Voting in Padmapur - The Sakala

ପଦ୍ମପୁର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ: ଦିନ ୧ ଟା ସୁଦ୍ଧା ୪୬.୯୬ ପ୍ରତିଶତ ଭୋଟ୍‌
ଭୁବନେଶ୍ବର : ଶାନ୍ତିଶୃଙ୍ଖଳା ସହ ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟ ଦେଉଛନ୍ତି ଭୋଟର। ଅପରାହ୍ନ ୧ଟା  ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି। ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି, ଏଯାଏଁ କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିବାର ସୂଚନା ନାହିଁ। ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି। ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମତଦାନ ପ୍ରକ୍ରିୟା ସରିଲେ ପୋଲିଂ ପାର୍ଟିମାନେ କିପରି ସୁରକ୍ଷିତ ଭାବେ ଫେରିବେ ସେଥିଲାଗି ବି ବନ୍ଦୋବସ୍ତ ହୋଇଛି। ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ,୩୬ ସେକ୍ଟର ଅଫିସର, ୪୫ମୋବାଇଲ ପୋଲିସ ପାର୍ଟି ତନଖି କରୁଛନ୍ତି ।

ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ଭୋଟ୍‌ ଦେଉଛି ପଦ୍ମପୁର : ଶାନ୍ତିଶୃଙ୍ଖଳାର ସହ ୩୧୯ ବୁଥ୍‌ରେ ଚାଲିଛି ମତଦାନ
ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା । ଏହାପରେ ସକାଳ ୭ରୁ ଆରମ୍ଭ ହୋଇଥିଲା ଭୋଟଗ୍ରହଣ।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି।ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ସମ୍ବେଦନଶୀଳ ଚିହ୍ନଟ ୭୯ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୁଲିସ୍ ଅଫିସର, ୨୧ ପ୍ଲାଟୁନ୍ ‌ଆର୍ମଡ ପୁଲିସକୁ ମିଶାଇ ମୋଟ୍ ୧୪୧୩ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ୯ କଂପାନି କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ ଅଛନ୍ତି। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି। କୌଣସି ବୁଥରେ ଇଭିଏମ୍ ଜନିତ ତ୍ରୁଟି ପରିଲକ୍ଷିତ ହେଲେ ଅଧଘଣ୍ଟା ଭିତରେ କିଭଳି ତାହା ପରିବର୍ତ୍ତନ ହୋଇପାରିବ ସେ ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ କହିଛନ୍ତି ଯେ ମତଦାନ ନ ସରିବା ଯାଏଁ କୌଣସି ଗଣମାଧ୍ୟମ ଅଥବା ଅନ୍ୟ କୌଣସି ସଂସ୍ଥା ଏକ୍‍ଜିଟ୍‍ ପୋଲ୍‍ କିମ୍ବା ଓପିନିୟନ୍‍ ପୋଲ୍‍ କରାଇ ପାରିବେ ନାହିଁ। ଯଦି ନିୟମ ବିରୋଧରେ ଯାଇ କୌଣସି ସଂସ୍ଥା ଏପରି କରନ୍ତି, ତେବେ ଆଇନ ଅନୁଯାୟୀ ନିଶ୍ଚୟ ଦଣ୍ଡିତ ହେବେ। ନିର୍ବାଚନକୁ ଦୃଷ୍ଟିରେ ରଖି ଡିସେମ୍ବର ୫ ତାରିଖକୁ ସ୍ଥାନୀୟ ଅଞ୍ଚଳରେ ଛୁଟି ଭାବେ ଘୋଷଣା କରାଯାଇଛି। ପଦ୍ମପୁରରେ ଥିବା ବିଭିନ୍ନ ସଂସ୍ଥା ଭୋଟ ଦିନ ବନ୍ଦ ରହିବ। ପଦ୍ମପୁରନିବାସୀ କୌଣସି ସରକାରୀ କର୍ମଚାରୀ ଦୂରରେ ରହୁଥିଲେ ୩ ଦିନ କାଜୁଆଲ୍‍ ଲିଭ୍‍ ନେଇ ଭୋଟ ଦେଇପାରିବେ ବୋଲି ସିଇଓ କହିଛନ୍ତି। ମୋଟ ୩୧୯ଟି ବୁଥ୍‍ରୁ ୩୦୬ଟି ବୁଥ୍‍ର ନାମ ପରିବର୍ତ୍ତନ କରାଯାଇଛି। ସେହିପରି ବୁଥ୍‍ ନଂ ୨୪୧,୨୪୨ ଏବଂ ୨୯୫କୁ ନିକଟସ୍ଥ ଅଞ୍ଚଳକୁ ସ୍ଥାନ୍ତାନ୍ତର କରାଯାଇଛି। ସମସ୍ତ ବୁଥ୍‍ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଇଭିଏମ୍‍ ଏବଂ ଭିଭିପ୍ୟାଟ ମେସିନ୍‍ ରହିଛି। ରିଜର୍ଭ ଭାବେ ମଧ୍ୟ ଇଭିଏମ୍‍ ଏବଂ ଭିଭିପ୍ୟାଟ୍‍ ମେସିନ୍‍ ରଖାଯାଇଛି।

କୌଣସି ଇଭିଏମ ତ୍ରୁଟି ଦେଖାଗଲେ, ତାହାକୁ ଗଣମାଧ୍ୟମ ଅତିରଞ୍ଜିତ କରି ପ୍ରସାରଣ ନ କରୁ ବୋଲି ସିଇଓ ପରାମର୍ଶ ଦେଇଛନ୍ତି। ପଦ୍ମପୁରରେ ୨,୫୭,୪୭୪ ଭୋଟର ମତଦାନ କରିବେ। ଭୋଟର ପରିଚୟପତ୍ର ବ୍ୟତୀତ ୧୨ଟି ଅନ୍ୟ ବିକଳ୍ପ ପରିଚୟ ଦେଖାଇ ଭୋଟର ମତଦାନ କରିପାରିବେ। ଏହା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ, ମନରେଗା କାର୍ଡ, ଆଧାର କାର୍ଡ, ସରକାରୀ କର୍ମଚାରୀ କାର୍ଡ, ରାସନ କାର୍ଡ ଇତ୍ୟାଦି ରହିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ପ୍ରତି ବୁଥ୍‍ ବାହାରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି। ଗାଁଗୁଡ଼ିକରେ ନିୟୋଜିତ ଭିଏଲଓ ଏହି ହେଲ୍ପ ଡେସ୍କରେ କାର୍ଯ୍ୟ କରିବେ। ଦିବ୍ୟାଙ୍ଗ ଭୋଟମାନଙ୍କ ପାଇଁ ଘରୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଯାନବାହାନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୯୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି।

ନିର୍ବାଚନମଣ୍ଡଳୀର ମୋଟ ୭୯ଟି ବୁଥ୍‍ ସମ୍ବେଦନଶୀଳ ରହିଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଅଧୀନରେ ୯୧ ଜଣ ମାଇକ୍ରୋ ଅବ୍‍ଜରଭର୍‍ ରହିଛନ୍ତି। ୧୫ଟି ବୁଥ୍‍କୁ ମଡେଲ ବୁଥ୍‍ ଘୋଷଣା କରାଯିବା ସହ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଏହା ବ୍ୟତୀତ ୬ଟି ବୁଥ୍‍ରେ ସମସ୍ତ ଅଧିକାରୀ ମହିଳା ରହିଛନ୍ତି। ରାଜ୍ୟ ମୁଖ୍ୟାଳୟରୁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଆରଏମସି ମାର୍କେଟ ଗସ୍ତ କରିଥିଲେ। ସେହି ସ୍ଥାନରୁ କର୍ମଚାରୀମାନେ ନିଜ ନିଜ ବୁଥକୁ ଯାଇଥିବା ଜଣାପଡ଼ିଛି। ସାମଗ୍ରିକ ଭାବେ ୨୦୬ ପୁଲିସ୍‍ ଅଧିକାରୀଙ୍କ ସମେତ ୧୪୧୩ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ୯ ପ୍ଲାଟୁନ୍‍ ଏକାଧିକ କେନ୍ଦ୍ରୀୟ ସୁରକ୍ଷା ବଳ ପଦ୍ମପୁରରେ ନିଯୁକ୍ତ ହୋଇଛନ୍ତି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ୧,୨୯,୪୯୭ ଜଣ ପୁରୁଷ ୧,୨୭,୯୬୫ ଜଣ ମହିଳା, ୧୨ ଜଣ ତୃତୀୟ ଲିଙ୍ଗ ଏବଂ ୧୯୯ ଜଣ ସର୍ଭିସ୍‍ ଭୋଟର ରହିଛନ୍ତି।