୟ ଦେଖିଥିଲେ ହେଁ ମହିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣାସ୍ଥଳ ଛାଡ଼ି ପଳାଇଥିଲା। ତେବେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠା‌ରେ ଅବସ୍ଥା ଉଦ୍‌ବେଗଜନକ ରହିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉର୍ମିଳା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।

ଗତକାଲି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ପୀଡିତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାନୁଯାୟୀ, ଗତ ୧୯ ତାରିଖ ଦିନ ୧୧ଟାରେ ଉର୍ମିଳା ଅଙ୍ଗନବାଡ଼ି କେନ୍ଦ୍ରରେ ଥିଲା ବେଳେ ହଠାତ ମହାପଦା ଗ୍ରାମର ୧୫ରୁ ୨୦ଜଣ ମହିଳା ଓ ପୁରୁଷ ସେଠାରେ ପହଞ୍ଚିଥିଲେ। ଆମ ଆକାଉଣ୍ଟକୁ କାହିଁକି ‘ସୁଭଦ୍ରା’ ଟଙ୍କା ଆସିଲାନି ବୋଲି ପ୍ରଶ୍ନ କରିବା ସହ ତାଙ୍କୁ ଘୋଷାଡ଼ି ଆଣି ଏକ ଗଛରେ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ ଗ୍ରାମବାସୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ। ତେବେ କିଛି ଭଦ୍ରଲୋକ ଏ ସଂପର୍କରେ ସିଂଲା ଥାନା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଆଖି ଆଗରେ ସବୁ ଘଟଣା ଦେଖିଥିଲେ ହେଁ ଉର୍ମିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଖବର ପାଇ ସଡିପିଓ ଓ ଅଙ୍ଗନବାଡ଼ି ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରି ଉର୍ମିଳାଙ୍କୁ ଛାଡ଼ିଦେବା ପାଇଁ କହିଥିଲେ। ହେଲେ ଉତ୍ତ୍ୟକ୍ତ ମହିଳାମାନେ ସିଡିପିଓ ଓ ସୁପରଭାଇଜର୍‌ଙ୍କୁ ବି ଗାଳିଗୁଲଜ କରିଥିଲେ। ପରେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଉଦ୍ଧାର କରିଥିଲେ।

ଏହି ବର୍ବୋରଚିତ ଘଟଣାରେ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବାଲିଆପାଳ ସିଡିପିଓ, ସିିଂଲା ଥାନା ଅଧିକାରୀ, ଉପଜିଲ୍ଲାପାଳ, ଏସପି, ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି ଏପର୍ଯ୍ୟନ୍ତ କେହି ଜଣେ ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।

ଏ ସଂପର୍କରେ ବାଲେଶ୍ୱର ଏସ୍‌‌ପି ସାଗରିକା ନାଥଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି। ଉକ୍ତ ଘଟଣାରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନଚେତ୍‌ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର କର୍ମକର୍ତ୍ତାମାନେ କହିଛନ୍ତି, ଜୀବିକା ମିଶନ୍‌ ଅଧୀନରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ୨୦ରୁ ୨୫ ଇସି ସଦସ୍ୟା ଏବଂ ଏମ୍‌ବିକେ ସଦସ୍ୟା ଥିଲା ବେଳେ ସେମାନଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାରେ ଫର୍ମ ପୂରଣ କରାନଯାଇ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ସୁଭଦ୍ରା ଯୋଜନାରେ ଟଙ୍କା ଆସିବା ବିଳମ୍ୱ ହେବାନେଇ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ କରାଯିବା, ମହିଳାମାନଙ୍କୁ ବିଭାଜନ କରିବା ପାଇଁ ସରକାରଙ୍କର ଏକ ସୁପରିକଳ୍ପିତ ଯୋଜନା ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି।

ରାଜଧାନୀରେ କଙ୍ଗାରୁ କୋର୍ଟ; କମେଣ୍ଟମରାକୁ ନେଇ ସଭା ମଝିରେ ଦୁଇ ନାବାଳକଙ୍କୁ ଆଣ୍ଠେଇଦେଲେ ଗ୍ରାମବାସୀ
ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ କେନ୍ଦ୍ର କରି ସଭା ମଝିରେ ଦଣ୍ଡ ଦେଲେ ଲୋକେ । ପୋଲିସ ଉପସ୍ଥିତିରେ ସଭା ମଝିରେ ଦୁଇ ନାବାଳକ ଭାଇ ସମେତ ତାଙ୍କ ବଡ଼ବାପାଙ୍କୁ ଉଠବସ କରାଇବା ସହ ଆଣ୍ଠେଇଛନ୍ତି ସ୍ଥାନୀୟ ଲୋକେ। ବରମୁଣ୍ଡା ପାଲାମଣ୍ଡପ ଠାରେ ଦେଖିବାକୁ ମିଲିଛି ଏପରି ଦୃଶ୍ୟ ।

ଅଭିଯୋଗ ଅନୁଯାୟୀ, ବରମୁଣ୍ଡାରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ନାବାଳକ ଭାଇଙ୍କର ମଙ୍ଗଳବାର ଦିନ ସ୍କୁଲରେ ଅନ୍ୟ ପିଲାମାନଙ୍କୁ କମେଣ୍ଟ କରିଥିଲେ। ଅଭିଭାବକମାନେ ଘଟଣା ବିଷୟରେ ଜାଣିବା ପରେ ତାଗିଦ୍‍ କରିଥିଲେ ଫଳରେ ବିବାଦ ଦେଖା ଦେଇଥିଲା। ଗାଁ ଲୋକମାନେ ଘଟଣା ବିଷୟରେ ଜାଣିବା ପରେ ଏକ ସଭା ଡ଼କାଇଥିଲେ। ଦୁଇ ନାବାଳକ ଭାଇ, ତାଙ୍କ ବାପା କୈଳାସ ପରଙ୍ଗ, ବଡ଼ବାପା ସୁରେଶ ପରଙ୍ଗ ଓ ତାଙ୍କ ବଡପୁଅ ବୀରଭଦ୍ର ପରଙ୍ଗଙ୍କୁ ସଭାକୁ ଡକାଇଥିଲେ। ଶତାଧିକ ଲୋକଙ୍କ ଉପସ୍ଥିତିରେ ଦୁଇ ନାବାଳକ, ବାପା, ବଡବାପା ଓ ବଡଭାଇଙ୍କୁ କାନ ଧରି ବସଉଠ କରାଇଥିଲେ। ଏଥିସହିତ ମାଟିରେ ଛେପ ପକାଇ ସେଥିରେ ନାକ ଘୋଷାଡି ବାକୁ ବାଧ୍ୟ କରାଇଥିଲେ ବୋଲି ସୁରେଶଙ୍କ ପୁଅ ଶିବ ପରଙ୍ଗ ଅଭିଯୋଗ କରିଛନ୍ତି।

କଙ୍ଗାରୁ କୋର୍ଟର ଦଣ୍ଡ ବିଧାନ ପରେ ବାପା-ପୁଅ ଓ ପୁଅର ସାଙ୍ଗ ଘରକୁ ଫେରିଥିଲେ । ଘରେ ପହଞ୍ଚିଲା ବେଳକୁ ସୋସିଆଲ୍‌ ମିଡିଆରେ ବାପାଙ୍କ ସହ ଆଣ୍ଠେଇବା ଭିଡିଓ ଦେଖି ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଯୁବକ ଜଣଙ୍କ । ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ୍‌ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ବରମୁଣ୍ଡା ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ଘଟଣା ବିଷୟରେ ପୁଲିସ୍‌କୁ ଜଣାଇଥିଲେ । ପୁଲିସ୍‌ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରୁଛି । ଯେଉଁମାନେ ଏମିତି କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ନିଆଯିବ ବୋଲି ପୁଲିସ୍‌ କହିଛି ।