IND vs BAN - The Sakala

ଚାମ୍ପିଅନ୍ସ ଟ୍ରଫି: ବାଂଲାଦେଶକୁ ୬ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ
ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କଲା ଭାରତ । ଦୁବାଇଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦେଇଥିବା ୨୨୯ ରନର ଟାର୍ଗେଟକୁ ୪୬.୩ ଓଭରରେ ୨୩୧/୪ ରନ କରି ଜିତିନେଇଛି ରୋହିତ ବାହିନୀ । ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଶୁବମାନ ଗିଲ୍‌ ଶେଷ ପର୍ଯ୍ୟନ୍ତ ପଡିଆରେ ରହି ୧୦୧ ରନ କରିବା ସହ ଟିମ ଇଣ୍ଡିଆର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଅଧିନାୟକ ରୋହିତ ଶର୍ମା ୪୨ରନ କରିଥିବାବେଳେ ଲୋକେଶ ରାହୁଲ ମଧ୍ୟ ୪୧ ରନ କରି ଅପରାଜିତା ରହିଥିଲେ । ବିରାଟ କୋହଲି ୨୨ ରନ କରିଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନିଂ କରିବାକୁ ଆସିଥିବା ତାନଜିଦ ହାସନ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବାଂଲାଦେଶ ଟିମ୍ ଭାରତୀୟ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା। ପରେ ପାରିକୁ ତୋହିଦ ହୃଦୟ ଓ ଜାକିର ଅଲି ଅନିକ ସମ୍ଭାଳିଥିଲେ। ଜାକିର ଅଲି ୧୧୪ ବଲରେ ୬୮ ରନରେ ଆଉଟ ହୋଇଥିଲେ। ରିସାଦ ହୋସେନ ୧୨ ବଲରେ ୧୮ରନ କରି ଆଉଟ ହେଇଥିଲେ। ତୋହିଦ ହୃଦୟ ଏକ ଶତକୀୟ ଇଂଲିସ ଖେଳିଥିଲେ। ୧୧୮ ବଲରେ ୧୦୦ ରନର କରି ତୋହିଦ ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।

ଗିଲଙ୍କ ଶତକ ବ୍ୟର୍ଥ, ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ଠାରୁ ହାରିଲା ଭାରତ
କଲମ୍ବୋ: ଶୁବମାନ ଗିଲଙ୍କ ଚମତ୍କାର ଶତକ ସତ୍ତ୍ବେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ୬ ରନ୍‌‌ରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପ୍ରତିଯୋଗିତାର ଫାଇନାଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସୁପର-୪’ରେ ବାଂଲାଦେଶ ସାନ୍ତ୍ୱନାମୂଳକ ବିଜୟ ସତ୍ତ୍ବେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌‌ର ଫାଇନାଲ ମୁକାବିଲା ହେବ।

ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮ ୱିକେଟରେ ୨୬୫ ରନ୍‌‌ କରିଥିଲା। ଦଳ ପକ୍ଷରୁ ସାକିବ ଅଲ ହସନ ସର୍ବାଧିକ ୮୦, ତୋହିଦ୍‌‌ ହୃଦୟ ୫୪ ରନ୍‌‌ କରିଥିଲେ। ଜବାବରେ ଭାରତ ୪୯.୫ ଓଭର ଖେଳି ୨୫୯ ରନ୍‌‌ରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଗିଲ ପଞ୍ଚମ ଶତକ ସହ ୧୩୩ ବଲରୁ ୮ ଚୌକା ଓ ୫ଛକା ସହ ସର୍ବାଧିକ ୧୨୧ ରନ୍‌‌ କରିଥିଲେ। ଦଳର ଟପ୍‌‌ ଅର୍ଡର ଫେଲ ମାରିଥିଲାବେଳେ ଅକ୍ଷର ପଟେଲ ୪୨ ରନ୍‌‌ର ସାହାସିକ ପାଳି ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ଲାଗି ପର୍ଯ୍ୟାପ୍ତ ହୋଇ ନଥିଲା। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୬, ରୋହିତ ଶର୍ମା ୦, ଲୋକେଶ ରାହୁଲ ୧୯, ଇଶାନ କିସାନ ୫ ଓ ପଦାର୍ପଣ କରିଥିବା ତିଳକ ବର୍ମା ମଧ୍ୟ ୫ ରନ୍‌‌ କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମନ ସର୍ବାଧିକ ୩ଟି, ତାଞ୍ଜିମ ହାସନ ସକିବ ଓ ମେହେଦୀ ହାସନ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।

ଏହି ମ୍ୟାଚ୍‌‌ରେ ୫ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଥିବା ଭାରତୀୟ ଦଳ ଟସ୍‌‌ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲା। ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ପାୱାର ପ୍ଲେ ମଧ୍ୟରେ ମାତ୍ର ୨୮ ରନ୍‌‌ରେ ୩ଟି ଓ ୫୯ ରନ୍‌‌ରେ ଟପ୍‌‌ ୪ଜଣ ବ୍ୟାଟରଙ୍କୁ ହରାଇ ବିପଦରେ ପଡ଼ିଥିଲା। ପୂର୍ବମ୍ୟାଚ୍‌‌ ଭଳି ଏହା ମଧ୍ୟ ଏକ ଲୋ ସ୍କୋରିଂ ମ୍ୟାଚ୍‌‌ ହେବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଅଧିନାୟକ ସାକିବଙ୍କୁ କିଛି ନୂଆ ଖେଳାଳିଙ୍କ ଉପଯୁକ୍ତ ସମର୍ଥ ମିଳିବା ଫଳରେ ବାଂଲାଦେଶ ଏଠାରେ ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇପାରିଥିଲା। ସାକିବ ୮୫ ବଲ୍‌‌ରେ ୮୦ ରନ୍‌‌ କରି ୫ମ ଖେଳାଳିଭାବେ ଆଉଟ ହୋଇଥିଲାବେଳେ ତୋହିଦ୍‌‌ ହୃଦୟଙ୍କ ସହ ୫ମ ୱିକେଟ ଭାଗୀଦାରିରୁ ୧୧୫ ବଲ୍‌‌ରେ ୧୦୧ ରନ୍‌‌ ମିଳିଥିଲା। ଏହି ଭାଗୀଦାରି ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟତା କରିଥିଲା। ହୃଦୟ ୮୧ ବଲ୍‌‌ ଖେଳି ୫ ଚୌକା ଓ ୨ ଛକା ସହାୟତାରେ ୫୪ ରନ୍‌‌ କରିଆଉଟ ହୋଇଥିଲେ। କିନ୍ତୁ ବାଂଲାଦେଶର ନଂ-୮, ୯ ଓ ୧୦ ନମ୍ବର ବ୍ୟାଟରଙ୍କ ଚକତ୍କାର ପ୍ରଦର୍ଶନ ବଳରେ ଦଳ ୮ ୱିକେଟରେ ୨୬୫ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ନଂ-୮ରେ ବ୍ୟାଟିଂ କରିଥିବା ନାସୁମ ଅହମ୍ମଦ୍‌‌ ୪୫ ବଲ୍‌‌ରେ ଦ୍ରୁତ ୪୪ ରନ୍‌‌ କରିଥିଲେ। ନଂ-୯ରେ ମେହେଦୀ ହାସନ ୨୩ ବଲ୍‌‌ରୁ ୩ ଚୌକା ସହ ୨୯ ଓ ନଂ-୧୦ ତାଞ୍ଜିମ ହାସନ ସାକିବ ୮ ବଲ୍‌‌ରୁ ୧୪ ରନ୍‌‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ଏମାନଙ୍କ ବ୍ୟାଟିଂ ଯୋଗୁ ବାଂଲାଦେଶର ଭଲ ସ୍କୋର କରିବାରେ ସମର୍ଥ ହୋଇଥିଲା।

ଭାରତ ପକ୍ଷରୁ ପେସ୍‌‌ ବୋଲରଙ୍କ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ସର୍ବାଧିକ ୩ ୱିକେଟ ନେଇଥିବା ଶାର୍ଦ୍ଦୁଳ ଠାକୁର ୧୦ ଓଭରରେ ୬୫ ରନ୍‌‌ ବ୍ୟୟ କରିଥିଲେ। ମହମ୍ମଦ୍‌‌ ସାମି ୮ ଓଭର ବୋଲିଂ କରି ୩୨ ରନ୍‌‌ରେ ୨ଟି ୱିକେଟ ପାଇଥିଲେ।

ଟସ୍‌ ଜିତିଲା ବାଂଲାଦେଶ, ବ୍ୟାଟିଂ ନିଷ୍ପତ୍ତି
ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଗୋଟିଏ ୱିକେଟ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିବାକୁ ଏବଂ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ସମାନ କରିବାକୁ ଚାହୁଁଛି। ବାଂଲାଦେଶ ଅଧିନାୟକ ଲିଟୋନ ଦାସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଛି।

ଆଜି ବାଂଲାଦେଶ ଟିମ୍‌ରେ ଖେଳୁଛନ୍ତି : ନାଜମୁଲ୍‌ ହୋସେନ୍‌ ଶାନ୍ତୋ, ଲିଟନ୍‌ ଦାସ (ଅଧିନାୟକ), ଅନାମୁଲ୍‌ ହକ୍‌, ଶାକିବ୍‌ ଅଲ୍‌ ହସନ୍‌, ମୁଶ୍‌ଫିକର୍‌ ରହିମ୍‌ (ୱିକେଟ୍‌ ରକ୍ଷକ), ମହମୁଦ୍‌ଉଲ୍ଲା, ଆଫିଫ୍‌ ହୋସେନ୍‌, ମେହିଦୀ ହସନ୍‌ ମିର୍ଜା, ନାସୁମ୍‌ ଅହମଦ୍‌, ମୁସ୍ତାଫିଜୁର୍‌ ରହମନ୍‌ ଓ ଏବାଦତ୍‌ ହୋସେନ୍‌।

ସେହିପରି, ଭାରତୀୟ ଦଳରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ.ଏଲ୍‌. ରାହୁଲ୍‌ (ୱିକେଟ୍‌ ରକ୍ଷକ), ୱାସିଂଟନ୍‌ ସୁନ୍ଦର, ଅକ୍ଷର ପଟେଲ୍‌, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର୍‌, ମହମ୍ମଦ୍‌ ସିରାଜ ଓ ଉମ୍ରାନ୍‌ ମଲିକ୍‌।

ଭାରତ ଓ ବାଂଲାଦେଶ ପ୍ରଥମ ଦିନିକିଆ : ଟସ୍‌ ଜିତି ବାଂଲାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ
ଢ଼ାକା : ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଆଜି ଢ଼ାକାର ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଘରୋଇ ବାଂଲାଦେଶ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇବ । ଦିନିକିଆ ଦଳକୁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍‌ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ତେବେ ପ୍ରଥମ ଦିନିକିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲର କୁଳଦୀପ ସେନ୍‌ ।

A special moment! ☺️

Congratulations to Kuldeep Sen as he is set to make his India debut! 👏 👏

He receives his #TeamIndia cap from the hands of captain @ImRo45. 👍 👍#BANvIND pic.twitter.com/jxpt3TgC5O

— BCCI (@BCCI) December 4, 2022

ଘରୋଇ ମାଟିରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‍ ପୂର୍ବରୁ ଭାରତ ପାଖାପାଖି ୧୮ଟି ମ୍ୟାଚ୍‍ ଖେଳିବାକୁ ଥିଲାବେଳେ ଏହି ସିରିଜ୍‍ରୁ ପ୍ରସ୍ତୁତି ଆରମ୍ଭ କରିବ। ଗତ ଦୁଇବର୍ଷ ଧରି ୨୦୨୧ ଓ ୨୦୨୨ ଟି-୨୦ ବିଶ୍ୱକପ୍‍ ଆୟୋଜିତ ହୋଇଥିବାରୁ ଭାରତୀୟ ଦଳ ଦିନିକିଆ ଟିମ୍‍ ଉପରେ ଗୁରୁତ୍ୱ ଦେଇନାହିଁ। ଟି-୨୦ ବିଶ୍ୱକପ୍‍ ପରେ ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଭାରତ ନ୍ୟୁଜିଲାଣ୍ଡ ସହ ସୀମିତ ଓଭର ସିରିଜ୍‍ ଖେଳିଥିଲା। ଏବେ କିନ୍ତୁ ୩ ତାରକା ବ୍ୟାଟ୍ଟର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲ ଦଳକୁ ଫେରିଥିବାରୁ ଭାରତ ପ୍ରଥମଥର ଲାଗି ଶ୍ରେଷ୍ଠ ବ୍ୟାଟିଂ ଲାଇନ୍‍କୁ ନେଇ ଖେଳିବ।

🚨 Toss & Team News 🚨

Bangladesh have elected to bowl against #TeamIndia in the first #BANvIND ODI.

Follow the match 👉 https://t.co/XA4dUcD6iy

A look at our Playing XI 🔽 pic.twitter.com/cwbB8cdXfP

— BCCI (@BCCI) December 4, 2022

ବାଂଲାଦେଶର ପିଚ୍‍ ବ୍ୟାଟ୍ଟରଙ୍କୁ ସୁହାଇବାକୁ ଥିବାରୁ ଏହି ସିରିଜରେ ହାଇସ୍କୋରିଂ ମ୍ୟାଚ୍‍ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଘରୋଇ ମାଟିରେ ବାଂଲାଦେଶ ଏକ ଶକ୍ତିଶାଳୀ ଦଳ। ଗତ ୧୦ଟି ଦିନିକିଆ ସିରିଜ୍‍ ମଧ୍ୟରୁ ଏହି ଦଳ ୮ଟିରେ ବିଜୟୀ ହୋଇଛି। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‍କୁ ହରାଇଛି ବାଂଲାଦେଶ। କିନ୍ତୁ ଶେଷ ଦିନିକିଆ ସିରିଜ୍‍ରେ ଏହି ଦଳ ଜିମ୍ବାୱେଠାରୁ ହାରିଛି। ଏହି ଦଳର ଦୁଇ ପ୍ରମୁଖ ଖେଳାଳି ତଥା ନିୟମିତ ଅଧିନାୟକ ତମିମ୍‍ ଇକବାଲ ଓ ଫାଷ୍ଟ ବୋଲର ଟାସ୍କିନ ଅହମ୍ମଦ୍‍ ଆହତ ଯୋଗୁଁ ଚଳିତ ସିରିଜ୍‍ରୁ ବାଦ୍‍ ପଡ଼ିଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଭାରତ ଲାଗି ଏମାନେ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବେ। ତମିମଙ୍କ ସ୍ଥାନରେ ୱିକେଟକିପର ଲିଟ୍ଟନ ଦାସ୍‍ଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଦଳରେ ସ୍ଥାନ ପାଇଥିବା ୩ ସିନିଅର ଖେଳାଳିଙ୍କୁ ନେଇ ଲିଟ୍ଟନ ଭାରତକୁ ହରାଇପାରିବେ ବୋଲି ଆଶା କରାଯାଉଛି।

🚨 UPDATE

In consultation with the BCCI Medical Team, Rishabh Pant has been released from the ODI squad. He will join the team ahead of the Test series. No replacement has been sought

Axar Patel was not available for selection for the first ODI.#TeamIndia | #BANvIND

— BCCI (@BCCI) December 4, 2022

୨୦୨୧ ପରଠାରୁ ଭାରତ ୨୭ଟି ଦିନିକିଆ ମ୍ୟାଚ୍‍ ଖେଳିଛି। କିନ୍ତୁ କୌଣସି ସିରିଜ୍‍ରେ ଦଳ ସମସ୍ତ ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରିପାରିନାହିଁ। ଆହତ ଯୋଗୁଁ ହେଉ କିମ୍ବା ରୋଟେସନ ନିୟମ ଯୋଗୁ ଏହି ଅସୁବିଧା ସୃଷ୍ଟି ହୋଇଥିଲା। ଶିଖର ଧାୱନ ସର୍ବାଧିକ ୨୫ଟି ମ୍ୟାଚ୍‍ ଖେଳିଛନ୍ତି। ତାରକା ବ୍ୟାଟ୍ଟର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର ୯ଟି, ବିରାଟ କୋହଲି ୧୧ଟି ଓ ଲୋକେଶ ରାହୁଲ ୧୦ଟି ମ୍ୟାଚ୍‍ ଖେଳିଛନ୍ତି। ଏମାନେ ମିଳିତଭାବେ ଦଳରେ ସାମିଲ ହେବା ପରେ ବ୍ୟାଟିଂ ନିଶ୍ଚିତଭାବେ ଦୃଢ଼ ହୋଇଛି। ବୋଲିଂରେ ମଧ୍ୟ ଅନୁରୂପ ଅବସ୍ଥା। ଏହି ୨୭ଟି ମ୍ୟାଚ୍‍ରେ ଦଳର ୩ ପ୍ରମୁଖ ଫାଷ୍ଟ ବୋଲରଙ୍କ ମଧ୍ୟରୁ ଯଶପ୍ରୀତ୍‍ ବୁମ୍‍ରା (୫ଟି), ଭୁବନେଶ୍ୱର କୁମାର (୭ଟି) ଓ ମହମ୍ମଦ୍‍ ସାମି (୩ଟି) ଏହି ସିରିଜରେ ଖେଳୁନାହାନ୍ତି। ଶାର୍ଦ୍ଦୁଳ ଠାକୁର ଏମାନଙ୍କ ମଧ୍ୟରେ ସର୍ବାଧିକ ୧୬ଟି ମ୍ୟାଚ୍‍ ଖେଳିଛନ୍ତି। ଠାକୁରଙ୍କ ସହ ଦୀପକ ଚହର, ମହମ୍ମଦ୍‍ ସିରାଜ ଓ ଆହତ ସାମିଙ୍କ ପରିବର୍ତ୍ତେ ଦଳରେ ସାମିଲ ହୋଇଥିବା କୁଲଦୀପ ସେନଙ୍କ ଉପରେ ପେସ୍‍ ବୋଲିଂ ନିର୍ଭର କରିବ। ନ୍ୟୁଜିଲାଣ୍ଡରେ ୱାଶିଂଟନ ସୁନ୍ଦର ତାଙ୍କ ଅଲରାଉଣ୍ଡ ସଫଳତା ଦେଖାଇଛନ୍ତି। ସେ ଅକ୍ଷର ପଟେଲଙ୍କ ସହ ସ୍ପିନ୍‍ ବିଭାଗ ଦାୟିତ୍ୱ ସମ୍ଭାଳିବେ ବୋଲି ଆଶା କରାଯାଉଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଏମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରିବା ସ୍ୱାଭାବିକ୍‍।