JSW - The Sakala

ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସ୍‌ଡବ୍ଲୁ !
ଭୁବନେଶ୍ୱର: ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପ ସଂସ୍ଥା। ରାଜ୍ୟ ଅର୍ଥନୀତିକୁ ଲାଗିପାରେ ଶକ୍ତ ଧକ୍କା। ସୂଚନା ଅନୁଯାୟୀ, ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ । କମ୍ପାନୀ ୪୦ ହଜାର କୋଟିର ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର କରିନେବ । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ରାଜ୍ୟରେ ନୂଆ ସରକାରକୁ ୧୦୦ଦିନ ପୂରିଥିବା ବେଳେ ପୂର୍ବ ସରକାର ସମୟରେ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ଉପରେ କାହିଁକି ଶକ୍ତ ପ୍ରହାର କରାଯାଉଛି ତାକୁ ନେଇ ପ୍ରଶ୍ନ କରିଛି ବିଜେଡି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ ଇଭି ଉତ୍ପାଦନ କାରଖାନା କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଜେଏସଡବ୍ଲୁ। ଏଥିପାଇଁ ତତ୍‌କାଳୀନ ନବୀନ ସରକାର କଟକ ନରାଜ ଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ। ମାତ୍ର ବର୍ତମାନର ସରକାରରେ ଏମଓୟୁ ପରେ ବି କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁହଁ ଫେରାଉଥିବା ଜାତୀୟସ୍ତରରେ ଆଲୋଚନା ହେଉଛି।

ଯଦି ଜାତୀୟ ଗଣମାଧ୍ୟମର ରିପୋର୍ଟ ସତ ହୁଏ ତେବେ ଜେଏସ୍‌ଡବ୍ଲୁର ଏହି ନିଷ୍ପତି ପରେ ରାଜ୍ୟରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ଫେରିଯିବା ସହ ୧୧ହଜାର ପ୍ରତ୍ୟକ୍ଷ ନିଯୁକ୍ତିରେ ବ୍ରେକ ଲାଗିବାର ଆଶଙ୍କା ରହିଛି। ପୂର୍ବ ସରକାରଙ୍କ ଅମଳରେ ଆର୍ଥିକ, ସମାଜିକ, ରପ୍ତାନୀ କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରର ଚିତ୍ର ରାଜ୍ୟରେ ବଦଳିଥିଲା । ଦେବାଳିଆ ଅବସ୍ଥାରେ ଥିବା ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାରେ ନବୀନ ପଟ୍ଟନାୟକଙ୍କ ଭୂମିକା ଐତିହାସିକ। ହେଲେ ଡବଲ ଇଞ୍ଜିନ ସରକାରରେ ଓଡିଶାରୁ ଶିଳ୍ପ ସଂସ୍ଥା ମୁହଁ ଫେରାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।

ଓଡିଶା ହେବ ଇଭି ହବ୍‌: ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ବର: ଓଡ଼ିଶାରେ ଇଭି ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏଥିପାଇଁ ଆଜି ଜେଏସଡବ୍ଲୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମ ଥର ପାଇଁ ପାଦ ଥାପିବ ଜେଏସଡବ୍ଲୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବାବେଳେ ଜେଏସଡବ୍ଲୁ କଟକ ନରାଜରେ ପ୍ରତିଷ୍ଠା କରିବ ଏହି ପ୍ରକଳ୍ପ । ରାଜ୍ୟରେ ଉତ୍ପାଦନ ହେବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ଇଭି ପାଇଁ ନରାଜ ଠାରେ କମ୍ପାନୀ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ଯାଟେରୀ ନିର୍ମାଣ କରିବ । ବ୍ୟାଟେରୀ ପାଇିଁ କମ୍ପାନୀ ଚିଲିରୁ କପର ଆଣିବ । ଅଷ୍ଟ୍ରେଲିଆରୁ ଆଣିବ ଲିଥିଅମ । ବ୍ୟାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ କମ୍ପାନୀ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି ।

ଓଡିଶାରେ ଏକ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ; ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଘୋଷଣା କଲେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ
ଭୁବନେଶ୍ଵର: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା । ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ । ଏହାପୂର୍ବରୁ ୨୦୧୮ ରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ଏବେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ସଜ୍ଜନ ଜିନ୍ଦଲ ଘୋଷଣା କରିଛନ୍ତି ।

ସଜ୍ଜନ ଜିନ୍ଦଲ କହିଛନ୍ତି ଓଡିଶାର ମାନବ ସମ୍ବଳ ବିକାଶ, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ସ୍ଵାସ୍ଥ୍ୟବସ୍ଥା, ମନ୍ଦିରକୁ ନବୀକରଣ ତାଙ୍କୁ ବହୁତ ଆକର୍ଷିତ କରୁଛି। ଓଡିଶା ସରକାର କ୍ରୀଡା କ୍ଷେତ୍ରରେ ଯେମିତି ପଦକ୍ଷେପ ନେଇଛନ୍ତି ସେମିତି କୌଣସି ରାଜ୍ୟ ନେଇନାହାନ୍ତି। ଓଡ଼ିଶାରେ ଏକ ସ୍ଥିର ସରକାର ଅଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଢେର ଅର୍ଥ ଖର୍ଚ୍ଚ କରୁଛନ୍ତି। ହକି ଗୌରବ ହରାଇଥିଲା, କିନ୍ତୁ ଓଡିଶା ପାଇଁ ଅଲମ୍ପିକ ପଦକ ହାସଲ କରିପାରିଛି।

ଶିଳ୍ପାୟନରେ ଓଡ଼ିଶା ଏବେ ଦେଶର ନେତୃତ୍ୱ ନେଉଛି । ନବୀନଙ୍କ ନେତୃତ୍ୱରେ ଏହି ଧାରା ଆଗକୁ ବଢୁଛି । ଓଡ଼ିଶା ପାଖରେ ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ଜଳରାଶି ଓ ବନ୍ଦର ରହିଛି । ଯାହାର ଫାଇଦା ଓଡ଼ିଶାକୁ ମିଳୁଛି । ସେ ଆହୁରି ମଧ୍ୟ କହିଛନ୍ତି କି, କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ଓଡିଶା। ଓଡିଶା ହେଉଛି ଭାରତର ଆଧୁନିକ ମନ୍ଦିର। ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶାରେ ତିଆରି କରୁଛୁ। ଏନେଇ ସମସ୍ତଙ୍କର ଆଶୀର୍ବାଦ ଦରକାର।ଓଡିଶା ହେଉଛି ତାଙ୍କ ପାଇଁ ଦ୍ଵିତୀୟ ଘର ଏବଂ ପ୍ରଥମ କର୍ମ ଭୂମି।