Police Torture in Custody - The Sakala

ଥାନା ଭିତରେ ଯୁବକଙ୍କୁ ନିର୍ଧୁମ ମାଡ଼; ଅଭିଯୋଗ ପରେ ବଦଳିଲେ ଥାନାଧିକାରୀ
ବ୍ରହ୍ମପୁର/ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆରୁ ଜଣେ ଯୁବକଙ୍କୁ ଉଠାଇ ଆଣି ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋପାଳପୁର ଥାନାରେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ଅଭିଯୋଗରେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‍ ଶୁକ୍ରବାର ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ବଦଳି କରିଛନ୍ତି। ତାଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (ଡିପିଓ)କୁ ବଦଳି କରାଯାଇଛି। ସେହିପରି ଗୋପାଳପୁର ଥାନାର ନୂତନ ଆଇଆଇସି ଭାବେ ମେରାଇନ୍‍ ଥାନା ଅଧିକାରୀ ସାରଦାପ୍ରସନ୍ନ ଦାସଙ୍କୁ ଅବସ୍ଥାପିତ କରାଯାଇଛି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ରହିଛି।

ସୂଚନା ଅନୁଯାୟୀ, ଟଙ୍କା ଦେଣନେଣକୁ ନେଇ ସ୍ଥାନୀୟ ଆମ୍ବପୁଆରେ ରହୁଥିବା ରାଇକିଆର ସ୍ମୃତିରେଖା ସାହୁ ସେହି ଅଞ୍ଚଳରେ ଡ୍ରେସ୍‍ ଦୋକାନ କରିଥିବା ସୁମନ କୁମାର ସାହୁଙ୍କ ବିରୋଧରେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ତୁରନ୍ତ ମାମଲା ରୁଜୁ କରି ସୁମନଙ୍କୁ ଉଠାଇ ଆଣି ଏଠାରେ ନିର୍ଧୁମ୍‍ ମାଡ଼ ମାରି ଛାଡ଼ିଦେଇଥିଲେ। ପୁଲିସ ମାଡ଼ରେ ସୁମନ ଗୁରୁତର ଆହତ ହୋଇଛନ୍ତି। ସୁମନ ଓ ତାଙ୍କ ପତ୍ନୀ ସୁଭଦ୍ରା କୁମାରୀ ଚନ୍ଦନ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପି ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ସୁମନଙ୍କ ସୁଭଦ୍ରା ରାଇକିଆ ଥାନାରେ ଗୋପାଳପୁର ଥାନା ଅଧିକାରୀ ଖମାରୀ ଓ ସ୍ମୃତିରେଖାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି। ୪ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଥିବା ଏସପି ସୂଚନା ଦେଇଛନ୍ତି।