Semiconductor Unit - The Sakala
ଓଡ଼ିଶାରେ ଖୋଲିବ ଦୁଇ ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍, ବ୍ୟୟ ହେବ ୪ ହଜାର କୋଟି
ନୂଆଦିଲ୍ଲୀ: ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ଖୋଲିବ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍। ଏଥିପାଇଁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ଦୁଇ ୟୁନିଟ୍‌ରେ ୪,୯୦୦  କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହେବ।  ଶୁକ୍ରବାର ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହାଛଡା ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କ୍ଲଷ୍ଟର ୧୫୩୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହିତ ୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଦୁଇଟି ସେମିକଣ୍ଡକ୍ଟର କାରଖାନାରୁ ଉତ୍ପାଦିତ ଚିପ୍ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍‌, ପ୍ରତିରକ୍ଷା, ୱେରଲେସ୍‌ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ବ୍ୟବହୃତ ହେବ।  ଏହାଛଡ଼ା ଚିପ୍‌ ଟୁ ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍‌ ଟୁଲ୍‌ ଯୋଗାଇ ଦେଇଛନ୍ତି। ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏବେ ସୁଦ୍ଧା ୩୯୮ କୋଟି ଟଙ୍କା ନିବେଶ କରାଯାଇଥିବାବେଳେ ୫୭୨ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଡିଜିଟାଲ ଦକ୍ଷତା ବିକାଶ ଲାଗି ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରତିଷ୍ଠାନ (ଏନଆଇଇଏଲଆଇଟି) ଓଡ଼ିଶାରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ ୩୫ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। ଏସବୁ କେନ୍ଦ୍ର କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ। ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରାୟ ୨୫ ହଜାର ପ୍ରାର୍ଥୀ ତାଲିମ ଗ୍ରହଣ କରିଛନ୍ତି।
ଓଡ଼ିଶାରେ ଉଦ୍ୟୋଗ ବିକାଶ ଲାଗି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ ଦ୍ୱାରା ଇଲେକ୍ଟ୍ରୋପ୍ରନର୍‌ ପାର୍କ ସ୍ଥାପନ କରାଯାଇଛି। ଟ୍ରିପଲ୍‌ ଆଇଟି ଭୁବନେଶ୍ୱର ଏବଂ ଇଣ୍ଡିଆନ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମି କଣ୍ଡକ୍ଟର ଆସୋସିଏସନ ସହଭାଗିତାରେ ଏହାକୁ ବିକଶିତ କରାଯାଇଛି।
ଭୁବନେଶ୍ୱର: ସେମିକଣ୍ଡକ୍ଟର ଡିମାଣ୍ଡକୁ ପୂରଣ କରିବା ପାଇଁ ନବୀନଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ଉଦ୍ୟମକୁ ଓଡ଼ିଶାବାସୀ ଭୁଲି ନାହାନ୍ତି । ୧୨ ହଜାର କୋଟିର ବ୍ୟୟବରାଦଠୁ ଅଢେଇ ଲକ୍ଷ କୋଟିର ବ୍ୟୟବରାଦ ଏକ ଅଗ୍ନିପଥ ଥିଲା। ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି କହିଛନ୍ତି ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ନବୀନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ନବୀନଙ୍କ ଭିଜନ ଓ ଆକ୍ସନ ପାଇଁ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିପ୍ଳବ ଆସିଛି । ବିଜେଡି ସୁପ୍ରିମୋଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ହିଁ ଓଡ଼ିଶାକକୁ ବିଶ୍ବ ଦରବାରରେ ପରିଚିତ କରାଇଛି ।
ସେ ଓଡ଼ିଶାର ଆର୍ଥିକ ଶକ୍ତିର ବୃଦ୍ଧି ଦିଗରେ ନିରନ୍ତର କାମ କରିଥିଲେ । ଟ୍ରିଲିୟନ ଡଲାର ଇକୋନୋମିରେ ପହଞ୍ଚାଇବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ହିଁ ସହଯୋଗୀ ହେବ ବୋଲି ନବୀନ ବୁଝିସାରିଥିଲେ । ନୂଆ ଷ୍ଟାର୍ଟ ଅପକୁ ରାଜ୍ଯକୁ ଆଗକୁ ନେଇପାରିବ। ସେଥିପାଇଁ ଓ-ହବ ସୃଷ୍ଟି କରିଥିଲେ । ପିଲାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତିଷ୍ଠା କରିଥିଲେ । ୨୪ ବର୍ଷର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଇନ୍ଫୋଭ୍ୟାଲି ୧ ଓ ୨ ପ୍ରତିଷ୍ଠା କରିଥିଲେ । ଯେଉଁଥିପାଇଁ ବଡ଼ ବଡ଼ କମ୍ପାନୀ ଡେଲଏଟ, କଗନିଜାଣ୍ଟ ଭଳି କମ୍ପାନୀ ଓଡ଼ିଶାରେ ପହଂଚିପାରିଲେ। ଗାଁ ଗାଁରେ କିଭଳି ଆଇଟି, ଇଲେକ୍ଟ୍ରୋନିକ୍ସ, ଇଣ୍ଟରନେଟର ସୁବିଧା ପହଂଚିପାରିବ ତାକୁ ନେଇ ଉଦ୍ୟମ କରିଥିଲେ । ସେଥିପାଇଁ ବ୍ୟାପକ ଆଇଟିଆଇ ଓ ପଲିଟେକ୍ନିକ ପ୍ରତିଷ୍ଠା ହେଲା।
ନବୀନଙ୍କ ଏପରି ଭିଜନକୁ ଆଜି ସଫଳତା ମିଳିଥିବାବେଳେ ଦଳୀୟ ନେତା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଯେଉଁ ଅଞ୍ଚଳରେ ଶିଳ୍ପ ପହଂଚିପାରିବ ବୋଲି କେହି ଚିନ୍ତା କରି ନଥିଲେ ସେଠି ଶିଳ୍ପ ପହଞ୍ଚିଛି । ରିବନ କଟିଙ୍ଗ ସେରିମନି, ଲୋକଙ୍କ ସାମ୍ନାକୁ ଟିଭି ମାଧ୍ୟମରେ ଆସିଵା, ବାହାବା ନେବା ପାଇଁ କେବେ ନବୀନ ଉଦ୍ୟମ କରି ନାହାନ୍ତି। ତାଙ୍କ ସମୟରେ ଦୁବାଇ, ସିଙ୍ଗାପୁର ଯାଇ ବ୍ୟାପକ ଗ୍ଲୋବାଲ ରୋଡ ଶୋ ହୋଇଥିଲା। ଯାହା ଆଜି ପୁଂଜି ଆଣିବାରେ ଓଡ଼ିଶାକୁ ସଫଳ କରିଛି।
ଆମେରିକାରୁ ଆସିବ ପୁଞ୍ଜି, ରାଜ୍ୟରେ ସ୍ଥାପନ ହେବ ସେମିକଣ୍ଡକ୍ଟର ୟୁନିଟ୍‌‌
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଆଇଟି କ୍ଷେତ୍ର ଅଭିବୃଦ୍ଧିରେ ସହଭାଗୀ ହେବ ଆମେରିକା। ଏଥିପାଇଁ ଦୁବାଇ, ଜାପାନ ଭଳି ଯୁକ୍ତରାଷ୍ଟ୍ର ଆମେରିକାରୁ ମଧ୍ୟ ପୁଞ୍ଜି ଆଣିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।। ସେଠାକାର ନିବେଶକ, ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଠ କରିବା ଲାଗି ଆସନ୍ତାକାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ସ୍ତରୀୟ ଏକ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରୁଥିବା ଜଣାପଡ଼ିଛି। ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଉନ୍ନୟନ କମିଶନର ଅନୁ ଗର୍ଗ, ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌‌, ବୈଦ୍ୟୁତିକ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ଏହି ପ୍ରତିନିଧି ଦଳ ଆମେରିକାର ସାନଫ୍ରାନ୍ସିସ୍‌‌କୋ ଠାରେ ନିବେଶକ, ଆଇଟି କମ୍ପାନୀ, ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ବିଶେଷକରି ଏହି ଆଲୋଚନାକାଳରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ପୁଞ୍ଜିନିବେଶ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ସେମିକଣ୍ଡକ୍ଟର ଭଳି ବହୁ ଉପାଦେୟ ଚିପ୍‌‌ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ଚଳିତ ବଜେଟରେ ବ୍ୟୟବରାଦ କରିଥିବା ବେଳେ ଶୁକ୍ରବାର ରାଜ୍ୟ କ୍ୟାବିନେଟ ଓଡ଼ିଶାରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍‌‌ ଚିପ୍‌‌ ଉତ୍ପାଦନ ପାଇଁ ନୀତି ପ୍ରବର୍ତ୍ତନ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆମେରିକା ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାକାର ନିବେଶକମାନଙ୍କୁ ଏହି ନୀତି ସମ୍ପର୍କରେ ଅବଗତ କରାଯିବ।
ସେହିପରି ଶିଳ୍ପାୟନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ, ଓଡ଼ିଶାରେ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ସର୍ବୋପରି ପୁ୍‌‌ଞ୍ଜିନିବେଶ କ୍ଷେତ୍ରରେ ଭରପୂର ସମ୍ଭାବନାକୁ ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ବିଶେଷକରି ଆଇଟି କ୍ଷେତ୍ରରେ ଓଡ଼ିଶା କିପରି ପୂର୍ବ ଭାରତରେ ଏକ ପ୍ରମୁଖ ହବ୍‌‌ରେ ପରିଣତ ହେଉଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାର କେବଳ ବିଦେଶ ନୁହେଁ; ଅନ୍ୟ ରାଜ୍ୟର ନିବେଶକମାନଙ୍କୁ ଆକୃଷ୍ଠ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ରାଜ୍ୟର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଅଗ୍ରସର ହେଉଥିବା ବେଳେ ବିଦେଶୀ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଓ ପରେ ଜାପାନ ଗସ୍ତ କରି ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କାର କରିଥିଲେ। ଇତିମଧ୍ୟରେ ଦୁବାଇ ଏବଂ ଜାପାନରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା କମ୍ପାନୀଙ୍କ ପ୍ରସ୍ତାବ କାର୍ଯ୍ୟକାରୀ କରାଗଲାଣି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରିବା ଓଡ଼ିଶା ପାଇଁ ସମ୍ଭାବନାର ନୂଆ ଦିଗ ଉନ୍ମୋଚନ କରିବ ବୋଲି କୁହାଯାଉଛି।
ଆମେରିକା ସହଯୋଗରେ ଭାରତରେ ନିର୍ମାଣ ହେବ ସେମିକଣ୍ଡକ୍ଟର
ନୂଆଦିଲ୍ଲୀ: ଆଗାମୀ ଦିନରେ ଆମେରିକା ସହଯୋଗରେ ଭାରତରେ ନିର୍ମାଣ ହେବ ସେମିକଣ୍ଡକ୍ଟର। ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ବାଣିଜ୍ୟିକ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଏବଂ ନବସୃଜନ ଭାଗିଦାରୀ ଉପରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିମନ୍ତ୍ରଣରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସୁଯୋଗକୁ ଖୋଲିବା ପାଇଁ ସହଯୋଗ ଉପରେ ଆଲୋଚନା ନିମନ୍ତେ ଆଜି ଭାରତ-ଆମେରିକାର ବାଣିଜ୍ୟିକ ଆଲୋଚନା ପୁନଃଆରମ୍ଭ କରାଯାଇଥିଲା।
ଆମେରିକାର ସିଏଚଆଇପିଏସ୍ ଏବଂ ସାଇନ୍ସ ଆକ୍ଟ ଓ ଭାରତର ସେମିକଣ୍ଡକ୍ଟର ମିଶନକୁ ଦୃଷ୍ଟିରେ ରଖି ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସ୍ଥିରତା ଏବଂ ବିବିଧକରଣ ଉପରେ ଦୁଇ ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଏମଓୟୁ ଚେଷ୍ଟା ଲକ୍ଷ୍ୟ ରଖିଛି। ଏହା ଉଭୟ ଦେଶର ସହାୟକ ଶକ୍ତି ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ବିଭିନ୍ନ ଦିଗ ଉପରେ ଆଲୋଚନା ମାଧ୍ୟମରେ ବାଣିଜ୍ୟିକ ସୁଯୋଗ ଏବଂ ସେମିକଣ୍ଡକ୍ଟର ଇନୋଭେସନ୍ ଇକୋସିଷ୍ଟମର ବିକାଶକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି। ଏମଓୟୁ ପାରସ୍ପରିକ ଲାଭଦାୟକ ଗବେଷଣା ଓ ବିକାଶ, ପ୍ରତିଭା ଏବଂ ଦକ୍ଷତା ବିକାଶ ପାଇଁ ଯୋଜନା କରିଛି ।
ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍‌
ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍‌। ଆଜି ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ବ୍ରିଟେନର SRAM & MRAM ଗ୍ରୁପ୍ ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଫ୍ୟାକେସନ୍ ୟୁନିଟ୍ ପ୍ରତିଷ୍ଠା କରିବ ବୋଲି ପ୍ରତିଶ୍ରୁତି ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ SRAM & MRAM ଗ୍ରୁପ୍ ଭୁବନେଶ୍ୱରରେ ୩୦,୦୦୦ କୋଟି ଟଙ୍କା ବିନିଯୋଗରେ ଏକ ସେମିକଣ୍ଡକ୍ଟର ଫ୍ୟାକେସନ୍ ୟୁନିଟ୍ ପ୍ରତିଷ୍ଠା କରିବ ବୋଲି କମ୍ପାନୀ ଆଜି ପ୍ରକାଶ କରିଛି।
ଗଥାମଧ୍ୟମକୁ ଏହି ବିଷୟରେ ସୂଚନା ଦେଇ SRAM & MRAM ଗ୍ରୁପ୍ କର୍ତ୍ତୃପକ୍ଷ କହିଛନ୍ତି ଯେ କମ୍ପାନୀ ସମସ୍ତ ସରକାରୀ ବିଭାଗରୁ କ୍ଲିୟରାନ୍ସ ପାଇବା ପରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ତିନି ମାସ କାମ ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗରେ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ୪୦ ଏକର ପରିମିତ ଜାଗାରେ ସେମିକଣ୍ଡକ୍ଟର ଫାବ୍ରିକେସନ ୟୁନିଟ୍‌ ସ୍ଥାପନ କରିବା ପ୍ରସ୍ତାବ ରହିଛି ବୋଲି ଗ୍ରୁପ୍‌ କର୍ତ୍ତୃପକ୍ଷ କହିଛନ୍ତି।
ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ହେଲେ ଓଡ଼ିଶାର ୪ ରୁ ୫ ଶହ ନିଯୁକ୍ତିର ପ୍ରତ୍ୟକ୍ଷ ସୁଯୋଗ ମିଳିବା ସହିତ ପରୋକ୍ଷ ଭାବେ ବହୁସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ କମ୍ପାନୀ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ। ପରବର୍ତ୍ତୀ ସମୟରେ ଏହି ବିନିଯୋଗ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଯିବ।
ୱାଶିଂ ମେସିନ୍‌ ଠାରୁ ଆରମ୍ଭ କରି ଏରୋପ୍ଲେନ୍‌ରେ ବ୍ୟବହାର କରାଯାଇପାରୁଥିବା ଏହି ସେମିକଣ୍ଡକଫର ଚିପ୍‌ ପାଇଁ ଭାରତ ପୂର୍ବରୁ ଚୀନ୍‌, ତାଇୱାନ୍‌, କୋରିଆ ଆଦି ରାଷ୍ଟ୍ର ଉପରେ ନିର୍ଭର କରୁଥିଲା । ଓଡ଼ିଶାରେ ଏହି ୟୁନିଟ୍‌ ପ୍ରତିଷ୍ଠା ଫଳରେ ସେମିକଣ୍ଡକଫର ଚିପ୍‌ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷାଧିକ ଯନ୍ତ୍ରିକ ଉପକରଣର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଏବଂ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନକାରୀ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତଥା ଓଡ଼ିଶାରେ ଉପଲବ୍ଧ ସୁଦକ୍ଷ ମାନବସମ୍ବଳକୁ ଦୃଷ୍ଟିରେ ରଖି ଇଂଲଣ୍ଡର ଏହି କମ୍ପାନୀ ଓଡ଼ିଶାରେ ତାଙ୍କ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିବା ବିଷୟ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ପ୍ରକଳ୍ପ ମୁଖ୍ୟ ଡି ସିଂହଦେଓ ସୂଚନାଦେଇଛନ୍ତି।