World Pakhala Divas - The Sakala
ଆଜି ‘ବିଶ୍ୱ ପଖାଳ ଦିବସ’: ପ୍ରତି ଓଡିଆଙ୍କ ପରିଚୟ ପଖାଳ
ଭୁବନେଶ୍ୱର: ଆଜି ବିଶ୍ବ ପଖାଳ ଦିବସ । ପ୍ରତି ଓଡିଆଙ୍କ ପରିଚୟ ପଖାଳ । ପଖାଳ କଂସାରେ ଓଡ଼ିଆଙ୍କ ପ୍ରାଣ । ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ଓଡ଼ିଆଙ୍କ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । ଏଠି ଭକ୍ତ ବି ଖାଅନ୍ତି ଆଉ ଭଗବାନଙ୍କ ପାଖରେ ବି ଭୋଗ ଲାଗେ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ ।
ଖରା ଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ । ଆଉ କିଛି ଖାଇଲେ ହୁଏତ ପେଟ ପୂରିଯିବ କିନ୍ତୁ ମନ ଭରିବ ତ ପଖାଳ ଖାଇଲେ । କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରେ ରହୁଥିବା ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ଓଡ଼ିଆଙ୍କ ପ୍ରିୟ ବ୍ୟାଞ୍ଜନକୁ ସାରା ବିଶ୍ୱର କୋଣଅନୁକୋଣନରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଆର୍ଥାତ ଆଜି ଦିନଟିକୁ ’ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।
ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ଗ୍ରାହକଙ୍କୁ ପରସି ଦିଆଯାଏ ।
ପଖାଳ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା, ଶାଗ, ବଡ଼ିଚୁରା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍‌ରେ କେବେବି ମିଳେ ନାହିଁ। ସବୁ ଦୃଷ୍ଟିରୁ ପଖାଳ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ। ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଆଦି ପକାଯାଏ।
ଆଜି ବିଶ୍ବ ପଖାଳ ଦିବସ, ପ୍ରତି ଓଡ଼ିଆଙ୍କ ପରିଚୟ ପଖାଳ
ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ ।
ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରାଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଶାରେ ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ଓଡ଼ିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଖରାଦିନ ହେଉ ଅବା ଅନ୍ୟଦିନ, ଗରିବ ହେଉ ବା ଧନୀ ସମସ୍ତଙ୍କ ଲୋଡ଼ା ପଖାଳ କଂସା । ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ। ଖରାଦିନର ତାତି ବେଳେ ପେଟରେ ଗଣ୍ଡେ ପଖାଳ ପଡିଗଲେ ତା’ର ମଜ୍ଜା ନିଆରା। ତାତିରୁ ଟିକେ ଆରାମ ପାଇବା ପାଇଁ ବା ପେଟ ଗରମ ଓ ଦେହରେ ଜଳୀୟ ଅଂଶ କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳକୁ ରାମବାଣ ଭଳି ଗ୍ରହଣ କରାଯାଏ।
ଏକଦା ଗରିବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଆଗକାଳରେ ସିନା ପଖାଳ ସହ ଶୁଖୁଆ ଥÒଲା ପାରମ୍ପରିକ ସାଥୀ। ଏବେ କିନ୍ତୁ ପଖାଳ ସହ ଚୂନା ମାଛଭଜା ଓ ଛତୁ ଆଦି ପରଷା ଯାଉଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।   କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି, ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିବସ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ବାଗତ କରିଥାନ୍ତି। ଓଡ଼ିଶାର ପରମ୍ପରା ଓ ସଂସ୍କୃତି ସହିତ ଜଡ଼ିତ ‘ପଖାଳ’କୁ ସାରା ବିଶ୍ବରେ ପରିଚିତ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ।
ରାଜ୍ୟବାସୀଙ୍କୁ ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ପଖାଳ ଦିବସ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ଆଜି ପଲ୍ଲୀଠୁ ସହର ସବୁଠି ପଖାଳ ଖାଇ ଉତ୍ସବ ପାଳୁଛନ୍ତି ସମସ୍ତେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ ଦିବସ । ପଖାଳ ସାଙ୍ଗରେ ଚୁନା ମାଛ ଭଜା, ଛୁଇଁ ଭଜା, ବଡ଼ି ଚୁରା, ଶାଗ ଭଜା, କଲରା ଓ ଆଳୁ ଭଜା ଖାଇ ପଖାଳ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ । ପଖାଳ ମୋର ପସନ୍ଦ ବୋଲି ମୁଖ୍ଯମନ୍ତ୍ରୀ ଟ୍ବିଟ କରି କହିଛନ୍ତି।
‘ପଖାଳ’ ମୋର ପସନ୍ଦ। ସମସ୍ତଙ୍କୁ ‘ପଖାଳ ଦିବସ’ର ଶୁଭେଚ୍ଛା। #ପଖାଳଦିବସ #PakhalaDibasa pic.twitter.com/3bDfsxAz6Q
— Naveen Patnaik (@Naveen_Odisha) March 20, 2022
ବିଦେଶରେ ଥିବା ପ୍ରବାସୀ ଓଡ଼ିଆ ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପଖାଳ ଆସ୍ତେ ଆସ୍ତେ ଓଡିଆଙ୍କ ଖାଦ୍ୟ ତାଲିକାର ପ୍ରଥମକୁ ଆସିଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳରେ ଅନେକ ଉପାଦେୟତା ମଧ୍ୟ ଭରି ରହିଛି । କୋଭିଡ ସମୟରେ ରିସର୍ଚ୍ଚ କରୁଥିବା ଡାକ୍ତରୀ ଦଳ ଶେଷରେ ପଖାଳକୁ ସାବାସୀ ଦେଇଥିଲେ । ଅର୍ଥାତ ପଖାଳ ଖାଇବା ଦ୍ୱାରା ମଣିଷ ଶରୀରରେ ଇମ୍ୟୁନିଟ ବୁଷ୍ଟ ହୋଇଥାଏ ବୋଲି ପ୍ରମାଣିତ ହୋଇଥିଲା ।
ଭୁବନେଶ୍ୱର: ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । ଏଠି ଭକ୍ତ ବି ଖାଅନ୍ତି ଆଉ ଭଗବାନଙ୍କ ପାଖରେ ବି ଭୋଗ ଲାଗେ ପଖାଳ । ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ । ଖରା ଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ । ଆଉ କିଛି ଖାଇଲେ ହୁଏତ ପେଟ ପୂରିଯିବ କିନ୍ତୁ ମନ ଭରିବ ତ ପଖାଳ ଖାଇଲେ । କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରେ ରହୁଥିବା ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ଓଡ଼ିଆଙ୍କ ପ୍ରିୟ ବ୍ୟାଞ୍ଜନକୁ ସାରା ବିଶ୍ୱର କୋଣଅନୁକୋଣନରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଆର୍ଥାତ ଆଜି ଦିନଟିକୁ ’ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।
ପୂର୍ବରୁ ପଖାଳ କେବଳ ଗରିବଙ୍କ ମଧ୍ୟରେ ସୀମିତ ଥିଲା ହେଲେ ଏବେ ଏହାର ପରିଚୟ ବଦଳିଛି । ଆଧୁନିକ ତା’ର ଖୋଳପାରେ ପଖାଳ ଏବେ ସବୁ ବର୍ଗର ଲୋକଙ୍କ ପସନ୍ଦର ବ୍ୟଞ୍ଜନ ପାଲଟିଛି । ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନ୍ୟୁରେ ପଖାଳର ଚାହିଦା ରହିଛି ।
ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ଗ୍ରାହକଙ୍କୁ ପରସି ଦିଆଯାଏ ।
ପଖାଳ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା, ଶାଗ, ବଡ଼ିଚୁରା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍‌ରେ କେବେବି ମିଳେ ନାହିଁ। ସବୁ ଦୃଷ୍ଟିରୁ ପଖାଳ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ। ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଆଦି ପକାଯାଏ।
ବିଶ୍ୱ ପଖାଳ ଦିବସ ଅବସରରେ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ
ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୦ ବିଶ୍ୱ ପଖାଳ ଦିବସ। ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପଖାଳ ଦିବସର ଅଭିନନ୍ଦନ ଜଣାଇବା ସହ ଏକ ପୁରୁଣା ଫଟୋକୁ ଟ୍ବିଟର ଓ ଫେସବୁକରେ ଛାଡିଛନ୍ତି ।
ଟ୍ବିଟରେ ଲେଖିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ। ବାହାର ଲୋକଙ୍କୁ ପଖାଳ ଖୁଆଇବାରେ ମୋର ଆନନ୍ଦ ଥାଏ।
It is always a pleasure to relish Odia cuisine, especially my favourite #Pakhala which I have a special liking for. Remember fondly the appreciation of guests from outside the state and country whenever we served them #Pakhala. Wishing you all a happy #PakhalaDibas pic.twitter.com/u2yihyChtN
— Naveen Patnaik (@Naveen_Odisha) March 20, 2021
ସୂଚନା ଅନୁଯାୟୀ, ଟ୍ବିଟ କରାଯାଇଥିବା ଫଟୋଟି ୨୦୧୮ ମସିହାରେ ‘ଦି ଟଲ୍ ମ୍ୟାନ’ ପୁସ୍ତକ ଉନ୍ମଚୋନ ପାଇଁ ଓଡ଼ିଶା ଆସିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନ ମନ୍ତ୍ରୀ ଦେବଗୌଡା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଏମ୍ ନେତା ସୀତାରାମ ୟେଚୁରୀ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ସେମାନଙ୍କୁ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖୁଆଇଥିଲେ ।