ODI series - The Sakala
୧୯ରୁ ଭାରତର ଅଷ୍ଟ୍ରେଲିଆ ଅଭିଯାନ; ୩ ଦିନିକିଆ ଓ ୫ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ଏବେ ଭାରତର ନୂଆ ପ୍ରତିଦ୍ୱନ୍ଦ୍ୱୀ। ଏକଦା ଅଷ୍ଟ୍ରେଲିଆକୁ ହରାଇବା ଭାରତ ଲାଗି କଷ୍ଟକର ହେଉଥିଲାବେଳେ ଏବେ ସ୍ଥିତି ଭିନ୍ନ ହୋଇଛି। ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ଭାରତ ପ୍ରଭାବୀ ଖେଳ ପ୍ରଦର୍ଶନ କରିଛି। ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ସିରିଜ୍‌ରେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତକୁ ପ୍ରତିହତ କରିବାରେ ଭାରତ ସମର୍ଥ ହୋଇ ନ ଥିଲେ ମଧ୍ୟ ଲଢ଼ୁଆ ଖେଳ ପ୍ରଦର୍ଶନ କରି ବେଶ ଲୋକପ୍ରିୟତା ହାସଲ କରିଛି। ଟେଷ୍ଟ ଓ ଟି-୨୦ ଫର୍ମାଟରେ ଉଭୟଙ୍କ ମଧ୍ୟରେ ଅଧିକ କଡ଼ା ମୁକାବିଲା ହୋଇଛି। ମୋଟାମୋଟି କହିବାକୁ ଗଲେ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳରେ ଏବେ ନୂଆ ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି। ଦିନିକିଆ ବିଶ୍ୱକପ୍‌ ଫାଇନାଲ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମଥର ଆସନ୍ତା ୧୯ରୁ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏହା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଧ୍ୟ ଖେଳାଯିବ। ଏଥିଲାଗି ଉଭୟ ଦଳ ପ୍ରସ୍ତୁତି ଶେଷ କରିଥିଲେ ମଧ୍ୟ ଆହତ ସମସ୍ୟା ଯୋଗୁଁ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କମିନ୍ସ ଏହି ସିରିଜ୍‌ରେ ଖେଳିବେ ନାହିଁ। ମିଚେଲ ମାର୍ଶ ଦଳର ନେତୃତ୍ୱ ନେବେ। ଉଭୟ ଦେଶ ମଧ୍ୟରେ ନେତୃତ୍ୱ କିଏ ନେଉଛି, କିଏ ଉପସ୍ଥିତ ବା ଅନୁପସ୍ଥିତ ରହୁଛି ତାହା ବଡ଼ କଥା ନୁହେଁ, ପଡ଼ିଆରେ କିଏ କେତେ ସଫଳ ହେଉଛି ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ବିଶ୍ୱର ସବୁଠାରୁ ଅଭିଜ୍ଞ ଦୁଇ ଖେଳାଳି ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ସମ୍ଭବତଃ ଶେଷଥର ଲାଗି ଅଷ୍ଟ୍ରେଲିଆରେ ଖେଳିବେ। ଉଭୟ ଖେଳାଳି ଟେଷ୍ଟ ଓ ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। ଏଣୁ ଏହି ସିରିଜ୍‌ ଉଭୟଙ୍କ ଲାଗି ଅଷ୍ଟ୍ରେଲିଆରେ ଶେଷ ସିରିଜ୍‌ ହେବ ଓ ଉଭୟ ଭାରତୀୟ ଦଳରେ ରହିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହେବ। ସମସ୍ତ ଦୃଷ୍ଟି କୋଣରୁ ତର୍ଜମା କଲେ ଏହି ସିରିଜ୍‌ ଅଷ୍ଟ୍ରେଲିଆ ଅପେକ୍ଷା ଭାରତ ଲାଗି ବେଶ ମହତ୍ତ୍ୱ ରଖୁଛି। ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ଗିଲ୍‌ ଏବେ ଭାରତର ଉଭୟ ଟେଷ୍ଟ ଓ ଦିନିକିଆ ଅଧିନାୟକ ଦାୟିତ୍ୱରେ ରହିଛନ୍ତି।
ଚଳିତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଅଷ୍ଟ୍ରେଲିଆରେ ଖେଳାଯିବ। ଏହି ସିରିଜ୍‌ର ପ୍ରଥମ ମୁକାବିଲା ପର୍ଥର ଫାଷ୍ଟ ପିଚ୍‌ରେ ଅକ୍ଟୋବର ୧୯ ତାରିଖ ବା ଆସନ୍ତା ରବିବାର ଖେଳାଯିବ। ଗୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିସାରିଛି। ପିଚ୍‌ ଓ ପରିବେଶ ସହ ଖାପ୍‌ ଖୁଆଇବା ପରେ ଲଢେ଼ଇ ଲାଗି ପ୍ରସ୍ତୁତ ହେବ। ଅଷ୍ଟ୍ରେଲିଆରେ ଭାରତ ଶେଷଥର ୨୦୧୮-୧୯ରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଥିଲା। ଏହା ପରେ ଆଉ ଗୋଟିଏ ସିରିଜ୍‌ ଖେଳାଯାଇଛି ଓ ଏହାକୁ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏବେ ନୂଆ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ଯାଉଛି। ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଥିବା ପ୍ରାୟ ସମସ୍ତ ଖେଳାଳି ଆଇପିଏଲ୍‌ରେ ଖେଳିଛନ୍ତି। ଏଣୁ ଉଭୟ ଦଳର ଖେଳାଳିମାନେ ପରସ୍ପର ଖେଳ ଓ ରଣନୀତି ସମ୍ପର୍କରେ ବେଶ ଅବଗତ ଅଛନ୍ତି। ଏଣୁ ପିଚ୍‌ ଓ ପରିବେଶକୁ ଭାରତୀୟ ଦଳ କିପରି ଖାପ୍‌ ଖୁଆଇବ ତାହା ଉପରେ ଖେଳର ସ୍ଥିତି ନିର୍ଭର କରୁଛି। ଶେଷଥର ଉଭୟଙ୍କ ମଧ୍ୟରେ ଏକ ସିରିଜ୍‌ ୨୦୨୩-୨୪ ସିଜନରେ ଭାରତରେ ଖେଳାଯାଇଥିଲା। ଘରୋଇ ମାଟିରେ ଭାରତ ଏହାକୁ ଜିତିବାରେ ସମର୍ଥ ହୋଇଥିଲା। ଏବେ ନୂଆ ଖେଳାଳି ଓ ନୂଆ ନେତୃତ୍ୱରେ ଏକ ଭିନ୍ନ ଲଢେ଼ଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ରୋହିତ, କୋହଲି ଓ ଗିଲ୍‌ଙ୍କ ଉପରେ ନଜର: ଚାମ୍ପିଅନ୍ସ ଟ୍ରଫି ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କର ଏହା ପ୍ରଥମ ପ୍ରତିଯୋଗିତାମୂଳକ କ୍ରିକେଟ ହେବ। ଏହି ଦୁଇ ଖେଳାଳି ଏବେ କେବଳ ଦିନିକିଆ ଫର୍ମାଟରେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୭ରେ ଖେଳାଯିବ। ଏହା ମଧ୍ୟରେ ଟିମ୍‌ ସଜାଡିନେବାକୁ ସମସ୍ତ ଉଦ୍ୟମ କରିବ ଟିମ୍‌ ଇଣ୍ଡିଆ। ରୋହିତ ଓ କୋହଲିଙ୍କ ନେଇ ଭାରତ ବିଶ୍ୱକପ୍‌ ଖେଳିବ କିମ୍ବା ସେମାନଙ୍କୁ ବାଦ୍‌ ଦେବ ତାହାର ପୂର୍ବାନୁମାନ କରିବା କଷ୍ଟକର। କିନ୍ତୁ ଏହି ସିରିଜ୍‌ରୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ନିଶ୍ଚିତ କିଛି ସ୍ପଷ୍ଟ ସୂଚନା ମିଳିବ। ସେହିପରି ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି। ଇଂଲଣ୍ଡରେ ଟେଷ୍ଟ ଦଳର ନେତୃତ୍ୱ ନେଇ ଗିଲ ଉଭୟ ବ୍ୟାଟିଂ ଓ ନେତୃତ୍ୱରେ ବେଶ ସଫଳତା ଲାଭ କରିଥିଲେ। ଏବେ ଆଉ ଏକ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି ଗିଲ୍‌। ଏଣୁ ଏହି ସିରିଜ୍‌ରେ ଭାରତର ୩ ତାରକା ଖେଳାଳିଙ୍କ ଉପରେ ନିଶ୍ଚିତ ନଜର ରହିବ।
ଦିନିକିଆ : ସକାଳ ୯ଟା
ଟି-୨୦  : ଅପରାହ୍ଣ ୧ଟା ୪୫ ମିନିଟ୍‌
ପ୍ରସାରଣ
ଷ୍ଟାର ସ୍ପୋର୍ଟ୍ସ ନେଟ୍‌ୱର୍କ, ଜିଓ ହଟ୍‌ଷ୍ଟାର
ଦିନିକିଆ ଦଳ: ଶୁବମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), ଲୋକେଶ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ନୀତୀଶ କୁମାର ରେଡ୍ଡୀ, ଧ୍ରୁବ ଜୁରେଲ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ୍‌ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା।
ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ୍‌ (ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟରକ୍ଷକ), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂହ, ହର୍ଷିତ ରାଣା।
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଦୁଃଖଦ ବିଦାୟ ପରେ ପ୍ରଥମଥର ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି।ଏହାପୂର୍ବରୁ ଟିମ ଇଣ୍ଡିଆ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ହେଲେ ଏବେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କମବ୍ୟାକ କରିଛନ୍ତି। ଆସନ୍ତାକାଲି ଦିନ ୧୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।
ରବିବାରଠୁ  ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳା ପୂର୍ବରୁ ଆଜି ସନ୍ଧ୍ୟାରେ  ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ସେ ବାଂଲାଦେଶକୁ ହାଲୁକା ନେବାର ଭୁଲ୍ କରିବେ ନାହିଁ। ଘରୋଇ ଦଳ ଅନେକ ବର୍ଷ ଧରି ଉନ୍ନତ ପ୍ରଦର୍ଶନ କରି ଆସିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆ ଢାକାରେ ଖେଳାଯିବ।
ରୋହିତ ଶର୍ମା ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ସାତ ଆଠ ବର୍ଷରେ ବାଂଲାଦେଶ ଏକ ଭିନ୍ନ ଦଳରେ ପରିଣତ ହୋଇଛି। ଏହା ଏକ ଚ୍ୟାଲେଞ୍ଜିଂ ଦଳ। ସେମାନଙ୍କ ବିପକ୍ଷରେ ବିଜୟ ସହଜରେ ମିଳିନାହିଁ। ଜିତିବା ପାଇଁ ହେଲେ ସେମାନଙ୍କ ବିପକ୍ଷରେ ଉନ୍ନତ କ୍ରିକେଟ୍ ଖେଳିବାକୁ ପଡିବ। ଆଇସିସି ଟି-୨୦ ବିଶ୍ଵ କପ୍‌ରେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ୨୦୧୫ରେ ଏଠାରେ ଆମେ ସିରିଜ୍ ହାରିଥିଲୁ। ଆମେ କଦାପି ଏହା ଭାବିକି ଏଠାକୁ ଆସିନୁ ଯେ, ଏହି ଗସ୍ତ ଆମ ପାଇଁ ସହଜ ହେବ ବୋଲି ରୋହିତ ଶର୍ମା କହିଛନ୍ତି।
ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରୁ ଆହତ ସମସ୍ୟା ପାଇଁ ବାଦ ପଡ଼ିଛନ୍ତି ‌ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ସେ ବାଦ ପଡ଼ିବାରୁ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ନିକଟରେ ଉମ୍ରାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ।
ବିସିସିଆଇର ସୂଚନା ଅନୁଯାୟୀ, ଶାମି କାନ୍ଧ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଥିପାଇଁ ସେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ରିହ୍ୟାବ କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ମେଡିକାଲ ଟିମ୍ ନଜର ରଖିଛି। ଅଷ୍ଟ୍ରେଲିଆରୁ ଫେରିବା ପରେ ଶାମି ଟ୍ରେନିଂ ସେସନ୍ସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଆହତ ସମସ୍ୟାରେ ପଡ଼ିଥିଲେ ବୋଲି କୁହାଯାଉଛି।ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିନି। କିନ୍ତୁ ୧୪ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଉପଲବ୍ଧ ହେବେ କି ନାହିଁ, ତା’କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭାରତ ବନାମ ବାଂଲାଦେଶ ସିରିଜର ଲାଇଭ୍ ଟେଲିକାଷ୍ଟ କେଉଁଠାରେ ଦେଖି ହେବ
କାଲିଠୁ ଭାରତ ବାଂଲାଦେଶ ବିପକ୍ଷରେ ୩ଟିକିଆ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଥିବା ବେଳେ  କ୍ରିକେଟ୍ ପ୍ରଶଂସକଙ୍କର ସବୁଠୁ ବଡ ପ୍ରଶ୍ନ ଏହି ସିରିଜ୍‌ର ମ୍ୟାଚ୍‌ଗୁଡିକୁ କେଉଁ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ଦେଖି ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରି ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରସାରଣ ଷ୍ଟାର ଚ୍ୟାନେଲ୍ କିମ୍ବା ଡିଜନୀ ହଟ୍ ଷ୍ଟାରରେ ପ୍ରସାରିତ ହେବ ନାହିଁ। ଏହି ସିରିଜ୍‌ର ପ୍ରସାରଣ ଆମାଜନ ପ୍ରାଇମ୍‌ରେ ହେବାକୁ ଯାଉଛି।ତେବେ ଯେଉଁମାନଙ୍କ ପାଖରେ ଆମାଜନ ପ୍ରାଇମ୍‌ର ସସ୍କ୍ରାଇବ୍ ନାହିଁ ସେମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବାର ନାହିଁ କାରଣ ସିରିଜ୍‌ର ପ୍ରସାରଣ ସୋନି ସ୍ପୋର୍ଟ୍ସରେ ହେବ। ତେଣୁ ସୋନି ସ୍ପୋର୍ଟ୍ସ ଟେନର ଅଲଗା ଅଲଗା ଚ୍ୟାନେଲ୍‌ରେ ଦର୍ଶକ ମ୍ୟାଚ୍ ଦେଖି ପାରିବେ। ଏହା ସହିତ ଲାଇଭ୍ ଷ୍ଟ୍ରିମିଂ ସୋନି ଲିଭ୍‌ରେ କରାଯିବ।
ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜ୍ ୪ ଡିସେମ୍ବର, ରବିବାର ଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଢାକାସ୍ଥିତ ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ପ୍ରଥମ ଦିନିକିଆ- ୪ ଡିସେମ୍ବର
ଦ୍ୱିତୀୟ ଦିନିକିଆ- ୭ ଡିସେମ୍ବର
ତୃତୀୟ ଦିନିକିଆ- ୧୦ ଡିସେମ୍ବର
ପ୍ରଥମ ଟେଷ୍ଟ- ୧୪ରୁ ୧୮ ଡିସେମ୍ବର
ଦ୍ୱିତୀୟ ଟେଷ୍ଟ- ୨୨ରୁ ୨୬ ଡିସେମ୍ବର