Passport - The Sakala
ଜୁଲାଇରୁ ଆସିବ ନୂଆ ନିୟମ: ଆଧାରଠାରୁ ପାସପୋର୍ଟ ଯାଏ ସବୁ ବଦଳିବ
ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ପ୍ରତ୍ୟେକ ମାସର ଆରମ୍ଭରୁ କିଛି ପରିବର୍ତ୍ତନ ସହିତ କରାଯାଇଥାଏ। ଜୁଲାଇ ପହିଲାରୁ ଆଧାର, ପାସପୋର୍ଟ, ଯାନବାହାନ ମୂଲ୍ୟ ଏବଂ ଏପରିକି ଏଲ୍‌ପିଜି ମୂଲ୍ୟରେ ବଡ଼ ପରିବର୍ତ୍ତନ ଘଟିବାର ଆଶା କରାଯାଉଛି, ଯାହା ସବୁ ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ କରିବ। ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଘୋଷଣା କରିଛି ଯେ ଆପଣଙ୍କ ଆଧାର କାର୍ଡରେ ଆପଣଙ୍କର ଇମେଲ୍ ଆଇଡି ଅପଡେଟ୍ କରିବା ପାଇଁ ଜୁଲାଇ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ମାଗଣା। ପୂର୍ବରୁ, ଆଧାରରେ ଆପଣଙ୍କର ଇମେଲ୍ ଠିକଣା ଅପଡେଟ୍ କରିବା ପାଇଁ ୭୫ ଟଙ୍କା ଶୁଳ୍କ ଲାଗୁଥିଲା। ଆଧାର ପରିଚାଳନା କରୁଥିବା ସଂସ୍ଥା  ୟୁଆଇଡିଏଆ ର ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି, ଯାହା ଲୋକମାନଙ୍କୁ ସେମାନଙ୍କର ଆଧାର ସୂଚନା ଅପଡେଟ୍ କରିବାକୁ ପ୍ରୋତ୍ସାହିତ କରିବ।
ଜୁଲାଇରୁ ସରକାର ପାସପୋର୍ଟ ଫି’ ବୃଦ୍ଧି କରିବାକୁ ଯାଉଛନ୍ତି। ନିୟମିତ ପାସପୋର୍ଟ ପାଇଁ ଫି’ ଏବେ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୫୦୦ ଟଙ୍କା ହେବ। ଏକ ତତ୍କାଳ ପାସପୋର୍ଟ ପାଇଁ, ଫି’ ୫୦୦୦ ଟଙ୍କା ହେବ, ଯାହା ପୂର୍ବରୁ ୩୫୦୦ ଟଙ୍କା ଥିଲା। ଏହି ନୂତନ ଫ’ ଜୁଲାଇ ପହିଲାରୁ ଲାଗୁ ହେବ। ଏହାଛଡା ଅନେକ ଅଟୋମୋବାଇଲ କମ୍ପାନୀ  ଜୁଲାଇ ୧ରୁ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ଏଥିରେ ଟାଟା ମୋଟର୍ସ, କିଆ ମୋଟର୍ସ, ଏମ୍‌ଜି ମୋଟର୍ସ ଏବଂ ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଭୁକ୍ତ। ଟାଟା ମୋଟର୍ସ ପାସେଞ୍ଜର ଯାନବାହନ ୧.୫ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଟାଟା ମୋଟର୍ସ ବାଣିଜ୍ୟିକ ଯାନବାହନ ୨.୫  ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। କିଆ ମୋଟର୍ସ ଏବଂ ବିଏମ୍‌ଡବ୍ଲ୍ୟୁ ପ୍ରତ୍ୟେକ ୨ ପ୍ରତିଶତ ମୂଲ୍ୟ ବୃଦ୍ଧି ଘୋଷଣା କରିଛି ଏବଂ ଏମ୍‌ଜି ମୋଟର୍ସ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛି।
ଏହା ସହିତ, ଜୁଲାଇ ପହିଲାରୁ ଅନେକ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ, ଏଓ୍‌ବିଆଇ କାର୍ଡଗୁଡ଼ିକ କିଛି ଫୋନ୍‌ ପେ ଏସ୍‌ବିଆଇ କାର୍ଡ ପାଇଁ ରିୱାର୍ଡ ପଏଣ୍ଟଗୁଡ଼ିକୁ ସଂଶୋଧନ କରିଛି। ଅନେକ ନୂତନ ସୀମା ଲାଗୁ କରାଯାଇଛି ଏବଂ କିଛି କାରବାରକୁ ରିୱାର୍ଡ ପଏଣ୍ଟ ବର୍ଗରୁ ହଟାଇ ଦିଆଯାଇଛି। ଏଚ୍‌ଡିଏଫ୍‌ସି ରେଗାଲିଆ ଗୋଲ୍‌ଡ କ୍ରେଡିଟ୍ କାର୍ଡଧାରକମାନେ ଏବେ ପ୍ରତି କ୍ୟାଲେଣ୍ଡର ତ୍ରୈମାସିକରେ ତିନିଥର ମାଗଣାରେ ଘରୋଇ ବିମାନ ବନ୍ଦର ଲାଉଞ୍ଜ୍ ପ୍ରବେଶ କରିପାରିବେ। ତଥାପି, ସେମାନଙ୍କୁ ପ୍ରତି ତ୍ରୈମାସିକରେ ଅତି କମ୍‌ରେ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ଆଧାର, ପାନ୍‌କାର୍ଡ, ପାସପୋର୍ଟ ଭାରତୀୟ ନାଗରିକତାର ପ୍ରମାଣପତ୍ର ନୁହେଁ ! ବୈଦେଶିକ ମନ୍ତ୍ରଣାଳୟର ଟିପ୍ପଣୀକୁ ନେଇ ବିତର୍କ...
ନୂଆଦିଲ୍ଲୀ: ଆଧାର, ପାନ୍‌କାର୍ଡ, ପାସପୋର୍ଟ ଭାରତୀୟ ନାଗରିକତାର ପ୍ରମାଣପତ୍ର ନୁହେଁ। ସେହିପରି ଭୋଟର ପ୍ରମାଣପତ୍ର, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଭାରତୀୟ ନାଗରିତାର ପ୍ରମାଣପତ୍ର ରୂପେ ଗ୍ରହଣୀୟ ନୁହେଁ।  ସମ୍ପ୍ରତି ବୈଦେଶିକ ମନ୍ତ୍ରଣାଳୟର ଜନୈକ ଅଧିକାରୀ ଏସମ୍ପର୍କରେ ଦେଇଥିବା ଟିପ୍ପଣୀ ସାରା ଦେଶରେ ନୂଆ ବିତର୍କ ସୃଷ୍ଟି କରିଛି। ପାସପୋର୍ଟକୁ ଏକ ଯାତ୍ରା ଦସ୍ତାବିଜ୍‌ ବୋଲି ଉଲ୍ଲେଖ କରି ଏହାକୁ ଭାରତୀୟ ନାଗରିକତାର ପ୍ରମାଣପତ୍ର କୁହାଯାଇ ପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମନ୍ତବ୍ୟ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଯଦି ସରକାରଙ୍କ ପ୍ରଦତ୍ତ ଓ ବିଭିନ୍ନ କାର୍ଯ୍ୟ ନିମନ୍ତେ ସ୍ୱୀକୃତ ଏହି ପ୍ରମାଣପତ୍ରଗୁଡ଼ିକ ନାଗରିକତ୍ୱର ପ୍ରମାଣପତ୍ର ନୁହେଁ, ତେବେ ଭାରତୀୟ ନାଗରିକତାର ପ୍ରମାଣ କ’ଣ ବୋଲି ପ୍ରଶ୍ନ ଉଠିଛି। ଏହି ସମୟରେ ଏହାକୁ ନେଇ ଦେଶରେ ଖୁବ୍‌ ଶୀଘ୍ର ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଲାଗୁ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଦାନାବାନ୍ଧିଛି୤ ଯଦିଓ ଏନ୍‌ଆର୍‌ସି ଲାଗୁ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ, ତେବେ ଆଗାମୀ ବଜେଟ୍‌ ଅଧିବେଶନରେ ଏ ସଂକ୍ରାନ୍ତରେ କୌଣସି ଚିଠା ଆସିପାରେ ବୋଲି ମଧ୍ୟ ଆକଳନ କରାଯାଉଛି।
ବର୍ତ୍ତମାନର ଆଇନ ଅନୁସାରେ ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ ବୋଲି କୁହାଯାଉଛି।  ଆଧାର ଆଇନ ୨୦୧୬ର ଧାରା–୯ରେ ସ୍ପଷ୍ଟ କରାଯାଇଛି ଯେ ଆଧାର କେବଳ ପରିଚୟ ଓ ବିଭିନ୍ନ ସେବା ପ୍ରାପ୍ତି ପାଇଁ ଉପଯୋଗ ହୋଇପାରେ।  ଏହା ନାଗରିକତା କିମ୍ବା ବାସସ୍ଥାନର ପ୍ରମାଣ ନୁହେଁ । ୟୁଆଇଡ଼ିଆଇଏ ପୋର୍ଟାଲରେ ମଧ୍ୟ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ସେହିପରି ଭୋଟର ପରିଚୟପତ୍ର କେବଳ ଭୋଟ ଦେବାର ଅଧିକାର ପାଇଁ ବ୍ୟବହାର କରାଯାଇଥାଏ ଓ ଏହା ନାଗରିକତାର ପ୍ରମାଣପତ୍ର ନୁହେଁ ବୋଲି କୁହାଯାୁଛି। ନିର୍ବାଚନ ଆୟୋଗ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଏହା ଉଲ୍ଲେଖ କରି ଭୋଟର କାର୍ଡ ନାଗରିକତାର ଅନ୍ତିମ ପ୍ରମାଣ ନୁହେଁ ବୋଲି କହିଛନ୍ତି। ଅନୁରୂପ ଭାବରେ ପ୍ୟାନ୍‌ କାର୍ଡ କେବଳ ଆୟକର ଓ ଆର୍ଥିକ କାରବାର ପାଇଁ ବ୍ୟବହୃତ ହୋଇଥାଏ ଏବଂ ବିଦେଶୀ ନାଗରିକ ଓ ବ୍ୟବସାୟିକ ସଂସ୍ଥାମାନେ ମଧ୍ୟ ଭାରତରେ ବ୍ୟବସାୟ ଓ ଟିକସ ଦେବା ପାଇଁ ଭାରତୀୟ ପାନ୍‌ କାଡର଼୍ ପାଉଥିବା କୁହାଯାଉଛି।
ରାସନ କାର୍ଡ କେବଳ ପରିବାରର ଆର୍ଥିକ ସ୍ଥିତି ଓ ଠିକଣାର ପ୍ରମାଣ ବୋଲି କୁହାଯାଉଛି ଓ ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା କୁହାଯାଉଛି। ସେହିପରି ଡ୍ରାଇଭିଂ ଲାଇସେନ୍ସ ଗାଡ଼ି ଚଳାଇବାର ଅନୁମତି ପତ୍ର ମାତ୍ର। ଭିସାରେ ଭାରତକୁ ଆସିଥିବା ବିଦେଶୀମାନଙ୍କୁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳିଥିବା ଦୃଷ୍ଟାନ୍ତ ରହିଛି।  ତେଣୁ ଏହି ସବୁ ଦସ୍ତାବିଜ ମଧ୍ୟ ନାଗରିକତାର ପ୍ରମାଣ ନୁହେଁ ବୋଲି କୁହାଯାଉଛି । ତେବେ ଭାରତୀୟଙ୍କ ନିକଟରେ ଭାରତବାସୀ ହେବାର ପ୍ରମାଣପତ୍ର ବୋଲି ବର୍ତ୍ତମାନ ସମୟରେ କିଛି ନାହିଁ ।
ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ଯେ ଭାରତୀୟ ନାଗରିକତ୍ୱ ପାଇଁ ନାଗରିକତା ଆଇନ ୧୯୫୫ ଓ ପରବର୍ତ୍ତୀ ସଂଶୋଧନକୁ ଆଧାର କରାଯାଇଥାଏ। ଏଥିପାଇଁ କୌଣସି ଗୋଟିଏ ସାର୍ବଜନୀନ ଦସ୍ତାବିଜ ନାହିଁ।  ଜନ୍ମ ତାରିଖ, ଜନ୍ମ ସ୍ଥାନ ଓ ପିତାମାତାଙ୍କ ନାଗରିକତା ଭଳି ତଥ୍ୟ ଆଧାରରେ ଏହା ନିର୍ଣ୍ଣୟ କରାଯାଇଥାଏ । ୧ ଜୁଲାଇ ୧୯୮୭ ପୂର୍ବରୁ ଭାରତରେ ଜନ୍ମ ହୋଇଥିବା ବ୍ୟକ୍ତି ସାଧାରଣତଃ ଜନ୍ମ ଆଧାରରେ ଭାରତୀୟ ନାଗରିକ ବୋଲି ମନେ କରାଯାଇଥାଏ।। ୧ ଜୁଲାଇ ୧୯୮୭ରୁ ୩ ଡିସେମ୍ବର ୨୦୦୪ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ତାଙ୍କର ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ। ମାତ୍ର ୩ ଡିସେମ୍ବର ୨୦୦୪ ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଉଭୟ ପିତାମାତା ଭାରତୀୟ ନାଗରିକ ହେବା ଜରୁରୀ ବୋଲି କୁହାଯାଉଛି । ମାତ୍ର ଏଥିପାଇଁ କୌଣସି ନାଗରିକତ୍ୱ ପ୍ରମାଣପତ୍ର କାହାରିକୁ ଦିଆଯାଇ ନାହିଁ । ଯାହା ହିଁ ସବୁଠାରୁ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଏହାକୁ ଆଧାର କରି ଆଗାମୀ ଦିନରେ କେନ୍ଦ୍ର ସରକାର ଏନ୍‌ଆର୍‌ସି କାର୍ଯ୍ୟକାରୀ କରିପାରନ୍ତି ବୋଲି ମନେ କରାଯାଉଛି ।
ପାସପୋର୍ଟ ନୁହେଁ ନାଗରିକତାର ପ୍ରମାଣ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ପାସପୋର୍ଟ (Passport) କେବଳ ବିଦେଶ ଗସ୍ତ ପାଇଁ ଏକ ଆବଶ୍ୟକୀୟ ଯାତ୍ରା ପ୍ରମାଣପତ୍ର, ଏହା କୌଣସି ବ୍ୟକ୍ତିର ଭାରତୀୟ ନାଗରିକତାର ପ୍ରମାଣପତ୍ର ନୁହେଁ। ବୁଧବାର ଦିନ ୧୪ତମ ପାସପୋର୍ଟ ସେବା ଦିବସ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। କେବଳ ଭାରତୀୟ ନାଗରିକମାନଙ୍କୁ ପାସପୋର୍ଟ ପ୍ରଦାନ କରାଯାଉଥିଲେ ମଧ୍ୟ ଏହାକୁ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ।
ପାସପୋର୍ଟ ହେଉଛି ସରକାରୀ ସମ୍ପତ୍ତି
ସରକାର ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାସପୋର୍ଟ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ବରଂ ଏହା ଭାରତ ସରକାରଙ୍କ ସମ୍ପତ୍ତି। ଯଦି ସରକାର କୌଣସି କାରଣରୁ ଏହାକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ସରକାରଙ୍କ ନିକଟରେ ଜମା କରିବାକୁ ବାଧ୍ୟ ଅଟନ୍ତି। ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ନାଗରିକତା ପ୍ରମାଣପତ୍ରକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।
ଆଧାର ଓ ଭୋଟର କାର୍ଡ ମଧ୍ୟ ନୁହେଁ ନାଗରିକତାର ପ୍ରମାଣ
ସୂଚନାଯୋଗ୍ୟ ଯେ, ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଏକ ଶୁଣାଣି ସମୟରେ ସ୍ପଷ୍ଟ କରିସାରିଛନ୍ତି ଯେ ଆଧାର କାର୍ଡ ଏବଂ ଭୋଟର କାର୍ଡ ମଧ୍ୟ ବ୍ୟକ୍ତିର ନାଗରିକତାର ପ୍ରମାଣପତ୍ର ନୁହେଁ। ଏଗୁଡ଼ିକ କେବଳ ପରିଚୟ ପତ୍ର ଭାବରେ ବ୍ୟବହୃତ ହୁଏ, ଯାହାକୁ ମତଦାନ କିମ୍ବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମୟରେ ଉପସ୍ଥାପନ କରାଯାଇଥାଏ।
ନାଗରିକତ୍ୱ ଆଇନ ଅନୁଯାୟୀ କିଏ ଭାରତୀୟ?
ଭାରତୀୟ ନାଗରିକତ୍ୱ ଆଇନ ଅନୁଯାୟୀ, ଜଣେ ବ୍ୟକ୍ତି ଯଦି ୧୯୫୦ ଜାନୁଆରୀ ୨୬ରୁ ୧୯୮୭ ଜୁଲାଇ ୧ ମଧ୍ୟରେ ଭାରତରେ ଜନ୍ମଗ୍ରହଣ କରିଥାନ୍ତି, ତେବେ ସେ ସ୍ୱତଃ ଭାରତୀୟ ନାଗରିକ ଭାବେ ବିବେଚିତ ହେବେ। ସେହିପରି ୧୯୮୭ ଜୁଲାଇ ୧ ପରେ ଭାରତରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପିତାମାତାଙ୍କ ମଧ୍ୟରୁ କେହି ଜଣେ ଭାରତୀୟ ହୋଇଥିବା ଆବଶ୍ୟକ। ଅନ୍ୟପକ୍ଷରେ, ୨୦୦୪ ଡିସେମ୍ବର ୩ ପରେ ଭାରତରେ ଜନ୍ମିତ ବ୍ୟକ୍ତିଙ୍କ ପିତାମାତା ଉଭୟ ଭାରତୀୟ ହୋଇଥିବା ଜରୁରୀ। ଯଦି ପିତାମାତାଙ୍କ ମଧ୍ୟରୁ ଜଣେ ଭାରତୀୟ ଏବଂ ଅନ୍ୟ ଜଣେ ବିଦେଶୀ ହୋଇଥାନ୍ତି, ତେବେ ତାଙ୍କୁ ଦେଶାଟନକାରୀ କୁହାଯିବ।
ରସୁଲଗଡ଼ରେ ଖୋଲିଲା ପାସ୍‌‌ପୋର୍ଟ ସେବାକେନ୍ଦ୍ର
ଭୁବନେଶ୍ୱର:  ନୂଆପଲ୍ଲୀ ସିଆର୍‌‌ପି ଛକ ନିକଟରେ ଥିବା ଅଧା ପାସ୍‌‌ପୋର୍ଟ ଅଫିସ୍‌‌ ଏବେ ରସୁଲଗଡ଼କୁ ଉଠିଗଲା। ତାହାକୁ ପାସ୍‌‌ପୋର୍ଟ ସେବାକେନ୍ଦ୍ର କରାଯାଇଥିବାବେଳେ ସିଆର୍‌‌ପିରେ ଥିବା ମୁଖ୍ୟ ପାସ୍‌‌ପୋର୍ଟ ଅଫିସ୍‌‌ ରିଜିଓନାଲ ଅଫିସ୍‌‌ ବୋଲି କୁହାଯାଉଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିସାରିଛି। ଅଗଷ୍ଟ ୧୫ ପରେ ଏହି ଅଫିସ୍‌‌ ଲୋକଙ୍କ ସେବା ପାଇଁ କାର୍ଯ୍ୟକାରୀ ହେବ। ସେଠାରେ ସମସ୍ତ ବ୍ୟବସ୍ଥା ଶେଷ ହୋଇସାରିଛି। ସେବାକେନ୍ଦ୍ରରେ ଲୋକମାନେ କେବଳ ଆବେଦନ କରିବା ସହ ସେଠାରେ ଭେରିଫିକେସନ କରାଯିବ। କିନ୍ତୁ ରିଜିଓନାଲ ଅଫିସ୍‌‌ରେ କେବଳ ସରକାରୀ କାମ ସହ ପାସ୍‌‌ପୋର୍ଟ ଇସ୍ୟୁ କରାଯିବ। ସେଠାରେ ସବୁପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ପାସ୍‌‌ପୋର୍ଟ ପାଇଁ ଆସୁଥିବା ଲୋକଙ୍କ ପାଇଁ ପ୍ରତିକ୍ଷାଳୟର ବ୍ୟବସ୍ଥା କରାଯାଇଛି। ଏଠାରେ ପାସ୍‌‌ପୋର୍ଟ ଭେରିଫିକେସନ୍‌‌ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା କରାଯାଇଛି। ପାସ୍‌‌ପୋର୍ଟ ଅଫିସ୍‌‌ରେ କାମ କରୁଥିବା ବିଭିନ୍ନ ବିଭାଗ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯାଇଛି। ସେଠାରେ ଲୋକଙ୍କ ପ୍ରତିକ୍ଷା କରିବା ସମୟରେ ବିରକ୍ତି ନ ହେବା ପାଇଁ ପାଠାଗାର ବ୍ୟବସ୍ଥା କରାଯାଇଛି। ନୂଆପଲ୍ଲୀ ଅଫିସରେ କାର୍ଯ୍ୟଭାର ହାଲୁକା କରିବା ପାଇଁ ରସୁଲଗଡ଼ରେ ବିକଳ୍ପ ଅଫିସ୍‌‌ କରାଯାଇଥିବା କୁହାଯାଉଛି।
ରସୁଲଗଡ଼ ଅଫିସ୍‌‌ରେ ପାସ୍‌‌ପୋର୍ଟ ଆବେଦନଠାରୁ ଆରମ୍ଭ କରି ଯାଞ୍ଚ ଆଦି କାର୍ଯ୍ୟ କରାଯିବ। ନୂଆପଲ୍ଲୀ ଅଫିସ୍‌‌ରେ କେବଳ ଫାଇନାଲ ପାସ୍‌‌ପୋର୍ଟ ଇସ୍ୟୁ କରାଯିବ ବୋଲି ପାସ୍‌‌ପୋର୍ଟ ଅଫିସ୍‌‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପୂର୍ବରୁ ନୂଆପଲ୍ଲୀ ପାସ୍‌‌ପୋର୍ଟ ଅଫିସ୍‌‌ରେ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ବ୍ୟକ୍ତି ଆବେଦନ କରିବାକୁ ଆସୁଛନ୍ତି ଏବଂ ଶତାଧିକ ବ୍ୟକ୍ତିଙ୍କର ଫଟୋ ଉଠାଯାଇ ପାସ୍‌‌ପୋର୍ଟ ଭେରିଫିକେସନ୍‌‌ କରାଯାଉଛି। ଯେଉଁଥିରେ ଏଠାରେ ଭିତ୍ତିଭୂମିର ଅଭାବ ଥିବାରୁ ଏତେ ଲୋକଙ୍କୁ ଅଫିସ୍‌‌ ଭିତରେ ବସାଇବା ସମ୍ଭବପର ନୁହେଁ। ତେଣୁ ପାସ୍‌‌ପୋର୍ଟ ଅଫିସ୍‌‌କୁ ଆସୁଥିବା ଏକାଧିକ ଲୋକଙ୍କୁ ଗେଟ୍‌‌ ବାହାରେ ଲାଇନ୍‌‌ରେ ଖରାରେ ଛିଡ଼ା କରାଯାଉଛି। ପରେ ଜଣ ଜଣଙ୍କୁ ଭିତରକୁ ଡକାଯାଇ ଯାଞ୍ଚ କରାଯାଉଛି। ଏହାଦ୍ୱାରା ସମୟ ନଷ୍ଟ ହେଉଛି। ଲୋକମାନେ ବାହାରେ ଧାଡ଼ିରେ ଛିଡ଼ା ହେବା ଦ୍ୱାରା ଏହାର ସୁଯୋଗରେ ଦଲାଲମାନେ ମଧ୍ୟ ଲୋକଙ୍କୁ ଠକୁଛନ୍ତି। ଶୀଘ୍ର କରାଇଦେବାକୁ କହି ସେମାନଙ୍କଠାରୁ ଟଙ୍କା ଲୁଟି ନେଉଛନ୍ତି। ଆହୁରି ମଧ୍ୟ ଏକାଧିକ ପାସ୍‌‌ପୋର୍ଟ ଏକା ସମୟରେ ଯାଞ୍ଚ କରିବାରେ ସମସ୍ୟା ହୋଇଥାଏ। ଯେଉଁଥିପାଇଁ ଅନେକ ଲୋକ ଜାଲିଆତି କରି ପାସ୍‌‌ପୋର୍ଟ ପାଇଁ ଆବେଦନ କରିଥା’ନ୍ତି। ଯାହାଫଳରେ ଭିଡ଼ ପାଇଁ ସେମାନେ ଧରାପଡ଼ି ନ ଥାନ୍ତି। ସହଜରେ ସେମାନେ ପାସ୍‌‌ପୋର୍ଟ ନେଇ ଦେଶ ବାହାରକୁ ପଳାଇ ଯାଇଥାନ୍ତି। ଏନେଇ କିଛି ବର୍ଷ ହେବ ଏକାଧିକ ନକଲି ପାସ୍‌‌ପୋର୍ଟ ଆବେଦନ କରିଥିବା ବ୍ୟକ୍ତି ଧରାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆହୁରି ମଧ୍ୟ ଏକାଧିକ ଲୋକ ପାସ୍‌‌ପୋର୍ଟ ପାଇଁ ଅଫିସ୍‌‌କୁ ଆସୁଛନ୍ତି। ଆଉ ସେମାନେ ମନଇଚ୍ଛା ଗାଡ଼ିକୁ ରାସ୍ତା ଉପରେ ପାର୍କିଂ କରି ଦେଉଛନ୍ତି। ଯାହାଫଳରେ ମୁଖ୍ୟ ରାସ୍ତା ସଙ୍କୁଚିତ ହେବା ଫଳରେ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେଉଛି। ବଡ଼ ସମସ୍ୟା ହେଲା ମହିଳାମାନେ ପାସ୍‌‌ପୋର୍ଟ ଆବେଦନ କରିବାକୁ ଆସିଲେ ମଧ୍ୟ ସେମାନେ ପୁରୁଷଙ୍କ ସହ ଧାଡ଼ିରେ ଖରାରେ ଛିଡ଼ା ହେବାକୁ ପଡୁଥିଲା। ତେଣୁ ଏନେଇ ପାସ୍‌‌ପୋର୍ଟ ଅଧିକାରୀ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। ଯାହାଫଳରେ ଏନେଇ ଅନୁମତି ମିଳିବା ପରେ ରସୁଲଗଡ଼ରେ ପାସ୍‌‌ପୋର୍ଟ ସେବାକେନ୍ଦ୍ର କରାଯାଇଛି।
ନୂଆଦିଲ୍ଳୀ : ଏଣିକି ପାସପୋର୍ଟ ପାଇଁ ଆଉ ପାସପୋର୍ଟ ସେବା କାର୍ଯ୍ୟାଳୟ ଯିବାକୁ ପଡ଼ିବନାହିଁ। ଯେ କୌଣସି ସ୍ଥାନରେ ରହି ଆପଣ ଆବେଦନ କରିପାରିବେ ପାସପୋର୍ଟ। ଏନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୂରଲୀଧରନ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟ ‘ଡିଜିଲକର’ ପ୍ଲାଟଫର୍ମରେ ପାସପୋର୍ଟ ସେବାକୁ ଯୋଡ଼ିଛନ୍ତି। ଦେଶର ଯେକୌଣସି ସ୍ଥାନରେ ରହି ‹ଡିଜିଲକର› ମାଧ୍ୟମରେ ପାସପୋର୍ଟ ଆବେଦନ କରିପାରିବେ। ଏଥିପାଇଁ ପ୍ରଥମେ ‘ଡିଜିଲକର’ରେ ନିଜର ସମସ୍ତ କାଗଜପତ୍ର ଜମା କରିବାକୁ ପଡ଼ିବ।
ଆଗକୁ ପାସପୋର୍ଟ ସେବା କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଯୋାଗଇଦେବ କାଗଜବିହୀନ ସେବା। କେନ୍ଦ୍ର ସରକାର ଇ-ପାସପୋର୍ଟ ସେବା ଆରମ୍ଭ କରିବା ଉପରେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଦେଶରେ ପାସପୋର୍ଟ ସୁରକ୍ଷାକୁ ବୃଦ୍ଧି କରାଯାଇପାରିବ। ପାସପୋର୍ଟ ହଜିଯାଇଥିଲେ ପୁଣିଥରେ ପାଇବା ପାଇଁ ଏହି ସେବା ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୂରଲିଧରନ।
ଡିଜିଲକର କ’ଣ
ଡିଜିଟାଲ ଲକରକୁ ସଟ୍‌ଫର୍ମରେ ଡିଜିଲକର କୁହାଯାଇଥାଏ। ଏହା ହେଉଛି ଏକ ଭର୍ଚୁଆଲ ଲକର, ଯେଉଁଥିରେ ସମସ୍ତ ପ୍ରକାର କାଗଜପତ୍ର, ଆଧାର କାର୍ଡ଼, ପ୍ୟାନ କାର୍ଡ଼, ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ଏଲଆଇସି କାର୍ଡ଼ ଆଦି ରଖାଯାଇପାରିବ। ଏହି ବ୍ୟବସ୍ଥା ୨୦୧୫ରେ ଆରମ୍ଭ କରାଯାଇଥିଲା। ଡିଜି ଲକରରେ ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ କାଗଜପତ୍ରକୁ ସାଙ୍ଗରେ ନେବାକୁ ପଡ଼ି ନ ଥାଏ। ଏହି ଡିଜି ଲକରରେ ଡକ୍ୟୁମେଣ୍ଟ ରଖିବାକୁ ଚାହୁଁଥିଲେ ପ୍ରଥମେ ସମସ୍ତ ଡକ୍ୟୁମେଣ୍ଟକୁ ସ୍କାନ କରି ଏଥିରେ ସେଭ୍ କରିବାକୁ ପଡ଼ିବ। ଏହି ଲକର ଆଧାର ନମ୍ବର ସହ ସଂଯୁକ୍ତ ହୋଇଥାଏ।
କେମିତି ଖୋଲିବେ ଆକାଉଣ୍ଟ
ପ୍ରଥମେ ସୁନିଶ୍ଚିତ କରିବେ ଆପଣଙ୍କ ଫୋନ ନମ୍ବର ଆଧାର କାର୍ଡ ସହ ଲିଙ୍କ ଅଛି କି ନାହିଁ। ଯଦି ଅଛି, digitallocker.gov.in ୱେବସାଇଟକୁ ଯାଆନ୍ତୁ। ସେଥିରେ ଯାଇ ସାଇନ୍ ଅପ୍‌ କରି ନିଜର ସମସ୍ତ ତଥ୍ୟ ଯଥା ନାମ, ଜନ୍ମ ତାରିଖ, ପଞ୍ଜିକୃତ ମୋବାଇଲ ନମ୍ବର, ଇମେଲ, ପାସୱାର୍ଡ ଦିଅନ୍ତୁ। ଏହାପରେ ନିଜର ଆଧାର ନମ୍ବର ଏଣ୍ଟ୍ରି କରିବେ। ଏଣ୍ଟ୍ରି କରିବା ପରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ। ଶେଷରେ ଆପଣ ନିଜର ୟୁଜର ଆଇଡି ଓ ପାସ୍‌ୱାଡ ତିଆରି କରିବେ।
ପାସପୋର୍ଟ ସେବା ପାଇଁ ଡିଜି ଲକରର ବ୍ୟବହାର ଅତ୍ୟନ୍ତ ସହଜ। ଜନସାଧାରଣଙ୍କୁ ପେପରଲେସ୍ ପାସପୋର୍ଟ ସେବା ଯୋଗାଇ ଦେବା ଏହାର ଏକ ମାତ୍ର ଲକ୍ଷ୍ୟ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଡିଜିଟାଲ ଲକର ହେଉଛି, ଡିଜିଟାଲ ଇଣ୍ଡିଆ କର୍ପୋରେସନ ଅଧିନରେ ଥିବା ଇଲୋକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଏକ ପଦକ୍ଷେପ।