Former Chief minister of Odisha - The Sakala

ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ, ଟଲମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡ଼ିଶା
ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଓଡ଼ିଶାର ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର ଆଙ୍କିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ୧୯୧୬ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ-୮୧ ବର୍ଷର ଜୀବନ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।

ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁ। ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ।

ସେଥିପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା। ସ୍ବାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଞ୍ଚଳରେ ଶ୍ରୀନଗରରେ ଭାରତୀୟ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ୧୯୬୧ରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ବ ନେଇ ୧୪୦ ଆସନରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାକୁ ମାତ୍ର ୨ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟ ବିକାଶର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌ ହାଇୱେ , ମିଗ୍‌ ବିମାନ କାରଖାନା, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ, ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା।

ସତୁରୀ ଦଶକରେ ସେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଇସ୍ପାତ, ଖଣି ଓ କୋଇଲା ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ଓଡ଼ିଶା ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନେତାଙ୍କର ମହାପ୍ରୟାଣ ଘଟିଥିଲା।

ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ
ସାମ୍ୟବାଦୀ ଦର୍ଶନର ରୂପକାର, କୃଷକ, ଗରିବ, ଖଟିଖିଆ, ଅବହେଳିତ, ନିଷ୍ପେଷିତ ଜନତାର ସୁଖଦୁଃଖର ସାଥୀ, ସଚ୍ଚା ଦେଶସେବକ, ସରଳ ଓ ନିରହଙ୍କାର ମଣିଷ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ନବକୃଷ୍ଣ ଚୌଧୁରୀ ୧୯୫୦ରୁ ୧୯୫୬ ମସିହା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସେ ଏପରି ଜଣେ ବିରଳ ବ୍ୟକ୍ତିତ୍ବ, ଯାହାଙ୍କଠାରେ ସମାଜବାଦ ଓ ସର୍ବୋଦୟର ସମନ୍ବୟ ଦେଖିବାକୁ ମିଳେ। ମୁଖ୍ୟମନ୍ତ୍ରୀ ଥିବାବେଳେ କ୍ଷମତାର ମୋହ ତାଙ୍କୁ ଗ୍ରାସ କରିପାରି ନଥିଲା। ସେ ସାଧାରଣ ଲୋକଙ୍କ ସହ ଅତି ନିବିଡ଼ ଭାବେ ମିଶୁଥିଲେ। ସେଥିିପାଇଁ ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ନ କହି ‘ନବବାବୁ’ ବୋଲି ସମ୍ବୋଧନ କରୁଥିଲେ।

ସେ ତାଙ୍କ ଶାସନ ସମୟରେ ଜମିଜମା ସଂସ୍କାର ଆଇନ, ଭାଗଚାଷ ଆଇନ, ଜମିଦାରୀ ପ୍ରଥା ଉଚ୍ଛେଦ, ନିଶା ନିବାରଣ, ଶ୍ରୀମନ୍ଦିର ସଂସ୍କାର ଆଦି ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ।  ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ଭାବେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ ।  ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସ ଗାଁରେ ୧୯୦୧ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ଓକିଲ ଥିଲେ । ନବକୃଷ୍ଣ ଚୌଧୁରୀ ଏପରି ଏକ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯେଉଁଠି ପ୍ରବାହିତ ହେଉଥିଲା ସଂଗ୍ରାମର ହାୱା। ଏହି ପରିବାରର ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀଙ୍କୁ କିଏ ବା ନ ଜାଣେ ! ବାଲ୍ୟକାଳରୁ ଜାତିର ପିତା ମହାତ୍ମା ଗାନ୍ଧୀ, ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର୍‌ ଓ ସର୍ବୋଦୟ ନେତା ବିନୋବା ଭାବେଙ୍କ ଚିନ୍ତା ଓ ଚେତନା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ନବକୃଷ୍ଣ ପ୍ୟାରୀମୋହନ ଏକାଡେମୀରେ  ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ହାଇସ୍କୁଲ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ ଭାରତର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢ଼ା ଛାଡ଼ି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଲେ ।

ସାବରମତୀ ଆଶ୍ରମରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ ଓଡ଼ିଶା ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡ଼ିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇଥିଲେ । ସେଠାରେ ତାଙ୍କର ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା । ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଦୁହେଁ ଆସି ଜଗତସିଂହପୁରର ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳାଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ ‘ସାରଥି’ ଏବଂ ତା ପରେ ‘କୃଷକ’ ନାମକ ପତ୍ରିକା ବାହାର କରିଥିଲେ।   ଜମିଦାର ଘରେ ଜନ୍ମ ହୋଇଥିଲେ ବି ସେ ତାଙ୍କର ସମସ୍ତ ଜମି ଭୂଦାନ ଆନ୍ଦୋଳନବେଳେ ଦାନ କରିଦେଇଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହୋଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ୧୯୫୦ ମେ’ ମାସରୁ ୧୯୫୬ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରାୟ ସାଢ଼େଛଅ ବର୍ଷ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଏହି ସମୟ ଭିତରେ ଆଧୁନିକ ଓଡ଼ିଶାର ନିର୍ମାଣ ଭିତ୍ତିସ୍ଥାପନ ହୋଇଥିଲା । ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ହୀରାକୁଦ ବନ୍ଧ, ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ, ଚୌଦ୍ବାର କାଗଜକଳ, ଡୁଡୁମା ଜଳ ବିଦ୍ୟୁତ୍ କେନ୍ଦ୍ର ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପନ ହୋଇଥିଲା । ବହୁ ବିରୋଧ ସତ୍ତ୍ୱେ ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା । ୧୯୮୪ ଜୁନ୍‌ ୨୪ରେ ଏହି ରାଜନୈତିକ ସନ୍ଥଙ୍କର ମୃତ୍ୟୁ ହୋଇଥିଲା।

ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ
ଭୁବନେଶ୍ୱର: ରାଜ୍ୟ, ଦେଶ ଓ ଦେଶ ବାହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପ୍ରୀତି, ବୀର ଗାଥା ସର୍ବଜନବିଦିତ। ଏକ ସମୟରେ ଦେଶର ଶୀର୍ଷ ରାଜନୈତିକ ନେତୃତ୍ୱଙ୍କ ନେତା ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିବାକୁ ସକ୍ଷମ ହୋଇଥିଲେ। ରାଜ୍ୟ ଓ ଦେଶ ପାଇଁ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ଏହା ସତ୍ତ୍ବେ ଦେଶ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନାହିଁ । ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି । ବିଜୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ବିଜୁ ଜନତା ଦଳ ଏ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ପୂର୍ବରୁ ଦାବି କରିଛି। ସଂସଦର ଉଭୟ ସଦନରେ ବିଜୁ ଜନତା ପକ୍ଷରୁ ବହୁ ବାର ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଏବେ ଜେଡ଼ି (ୟୁ) ଉଠାଇଛି ବିଜୁଙ୍କୁ ଭାରତ ରତ୍ନ ପ୍ରସ୍ତାବ । ସ୍ୱତନ୍ତ୍ର ଭାରତ ଗଠନରେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତୁଳନୀୟ ଅବଦାନ ରହିଛି । ମାତ୍ର କଂଗ୍ରେସ ଓ ବିଜେପି ସରକାର ବିଜୁବାବୁଙ୍କ ଭାରତ ରତ୍ନ ଦେବା ନେଇ ପ୍ରୟାସ କରିନାହାଁନ୍ତି । ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି ଜେଡିୟୁ।

ସୋମବାର ଜେଡିୟୁ ନେତା କେ ସି ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ବିଜୁଙ୍କ ପ୍ରତି କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କ ଉପେକ୍ଷା ମନୋଭାବକୁ କଟୁ ସମାଲୋଚନା କରିଛନ୍ତି। ଶ୍ରୀ ତ୍ୟାଗୀ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କର କାର୍ଯ୍ୟଶୈଳୀ ଓ ରାଷ୍ଟ୍ରପ୍ରେମ ସ୍ୱତନ୍ତ୍ର ଓ ଅନନ୍ୟ ଥିଲା। ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରେ ଭାରତର ରାଜନୈତିକ ଚିତ୍ରପଟ୍ଟରେ ବିଜୁବାବୁଙ୍କ ଗୁରୁତ୍ୱକୁ ଯେକେହି ଅନୁଭବ କରିପାରିବେ। ଉତ୍ତରଭାରତର ନେତା ହୋଇଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରି ଥାଆନ୍ତେ। ତାଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ନ ମିଳିବା ବିଡ଼ମ୍ବନା। ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ମିଳିତ ଉଦ୍ୟମ କରିବା ଦରକାର। ସେ କେବଳ ଓଡ଼ିଶାର ଗୌରବ ନୁହନ୍ତି, ଜାତୀୟସ୍ତରରେ ତାଙ୍କର ରାଜନୈତିକ ପ୍ରତିଷ୍ଠା ତତ୍କାଳୀନ ନେତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଦେଶ ପ୍ରତି ତାଙ୍କ ନିଷ୍ଠାକୁ ସମ୍ମାନ ଜଣାଇ ଭାରତରତ୍ନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜେଡିୟୁ ନେତା ଶ୍ରୀତ୍ୟାଗୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶ୍ରୀକାନ୍ତ ଜେନା ମଧ୍ୟ କେ ସି ତ୍ୟାଗୀଙ୍କ ଦାବିକୁ ସମର୍ଥନ କରିଛନ୍ତି।