pakhala divas - The Sakala
ରାଜ୍ୟବାସୀଙ୍କୁ ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ପଖାଳ ଦିବସ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ଆଜି ପଲ୍ଲୀଠୁ ସହର ସବୁଠି ପଖାଳ ଖାଇ ଉତ୍ସବ ପାଳୁଛନ୍ତି ସମସ୍ତେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ ଦିବସ । ପଖାଳ ସାଙ୍ଗରେ ଚୁନା ମାଛ ଭଜା, ଛୁଇଁ ଭଜା, ବଡ଼ି ଚୁରା, ଶାଗ ଭଜା, କଲରା ଓ ଆଳୁ ଭଜା ଖାଇ ପଖାଳ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ । ପଖାଳ ମୋର ପସନ୍ଦ ବୋଲି ମୁଖ୍ଯମନ୍ତ୍ରୀ ଟ୍ବିଟ କରି କହିଛନ୍ତି।
‘ପଖାଳ’ ମୋର ପସନ୍ଦ। ସମସ୍ତଙ୍କୁ ‘ପଖାଳ ଦିବସ’ର ଶୁଭେଚ୍ଛା। #ପଖାଳଦିବସ #PakhalaDibasa pic.twitter.com/3bDfsxAz6Q
— Naveen Patnaik (@Naveen_Odisha) March 20, 2022
ବିଦେଶରେ ଥିବା ପ୍ରବାସୀ ଓଡ଼ିଆ ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପଖାଳ ଆସ୍ତେ ଆସ୍ତେ ଓଡିଆଙ୍କ ଖାଦ୍ୟ ତାଲିକାର ପ୍ରଥମକୁ ଆସିଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳରେ ଅନେକ ଉପାଦେୟତା ମଧ୍ୟ ଭରି ରହିଛି । କୋଭିଡ ସମୟରେ ରିସର୍ଚ୍ଚ କରୁଥିବା ଡାକ୍ତରୀ ଦଳ ଶେଷରେ ପଖାଳକୁ ସାବାସୀ ଦେଇଥିଲେ । ଅର୍ଥାତ ପଖାଳ ଖାଇବା ଦ୍ୱାରା ମଣିଷ ଶରୀରରେ ଇମ୍ୟୁନିଟ ବୁଷ୍ଟ ହୋଇଥାଏ ବୋଲି ପ୍ରମାଣିତ ହୋଇଥିଲା ।
ଭୁବନେଶ୍ୱର: ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । ଏଠି ଭକ୍ତ ବି ଖାଅନ୍ତି ଆଉ ଭଗବାନଙ୍କ ପାଖରେ ବି ଭୋଗ ଲାଗେ ପଖାଳ । ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ । ଖରା ଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ । ଆଉ କିଛି ଖାଇଲେ ହୁଏତ ପେଟ ପୂରିଯିବ କିନ୍ତୁ ମନ ଭରିବ ତ ପଖାଳ ଖାଇଲେ । କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରେ ରହୁଥିବା ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ଓଡ଼ିଆଙ୍କ ପ୍ରିୟ ବ୍ୟାଞ୍ଜନକୁ ସାରା ବିଶ୍ୱର କୋଣଅନୁକୋଣନରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଆର୍ଥାତ ଆଜି ଦିନଟିକୁ ’ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।
ପୂର୍ବରୁ ପଖାଳ କେବଳ ଗରିବଙ୍କ ମଧ୍ୟରେ ସୀମିତ ଥିଲା ହେଲେ ଏବେ ଏହାର ପରିଚୟ ବଦଳିଛି । ଆଧୁନିକ ତା’ର ଖୋଳପାରେ ପଖାଳ ଏବେ ସବୁ ବର୍ଗର ଲୋକଙ୍କ ପସନ୍ଦର ବ୍ୟଞ୍ଜନ ପାଲଟିଛି । ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନ୍ୟୁରେ ପଖାଳର ଚାହିଦା ରହିଛି ।
ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ଗ୍ରାହକଙ୍କୁ ପରସି ଦିଆଯାଏ ।
ପଖାଳ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା, ଶାଗ, ବଡ଼ିଚୁରା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍‌ରେ କେବେବି ମିଳେ ନାହିଁ। ସବୁ ଦୃଷ୍ଟିରୁ ପଖାଳ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ। ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଆଦି ପକାଯାଏ।
ଜଗନ୍ନାଥ ମହାପ୍ରଭୁ ବି ପଖାଳ ପ୍ରିୟ
ପଖାଳ ଖାଣ୍ଟି ଓଡ଼ିଆ ଖାଦ୍ୟ। ଏହାର ସୁଆଦ ସ୍ୱତନ୍ତ୍ର। ଖରାଦିନେ ତ ପଖାଳର ଚାହିଦା କାହିଁରେ କେତେ। ତୋରାଣିରେ ଆମ୍ବକଷିଆ ଅଦା, ଲଙ୍କା, ଲେମ୍ବୁର ମହ ମହ ବାସ୍ନା ଅନେକଙ୍କୁ ପଖାଳ କଂସା ଆଡକୁ ଟାଣିନିଏ। ପଖାଳ ଭାତ ଖାଇ ତୋରାଣି ଦି ଢୋକ ପିଇଦେଲେ ଆତ୍ମା ଶାନ୍ତି ହୋଇଯାଏ। ତେବେ ମଣିଷ କେବଳ ଯେ ପଖାଳ ଖାଉଛନ୍ତି ତାହା ନୁହେଁ, ଜଗନ୍ନାଥ ମହାପ୍ରଭୁ ବି ପଖାଳ ପ୍ରିୟ; ଯେଉଁଥିପାଇଁ ବର୍ଷତମାମ୍‍ ଚତୁର୍ଦ୍ଧାବିଗ୍ରହଙ୍କ ପାଖରେ ପଖାଳ ଭୋଗ ଲାଗି ହୁଏ। ଏହି ଓଡ଼ିଆ ଖାଦ୍ୟର ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଭୋଗ ଲାଗି ହେଉଥିବା ପଖାଳକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା..
ପୁରୀ: ଉତ୍କଳୀୟ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତା’ ମଧ୍ୟରୁ ପଖାଳ ଅନ୍ୟତମ। ଓଡ଼ିଆ ଘରର ପ୍ରତିଟି ଜନଜୀବନରେ ପଖାଳର ଆଦର ରହିଆସିଛି। ଏହି ପଖାଳ ଶ୍ରୀମନ୍ଦିର ପରମ୍ପରାରେ ବି ଯୋଡ଼ି ହୋଇଯାଇଛି। ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ଅନ୍ୟତମ। ବର୍ଷର ଅଳ୍ପ କିଛିଦିନକୁ ବାଦ୍‍ ଦେଲେ ପ୍ରାୟ ସବୁଦିନ ଚତୁର୍ଦ୍ଧାବିଗ୍ରହଙ୍କ ପାଖେ ଖାଳ ଲାଗି କରାଯାଇଥାଏ। ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇଥାନ୍ତି। ଶ୍ରୀମନ୍ଦିରରେ ଯେଉଁ ଟଙ୍କତୋରାଣି (ଏବେ ବନ୍ଦ ଅଛି) ମିଳେ ତାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ। ଏହି ପଖାଳ ତୁଣ ସୁଆର ଓ ଥାଳି ସୁଆର ସେବକମାନେ ପ୍ରସ୍ତୁତ କରିଥାନ୍ତି। ପନ୍ତି ବଡ଼ୁ ସେବକ ଯେଉଁ ଭୋଗରେ ଯେଉଁ ପଖାଳ ଲାଗି ହେବା କଥା ତାହା ପନ୍ତି ଲଗାଇଥାନ୍ତି।
ଶ୍ରୀମନ୍ଦିରରେ ପଖାଳ:
ବଡ଼ୁ ସୁଆର ନିଯୋଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସମ୍ପ୍ରତି ଶ୍ରୀମନ୍ଦିରରେ ୫ ପ୍ରକାର ପଖାଳ ଠାକୁରଙ୍କୁ ଭୋଗ ଲାଗି ହେଉଛି। ଏହି ପଖାଳ ହେଲା ଚିପୁଡ଼ା ପଖାଳ, ଟଭା ପଖାଳ, ସୁବାଷିତ ପଖାଳ, ଦହି ପଖାଳ ଓ ଘିଅ ପଖାଳ। ଏହି ପଖାଳ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ରୋଷ ଭିତରେ ସ୍ୱତନ୍ତ୍ର ପଥରରେ ଏକ ପଖାଳ କୁଣ୍ଡ ରହିଛି। ଏଥିରେ ଅନ୍ନ ଓ ପାଣି ପୂରାଯାଇ ମହାପ୍ରଭୁଙ୍କ ଲାଗି ପଖାଳ ପ୍ରସ୍ତୁତ କରାଯାଇଥାଏ।
ଚିପୁଡ଼ା ପଖାଳ: ଅନ୍ନରେ ପାଣି, ଲୁଣ ଇତ୍ୟାଦି ମିଶ୍ରିତ ହୋଇ ଚିପୁଡ଼ା ଯାଇ ଓଳିରେ ରଖାଯାଏ। ଏହା ଉପରେ ଅଦା ପାତି, ଭଜା ଜିରା ପକାଯାଇ ଚିପୁଡ଼ା ପଖାଳ ପ୍ରସ୍ତୁତ କରାଯାଇଥାଏ। ମଧ୍ୟାହ୍ନ ଧୂପ ସମୟରେ ଏହି ପଖାଳ ଠାକୁରଙ୍କ ପାଖରେ ଲାଗି କରାଯାଏ।
ଟଭା ପଖାଳ: ଅନ୍ନରେ ଟଭା (କମଳା ଭଳି ଦେଖାଯାଉଥିବା ଏକ ଖଟା ଜାତୀୟ ଫଳର ରସ) ପକାଯାଇ ସେଥିରେ ଲୁଣ, ଜିରା, ପାଣି, ଅଦାଖଣ୍ଡ ଇତ୍ୟାଦି ପକାଯାଏ। ଏହାକୁ ଟଭା ପଖାଳ କୁହାଯାଏ। ଏହା ଦ୍ୱିପ୍ରହର ଧୂପ ସମୟରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରାଯାଏ।
ସୁବାଷିତ ପଖାଳ: ଅନ୍ନରେ ପାଣି ମିଶ୍ରିତ ପୂର୍ବକ ଏଥିରେ ଲୁଣ, ଭଜା ଜିରା, ଅଦାଖଣ୍ଡ, ଲବଙ୍ଗ, ଗୋଲମରିଚ ଇତ୍ୟାଦି ପକାଯାଇ ସୁବାଷିତ ପଖାଳ ପ୍ରସ୍ତୁତ ହୋଇଥାଏ। ଏହା ମଧ୍ୟାହ୍ନ ଧୂପରେ ଠାକୁରଙ୍କ ପାଖରେ ଲାଗି କରାଯାଇଥାଏ।
ଦହି ପଖାଳ: ଅନ୍ନରେ ପାଣି ମିଶାଯାଏ। ଏଥିରେ ଲୁଣ, ଭଜା ଜିରା, ଅଦାଖଣ୍ଡ, ଦହି ଇତ୍ୟାଦି ପକାଯାଇ ପ୍ରସ୍ତୁତ ପଖାଳକୁ ଦହି ପଖାଳ କୁହାଯାଏ। ଏହା ସନ୍ଧ୍ୟା ଧୂପରେ ଦାରୁବିଗ୍ରହଙ୍କ ପାଖରେ ଲାଗି ହୋଇଥାଏ।
ଘିଅ ପଖାଳ: ବଡ଼ସିଂହାର ଧୂପରେ ଦାରୁବିଗ୍ରହଙ୍କ ଉଦ୍ଦେଶ୍ୟରେ ଘିଅ ପଖାଳ ଅର୍ପଣ କରାଯାଇଥାଏ। ଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଶ୍ରୀମନ୍ଦିର ପାରମ୍ପରିକ ଭାଷାରେ ଏହାକୁ ଘିଅ ପଖାଳ କୁହାଯାଏ। ଏଭଳି ଭୋଗ ଅର୍ପଣ ଓ ପ୍ରସ୍ତୁତ ପରମ୍ପରା ବାସ୍ତବିକ ସମଗ୍ର ବିଶ୍ୱରେ ବିରଳ; ଯେଉଁଥିପାଇଁ ଏକ ପ୍ରବାଦ ରହିଛି ‘ଏମିତିଆ ଦିଅଁ କେଉଁଠି ଅଛି, ପଖାଳ ଭାତରେ ଘିଅ ଖାଉଛି’।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ କେଉଁ ଭୋଗରେ କ’ଣ ଲାଗି ହେବ ତାହା ଶ୍ରୀମନ୍ଦିର ଆରମ୍ଭରୁ ମାଦଳା ପାଞ୍ଜିରେ ଲିଖିତ ରହିଛି। ବିଭିନ୍ନ ରାଜାଙ୍କ ସମୟରେ ଏକାଧିକ ପିଠା ଏବଂ ଭୋଗ ଯୋଡ଼ା ଯାଇଥିଲେ ମଧ୍ୟ ପଖାଳ ତନ୍ମଧ୍ୟରୁ ପ୍ରାଚୀନ ବୋଲି ଜଣାପଡ଼ିଛି।