Phone Hack - The Sakala
ବର୍ତ୍ତମାନ ସମୟରେ ଫୋନ୍ ହ୍ୟାକିଂ ହେଉଛି ସବୁଠାରୁ ବଡ ସମସ୍ୟା। ଯଦି କାହାର ଫୋନ୍ ହ୍ୟାକ୍ ହୁଏ, ତେବେ ସ୍କାମର କିଛି ମିନିଟ୍‌ରେ ତାଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରିନେଇଯିେବ। ସେଥିପାଇଁ ହ୍ୟାକରମାନେ ବିଭିନ୍ନ ପ୍ରକାରର ସଫ୍ଟୱେର ମାଧ୍ୟମରେ ସ୍ମାର୍ଟ ଫୋନ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି। ଇ-ମେଲଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ବିବରଣୀ ପର୍ଯ୍ୟନ୍ତ, ଆଜି ଆପଣଙ୍କର ସମସ୍ତ ସୂଚନା ଫୋନରେ ସେଭ୍ ହୋଇଛି। ହ୍ୟାକରମାନେ ମଧ୍ୟ ଆପଣଙ୍କର ପର୍ସନାଲ ଓ ପ୍ରାଇଭେଟ୍ ଫଟୋ ଉପରେ ନଜର ରଖନ୍ତି। ଏପରି ପରିସ୍ଥିତିରେ ସାମାନ୍ୟ ଭୁଲ ମଧ୍ୟ ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ। ହ୍ୟାକ୍ ହୋଇଥିବା ଫୋନ୍‌କୁ ସହଜରେ ଠିକ କରିପାରିବେ। କମ୍ପ୍ୟୁଟର ହ୍ୟାକିଂ ଅପେକ୍ଷା ଫୋନ୍ ହ୍ୟାକିଂ ବହୁତ ସହଜ। ମାଗଣା ୱାଇଫାଇ କନେକ୍ସନ୍ ବ୍ୟବହାର କରି ହ୍ୟାକରମାନେ ଆପଣଙ୍କ ଫୋନକୁ ହ୍ୟାକ୍ କରିପାରିବେ। ଡିଜିଟାଲ୍ କୋଡିଂ ମାଧ୍ୟମରେ ହ୍ୟାକରମାନେ ଫୋନ୍ ହ୍ୟାକ୍ କରିପାରିବେ। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ହ୍ୟାକ୍ ହୋଇପାରେ।
ଫୋନ୍ ହ୍ୟାକ୍ ହୋଇଛି ବୋଲି କେମିତି ଜାଣିବେ?
ଯଦି ଆପଣଙ୍କ ଫୋନର ବ୍ୟାଟେରୀ ବ୍ୟାକଅପ୍ କମ୍ ହୋଇଛି, କିମ୍ବା ଫୋନର ସ୍ପିଡ୍ ସ୍ଲୋ ହୋଇଯାଉଛି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ। ଏହାବ୍ୟତୀତ ଅନେକ ଥର ଆପଣଙ୍କ ଫୋନରେ ମାଲୱେର, ନକଲି ଆପ୍ ମଧ୍ୟ ସାମ୍ନାକୁ ଆସିଥାଏ। ଅନେକ ଥର ଆପଣଙ୍କ ଫୋନରେ ଅନେକ ଆପ୍ ସ୍ୱୟଂଚାଳିତ ଭାବରେ ଖୋଲିବା ଆରମ୍ଭ କରେ କିମ୍ବା ଫୋନ୍ ହ୍ୟାଙ୍ଗ ହେବା ଆରମ୍ଭ କରେ। ଯଦି ଏହି ସମସ୍ୟାଗୁଡିକ ଆପଣଙ୍କ ଫୋନରେ ହେଉଛି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ।
ହ୍ୟାକ୍ ହୋଇଥିବା ଫୋନ୍ କିପରି ଠିକ୍ କରାଯିବ ?
ଯଦି ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଛି, ତେବେ ସର୍ବପ୍ରଥମେ ଆପଣଙ୍କ ଫୋନର ସେଟିଂକୁ ଯାଆନ୍ତୁ ଏବଂ ଆପ୍ସରେ ଟ୍ୟାପ୍ କରନ୍ତୁ। ଏହାପରେ ଆପ୍ସ ମ୍ୟାନେଜ୍ ଉପରେ ଟ୍ୟାପ୍ କରନ୍ତୁ। ଏଠାରେ ଆପଣ ସମସ୍ତ ଆପ୍ସର ଏକ ତାଲିକା ପାଇବେ। । ଯଦି ଆପଣ ଏପରି କିଛି ଆପ୍ ଦେଖନ୍ତି, ଯାହା ପୂର୍ବରୁ କେବେ ଦେଖିନାହାଁନ୍ତି ଏବଂ ଏହା ଆପଣଙ୍କ ଫୋନ୍ ସିଷ୍ଟମର ଅଂଶ ନୁହେଁ, ତେବେ ଏହାର ଅର୍ଥ ହେଉଛି ଏହା ଏକ ସ୍ପାଏ ଆପ୍ସ। ସେଥିପାଇଁ ଏହାକୁ ଅନ୍‌ଇନ୍‌ଷ୍ଟଲ୍‌ କରନ୍ତୁ। ଏହାବ୍ୟତୀତ ଆପଣ ନିଜ ଫୋନ୍‌ର ସେଟିଂକୁ ଯାଆନ୍ତୁ ଏବଂ ଗୁଗୁଲରେ ଟ୍ୟାପ୍ କରନ୍ତୁ। ଏହା ପରେ ସିକ୍ୟୁରିଟି ଉପରେ ଟ୍ୟାପ୍ କରନ୍ତୁ ଏବଂ ତାପରେ ଗୁଗୁଲ୍ ପ୍ଲେ ପ୍ରୋଟେକ୍ଟରେ ଟ୍ୟାପ୍ କରନ୍ତୁ। ଏଠାରେ ଆପଣ ସମସ୍ତ ସ୍ପାଏଆପ୍ସର ତାଲିକା ପାଇବେ। ସେଗୁଡିକୁ ଗୋଟିଏ ପରେ ଗୋଟିଏ ଅନ୍‌ଇନ୍‌ଷ୍ଟଲ୍‌କରିବାକୁ ପଡିବ। କିନ୍ତୁ ଯଦି ଆପଣଙ୍କୁ ‘ନୋ ପ୍ରୋବ୍‌ଲେମ୍ସ ଫାଉଣ୍ଡ୍‌’ ଲେଖା ମିଳେ, ତେବେ ଏହାର ଅର୍ଥ ହେଉଛି ସମସ୍ତ ଆପ୍ ସୁରକ୍ଷିତ ଅଛି।
ଫୋନର ବ୍ଲୁଟୁଥ୍ ଅଧିକାଂଶ ସମୟରେ ଅନ୍ କରି ରଖୁଛନ୍ତି କି; ତେବେ ହୋଇଯାଆନ୍ତୁ ସାବଧାନ, ଆପଣଙ୍କ ଫୋନ ହୋଇପାରେ ହ୍ୟାକ୍‍
ଭୁବନେଶ୍ୱର: ବ୍ଲୁବଗିଂକୁ ନେଇ ରାଜଧାନୀର ଆଇଟି ଉଦ୍ୟୋଗଙ୍କ ମଧ୍ୟରେ ଛନକା ପଶିଛି। ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ହ୍ୟାକିଂକୁ ରୋକିବା ଦିଗରେ ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀର କର୍ତ୍ତୃପକ୍ଷମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକାଂଶ କର୍ମଚାରୀ ବ୍ଲୁଟୁଥ୍‍ ସଂଶ୍ଲିଷ୍ଟ ଇୟର ବଡ୍ସ ଓ ବ୍ଲୁଟୁଥ୍‍ ଫିଚର୍‍କୁ ବ୍ୟବହାର କରୁଥିବା ହେତୁ ହ୍ୟାଣ୍ଡସେଟ୍‍ ହ୍ୟାକ୍‍ ହେବାର ଆଶଙ୍କା ବଢ଼ୁଛି। ଏହାକୁ ପ୍ରତିହତ କରିବା ପାଇଁ କମ୍ପାନୀ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ମୋବାଇଲ୍‍ ଫୋନ୍‍ ୟୁଜର୍ସମାନେ ଅଫିସ୍‍ ପରିସରରେ ପଶିଲେ, ପ୍ରତ୍ୟେକ ହ୍ୟାଣ୍ଡସେଟ୍‍କୁ ସ୍କାନ୍‍ କରାଯିବ। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସଫ୍ଟୱେର ବିକାଶ କରିବାରେ ଲାଗିଛନ୍ତି। ବ୍ଲୁବଗିଂ ଭଳି ସମସ୍ୟାକୁ ରାଜ୍ୟର ଆଇଟି ଫାର୍ମମାନେ ଗୁରୁତର ସହ ନେଉଥିବା ବେଳେ କମ୍ପାନୀ ସମେତ କର୍ମଚାରୀମାନଙ୍କର ଗୋପନୀୟ ତଥ୍ୟକୁ କିଭଳି ସୁରକ୍ଷିତ ରଖାଯିବ ସେନେଇ ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜନୈକ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀର ବରିଷ୍ଠ ଅଧିକାରୀ।
ସାଇବର୍‍ କ୍ରାଇମ୍‍ ଏବେ ରାଜ୍ୟରେ କାୟା ବିସ୍ତାର କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‍ ହେଉଥିବା ଅଭିଯୋଗ ହେଉଛି। ଭୁବନେଶ୍ୱରରେ ସାଇବର୍‍ କ୍ରାଇମ୍‍ର ମାତ୍ରା ରାଜ୍ୟସ୍ତରରେ ସବୁଠାରୁ ଅଧିକ। ଏଣୁ ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ସାଇବର୍‍ କ୍ରାଇମ୍‍କୁ ରୋକିବା ପାଇଁ ଆଇଟି କମ୍ପାନୀଗୁଡ଼ିକ ନିଜ ନିଜସ୍ତରରେ ଉଦ୍ୟମ କରୁଛନ୍ତି। ସାଇବର୍‍ ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେ ହ୍ୟାଣ୍ଡସେଟ୍‍ରେ ବ୍ଲୁଟୁଥ୍‍ ଅନ୍‍ ଥିଲେ, ୨୫ ମିଟର ପରିଧି ମଧ୍ୟରେ ଏହାକୁ ହ୍ୟାକ୍‍ କରିହେବ। ପାସ୍‍ ୱାର୍ଡ ଜଣା ନ ଥାଇ ମଧ୍ୟ ହ୍ୟାକରମାନେ ମୋବାଇଲକୁ ହ୍ୟାକ୍‍ କରୁଥିବାର ଅନେକ ଉଦାହରଣ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଆଇଟି କମ୍ପାନୀମାନେ ସଚେତନ ହେବା ଆରମ୍ଭ କଲେଣି। ଆଇଟି କମ୍ପାନୀର ଡାଟାବେସ୍‍ ସୁରକ୍ଷିତ ରହିବା ନିହାତି ଆବଶ୍ୟକ। ରାଜଧାନୀରେ ୫୦ରୁ ଊର୍ଦ୍ଧ୍ବ ଛୋଟବଡ଼ ଆଇଟି କମ୍ପାନୀ ରହିଛନ୍ତି। ତନ୍ମଧ୍ୟରୁ କିଛି ବଡ଼ ଆଇଟି କମ୍ପାନୀ ବ୍ଲୁବଗିଂ ସଙ୍କଟରୁ ରକ୍ଷା ପାଇବା ପାଇଁ ଗାଇଡ୍‍ଲାଇନ୍‍ ଆଣିଛନ୍ତି। ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ୱାଇଫାଇର ବ୍ୟବହାରରୁ ବର୍ତ୍ତିବା, ସର୍ବସାଧାରଣରେ ବ୍ଲୁଟୁଥ୍‍ ବ୍ୟବହାର ନକରିବା, ଏକ ଉତ୍ତମ ଭିପିଏନ୍‍ ସର୍ଭିସ୍‍ ବ୍ୟବହାର କରିବା ଓ ସଫ୍ଟୱେର ଓ ସିକ୍ୟୁରିଟି ସିଷ୍ଟମ୍‍କୁ ଅପଡେଟ୍‍ କରିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଲେ ଏହା ପରୋକ୍ଷରେ କମ୍ପାନୀର ଗୋପନୀୟତାକୁ ନଷ୍ଟ ହେବ ବୋଲି କମ୍ପାନୀ ଭୟ କରୁଛି। ହ୍ୱାଟ୍ସଅପ୍‍ ଗ୍ରୁପ୍‍ରେ କମ୍ପାନୀର ତଥ୍ୟ ରହୁଥିବା ହେତୁ କମ୍ପାନୀମାନେ ବ୍ଲୁବଗିଂ ଭଳି ସିକ୍ୟୁରିଟି ଥ୍ରେଟ୍‍କୁ ହାଲୁକାରେ ନେଉନାହାଁନ୍ତି। ଜନୈକ ଆଇଟି କର୍ମଚାରୀ ପ୍ରକାଶ ବରାଳ ଏସମ୍ପର୍କରେ କହିଛନ୍ତି ଯେ ବ୍ଲୁବଗିଂ ମାଧ୍ୟମରେ ବ୍ଲୁଟୁ୍‍ଥ୍‍ ପେୟାରିଂ କରାଯିବା ପରେ ଏକ ହ୍ୟାକିଂ ସଫ୍ଟୱେରକୁ ଇନଷ୍ଟଲ୍‍ କରିଦିଆଯାଉଛି। ଫଳରେ ମୋବାଇଲର ଡାଟାବେସ୍‍ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହେଉଛି। କମ୍ପାନୀଗୁଡ଼ିକ ବ୍ଲୁବଗିଂ ରୋକିବା ପାଇଁ ନେଉଥିବା ଆଗୁଆ ପଦକ୍ଷେପ ନିହାତି ପକ୍ଷେ ସ୍ୱାଗତଯୋଗ୍ୟ।