naveen patnaik in padmapur - The Sakala

ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପଦ୍ମପୁରବାସୀଙ୍କ ସବୁ ଦାବି ପୂରଣ ହେବ : ମୁଖ୍ୟମନ୍ତ୍ରୀ
ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଝାରବନ୍ଧ ତାପରେ ପାଇକମାଳ ଏବଂ ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପଦମପୁରରେ ପ୍ରଚାର କରିଛନ୍ତି।ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିଥିଲେ ନବୀନ । ଗଙ୍ଗାଧର ମେହେରଙ୍କ ଏ ପବିତ୍ର ମାଟିକୁ ପ୍ରଣାମ ଜଣାଇବା ସହ ଝାରବନ୍ଧ ଅଞ୍ଚଳବାସୀଙ୍କୁ ଜୁହାର ଜଣାଇ ଏତେ ସଂଖ୍ୟାରେ ସଭାକୁ ଆସିଥିବାରୁ ଚାଷୀ, ମା, କେନ୍ଦୁପତ୍ର ତୋଳାଳୀ ଓ ଜନଜାତି ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଥିଲେ ଯେ, ସେ ସବୁବେଳେ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ଗରିବଙ୍କ ହକ୍ ପାଇଁ ଲଢୁଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ ତାଙ୍କ ସରକାର କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରାଯାଉଅଛି । ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ଭଲ କାମ କରିଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଙ୍କ କଲ୍ୟାଣ ପାଇଁ କାମ କରୁଛି ତାଙ୍କ ସରକାର। କଥା ନୁହେଁ ସେ କାମରେ ବିଶ୍ୱାସ କରନ୍ତି ବୋଲି ନବୀନ କହିଛନ୍ତି । ପଦ୍ମପୁରବାସୀଙ୍କ ଦାବି ପୂରଣ ହେବ ଓ ସ୍ୱପ୍ନ ସାକାର ହେବ । ବଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଣ୍ଡିଆ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଲେ ଆଶୀର୍ବାଦ ନେଲେ ବର୍ଷା

ପୁଣି ଜନସଭାରେ କାନ୍ଦି ପକାଇଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ନିର୍ବାଚନୀ ସଭାରେ ଉଦବୋଧନ ଦେବା ସମୟରେ ବାପାଙ୍କ କଥା ମନେ ପକାଇ କାନ୍ଦିଛନ୍ତି ବର୍ଷା । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କଲେ ।ବିଶାଳ ଜନସଭାରେ ଯୋଗ ଦେଇ ତାଙ୍କ ପ୍ରତି ବ୍ୟକ୍ତିଗତ ଅକ୍ଷେପ କରୁଥିବା ବିରୋଧୀଙ୍କୁ ବର୍ଷା କହିଛନ୍ତି, ‘ ଆପଣଙ୍କର ମା, ଭଉଣୀ ଅଛନ୍ତି, ରାଜନୈତିକ ମନ୍ତବ୍ୟ ଦିଅନ୍ତୁ ହେଲେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରନ୍ତୁନାହିଁ’ । ଆଜି ପଦ୍ମପୁର ଝାରବନ୍ଧରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚୋର ବସିଥିଲେ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଭାଷଣ ଦେଇଥିଲେ ବର୍ଷା । ଏହାସହ ଲୋକଙ୍କ ଅଶୀର୍ବାଦ ଭିକ୍ଷା କରିଥିଲେ ।

ପଦ୍ମପୁରରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି, ବର୍ଷାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ : ନବୀନ ପଟ୍ଟନାୟକ
ପଦ୍ମପୁର : ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌। ନିର୍ବାଚନ ପୂର୍ବରୁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦ୍ମପୁରରେ ଆଜି ମୁଖ୍ୟମନ୍ତ୍ରୀ ୩ଟି ନିର୍ବାଚନୀ ସଭା କରି ଲୋକଙ୍କୁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି।

ନିର୍ବାଚନୀ ସଭାରେ ନବୀନ କିଛିଦିନ ଦିନ ଧରି ବିଜେପିର ରାଜ୍ୟ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ କରୁଥିବା ଅପପ୍ରଚାରର କଡା ଜବାବ ଦେବା ସହ ଲୋକଙ୍କ ଆଗରେ ନିଚ୍ଛକ ସତକଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି ।

LIVE : ପଦମପୁରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ସମ୍ବୋଧନ https://t.co/m3qXxiBL1w

— Biju Janata Dal (@bjd_odisha) December 2, 2022

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି। ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ।

ବିଜେପିର ନେତା ମାନେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅସମ୍ମାନ କରୁଛନ୍ତି ତାହା ଦୁଃଖର କଥା । ମୁଁ ଏହାକୁ ନିନ୍ଦା କରୁଛି । ଏଠାରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି । ବର୍ଷା ବରିହାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ।