TATA - The Sakala

ବିଏସଏନ୍‌ଏଲ୍‌-ଟାଟା ବୁଝାମଣା: ବଢ଼ାଇପାରେ ଜିଓ, ଏୟାରଟେଲ ଚିନ୍ତା
ନୂଆଦିଲ୍ଲୀ: ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ପେକ୍‌ଟ୍ରମ ନିଲାମ ଚାଲିଥିଲା ବେଳେ ସେପଟେ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି। ଯାହା ଉପଭୋକ୍ତା ମହଲରେ ଅସନ୍ତୋଷ ଆଣିବା ସହିତ ସେମାନଙ୍କୁ ଚିନ୍ତିତ ମଧ୍ୟ କରିଛି। ବିଶେଷକରି ଦେଶର ଦୁଇ ପ୍ରମୁଖ ଟେଲିକମ୍‌ ଅପରେଟର ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସଏନଏଲ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି। ବିଗତ କିଛି ଦିନ ମଧ୍ୟରେ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ବ୍ୟବହାରକାରୀମାନେ ସର୍ବାଧିକ ସଂଖ୍ୟାରେ ସେମାନଙ୍କ ସେମାନଙ୍କ ନମ୍ବର ବିଏସଏନଲକୁ ପୋର୍ଟ କରିଥିବା ଦେଖାଯାଇଛି। ପୂର୍ବରୁ ବିଏସଏନଏଲ ଏବଂ ଟିସିଏସ୍‌ ମଧ୍ୟରେ ହୋଇଥିବା ବୁଝାମଣା ଗ୍ରାହକମାନଙ୍କ ପାଇଁ ଉପଯୋଗୀ ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହେବା ପରେ ଟେଲି ଉପଭୋକ୍ତାମାନେ ବିଏସଏନଏଲ ସେବା ପ୍ରତି ଢଳୁଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ଏବଂ ବିଏସଏନଏଲ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଟିସିଏସ୍‌ ଦେଶର ୪ ଭାଗରେ ବୃହତ ଡାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛି। ଏଥିପାଇଁ ୧୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବା ସହିତ ଟିସିଏସ ଏବଂ ବିଏସଏନଏଲ ମିଳିତ ଭାବେ ଦେଶର ୧୦୦୦ ଗାଁରେ ୪ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବେ।ଏହାଦ୍ବାରା ଆଗାମୀ ଦିନରେ ଉପଭୋକ୍ତାମାନଙ୍କୁ ଅପେକ୍ଷାକୃତ ରିଆତି ମୂଲ୍ୟରେ ଦ୍ରୁତ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ବୋଲି କୁହାଯାଉଛି। ସାଂପ୍ରତିକ ସ୍ଥିତିରେ ଇଣ୍ଟରନେଟ୍‌ର ଆବଶ୍ୟକତା ସବୁ କ୍ଷେତ୍ରରେ ବଢିବାରେ ଲାଗିଥିଲା ବେଳେ ଏଥିପାଇଁ ଡାଟା ଚାହିଦା ମଧ୍ୟ ଅନୁରୂପ ରହିଛଇ। ଯାହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଏୟାରଟେଲ ୪ଜି ଇଣ୍ଟରନେଟ୍ ସେବା ଉପରେ ପ୍ରାଧାନ୍ୟ ବିସ୍ତାର କରି ମନମାନୀ କରିବା ଆରମ୍ଭ କରିଛନ୍ତି। କିନ୍ତୁ ବିଏସଏନଏଲ ପକ୍ଷରୁ ଟିସିଏସ୍‌ ସହାୟତାରେ ଯଦି ଉନ୍ନତ ଏବଂ ଦ୍ରୁତ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରାଯାଏ ତେବେ ଏହା ଉଭୟ ଜିଓ ଏବଂ ଏୟାରଟେଲ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ଟିସିଏସ୍‌ ପକ୍ଷରୁ ଦେଶର ୪ ଭାଗରେ ଚାରୋଟି ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଯାହାକି ୪ଜି ଭିତ୍ତିଭୂମିକୁ ଆହୁରି ସଶକ୍ତ କରିବ। ଏହାସହିତ ଡାଟା ବଜାରରେ ମଧ୍ୟ ତୀବ୍ର ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବିତା ଆଣିବାରେ ସହାୟକ ହେବ। ଯାହାର ସୁଫଳ ଉପଭୋକ୍ତା ମହଲରେ ପ୍ରତିଫଳିତ ହେବ। ସାରା ଦେଶର ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ଭାବେ ବିଏସଏନଏଲର ୯୦୦୦ ରୁ ଅଧିକ ୪ଜି ନେଟୱାର୍କ ରହିଛି। ଏହାକୁ ଏକ ଲକ୍ଷ ସଂଖ୍ୟାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା ବେଳେ ଆଗାମୀ ଦିନରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ଗ୍ରାହକମାନଙ୍କ ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି।

ଖୁବଶୀଘ୍ର ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା ଏୟାରଲାଇନ୍ସ; ବିମାନ ସେବା କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବ ଟାଟା
ନୂଆଦିଲ୍ଲୀ: ଦୁଇ ପ୍ରମୁଖ ବିମାନ କଂପାନୀ ଏୟାର ଇଣ୍ଡିଆ-ଭିସ୍ତାରାର ମିଶ୍ରଣ ଘଟିବ । ମିଶ୍ରଣ ନେଇ ଟାଟା ସନ୍ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟରେ ହୋଇଛି ସହମତି । ମାର୍ଚ୍ଚ ୨୦୨୪ ସୁଦ୍ଧା ମିଶ୍ରଣ ପ୍ରକ୍ରିୟା ସାରିବାକୁ ଉଭୟ ପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ସହିତ ବିମାନ ସେବା କ୍ଷେତ୍ରରେ ପୁଣି ନିଜର ଆଧିପତ୍ୟ ବିସ୍ତାର କରିବ ଟାଟା।

ମଙ୍ଗଳବାର ଏ ନେଇ ଘୋଷଣା କରିଛି ଟାଟା ଗ୍ରୁପ୍‌ । ଅର୍ଥାତ ପୂର୍ବରୁ ଚଳାଚଳ କରୁଥିବା ଭିସ୍ତାରା ବିମାନ ସେବା ଏୟାର ଇଣ୍ଡିଆ ସହିତ ମିଶିବ । ଏହା ହେଲେ ଏୟାର ଇଣ୍ଡିଆ ଭାରତର ସର୍ବବୃହତ ଘରୋଇ ବିମାନ ସେବା କମ୍ପାନୀ ହୋଇଯିବ । ମାର୍ଚ୍ଚ ୨୦୨୪ରେ ଭିସ୍ତାରା ଏୟାର୍‌ ଲାଇନ୍‌, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍‌ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି । ଟାଟା ସହିତ ମିଶି ସିଙ୍ଗାପୁର ଏୟାର୍‌ ଲାଇନ୍‌ ଭିସ୍ତାରାର କିଛି ସେୟାର ଅଧିଗ୍ରହଣ କରିଛି ।

ସୂଚନା ଅନୁସାରେ, ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି । ଯାହାକି ପାଖାପାଖି ୨ ହଜାର କୋଟି ଟଙ୍କା ଡିଲ୍‌ରୁ ଅଧିକ ହେବ । ବର୍ତ୍ତମାନ ସିଙ୍ଗାପୁର ଏୟାର ଲାଇନ୍‌ସ ପାଖରେ ଭିସ୍ତାରାର ୪୯ ପ୍ରତିଶତ ସେୟାର ରହିଥିବା ବେଳେ ୫୧ ପ୍ରତିଶତ ଟାଟା ନିକଟରେ ରହିଛି । ନିୟାମକଙ୍କ ଅନୁମତି ପରେ ଏହା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ମିଶିବା ନେଇ ଏହି ରିଲିଜ୍‌ରୁ ଜଣାପଡ଼ିଛି ।

ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ କହିଛନ୍ତି, ‘କମ୍ପାନୀକୁ ବିଶ୍ବସ୍ତରୀୟ କରିବା ପାଇଁ ଭିସ୍ତାରା ଏବଂ ଏୟାର ଇଣ୍ଡିଆର ମିଶ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ପ୍ରତ୍ୟେକ ଥର ପ୍ରତ୍ୟେକ ଯାତ୍ରୀଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେବା ଏହି ମିଶ୍ରଣର ମୂଳ ଲକ୍ଷ୍ୟ । ନେଟଓ୍ବର୍କ ବଢାଇବା, ଗ୍ରାହକ ଚାହୁଁଥିବା ସୁବିଧାଗୁଡିକୁ ଉପଲବ୍ଧ କରାଇବା, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ସମୟରେ ସେବା ଯୋଗାଇବା ଏହାର ମୂଳ ଲକ୍ଷ୍ୟ’।