MakeInOdishaConclave3 - The Sakala

ଘୋଷଣା ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ନୀତି ୨୦୨୨ : ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର
ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନ ଅର୍ଥାତ ଉଦଯାପନୀ ଦିବସରେ ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକରେ ପିପିପି ମୋଡ଼ରେ ହସ୍ପିଟାଲ କରିବା ପାଇଁ ୫ ସହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନୀ । ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

Ms Shalini Pandit, IAS, Commssioner-cum-Secretary, @HFWOdisha presented the overall goal, mission & vision of healthcare sector in Odisha. She highlighted the major achievements of the State in the health sector.

— H & FW Dept Odisha (@HFWOdisha) December 3, 2022

ଏଥି ସହିତ  ଆଜି ସ୍ୱାସ୍ଥ୍ୟ ନୀତି ୨୦୨୨ର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ଯେଉଁ ଚାରିଟେବଲ ସଂସ୍ଥା ନିବେଶ କରିବା ପାଇଁ ଚାହିଁବେ ସେମାନଙ୍କୁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ଯେଉଁ କମ୍ପାନୀ ନିବେଶ କରିବାକୁ ଚାହିଁବେ ସେମାନଙ୍କୁ ଶିଳ୍ପ ନୀତି ଅନୁସାରେ ସବସିଡି ରେଟରେ ଜମି ଯୋଗାଇଦେବେ ସରକାର । ପିପିଟି ମୋଡ଼ରେ ଏହି ୪ଟି ହସ୍ପିଟାଲ ସଫଳ ହେଲେ ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନ ରଖିଛନ୍ତି ରାଜ୍ୟ ସରକାର ।

A panel discussion was held under the chairmanship of Dr BS Srinath, Trustee, Sri Shankara Cancer Foundation, Bengaluru in which leaders from healthcare & pharma industry shared their experiences of doing business in Odisha & their thought on the roadmap to achieve #Vision2025.

— H & FW Dept Odisha (@HFWOdisha) December 3, 2022

ଓଡ଼ିଶାରେ ଶିଳ୍ପ ମହାରଥୀଙ୍କ ହେବ ମହାମିଳନ, ଆଜିଠାରୁ ଆରମ୍ଭ ଶିଳ୍ପ ମହାକୁମ୍ଭ
ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଉଛି ଦେଶର ଅନ୍ୟତମ ବୃହତ୍‍ ଶିଳ୍ପ ମହାକୁମ୍ଭ। ବୁଧବାରଠାରୁ ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଥିବା ଶିଳ୍ପପତି, ନିବେଶକ, ଶିଳ୍ପ ଗୋଷ୍ଠୀ ମୁଖ୍ୟଙ୍କ ଏହି ମହା ମେଳା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ ଉଦ୍‍ଘାଟନ କରିବେ। ଏହି ମେଗା କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଜେଏସ୍‍ପିଏଲ୍‍ ଅଧ୍ୟକ୍ଷ ନବୀନ୍‍ ଜିନ୍ଦଲ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ, ଟାଟା ଷ୍ଟିଲର ସିଇଓ ତଥାଏମ୍‍ଡି ଟି. ଭି. ନରେନ୍ଦ୍ରନ୍‍ ଏବଂ ବେଦାନ୍ତ ରିସୋର୍ସେସ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏବଂ ଜେଏସ୍‍ଡବ୍ଲ୍ୟୁ ଗ୍ରୁପର ସଜ୍ଜନ ଜିନ୍ଦଲ ପ୍ରମୁଖ ଶିଳ୍ପ କ୍ଷେତ୍ରର ନାମୀ ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିବ।

ଚଳିତଥର ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ରେ ୧୨୦ରୁ ଅଧିକ ଉଦ୍ୟୋଗ ଅଂଶଗ୍ରହଣ କରିବା ନେଇ ସମ୍ମତି ଦେଇଛନ୍ତି। କାର୍ଯ୍ୟକ୍ରମ ନିମନ୍ତେ ୭ଟି ଅଗ୍ରାଧିକାର କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ଆହୁରିମଧ୍ୟ ଏଥର ଅଣଖଣିଜ ଓ ଅଣଧାତବ କ୍ଷେତ୍ର ଫୋକସରେ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ରେ ଅଂଶଗ୍ରହଣ କରିବା ନେଇ ଏ ପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ପଞ୍ଜିକରଣ ଗ୍ରହଣ ହୋଇସାରିଛି। ରାଜ୍ୟ ସରକାରଙ୍କ ୨୨ଟି ବିଭାଗର ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଗା କନକ୍ଲେଭ୍‍ର ୩୮ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଗୁଡିକରେ ୧୨୪ ଜଣ ବକ୍ତା ଅଂଶଗ୍ରହଣ କରି ନିଜସ୍ୱ ମତ ରଖିବେ। ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’କୁ ସଫଳ କରିବା ନିମନ୍ତେ ନିଜେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଢ଼େର ପୂର୍ବରୁ ଉଦ୍ୟମ କରି ଆସୁଛନ୍ତି। ଦୁବାଇ, ନୂଆଦିଲ୍ଲୀ, ମୁମ୍ବଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଜାମସେଦପୁର, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଆଦି ସହରରେ ନିବେଶକ ସମ୍ମେଳନ କରାଯାଇଛି। ଏହି ସବୁ ରୋଡ୍‍ ସୋ’ରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ଓ କନକ୍ଲେଭର ଅଂଶଗ୍ରହଣ ପାଇଁ କର୍ପୋରେଟ୍‍ ଜଗତରୁ ରାଜ୍ୟ ସରକାରଙ୍କୁ ଉତ୍ତମ ସହଯୋଗ ମିଳି ସାରିଛି। ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ନିମନ୍ତେ ଜାପାନ, ନରୱେ ଏବଂ ଜର୍ମାନୀ ସହଯୋଗୀ ରାଷ୍ଟ୍ର ରହିଛନ୍ତି।

ଏହାବ୍ୟତୀତ କନକ୍ଲେଭର ଚୀନ୍‍, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବାଂଲାଦେଶ, ନେପାଳ ଆଦି ଦେଶରୁ ପ୍ରତିନିଧିମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ୨୦୧୬ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିରୁ ଅଧିକ ଏବଂ ୨୦୧୮ର ଦ୍ୱିତୀୟ ସଂସ୍କରଣରରେ ରାଜ୍ୟ ସରକାରଙ୍କୁ ମୋଟ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା। କୋଭିଡ୍‍ ମହାମାରୀ କାରଣରୁ ୨୦୨୦ରେ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ଆୟୋଜନ ବନ୍ଦ ରହିଥିଲା। ତେବେ ମହାମାରୀର ଏହି ୨ ବର୍ଷରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ପୁଞ୍ଜିନିବେଶ ହାସଲ କରିପାରିଛି। ଯଦି ଆମେ ମହାମାରୀ ସମୟକୁ ବିଚାରକୁ ନେବା ତେବେ ଏହି ୨ ବର୍ଷ ସମୟରେ ଓଡ଼ିଶାକୁ ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ଆସିଛି। ଅଣଖଣିଜ ଓ ଅଣଧାତବ କ୍ଷେତ୍ରରେ ଚଳିତଥର ବୟନ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ,ଏମ୍‍ଏସ୍‍ଏମ୍‍ଇ, ଲଜିଷ୍ଟିକ୍‍ସ ଏବଂ ପେଟ୍ରୋକେମିକାଲ୍ସ ଆଦି କ୍ଷେତ୍ରକୁ ଫୋକସରେ ରହିବ ବୋଲି ଶ୍ରୀ ଦେବ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡ୍‍କୋ ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ।

ଦିନକ ପରେ ଆରମ୍ଭ ହେବ ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ୍‌-୩, ନିବେଶରେ ନୂଆ ଇତିହାସ ଲକ୍ଷ୍ୟ
ଭୁବନେଶ୍ୱର : ଆଉ ଦିନକ ପରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍। ୨୦୧୬ ଏବଂ ୨୦୧୮ ପରେ ଆୟୋଜିତ ହେଉଥିବା ମେକ୍‍ ଇନ୍‍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶା ନୂଆ ଇତିହାସ ରଚିବା ଅପେକ୍ଷାରେ ଅଛି। ପୂର୍ବରୁ ଦୁଇ ସମ୍ମିଳନୀରୁ ଯେତିକି ସଫଳତା ମିଳିଥିଲା ତାକୁ ଦେଖିଲେ ଆଗାମୀ ସମ୍ମିଳନୀ ଏକାଧିକ କିର୍ତ୍ତୀମାନ ରଚିବ ବୋଲି ତଥ୍ୟଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଏବଂ ନିବେଶକମାନେ ବେଶ୍‍ ଉତ୍ସାହିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ୨୦୧୬ ଏବଂ ୨୦୧୮ ପରେ ଚଳିତ ବର୍ଷ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି।

ରାଜ୍ୟ ସରକାରଙ୍କର ଏହି ବହୁପ୍ରତିକ୍ଷିତ ନିବେଶକ ସମ୍ମିଳନୀ ବିଶ୍ୱ ସମୁଦାୟ ଆଗରେ ଓଡ଼ିଶାର ରୂପାନ୍ତରଣ କାହାଣୀ ଅବତାରଣା କରିବା ସହ ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ ଉଜାଗର କରିବ। ଓଡ଼ିଶାରେ ପ୍ରଭୂତ ଖଣି, ଜଳ ସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ନିୟମିତ ଭାବେ ପୁଞ୍ଜି ନିବେଶ ଆସିବାରେ ଲାଗିଛି। ଏପରିକି କୋଭିଡ୍‍ ମହାମାରୀ ସମୟରେ ବି ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ସବୁଠାରୁ ବଡ଼ କଥା ହେଉଛି ଖୋଦ୍‍ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭରି ରହିଥିବା ଶିଳ୍ପ ସମ୍ଭାବନା ସମ୍ପର୍କରେ ଦେଶ ବିଦେଶର ଖ୍ୟାତନାମା ଶିଳ୍ପପତିଙ୍କୁ ଅବଗତ କରାଇବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରୁଛନ୍ତି। ଏଥର ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି।

ହସ୍ତଗତ ସୂଚନା ଅନୁସାରେ ଏଥର ସମ୍ମିଳନୀକୁ ଆଇଟି, ଅକ୍ଷୟଶକ୍ତି, ବୟନ, ପ୍ରସାଧନ, ଖାଦ୍ୟ ପ୍ରକ୍ରିୟାକରଣ, ସିପିଂ, ଖଣି ଆଧାରିତ ଶିଳ୍ପ, ବିତ୍ତିୟ ବୈଷୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ନିର୍ମାଣ ଶିଳ୍ପ ଆଦି କ୍ଷେତ୍ରରେୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କାଲି ଠାରୁ ଅତିଥିଙ୍କ ଆଗମନ ଆରମ୍ଭ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ସୂଚନା ଦେବେ। ଶିଳ୍ପକୁ ପ୍ରେତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ। ଏଥିପାଇର୍ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ପୁଞ୍ଜିପତିଙ୍କ ସହ ଆଲୋଚନା ସମୟରେ ଏହାକୁ ନେଇ ସବୁଜ ସଙ୍କେତ ମିଳିଛି। ଅନେକ ନିବେଶକ ଓଡ଼ିଶା ଆସିବା ପାଇଁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ଏବଂ ହାଇଦ୍ରବାଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ଉପରୋକ୍ତ ବୈଠକରେ ୨୫୦୦ ସମ୍ଭାବ୍ୟ ନିବେଶକ ଯୋଗ ଦେଇଥିଲେ। ଏଥିସହ ୨୬୪ ୱାନ୍‍ ଟୁ ୱାନ୍‍ ବୈଠକ ଅନୁଷ୍ଠିତ ହୋଇ ନିବେଶକ ମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଅପରପକ୍ଷେ ୨୦୧୬ରେ ଅନୁଷ୍ଠିତ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨,୨୯,୯୪୭ କୋଟି ଟଙ୍କାର ୫୮ଟି (୬୯%) ପ୍ରସ୍ତାବ ପାରିତ ହୋଇଛି।

ଅନୁମୋଦିତ ଶିଳ୍ପରେ ୧,୦୪,୭୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୦୮ଟି ପ୍ରସ୍ତାବ (୫୩%) ମଞ୍ଜୁରୀ ପାଇଛି। ଫଳରେ ୩,୯୩,୫୯୭ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୨,୭୬,୭୯୦ ଜଣ ନିଯୁକ୍ତି ପାଇବେ।।ଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ୍‍କୋ ଜରିଆରେ ସୃଷ୍ଟି ହୋଇଥିବା ଲ୍ୟାଣ୍ଡ ବ୍ୟାଙ୍କ ଅଧୀନରେ ୧୪୮୦୨.୧୫୦ ଏକର ଜମି ଅଧିଗ୍ରହଣ କରାଯାଇ କ୍ୟାଟେଗୋରୀ-ଏ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୫୩୩୭୦.୫୮୫ ଏକର ଜମିକୁ ଶିଳ୍ପ ଉପଯୋଗୀ ନିମନ୍ତେ କ୍ୟାଟେଗୋରୀ-ବି ଅଧିନରେ ସଂରକ୍ଷଣ କରାଯାଇଛି। ବିଭିନ୍ନ ଜିଲ୍ଳାରେ ୧୬ଟି ନୂତନ ଶିଳ୍ପାଞ୍ଚଳ ସୃଷ୍ଟି ହୋଇଛି।

ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଓଡ଼ିଶା ଶିଳ୍ପ ନୀତି-୨୦୧୫ ଅନୁସାରେ ଲ୍ୟାଣ୍ଡ ପ୍ରିମିୟମ୍‍ ବାବଦକୁ ରିହାତି ବ୍ୟବସ୍ଥା କରାଯାଇଛି। ସେହିପରି ଷ୍ଟାମ୍ପ୍‍ ଡ୍ୟୁଟିରେ ମଧ୍ୟ ରିହାତି ବ୍ୟବସ୍ଥା ଅଛି। ଭଦ୍ରକ ଜିଲ୍ଲାର ଧାମନଗର ଛକ ନିକଟରେ ଇଡ୍‍କୋ ଅଧିଗ୍ରହଣ କରିଥିବା ୨୩୪.୮୬୦ ଏକର ଜମିରେ ଟେକ୍ନନିକାଲ ଟେକ୍ସଟାଇଲ୍‍ ପାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି। ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍କୁ ଉଦ୍‍ଘାଟନ କରିବେ। ଏହି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧ ତାରିଖ ଦିନ ଶିଳ୍ପପତିଙ୍କୁ ନେଇ ପ୍ଲିନାରୀ ସେସନ୍‍ ଏବଂ କଣ୍ଟ୍ରି ସେସନ୍‍ ଆୟୋଜିତ ହେବ।

୨ ତାରିଖରେ ସ୍କିଲଡ୍‍ ଇନ୍‍ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବା ସହିତ ଧାତୁ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଥିବା ସମ୍ଭାବନାକୁ ନେଇ ଆଲୋଚନା କରାଯିବ। ଏହି ଦିନ ୧୦ଟି ସେକ୍ଟୋରାଲ୍‍ ସେସନ୍‍ ମଧ୍ୟ ଆୟୋଜିତ ହେବ। ୩ ତାରିଖ ଦିନ ମହିଳା ଶସକ୍ତିକରଣ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣକୁ ନେଇ ଆଲୋଚନା ସହିତ ଭେଲିଡିଟାରୀ ସେସନ୍‍ ବସିବ। ୪ର୍ଥ ତଥା ଅନ୍ତିମ ଦିବସରେ ଜନସାଧାରଣଙ୍କୁ ପ୍ରଦର୍ଶନୀ ବୁଲିବାର ସୁଯୋଗ ମିଳିବ। ଏହି ଦିନ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍‍କୋର୍ଟର ମଜା ମଧ୍ୟ ନେଇପାରିବେ।