Germany - The Sakala

ପୁରୁଷ ହକି ବିଶ୍ୱକପ୍‌‌ ୨୦୨୩: ଆଜି ଗ୍ରାଣ୍ଡ ଫାଇନାଲରେ ବେଲଜିୟମ ଓ ଜର୍ମାନୀ ଭିତରେ ହେବ ମହାମୁକାବିଲା
ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌-୨୦୨୩ର ଗ୍ରାଣ୍ଡ ଫାଇନାଲ ଗତଥରର ବିଜେତା ବେଲଜିୟମ ଓ ୨ଥର ଟାଇଟଲ ଜିତିଥିବା ଜର୍ମାନୀ ମଧ୍ୟରେ ଖେଳାଯିବ। ବିଶ୍ୱରେ ହକି ଖେଳ ଆୟୋଜନ ଲାଗି ଖ୍ୟାତି ଲାଭ କରିଥିବା ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ରାତି ୭ଟାରେ ଏହି ମହାମୁକାବିଲା ଖେଳାଯିବ। ଦର୍ଶକ, ପ୍ରଶାସକ, ସମର୍ଥକଙ୍କ ସାମ୍ନାରେ ଗତ ଏକମାସ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବର ଏହି ମୁକାବିଲା ପରେ ଶେଷ ହେବ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାରେ ଦେଶ ଓ ବିଦେଶରୁ ଆସିଥିବା ଖେଳାଳି ଓ ସମର୍ଥକଙ୍କୁ ନିଜର ଆତିଥେୟତା, କଳା, ସଂସ୍କୃତି ଓ ଖେଳୱାଡ ମନୋଭାବ ପ୍ରଦର୍ଶନ କରିବାର ଶେଷ ସୁଯୋଗ ହେବ।

ଭାରତ କ୍ରସ୍‌‌ ଓଭରରେ ହାରିଗଲା ପରେ ଏହି ବିଶ୍ୱକପ୍‌‌ରେ ଆୟୋଜକ ଦେଶର ସମର୍ଥକଙ୍କ ଉତ୍ସାହ କମିଯାଇଛି, କିନ୍ତୁ ଗୋଟିକ ପରେ ଗୋଟିଏ ରୋମାଞ୍ଚକ ମୁକାବିଲାରେ ସମର୍ଥକଙ୍କ ବାନ୍ଧି ରଖିବାରେ ସମର୍ଥ ହୋଇଛି। ବିଶ୍ୱକପ ହକିର ଏହି ଶ୍ରେଷ୍ଠ ଟ୍ରଫି ହାସଲ କରିବା ଲାଗି ୟୁରୋପର ଦୁଇ ଦଳ ମଧ୍ୟରେ ଲଢ଼େଇ ହେବ। ଗତଥରର ବିଜେତା ବେଲଜିୟମ ସବୁଠାରୁ ଅଭିଜ୍ଞ ହୋଇଥିଲାବେଳେ ନବାଗତ ଖେଳାଳିଙ୍କୁ ନେଇ ଗଠିତ ଜର୍ମାନୀ ଦଳ ସମସ୍ତଙ୍କୁ ଚକ୍‌‌ମା ଦେଖାଇ ଫାଇନାଲକୁ ଉଠିଛି। ଆର୍ଜେଣ୍ଟିନା ଛାଡି ଜର୍ମାନୀ ପକ୍ଷରୁ ଖେଳୁଥିବା ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଗୋଞ୍ଜାଲୋ ପେଇଲାଟଙ୍କ ଉପରେ ସମସ୍ତଙ୍କ ଆଖି। ଅଭିଜ୍ଞ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଏହି ଲଢ଼େଇଟି ସ୍ମରଣୀୟ ହୋଇ ରହିବ। ବେଲଜିୟମ ଏଠାରେ କ୍ରମାଗତ ଦ୍ୱିତୀୟଥର ଏବଂ ୧୭ ପରେ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଜର୍ମାନୀ ତୃତୀୟଥର ସକାଶେ ଟ୍ରଫି ଜିତିବାକୁ କଡ଼ା ସଂଘର୍ଷ କରିବେ। ଫାଇନାଲ ପୂର୍ବରୁ ବିଶ୍ୱର ନଂ-୧ ଟିମ୍‌‌ ଅଷ୍ଟ୍ରେଲିଆ ଓ ଏଠାରେ ଗତଥର ରନର୍ସ ଅପ୍‌‌ ହୋଇଥିବା ନେଦରଲାଣ୍ଡ୍‌‌ସ ମଧ୍ୟରେ ତୃତୀୟ ସ୍ଥାନ ଲାଗି ମୁକାବିଲା ହେବ।

ମଶା କାମୁଡ଼ିବାରୁ ୪ ସପ୍ତାହ କୋମାରେ ରହିଲେ ରୋଗୀ; ୩୦ ଅସ୍ତ୍ରୋପଚାର ପରେ ବଞ୍ଚିଲା ଜୀବନ
ରୋଡରମାର୍କ(ଏଜେନ୍ସି): ସାରା ବିଶ୍ବରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ମାରାତ୍ମକ ମଶା। ଏହା କାମୁଡିଲେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ହେବା ସ୍ବାଭାବିକ କଥା। କିନ୍ତୁ ଏବେ ଜର୍ମାନୀରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟାନକ ମାମଲା ସାମ୍‌ନାକୁ ଆସିଛି। ମଶା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି। ମଶା କାମୁଡିବାରୁ ସେ କୋମାକୁ ଚାଲି ଯାଇଛନ୍ତି। ତାଙ୍କର ହାର୍ଟ ଏବଂ କିଡ୍‌ନୀ ମଧ୍ୟ ଫେଲ୍‌ ହୋଇଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ୩୦ ଥର ଅସ୍ତ୍ରୋପଚାର କରିବାକୁ ପଡିଛି। ସୂଚନା ଅନୁଯାୟୀ ରୋଡରମାର୍କର ବାସିନ୍ଦା ସେବାଷ୍ଟିୟନ ରୋସ୍‌କେଙ୍କୁ ୨୦୨୧ରେ ଏସିଆନ ଟାଇଗର ପ୍ରଜାତିର ଏକ ମଶା କାମୁଡି ଥିଲା। ପରେ ତାଙ୍କଠାରେ ଜ୍ବର ଆସିଥିଲା। ଡାକ୍ତରଙ୍କ ପରାମର୍ଶ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। ସେ ବିଞ୍ଛଣାରୁ ଉଠି ପାରୁ ନ ଥିଲେ କି ଠିକ୍‌ ସେ ଖାଇ ପାରୁ ନ ଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚରୁ ମଶା କାମୁଡିବାରୁ ତାଙ୍କ ରକ୍ତରେ ବିଷ ବ୍ୟାପି ଯାଇଥିବା ଜଣାପଡିଥିଲା। ଏଥିଯୋଗୁଁ ସେବାଷ୍ଟିୟନଙ୍କ ଜଙ୍ଘ ପ୍ରାୟ ୫୦ ପ୍ରତିଶତ ସଢ଼ି ଯାଇଥିଲା। ଏହା ସହିତ ଯକୃତ, କିଡ୍‌ନୀ, ଫୁସ୍‌ଫୁସ୍‌ ଏବଂ ହୃଦୟ କାମ କରିବା ବନ୍ଦ କରି ଦେଇଥିଲା।

ରିପୋର୍ଟ ଅନୁଯାୟୀ ରକ୍ତରେ ବିଷ ବ୍ୟାପିଯାଇଥିବାରୁ ସେ ୪ ସପ୍ତାହ ପର୍ଯ୍ୟନ୍ତ କୋମାରେ ଥିଲେ। ସେହିପରି ଗୋଡ ଠିକ୍‌ କରିବାକୁ ତାଙ୍କୁ ୩୦ ଥର ଅସ୍ତ୍ରୋପଚାର କରିବାକୁ ପଡିଥିଲା। ଏଥିଯୋଗୁ ତାଙ୍କର ଗୋଡର ୨ଟି ଆଙ୍ଗୁଠି ମଧ୍ୟ କାଟିବାକୁ ପଡିଥିଲା। ସେରେସିଆ ମାର୍ସେସେନ୍ସ ନାମକ ଜୀବାଣୁ ତାଙ୍କ ଜଙ୍ଘ ଖାଇ ଦେଇଥିଲା। ବିଦେଶ ଯାଇ ନ ଥିବାରୁ ସ୍ଥାନୀୟ ମଶା ତାଙ୍କୁ କାମୁଡିଥିଲା ବୋଲି ସେବାଷ୍ଟିୟନ କହିଛନ୍ତି। ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ସୂଚନାଯୋଗ୍ୟ ଯେ ଏସିଆନ ଟାଇଗର ମଶା ଦକ୍ଷିଣ ପୂର୍ବ ଏସିଆର ଉଷ୍ଣମଣ୍ଡଳୀୟ ଏବଂ ଉପ-ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ଦେଖାଯାଆନ୍ତି। ସେଥିପାଇଁ ଏହାକୁ ଜଙ୍ଗଲୀ ମଶା ମଧ୍ୟ କୁହାଯାଏ। ଏହା ୟୁରୋପର ଅନେକ ଦେଶରେ ମଧ୍ୟ ଦେଖାଯାଏ। ଏହି ମଶା ଦିନରେ କାମୁଡି ଥାଏ। ଏହି ମଶାରେ କୌଣସି ଭୂତାଣୁ କିମ୍ବା ଜୀବାଣୁ ଥିଲେ ପେଟ ଦରଜ, ବାନ୍ତି, ମୁଣ୍ଡବିନ୍ଧା, ଯକୃତରେ ସମସ୍ୟା, ମଳରେ ରକ୍ତ, ଆଖି ଟାଣିବା ଏବଂ ଚର୍ମ କୁଣ୍ଡେଇ ହୋଇଥାଏ। ମଶା କାମୁଡିବାର ୩ରୁ ୭ ଦିନ ପରେ ଏହି ଲକ୍ଷଣ ଦେଖାଯାଇଥାଏ।