Professor Dr Sudarsan Acharya - The Sakala

ଆରପାରିରେ ବର୍ଷୀୟାନ ଲେଖକ ପ୍ରଫେସର ଡ.ସୁଦର୍ଶନ ଆଚାର୍ଯ୍ୟ
ବ୍ରହ୍ମପୁର: ଓଡ଼ିଆ ସାହିତ୍ୟ ଜଗତରେ ଗୋଟିଏ ଯୁଗର ଅବସାନ । ଓଡିଆ ସାହିତ୍ୟର ଗବେଷକ ଓ ବର୍ଷୀୟାନ୍ ଲେଖକ ପ୍ରଫେସର ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ । ଆଜି ସକାଳ ୧୦ଟାରେ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସୁଦର୍ଶନ ଆଚାର୍ଯ୍ୟ । ୨୦୦୬ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ‘ଅତିବଡୀ ସମ୍ମାନ’ରେ ସେ ଭୂଷିତ ହୋଇଥିଲେ।

୧୯୩୯ ମସିହାରେ ଜନ୍ମିତ ଏହି ସାରସ୍ୱତ ବ୍ୟକ୍ତିତ୍ୱ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୀର୍ଘ ୩୯ ବର୍ଷ କାଳ ଅଧ୍ୟାପନା କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ଭାବରେ ୧୯୯୯ ମସିହାରେ ସେ ଅବସର ଗ୍ରହଣ କରିଥିଲେ।

ଓଡିଆ, ସଂସ୍କୃତ ଓ ତେଲୁଗୁ ଭାଷାରେ ତାଙ୍କର ପାରଦର୍ଶିତା ରହିଛି । ସେହିପରି ପ୍ରାଚୀନ ପୋଥିମାନଙ୍କ ପୁନରୁଦ୍ଧାର କରି ଓଡ଼ିଆ ସାହିତ୍ୟର ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ବହୁ ଅବଦାନ ରହିଛି। ପ୍ରାଚୀନ, ମଧ୍ୟ ଯୁଗୀୟ ଓଡ଼ିଆ ସମାଲୋଚନା ସାହିତ୍ୟରେ ପ୍ରଫେସର ଆଚାର୍ଯ୍ୟ ଥିଲେ ଅଗ୍ରଣୀ ଯୁଗ ପୁରୁଷ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଆଚାର୍ଯ୍ୟ ନିଜର ଅନେକ କୃତି ଦ୍ୱାରା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ।