Employee Lay Off - The Sakala

ବିଶ୍ୱସ୍ତରରେ ଛଟେଇ ଜାରି: ୬ ମାସରେ ୨.୧୨ ଲକ୍ଷ କର୍ମଚାରୀ ହରାଇଛନ୍ତି ଚାକିରି
ନୂଆଦିଲ୍ଲୀ: ଇତିମଧ୍ୟରେ ବର୍ଷ ୨୦୨୩ର ଅଧା ସମୟ ଅତିକ୍ରମ କରିଗଲାଣି। ବର୍ଷର ପ୍ରଥମ ଛଅ ମାସରେ ବିଶ୍ୱସ୍ତରରେ ଚାକିରି ସଙ୍କଟ ଏତେ ଗମ୍ଭୀର ରୂପ ନେଇଛି ଯେ, ଏହାକୁ ନେଇ ଚାରିଆଡେ ଏକ ଭୟର ବାତାବରଣ ଖେଳିଗଲାଣି। ବର୍ଷର ପ୍ରଥମ ୬ମାସରେ ସାରା ବିଶ୍ବରେ ୨.୧୨ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏଥିରେ ବଡ଼ ଟେକ୍ ଫାର୍ମ ହେଉ କିମ୍ବା ଷ୍ଟାର୍ଟଅପ୍ ସମସ୍ତଙ୍କ କ୍ଷେତ୍ରରେ ପରିସ୍ଥିତି ସମାନ। ବିଶ୍ୱସ୍ତରରେ ହେଉଥିବା ଛଟେଇ ଘଟଣା ନେଇ ଚାରିଆଡେ ଏବେ କର୍ମଚାରୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

୨୦୨୩ ବର୍ଷର ପ୍ରଥମ ଛଅ ମାସରେ, ବିଶ୍ୱ ଟେକ୍ନୋଲୋଜି କ୍ଷେତ୍ରରେ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛ। ଟ୍ରାକିଂ ସାଇଟ୍ ଲେଅଫସ୍ ଡଟ୍ଏଫ୍ୱାଇଆଇର ସାରା ବିଶ୍ବରେ ହେଉଥିବା ଛଟେଇ ନେଇ ତଥ୍ୟ ଦେଇଥାଏ। ରିପୋର୍ଟ ଅନୁଯାୟୀ, ୨୦୨୩ ଜୁନ୍ ୩୦ ସୁଦ୍ଧା, ୮୧୯ ଟେକ୍ କମ୍ପାନୀ ମଧ୍ୟରୁ ୨,୧୨,୨୨୧ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି। ତୁଳନାତ୍ମକ ଭାବରେ, ଯଦି ଆମେ ୨୦୨୨ ବର୍ଷର ତଥ୍ୟକୁ ଦେଖିବା, ୧୦୪୬ଟି ଟେକ୍ କମ୍ପାନୀର ୧.୬୧ ଲକ୍ଷ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିଲା। ଏହି ସମସ୍ତ ତଥ୍ୟଅନୁଯାୟୀ, ରେ, ୨୦୨୨ ଏବଂ ୨୦୨୩ ବର୍ଷର ଜୁନ୍ ୩୦ ପର୍ଯ୍ୟନ୍ତ ହାରାହାରି ୩.୮ ଲକ୍ଷ କର୍ମଚାରୀଙ୍କ ଚାକିରି ଯାଇଛି। ବଡ ଟେକ୍ କମ୍ପାନୀଗୁଡିକଠାରୁ ଆରମ୍ଭ କରି ଛୋଟ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ, ସେମାନେ ଛଟେଇ ନେଇ ସମାନ କାରଣ ଦର୍ଶାଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ନିଯୁକ୍ତି, ଅସ୍ଥିର ବିଶ୍ୱ ମାଇକ୍ରୋ-ଅର୍ଥନୈତିକ ସ୍ଥିତି ଏବଂ କୋଭିଡ -୧୯ ମହାମାରୀର ପରବର୍ତ୍ତୀ ପ୍ରଭାବ ଏବଂ ଏହାକୁ ନେଇ ବଢ଼ୁଥିବା ଚିନ୍ତା।

ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ସେମାନଙ୍କରା କର୍ମଚାରୀଙ୍କୁ ଚାକିରିରୁ ରଖାସ୍ତ କରିଛନ୍ତି। ଗତ ବର୍ଷ ସମାନ ଅବଧି ତୁଳନାରେ ଏହା ୪୦ ପ୍ରତିଶତ ଅଧିକ। ସାରା ବିଶ୍ବରେ ଷ୍ଟାଟ୍ ଅପ୍ଗୁଡିକ ଦ୍ବାରା ହୋଇଥÒବା ଛଟେଇ ତୁଳନାରେ ଭାରତରେ କରାଯାଇଥିବା ଛଟେଇ ତାହାର ପାଞ୍ଚ ପ୍ରତିଶତ ହେବ। ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୧୦୨ ଭାରତୀୟ ଷ୍ଟାର୍ଟଅପ୍ରେ ୨୭,୦୦୦ ରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏଥିମଧ୍ୟରୁ ୨୨ଟି ଏଡ୍ଟେକ୍ ଷ୍ଟାର୍ଟଅପ୍ ଏବଂ ୭ଟି ୟୁନିକର୍ଣ୍ଣ ଏଡେକ୍ ରହିଛନ୍ତି ଯେଉଁଗୁଡିକ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଗତ ବର୍ଷ ଜାନୁୟାରୀ-ଜୁନ୍ ତୁଳନାରେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଷ୍ଟାର୍ଟଅପ୍କୁ ପାଣ୍ଠି ଯୋଗାଣରେ ୭୦%ରୁ ଅଧିକ ହ୍ରାସ ଘଟିଛି। ଏହି କାରଣରୁ, ୨୦୨୩ର ଜାନୁଆରୀ-ଜୁନ୍ ପ୍ରଥମ ୬ ମାସରେ ଦେଶରେ କୌଣସି ନୂତନ ୟୁନିକର୍ଣ୍ଣ ସୃଷ୍ଟି ହୋଇନାହିଁ ବୋଲି ରିପୋର୍ଟରୁ ଜଣାଯାଇଛି।

୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ
ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀ ଛଟେଇ ପ୍ରକ୍ରିୟାକୁ ନେଇ ଏବେ ନିଯୁକ୍ତି କ୍ଷେତ୍ର ଭାରୀ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। କିଛି ଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନୀ ଘୋଷଣା କରିଥିଲା। ହେଲେ ଏବେ କମ୍ପାନୀ ପକ୍ଷରୁ ଯେଉଁ ସୂଚନା ମିଳିଛି ତାହାକୁ ନେଇ କର୍ମଚାରୀ ମହଲରେ ଭାଳେଣି ପଡ଼ିଛି। କମ୍ପାନୀ ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଇଛି।

ରିପୋର୍ଟ ଅନୁଯାୟୀ ଆମାଜନ କମ୍ପାନୀ ପୂର୍ବ ଯୋଜନା ତୁଳନାରେ ଅଧିକ ବିଭାଗରେ ଛଟେଇ କରିପାରେ। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର, ଟେକ୍ନୋଲୋଜି ଷ୍ଟାଫ ଏବଂ କର୍ପୋରେଟ୍ ଏକଜିକ୍ୟୁଟିଭ୍‌ର କର୍ମଚାରୀ ସାମିଲ ରହିବେ। ଆଗାମୀ ମାସରେ ଏସବୁ କର୍ମଚାରୀଙ୍କ ଛଟେଇ ସମ୍ପର୍କରେ କମ୍ପାନୀ ଘୋଷଣା କରିପାରେ ବୋଲି କୁହାଯାଇଛି। ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡି ଜେସିଙ୍କ ସୂଚନା ଅନୁସାରେ କମ୍ପାନୀ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରୁ କର୍ମଚାରୀ ଛଟେଇ କରାଯିବ। ହେଲେ କେତେ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ କମ୍ପାନୀ ନିଜର ମୋଟ ୧୫ ଲକ୍ଷ କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଲକ୍ଷ୍ୟ ରଖିଥିବାରୁ ଅଧିକ ହାରରେ ଲୋକ ଚାକିରି ହରାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।