Padmapur By-Election - The Sakala

ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ଜୟନାରାୟଣ ମିଶ୍ର : ତାରା ପ୍ରସାଦ ବାହିନିପତି
ଭୁବନେଶ୍ବର : ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି।ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଦମ୍‍ପୁରରେ ଲଢ଼ୁଥିବା ‘ସମ୍ମାନ’ ଲଢ଼େଇରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ବିଜେପିର ଅହଂକାରୀ ରଣନୀତି ଭୂତଳଶାୟୀ ହୋଇଛି। ଗତ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ଉପନିର୍ବାଚନରେ ୮ଗୁଣରୁ ଅଧିକକୁ ବୃଦ୍ଧି ପାଇଛି। ଏପରିକି ବିଜୟ ରଞ୍ଜନ ସିଂହ ବରିହା ବିଜେପିକୁ ମାତ୍ର ୫ ହଜାର ବ୍ୟବଧାନରେ ପରାଜିତ କରିଥିବାବେଳେ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ବିଜୟ ବ୍ୟବଧାନ ୪୨ ହଜାର ଅତିକ୍ରମ କରିଛି।

ତେବେ ବିଜେପିର ଏହି ଶୋଚନୀୟ ପରାଜୟକୁ ବିଜେପି ନେତାମାନେ ହଜମ କରିପାରୁନାହାନ୍ତି। ଦଳ କାହିଁକି ହାରିଲା, ଅଙ୍କ କେଉଁଠି ଭୁଲ ରହିଲା ତାହା ବିଶ୍ଲେଷଣ କରିବା ପରିବର୍ତ୍ତେ ଅବାନ୍ତର ଓ ମିଛ କଥା କହି ପରାଜୟ ପରେ ମୁହିଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତା। ଏହି ନେତାମାନଙ୍କ ମଧ୍ୟ ସର୍ବାଗ୍ରେ ରହିଛନ୍ତି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ପଦ୍ମପୁରରେ ବିଜେପିର ବିଜୟ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ଏହି କୁହାଳିଆ ନେତା ପରାଜୟ ପରେ ଏବେ ମୁହଁ ଲୁଚାଇବାକୁ କଂଗ୍ରେସ ଉପରକୁ ଦୋଷ ଠେଲି ଦେଉଛନ୍ତି।

ଅନ୍ୟପଟେ କଂଗ୍ରେସକୁ ନେଇ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବୟାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତି। ପଦ୍ମପୁର ରେଜଲ୍ଟକୁ ନେଇ ଜୟନାରାୟଣଙ୍କ ବିବାଦୀୟ ବୟାନର କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମିଶ୍ରବାବୁଙ୍କୁ କରିଛନ୍ତି ଟାର୍ଗେଟ । ନିର୍ବାଚନରେ ବିଜେଡି-କଂଗ୍ରେସ ଡିଲ ଆକ୍ଷେପ ଉପରେ ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ତାରା । କିଛି ପ୍ରମାଣ ନଥାଇ ଏଭଳି ଆକ୍ଷେପ କରିବା ଅନୁଚିତ ବୋଲି ତାରା ଜୟନାରାୟଣଙ୍କୁ ବୁଝାଇ କହିଛନ୍ତି ।

ଆଜି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ବିଜେପିର ପଦ୍ମପୁର ପରାଜୟ ନେଇ କଂଗ୍ରେସକୁ ଦୋଷ ଦେଇଛନ୍ତି। ସେ କହିଥିଲେ ଯେ ପଦ୍ମପୁରରେ ଜିତିବା ପାଇଁ ହୋଇଥିଲା ଡିଲ୍‌। କଂଗ୍ରେସ  ବିଜେଡି ମଧ୍ୟରେ ଡିଲ ହୋଇଥିଲା। ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଆଉ ବିଜେଡିର ବିଜୟର ମୁଖ୍ୟ କାରଣ କଂଗ୍ରେସ ବୋଲି ଜୟନାରାୟଣ କହିଥିଲେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି କୌଣସି ତଥ୍ୟ କିମ୍ବା ପ୍ରମାଣ ନଥାଇ ଏମିତି କହିବା ଅନୁଚିତ। ଏଭଳି କଥା କହି ନିଜ ସହ ଦଳର ମଧ୍ୟ ଓଜନ କମ୍ କରୁଛନ୍ତି ଜୟନାରାୟଣ । ଏହାସହିତ କଂଗ୍ରେସ କେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସଲାସୁତୁରା କରିନାହିଁ ବୋଲି ସଫା ସଫା କହିଛନ୍ତି ତାରା । ତେବେ ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଏବଂ ମୁହଁ ଧୋଇବା ପାଇଁ ବିଜେପି ଏମିତି କହୁଛି ବୋଲି ତାରା ଓଲଟା ପ୍ରତିକ୍ରିୟା ରଖିଛନ୍ତି ।

ବିଜେପିର ମିଛ ପ୍ରତିଶ୍ରୁତି ଓ ପ୍ରତାରଣାର କଡା-ଗଣ୍ଡା ହିସାବ ଦେଲେ ପଦ୍ମପୁରବାସୀ
ଭୁବନେଶ୍ବର : ପ୍ରଭୁ ନୃସିଂହନାଥ ମାଟିରେ ପୁଣି ହେଲା ଶଂଖନାଦ। ନବୀନଙ୍କ କ୍ରେଜ ଆଗରେ ଚିତପଟାଙ୍ଗ ମାରିଲା ବିଜେପି। ବହପିଆଙ୍କ ବହପ ପାଣିରେ ମିଶିଗଲା। ବିଜେପିର ସବୁ ମିଛ ପ୍ରତିଶ୍ରୁତି, ସବୁ ମିଛ ପ୍ରତାରଣାର କଡା ଗଣ୍ଡା ହିସାବ ଦେଇଛନ୍ତି ପଦ୍ମପୁରବାସୀ। ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଚାର ସମୟରେ ବିଜେପି ଦଳର ନେତାଙ୍କ ଆଚରଣ ଏବଂ ଉଚ୍ଚାରଣ ସୀମା ଲଂଘିଥିଲା। ବର୍ଷାଙ୍କ ପ୍ରାର୍ଥୀତ୍ବ ପ୍ରତି ବାରମ୍ବାର କୁତ୍ସାରଟନା ଏବଂ ବିଜୟ ବାବୁଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତି ଲୋକଙ୍କ ସମବେଦନା ଏବଂ ଝିଅ ବର୍ଷାଙ୍କ ଲୁହକୁ ଅପମାନ ଦ୍ବାରା ବିଜେପିର ନେତାମାନେ ନିନ୍ଦିତ ହୋଇଆସିଥିଲେ।

ଏଥି ସହିତ କେନ୍ଦ୍ରମନ୍ତ୍ରୀମାନଙ୍କ ମିଛ ପ୍ରଚାର। ଜନତାଙ୍କୁ ବିଭିନ୍ନ ପ୍ରସଙ୍ଗର ଭ୍ରାନ୍ତ ଧାରଣା ଦେବା ସହ ବିଭ୍ରାନ୍ତିକର ତଥ୍ୟାମାନ ଉପସ୍ଥାପନ କରିଥିଲେ। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ହିଂସାକୁ ଉସୁକାଇବା ଭଳି ଘଟଣା ବିଜେପିର ପରାଜୟର ବାଟ ଫିଟାଇଥିଲା ବୋଲଇ ମଧ୍ୟ ଚର୍ଚ୍ଚା ହେଉଛି। ୨୦୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନରେ ମଧ୍ୟ ଦଳ ବିଜୟ ଲାଭ କରି ଆଗାମୀ ସାଧାରଣ ନିର୍ବାଚନରେ ସରକାର ଗଢିବା ଯାଏ ବି ସ୍ବପ୍ନ ଦେଖିବା ଆରମ୍ଭ କରିଥିଲା। ଏଥିପାଇଁ ପ୍ରଥମ କରି ବିଜେପି ଏଠାରେ ତାର ସବୁ ବଳ ଖଟାଇ ଦେଇଥିଲା। ଅଭିଜ୍ଞ ନେତା ତଥା ପୂୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ ବି କରିଥିଲା। ପ୍ରଥମ କରି ଏହି ନିର୍ବାଚନରେ ଦଳ ତାର ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ, ବିଧାୟକଙ୍କୁ ଏଠାରେ ନିୟୋଜିତ କରିଥିଲା। ଆଉ ଏହି ନେତାମାନେ ପ୍ରଥମତଃ ପ୍ରତିଟି କେନ୍ଦ୍ରର ପ୍ରତାରଣା ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇଥିବା ବେଳେ ରାଜ୍ୟ ସରକାରଙ୍କ ବିକାଶ ପ୍ରସଙ୍ଗକୁ କାଉଣ୍ଟର କରି ନପାରି ବିଳିବିଲେଇ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ପଦ୍ମପୁରବାସୀ ଠିକ୍ ଭାବେ ପରଖିବାରୁ ଏବେ ଦଳ ସାଂଘାତିକ ପରାଜୟର ସମ୍ମୁଖୀନ ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସାଙ୍ଗକୁ ରେଳ ଲାଇନ ସଂଯୋଗ ଏବଂ ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଖୋଲିବାକୁ ଘୋଷଣା କରିଥିଲେ ହେଁ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଅର୍ଦ୍ଧାଧିକ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ବେଳେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରୁଛନ୍ତି। ଏପଟେ, ସୁନା ବେପାରୀଙ୍କୁ ମାତ୍ର ୩ ପ୍ରତିଶତ ଜିଏସଟି ଲାଗୁ କରିବା କଣ ଗରିବଙ୍କ ସରକାର କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବିଜେପିର ସମସ୍ତ କୁହାଳିଆ ନେତାଙ୍କୁ ଅଡୁଆରେ ପକାଇଥିଲା।ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାର ପ୍ରତି ଥିବା ବିମୁଖତା ଏବେ ବିଜେପିର ପରାଜୟର କାରଣ ହୋଇଥିବା ବିଶେଷଜ୍ଞ ମହଲରେ ଆଲୋଚନାର ବିଷୟ ହୋଇଛି। ବିଜୟ ବାବୁଙ୍କ ଅଧୁରା ରହିଥିବା ବିକାଶ ପ୍ରକଳ୍ପକୁ ଆଗେଇ ନେବାକୁ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଲୋକେ ଅକୁଣ୍ଠ ସମର୍ଥନ ଦେଇଥିବା ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ଆଉ ପୁଣି ପୂର୍ବବତ୍ ପଦ୍ମପୁର ବିଜେଡିର ଗଡ ଭାବେ ପ୍ରମାଣିତ ହୋଇଛି।

ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ। ପଦ୍ମପୁର ଉପନିର୍ବାଚନରେ ଆଜିର ଫଳାଫଳ ପୁଣି ଥରେ ବିଜେଡିର ବିକାଶମୁଖୀ ରାଜନୀତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭାବମୂର୍ତ୍ତିକୁ ହୀରା ପରି ଆହୁରି ଜାଜ୍ଜ୍ବଲ୍ୟମାନ କରି ଦେଇଛି। ବିଜେପି ଚିତପଟାଙ୍ଗ ମାରିଥିବା ବେଳେ ବିଜେଡି ପ୍ରାର୍ଥିନୀ ତଥା ଦିବଂଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ଏହା ସାଙ୍ଗକୁ ଜଣେ ନାରୀ ପ୍ରତି ଅପମାନର କଡା ଜବାବ ଦେଇଛନ୍ତି  ପଦ୍ମପୁର ମାଟିର ସ୍ବାଭିମାନୀ ଜନତା

ପଦ୍ମପୁରରେ ବାଜିଲା ଶଙ୍ଖ : ୪୨ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ବୃହତ ବିଜୟ ହାସଲ କଲା ବିଜୁ ଜନତା ଦଳ
ପଦ୍ମପୁର : ପଦ୍ମପୁରରେ ବିଜେଡିର ବୃହତ ବିଜୟ। ପଦ୍ମପୁର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରାୟ ୪୨ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଥିଲା। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଏହାପରେ ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଥିଲା।  ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେଉଥିବା ବେଳେ ବର୍ତ୍ତମାନ ସମ୍ପୁର୍ଣ୍ଣ ୨୩ ରାଉଣ୍ଡର ଗଣତି ଶେଷ ହୋଇଛି। ଏଥିରେ ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଭୋଟରେ ପରାସ୍ତ କରିଛନ୍ତି । ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା । ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି ।

ପଦ୍ମପୁରରେ ୨୩ ରାଉଣ୍ଡ ଗଣତି ଶେଷ ଶୁଦ୍ଧା ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ  ୭୬ ହଜାର ୮୭୪ ଖଣ୍ଡ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩ ହଜାର ୫୪୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦମପୁର ଭୋଟର ସମର୍ଥନ ଦେଇଛନ୍ତି । ବିଜେପିର ସବୁ ପ୍ରକାରର ନକରାତ୍ମକ ପ୍ରଚାରକୁ ଭୋଟର ପ୍ରତ୍ୟାଖାନ କରି ପ୍ରସଙ୍ଗ ଭିତ୍ତିକ ନିର୍ବାଚନକୁ ସମର୍ଥନ କରିଥିବା ଉପନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ବିଜେପି କେବଳ ପ୍ରଚାରର ହାୱା ସୃଷ୍ଟି କରି ଉପନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ଥିଲା ବୋଲି ରାଜନୈତିକ ବିଶ୍ଲେଷକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି।

ପଦ୍ମପୁର ରେଜଲ୍ଟ : ଉଡ଼ିଲାଣି ଶଙ୍ଖ ପତାକା, ବିଜେଡ଼ି ଜିନ୍ଦାବାଦ୍ ନାରା ସହ ଆରମ୍ଭ ହେଲା ବିଜେଡିର ସେଲିବ୍ରେସନ
ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ ବଡ ବିଜୟ ଅଭିମୁଖେ ଯାଉଛି ବିଜୁ ଜନତା ଦଳ। ଆଜି ସକାଳ ୮.୩୦ରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣତିରେ ଏପର୍ଯ୍ୟନ୍ତ ବିଜେଡି ଆଗୁଆ ରହିଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ। ଆଜି ଭୋଟ ଗଣତିରେ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ ରାଉଣ୍ଡର ଗଣତି ଶେଷ ହୋଇଛି। ଯେଉଁଥିରେ ପ୍ରଥମ ରାଉଣ୍ଡରୁ ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ବିଜେପିର ପ୍ରାର୍ଥୀ ପ୍ରଦୀପ ପରୋହିତଙ୍କୁ ପଛରେ ପକାଇ ଆଗରେ ରହି ଆସିଛନ୍ତି। ଅର୍ଥାତ କୌଣସି ରାଉଣ୍ଡରେ ବି ବିଜେପିର ପ୍ରାର୍ଥୀ ପ୍ରଦୀପ ପରୋହିତ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ଆଗକୁ ଯାଇ ପାରିନାହାନ୍ତି।

୧୬ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ୮୫ ହଜାର ୦୯୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତ ୫୫ ହଜାର ୮୬୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୭୧୫ ଖଣ୍ଡ ପାଇଛନ୍ତି। ୧୬ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ୨୯,୫୧୮ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି।

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିବାର ଟ୍ରେଣ୍ଡ ରହିଆସିଥିବା ବେଳେ ୧୬ ତମ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯାହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ପଦ୍ମପୁର ବିଜେଡି କର୍ମମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। ବିଜେଡ଼ି ଜିନ୍ଦାବାଦ୍ ନାରା ସହ ଆରମ୍ଭ ହୋଇଛି ବିଜେଡିର ସେଲିବ୍ରେସନ। ଭୁବନେଶ୍ବର ବିଜୁ ଜନତା ଦଳ କାର୍ଯ୍ୟାଳୟ ସହ ପଦ୍ମପୁର ଏବଂ ସମଗ୍ର ରାଜ୍ୟର ବିଜେଡି ଶିବିରରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ପଦ୍ମପୁରରେ ଶଙ୍ଖ ପତାକା ଉଡାଇବା ସହ କର୍ମୀମାନେ ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି।

ଆସୁଛି ପଦ୍ମପୁର ଫଳ : ବଡ଼ ବିଜୟ ମୁହାଁ ବିଜୁ ଜନତା ଦଳ
ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି।

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପଦ୍ମପୁରର ୧୧ତମ  ରାଉଣ୍ଡର ଗଣତି ଶେଷ ହୋଇଥିବା ବେଳେ ବିଜୁ ଜନତା ଦଳ ବହୁ ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିବାର ଟ୍ରେଣ୍ଡ ରହିଆସିଥିବା ବେଳେ ୧୧ତମ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯାହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ପଦ୍ମପୁର ବିଜେଡି କର୍ମମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତିରେ ୧୧ ତମ ରାଉଣ୍ଡ ସୁଦ୍ଧା ବିଜେଡି ୨୧,୩୫୧ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୯,୪୧୬ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତ ୩୮,୦୬୫ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୮୫ଖଣ୍ଡ ଭୋଟ୍‌ ପାଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁରରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷାଫଳ ଜଣାପଡିବ। ଏଠାରେ ସୂଚନାତଥାଉକି,ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

ପଦ୍ମପୁର ରେଜଲ୍ଟ : ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଆଗୁଆ
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ନେଇ ଚାଲିଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରେ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପ୍ରଥମ ରାଉଣ୍ଡ ଭୋଟ୍‌ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି।

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୭୮୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା  ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁର ଉପନିର୍ବାଚନ: ୪ଟା ପରେ ବୁଥ ଭିତରେ ଥିବା ମତଦାତା ଦେଉଛନ୍ତି ଭୋଟ, ବିଭିନ୍ନ ବୁଥରେ ଏବେ ବି ଅଛନ୍ତି ୧୨ ହଜାର ଭୋଟର
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଲାଗି ସରିଲା ମତଦାନ ପ୍ରକ୍ରିୟା । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି। ୩୧୯ ବୁଥରେ ଭୋଟ ଦେଇଛନ୍ତି ମତଦାତା । ଅପରାହ୍ନ ୪ଟା ପର୍ଯ୍ଯନ୍ତ ମତଦାନ ହୋଇଥିଲା। ଯେଉଁମାନେ ୪ଟା ପୂର୍ବରୁ ବୁଥରେ ପହଞ୍ଚିଛନ୍ତି ସେମାନେ ଲାଇନରେ ରହି ମତଦାନ କରୁଛନ୍ତି। ସମ୍ପୂର୍ଣ୍ଣ ଭୋଟ ପ୍ରକ୍ରିୟା ସରିବାକୁ ୬ଟାରୁ ୬ଟା ୩୦ ସମୟ ଲାଗିପାରେ । ୮୯ ବୁଥରେ ଏବେବି ୧୨ ହଜାର ଭୋଟ ରହିଛନ୍ତି।  ଶାନ୍ତି ଶୃଙ୍ଖଳାର ସହ ମତଦାନ କରୁଛନ୍ତି। ଖବର ଅନୁଯାୟୀ, ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଥିଲା।

ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟା ସରିବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିବ । ପଦ୍ମପୁର ଆରଏମସି ରେ ଇଭିଏମ ରଖିବା ର ବ୍ୟବସ୍ଥା ହୋଇଛି । ଦ୍ଵି ସ୍ତରୀୟ ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ବର୍ତ୍ତମାନସୁଦ୍ଧା କୌଣସି ବିଶୃଙ୍ଖଳାର ସୂଚନା ନାହିଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୂଚନା ଅନୁଯାୟୀ, ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା କରାଯାଇଥିଲା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା।  ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିଲେ । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଥିଲେ । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା।

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ଥିଲେ । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୁଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଥିଲା ।

ଭୋଟ୍‌ ଦେଉଛି ପଦ୍ମପୁର : ଶାନ୍ତିଶୃଙ୍ଖଳାର ସହ ୩୧୯ ବୁଥ୍‌ରେ ଚାଲିଛି ମତଦାନ
ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା । ଏହାପରେ ସକାଳ ୭ରୁ ଆରମ୍ଭ ହୋଇଥିଲା ଭୋଟଗ୍ରହଣ।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି।ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ସମ୍ବେଦନଶୀଳ ଚିହ୍ନଟ ୭୯ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୁଲିସ୍ ଅଫିସର, ୨୧ ପ୍ଲାଟୁନ୍ ‌ଆର୍ମଡ ପୁଲିସକୁ ମିଶାଇ ମୋଟ୍ ୧୪୧୩ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ୯ କଂପାନି କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ ଅଛନ୍ତି। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି। କୌଣସି ବୁଥରେ ଇଭିଏମ୍ ଜନିତ ତ୍ରୁଟି ପରିଲକ୍ଷିତ ହେଲେ ଅଧଘଣ୍ଟା ଭିତରେ କିଭଳି ତାହା ପରିବର୍ତ୍ତନ ହୋଇପାରିବ ସେ ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ କହିଛନ୍ତି ଯେ ମତଦାନ ନ ସରିବା ଯାଏଁ କୌଣସି ଗଣମାଧ୍ୟମ ଅଥବା ଅନ୍ୟ କୌଣସି ସଂସ୍ଥା ଏକ୍‍ଜିଟ୍‍ ପୋଲ୍‍ କିମ୍ବା ଓପିନିୟନ୍‍ ପୋଲ୍‍ କରାଇ ପାରିବେ ନାହିଁ। ଯଦି ନିୟମ ବିରୋଧରେ ଯାଇ କୌଣସି ସଂସ୍ଥା ଏପରି କରନ୍ତି, ତେବେ ଆଇନ ଅନୁଯାୟୀ ନିଶ୍ଚୟ ଦଣ୍ଡିତ ହେବେ। ନିର୍ବାଚନକୁ ଦୃଷ୍ଟିରେ ରଖି ଡିସେମ୍ବର ୫ ତାରିଖକୁ ସ୍ଥାନୀୟ ଅଞ୍ଚଳରେ ଛୁଟି ଭାବେ ଘୋଷଣା କରାଯାଇଛି। ପଦ୍ମପୁରରେ ଥିବା ବିଭିନ୍ନ ସଂସ୍ଥା ଭୋଟ ଦିନ ବନ୍ଦ ରହିବ। ପଦ୍ମପୁରନିବାସୀ କୌଣସି ସରକାରୀ କର୍ମଚାରୀ ଦୂରରେ ରହୁଥିଲେ ୩ ଦିନ କାଜୁଆଲ୍‍ ଲିଭ୍‍ ନେଇ ଭୋଟ ଦେଇପାରିବେ ବୋଲି ସିଇଓ କହିଛନ୍ତି। ମୋଟ ୩୧୯ଟି ବୁଥ୍‍ରୁ ୩୦୬ଟି ବୁଥ୍‍ର ନାମ ପରିବର୍ତ୍ତନ କରାଯାଇଛି। ସେହିପରି ବୁଥ୍‍ ନଂ ୨୪୧,୨୪୨ ଏବଂ ୨୯୫କୁ ନିକଟସ୍ଥ ଅଞ୍ଚଳକୁ ସ୍ଥାନ୍ତାନ୍ତର କରାଯାଇଛି। ସମସ୍ତ ବୁଥ୍‍ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଇଭିଏମ୍‍ ଏବଂ ଭିଭିପ୍ୟାଟ ମେସିନ୍‍ ରହିଛି। ରିଜର୍ଭ ଭାବେ ମଧ୍ୟ ଇଭିଏମ୍‍ ଏବଂ ଭିଭିପ୍ୟାଟ୍‍ ମେସିନ୍‍ ରଖାଯାଇଛି।

କୌଣସି ଇଭିଏମ ତ୍ରୁଟି ଦେଖାଗଲେ, ତାହାକୁ ଗଣମାଧ୍ୟମ ଅତିରଞ୍ଜିତ କରି ପ୍ରସାରଣ ନ କରୁ ବୋଲି ସିଇଓ ପରାମର୍ଶ ଦେଇଛନ୍ତି। ପଦ୍ମପୁରରେ ୨,୫୭,୪୭୪ ଭୋଟର ମତଦାନ କରିବେ। ଭୋଟର ପରିଚୟପତ୍ର ବ୍ୟତୀତ ୧୨ଟି ଅନ୍ୟ ବିକଳ୍ପ ପରିଚୟ ଦେଖାଇ ଭୋଟର ମତଦାନ କରିପାରିବେ। ଏହା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ, ମନରେଗା କାର୍ଡ, ଆଧାର କାର୍ଡ, ସରକାରୀ କର୍ମଚାରୀ କାର୍ଡ, ରାସନ କାର୍ଡ ଇତ୍ୟାଦି ରହିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ପ୍ରତି ବୁଥ୍‍ ବାହାରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି। ଗାଁଗୁଡ଼ିକରେ ନିୟୋଜିତ ଭିଏଲଓ ଏହି ହେଲ୍ପ ଡେସ୍କରେ କାର୍ଯ୍ୟ କରିବେ। ଦିବ୍ୟାଙ୍ଗ ଭୋଟମାନଙ୍କ ପାଇଁ ଘରୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଯାନବାହାନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୯୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି।

ନିର୍ବାଚନମଣ୍ଡଳୀର ମୋଟ ୭୯ଟି ବୁଥ୍‍ ସମ୍ବେଦନଶୀଳ ରହିଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଅଧୀନରେ ୯୧ ଜଣ ମାଇକ୍ରୋ ଅବ୍‍ଜରଭର୍‍ ରହିଛନ୍ତି। ୧୫ଟି ବୁଥ୍‍କୁ ମଡେଲ ବୁଥ୍‍ ଘୋଷଣା କରାଯିବା ସହ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଏହା ବ୍ୟତୀତ ୬ଟି ବୁଥ୍‍ରେ ସମସ୍ତ ଅଧିକାରୀ ମହିଳା ରହିଛନ୍ତି। ରାଜ୍ୟ ମୁଖ୍ୟାଳୟରୁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଆରଏମସି ମାର୍କେଟ ଗସ୍ତ କରିଥିଲେ। ସେହି ସ୍ଥାନରୁ କର୍ମଚାରୀମାନେ ନିଜ ନିଜ ବୁଥକୁ ଯାଇଥିବା ଜଣାପଡ଼ିଛି। ସାମଗ୍ରିକ ଭାବେ ୨୦୬ ପୁଲିସ୍‍ ଅଧିକାରୀଙ୍କ ସମେତ ୧୪୧୩ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ୯ ପ୍ଲାଟୁନ୍‍ ଏକାଧିକ କେନ୍ଦ୍ରୀୟ ସୁରକ୍ଷା ବଳ ପଦ୍ମପୁରରେ ନିଯୁକ୍ତ ହୋଇଛନ୍ତି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ୧,୨୯,୪୯୭ ଜଣ ପୁରୁଷ ୧,୨୭,୯୬୫ ଜଣ ମହିଳା, ୧୨ ଜଣ ତୃତୀୟ ଲିଙ୍ଗ ଏବଂ ୧୯୯ ଜଣ ସର୍ଭିସ୍‍ ଭୋଟର ରହିଛନ୍ତି।

ଚାଷୀଙ୍କଠୁ ରେଳ ଲାଇନ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ, କହିଲେ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ
ପଦ୍ମପୁର : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଦ୍ମପୁରର ୩ଟି ସ୍ଥାନ ଝାରବନ୍ଧ,ପାଇକମାଳ ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ। ତେବେ ଆଜି ଜନସଭାକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ର ବିଜେପି ସରକାର ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅସଲ ମୁଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କ ତାଳୁରୁ ତଳିପା ପର୍ଯ୍ୟନ୍ତ ପୂରା ଧୋଇଦେଇଛନ୍ତି। କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ ପ୍ରତାରଣାର କଡ଼ା ଜବାବ ଦେଇଛନ୍ତି ନବୀନ।

ପଦମପୁରରେ ଭୋଟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ବିଜେଡି ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳୀଙ୍କୁ ୧ ହଜାର ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର ଠାରୁ ପିଲାଙ୍କ ପାଠପଢା ଯାଏଁ ସୁବିଧା ଯୋଗାଇ ଦେଉଛୁ ।

ଏହାସହ କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି, କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛି । ହେଲେ ସୁନା ଉପରେ ମାତ୍ର ୩% ଜିଏସଟି ଲାଗିଛି । ସୁନା ବେପାରୀ ଦେବେ ୩% ଜିଏସଟି, କିନ୍ତୁ ଗରିବ କେନ୍ଦୁପତ୍ର ତୋଳାଳୀ ଦେବ ୧୮% । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବିଜେପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛି । ମୁଁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି । କେନ୍ଦୁପତ୍ର ତୋଳାଳୀଙ୍କ ହକ୍ ପାଇଁ ଲଢେଇ କରିବି । ବିଜେପି ନେତା କେବେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେନି ।

ଚାଷୀଙ୍କ ସୁବିଧା ପାଇଁ ଫସଲବୀମା ଯୋଜନା ଅଛି । ଏହା କେନ୍ଦ୍ରର ଯୋଜନା । ରାଜ୍ୟ ସରକାର ୫୦ ପ୍ରତିଶତ ପ୍ରିମିୟମ ବାବଦକୁ ୬୩୦ କୋଟି ଦେଉଛନ୍ତି । ପଦ୍ମପୁର ଚାଷୀଙ୍କ ଫସଲବୀମା ଟଙ୍କା ୧୮ ମାସ ହେବ କେନ୍ଦ୍ର ନିକଟରେ ପଡି ରହିଥିଲା । ଚାଷୀ ବନ୍ଧୁମାନେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ କରିବାକୁ ଅଟକାଇବା ପରେ ୪୮ ଘଣ୍ଟା ପରେ ନିଦ ଭାଙ୍ଗିଲା । ଏବେ ବି ପଦ୍ମପୁରର ବହୁ ଚାଷୀ ବୀମା ରାଶି ପାଇନାହାନ୍ତି । ମୁଁ ଏଥିପାଇଁ କେନ୍ଦ୍ର ସହ ଲଢିବି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି । କେନ୍ଦ୍ରର ବିଜେପି ସରକାର ଘୋଷଣା କରିଥିଲେ ୨୦୨୨ ସୁଦ୍ଧା ସମସ୍ତେ ଘର ପାଇବେ । ଓଡ଼ିଶା ପ୍ରତିବର୍ଷ ୫ ଲକ୍ଷ ଘର ଯୋଗାଇ ଦେଇ କେନ୍ଦ୍ର ଠାରୁ ପୁରସ୍କୃତ ହୋଇଥିଲା । କିନ୍ତୁ ବିଜେପିର ଓଡ଼ିଶାର ସାଂସଦ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାପ ପକାଇ ଗ୍ରାମୀଣ ଆବାସକୁ ବନ୍ଦ କରିଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିଛନ୍ତି । ୨ ବର୍ଷ ହେଲା ଘର ବନ୍ଦ କରି ରଖିଛି କେନ୍ଦ୍ର । ୨ ବର୍ଷରେ ୧୦ ଲକ୍ଷ ଗରିବ ଘର ପାଇଥାନ୍ତେ । ଏଭଳି ଘର ବନ୍ଦ କରି ଓଡ଼ିଶା ବିଜେପିର ନେତା ମାନେ ବାହାବା ମାରୁଛନ୍ତି । ଆପଣ ମାନଙ୍କ ହକ୍ ପାଇଁ ମୁଁ ଲଢିବି । ଓଡ଼ିଶାବାସୀଙ୍କ ଆବାସ ଯୋଜନା ଅନ୍ୟାୟ ଭାବେ ବନ୍ଦ କଲେ ଆପଣଙ୍କ ସରକାର ଏହାକୁ ଯୋଗାଇବେ ।

୨୦୧୮ରେ କେନ୍ଦ୍ରମନ୍ତ୍ରୀ କହିଥିଲେ ବରଗଡରୁ ପଦ୍ମପୁର ଦେଇ ଟ୍ରେନ୍ ନୂଆପଡା ଯିବ । ବିଜେପୁର ଉପ-ନିର୍ବାଚନ ସମୟରେ ଏମିତି କହିଥିଲେ । ୨୦୨୨ରେ ଦୁଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କହୁଛନ୍ତି ଓଡ଼ିଶା ସରକାର ଜମି ଦେଲେ, କାମ ଆରମ୍ଭ କରିବେ । ପଦ୍ମପୁର ଉପ-ନିର୍ବାଚନ ବେଳେ ଏଭଳି ଘୋଷଣା କରୁଛନ୍ତି । ମାନ୍ୟବାର କେନ୍ଦ୍ରମନ୍ତ୍ରୀ କହିବେ କି, ଏହି ରେଲୱେ ଲାଇନ୍ କେଉଁ ଗାଁ ଦେଇ ଯିବ, ଷ୍ଟେସନ କେଉଁଠି ହେବ, କେଉଁଠି ବ୍ରିଜ ହେବ । ଜମି ଦେବାକୁ କେନ୍ଦ୍ରମନ୍ତ୍ରୀ କହିଲେ କିନ୍ତୁ କେଉଁ ଗାଁରେ କେତେ ଜମି ଦରକାର ତାହାର ସର୍ଭେ କରିଛନ୍ତି କି? ଡିପିଆର କରିଛନ୍ତି କି? ରାଜ୍ୟ ସରକାରଙ୍କ ପାଖରେ ଜମି ପାଇଁ ଆବେଦନ କରିଛନ୍ତି କି? କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନାହିଁ ତେଣୁ ପଦ୍ମପୁରବାସୀଙ୍କୁ କାହିଁକି ମିଛ କହିଲେ । ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ।

ସାଢେ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡ, ମିଶନ ଶକ୍ତି ମହିଳାଙ୍କୁ ୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ଚାଷୀଙ୍କୁ ବିନା ସୁଧରେ ଋଣ, ଓଡ଼ିଶାରେ ପିଲାଙ୍କୁ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ସ୍କୁଲ ରୂପାନ୍ତରଣ ଓ ୫-ଟି ସ୍କୁଲ, ଗାଁରେ ଥିବା ଗରିବ ପିଲାଙ୍କର ସ୍ୱପ୍ନ ସତ କରିବାକୁ ଡାକ୍ତରୀ ଓ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ୧୫% ସଂରକ୍ଷଣ, ଜଳସେଚନ ସୁବିଧା ପାଇଁ ବାର୍ଷିକ ୨୦ ହଜାର କୋଟି , ଜନ୍ମରୁ ମୃତ୍ୟୁ ଯାଏଁ ବିଜେଡି ସରକାର ସାଥୀରେ ଅଛନ୍ତି । ସାରା ଦେଶରେ ଏସଟି ଝିଅ ମାନେ ଅଧିକ ସଂଖ୍ୟାରେ ହଷ୍ଟେଲରେ ରହିବାରେ ଓଡ଼ିଶା ପ୍ରଥମ । ଆଦିବାସୀଙ୍କ ପିଲାଙ୍କ ପାଇଁ ୧ ହଜାର ଟଙ୍କାର ଅଧିକ ସ୍କଲାରସିପ ଦେଉଛନ୍ତି । ଭାରତ ସରକାର ଏସଟି ସ୍କଲାରସିପ୍ ଦେବାରେ ଅବହେଳା କରୁଛନ୍ତି । ଜନଜାତି ମାନ୍ୟତା ଦେବାକୁ ଓଡ଼ିଶା ପ୍ରସ୍ତାବ ଦେଇଥିଲେ ମଧ୍ୟ ବିଜେପି ସରକାର ଅଣଦେଖା କରି ଆସୁଛି । ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି । ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।