SanitaryNapkins - The Sakala

ମୁକ୍ତ ସାନିଟାରୀ ପ୍ୟାଡ ମାମଲାରେ କେନ୍ଦ୍ର ଓ ରାଜ୍ୟମାନଙ୍କ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦେଶର ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢ଼ୁଥିବା ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କୁ ମାଗଣା ସାନିଟାରୀ ପ୍ୟାଡ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବାକୁ ଆଗତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛନ୍ତି । ସ୍କୁଲଗୁଡିକରେ ମେନସୁରାଲ୍ ହାଇଜିନ୍ ମ୍ୟାନେଜମେଣ୍ଟ ଅଭାବ ଯୋଗୁଁ ଅନେକ ଛାତ୍ରୀଙ୍କୁ ଅଭିଭାବକ ଘରେ ରହିବାକୁ ବାଧ୍ୟ କରିଥାନ୍ତି । ଫଳରେ ନାରୀ ଶିକ୍ଷା ଚିନ୍ତାଧାରା ସଫଳ ହୋଇପାରୁନି । ସ୍କୁଲଗୁଡିକରେ ଏସବୁ ବ୍ୟବସ୍ଥା କରାଇବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରାଞ୍ଚଳଗୁଡିକୁ ଉତ୍ତର ମାଗିଛନ୍ତି । ତେଣୁ ଆଗକୁ ଖୁବଶୀଘ୍ର ଏନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇପାରେ । ଏପରି ହେଲେ ଛାତ୍ରୀମାନଙ୍କ ମେଧା ବୃଦ୍ଧି ହେବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଓ ବିଚାରପତି ପି.ଏସ୍‌. ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କ ଠାରୁ ସହାୟତା ଲୋଡିଛନ୍ତି । କହିଛନ୍ତି ଛାତ୍ରୀମାନଙ୍କ ପରିମଳ ଓ ସ୍ୱଚ୍ଛତା ଉପରେ ଆବେଦନକାରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଜାନୁଆରୀରେ ହେବ । ମଧ୍ୟପ୍ରଦେଶର ଜଣେ ମହିଳା ଡାକ୍ତର ତଥା ସାମାଜିକ କାର୍ଯ୍ୟକର୍ତ୍ତା ଜୟା ଠାକୁର ଏହି ପିଟିସନ ଦଖଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ।