Data Leak - The Sakala

ଦେଶର ୬୮ କୋଟି ୟୁଜରଙ୍କ ଡାଟା ଚୋରି; ସାଇବର ଅପରାଧୀଙ୍କ ହାତରେ ଇ-ମେଲ୍ ଆଇଡି ଓ ପାସ୍‌ୱାର୍ଡ
ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଧରଣର ଡାଟା ଲିକ୍‌ ହୋଇଛି। ଏଥିରେ ୬୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପ୍ରଘଟ ହୋଇଛି। ଏହାଫଳରେ ସାଇବର ଅପରାଧୀମାନଙ୍କ ହାତରେ ଏହି ୬୮ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପଡିଯାଇଛି। ଘଟଣା ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ସାଇବର ସେଲ୍ ଏହାକୁ ନେଇ ସତର୍କ କରାଇଛି। ଇ-ମେଲ୍ ବ୍ୟବହାରକାରୀ ସେମାନଙ୍କର ପାସ୍‌ୱାର୍ଡ ପୁନଃସେଟ୍ କରିବାକୁ ସାଇବର ସେଲ୍ ନିର୍ଦ୍ଦେଶାବଳୀ ଜାରି କରିଛି।

ସାଇବର ସେଲ୍ ପକ୍ଷରୁ ଜାରି ପରାମର୍ଶପତ୍ରରେ କୁହାଯାଇଛି ଯେ, ସାଇବର ଠକମାନେ ଏକ ଇ-ମେଲ୍ ଆକାଉଣ୍ଟ ହ୍ୟାକ୍ କରି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଡିଜିଟାଲ୍ ୱାଲେଟ୍ ଏବଂ ଅନ୍ୟାନ୍ୟ ଆପ୍ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ପ୍ରବେଶ କରିପାରିବେ। ଏହାକୁ ରୋକିବା ପାଇଁ ବାରମ୍ବାର ପାସୱାର୍ଡ ପରିବର୍ତ୍ତନ କରିବା ବ୍ୟତୀତ ବିଭିନ୍ନ ସେବା ପାଇଁ ପୃଥକ ପାସୱାର୍ଡ ବଜାୟ ରଖିବା ହେଉଛି ସବୁଠାରୁ ପ୍ରଭାବଶାଳୀ ପ୍ରତିରକ୍ଷା ପଦକ୍ଷେପ। ସନ୍ଦେହଜନକ ଇ-ମେଲ୍, ଏସ୍‌ଏମ୍‌ଏସ୍‌‌ କିମ୍ବା ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କୁହାଯାଇଛି । ବର୍ତ୍ତମାନ ସାଇବର ଅପରାଧୀମାନେ ଠକେଇ କରିବା ପାଇଁ ନୂତନ କୌଶଳ ଅବଲମ୍ବନ କରୁଛନ୍ତି। ଡିଜିଟାଲ୍ ଆରେଷ୍ଟ, ଋଣ ଆପ୍ ଠକେଇ ଏବଂ ଆର୍ଥିକ ଠକେଇ ଘଟଣା ବୃଦ୍ଧି ପାଉଛି। ବୟସ୍କ ଲୋକମାନେ ସାଇବର ଅପରାଧୀଙ୍କ ଦ୍ୱାରା ସର୍ବାଧିକ ଟାର୍ଗେଟ୍ ହେଉଛନ୍ତି । ଠକମାନେ ଡକ୍ୟୁମେଣ୍ଟ ଅପଡେଟ୍ କରିବା, ଉପହାର ପଠାଇବା ଏବଂ ଲିଙ୍କ୍ ପଠାଇବା ଭଳି ଅନେକ ପ୍ରସ୍ତାବ ମାଧ୍ୟମରେ ଡାଟା ଚୋରି କରୁଛନ୍ତି ଏବଂ ଆକାଉଣ୍ଟ ଖାଲି କରୁଛନ୍ତି ।

ଏହି ଠକେଇ ପ୍ରସ୍ତାବରେ ଷ୍ଟକ୍ ବଜାରରେ ଲାଭର ପ୍ରଲୋଭନ, ଅନଲାଇନ୍ ବାଣିଜ୍ୟ, ଘରେ ଚାକିରି, ଅନଲାଇନ୍ ପାର୍ସଲ୍ ଅଫର୍ ଏବଂ ମୋବାଇଲ୍ ହ୍ୟାକିଂ ଅନ୍ତର୍ଭୁକ୍ତ । ଏପରି ଘଟଣା ମଧ୍ୟ ଘଟିଛି, ଯେଉଁଠାରେ ଓଟିପି ନ ମାଗି ଆକାଉଣ୍ଟରୁ ଟଙ୍କା ଉଠାଯାଇଛି ।

ତିନି କୋଟି ରେଳଯାତ୍ରୀଙ୍କ ଡାଟା ଲିକ୍‌
ନୂଆଦିଲ୍ଲୀ: ଏମ୍ସର ଡାଟା ଲିକ୍‌ ହେବା ପରେ ଏବେ ବହୁ କୋଟି ରେଳଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି। ସାଇବର ହ୍ୟାକରମାନେ ରେଳ ଟିକେଟ ବୁକିଂ କରିଥିବା ୩ କୋଟି ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଛନ୍ତି। ଯାହା ଭାରତୀୟ ରେଳବାଇର ଚିନ୍ତା ବଢାଇଦେଇଛି। ଚୋରି ହୋଇଥିବା ଡାଟାରେ ଯାତ୍ରୀଙ୍କର ଇ-ମେଲ୍, ମୋବାଇଲ୍ ନମ୍ବର, ଠିକଣା, ବୟସ ଏବଂ ଲିଙ୍ଗ ସହିତ ଅନେକ ବ୍ୟକ୍ତିଗତ ତଥ୍ୟ ସୂଚନା ଆଦି ସାମିଲ ରହିଛି। ବର୍ତ୍ତମାନ ଏହି ତଥ୍ୟ ଡାର୍କୱେବ୍‌ ମାଧ୍ୟମରେ ବିକ୍ରି କରଯkଉଛି। ଏବେ ଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣାରେ ଭାରତୀୟ ରେଳବାଇ ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ। କିନ୍ତୁ ଦିଲ୍ଲୀ ଏମ୍ସ ପରେ ରେଳବାଇ ସାଇବର ସୁରକ୍ଷା କ୍ଷେତ୍ରରେ ଏହି ଘଟଣା ଏକ ବଡ ଉଲ୍ଲଂଘନ ବୋଲି କୁହାଯାଉଛି।

ଅପରପକ୍ଷେ ଏହି ସାଇବର ଆକ୍ରମଣ ଆମ ସର୍ଭରରୁ କରାଯାଇନାହିଁ ବୋଲି ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) କହିଛି। ଏହାଛଡା ଆଇଆରସିଟିସି ପକ୍ଷରୁ ଘଟଣାର ତଦନ୍ତ ଆମର୍ଭ କରାଯାଇଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ରେଳଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣା  ଚଳିତମାସ ୨୭ରେ ଘଟିଥିଲା। ଏହି ରିପୋର୍ଟ ଅନୁଯାୟୀ, ଏକ ହ୍ୟାକର ଫୋରମ୍ ଏହି ଘଟଣା ଘଟାଇଛି। ଯଦିଓ ସେହି ହ୍ୟାକର୍ ଫୋରମ  ନିଜର ପ୍ରକୃତ ପରିଚୟ ପ୍ରକାଶ କରୁନାହିଁ ହେଲେ ଏହା ‘ସ୍ୟାଡୋହ୍ୟାକର’ ନାମରେ ଜଣାଶୁଣା। ବର୍ତ୍ତମାନ ସେହି ହ୍ୟାକର୍ ଫୋରମ୍ ୩ କୋଟି ଯାତ୍ରୀଙ୍କ ସହ ଜଡ଼ିତ ତଥ୍ୟକୁ ଡାର୍କ ୱେବ ଜରିଆରେ ବିକ୍ରି କରୁଛନ୍ତି। ହ୍ୟାକରଙ୍କର କହିବା ହେଉଛି ସେମାନଙ୍କ ପାଖରେ ରେଳ ଟିକେଟ୍ ବୁକ୍ କରିଥିବା ୩ କୋଟି ଯାତ୍ରୀଙ୍କ ଇ-ମେଲ୍, ମୋବାଇଲ୍ ନମ୍ବର ସମେତ ଅନେକ ବ୍ୟକ୍ତିଗତ ସୂଚନା ଉପଲବ୍ଧ ରହିଛି।

କେବଳ ଏତିକି ନୁହେଁ, ହ୍ୟାକର ଦାବି କରିଛନ୍ତି ଯେ ସେମାନେ ଅନେକ ସରକାରୀ ବିଭାଗର ଅଫିସିଆଲ ଇ-ମେଲ ଆକାଉଣ୍ଟ ମଧ୍ୟ ଚୋରି କରି ନେଇଛନ୍ତି। ଏହି ସରକାରୀ ଇ-ମେଲ ଆକାଉଣ୍ଟ ବିକ୍ରି ପାଇଁ ଡାର୍କ ୱେବ ପାଖରେ ରଖାଯାଇଛି। ଏହି ସାଇବର ହ୍ୟାକରମାନେ  କିପରି ଭାବେ ରେଲବାଇର ସର୍ଭର ଭେଦ କରି କିପରି ସେମାନେ ଏହା ମଧ୍ୟକୁ ପ୍ରବେଶ କଲେ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ବିଭାଗରେ ହୋଇଥିବା ଏହି ତଥ୍ୟ ଉଲ୍ଲଂଘନ ଘଟଣାରେ ଭାରତୀୟ ରେଳବାଇ ମଧ୍ୟ ନୀରବ ରହିଛି। ବର୍ତ୍ତମାନ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ସାଇବର ହ୍ୟାକର କେବଳ ରେଳଯାତ୍ରୀଙ୍କ ତଥ୍ୟ ଚୋରି କରିନାହାଁନ୍ତି ବରଂ ସେମାନେ ରେଳ ୱେବସାଇଟ ସହ ମଧ୍ୟ ହେରଫେର କରିଥିବା ଦାବି କରିଛନ୍ତି।

ଭାରତୀୟ ରେଳବାଇ ୱେବସାଇଟ କିମ୍ବା ଏହା ଦ୍ୱାରା ପରିଚାଳିତ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ବୁକିଂ ପୋର୍ଟାଲ ହ୍ୟାକ୍ ହୋଇଛି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ପୂର୍ବରୁ ମଧ୍ୟ ସାଇବର ହ୍ୟାକରମାନେ ରେଳବାଇର ଡାଟା ଚୋରି କରିବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଗତ ୨୦୨୦ରେ ହ୍ୟାକରମାନେ  ମଧ୍ୟ ସମାନ ଘଟଣା ଘଟାଇ ୯୦  ଜଣ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଇଥିଲେ। ଯେଉଁଥିରେ ଯାତ୍ରୀଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଭଳି ଜରୁରୀ ସୂଚନା ଅନ୍ତର୍ଭୂକ୍ତ ରହିଥିଲା। ଏହାର ୨ ବର୍ଷ ପରେ ବର୍ତ୍ତମାନ ହ୍ୟାକର ୩ କୋଟି ଯାତ୍ରୀଙ୍କ ଡାଟା ଚୋରି କରି ନେଇଛନ୍ତି।

ବିଶ୍ୱରେ ୫୦ କୋଟି ଲୋକଙ୍କ ହ୍ବାଟସଆପ୍ ଡାଟା ଲିକ୍, ବିପଦରେ ଭାରତର ୬୦ ଲକ୍ଷ ୟୁଜର
ନୂଆଦିଲ୍ଲୀ: ହ୍ବାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ବିଶ୍ୱର ପ୍ରାୟ ୮୦ ଦେଶର ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ତଥା ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି । ଏଥିରେ ଏହି ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଫୋନ ନମ୍ବର ଅନଲାଇନରେ ବିକ୍ରି ପାଇଁ ରଖାଯାଇଛି । ଏହାମଧ୍ୟରେ ଭାରତର ୬୦ ଲକ୍ଷ ୟୁଜରଙ୍କ ଡାଟା ରହିଛି । ଡାଟା ଲିକ୍ ପରେ ଭାରତର ୬୦ ଲକ୍ଷ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ବିପଦରେ । ସାଇବର ନ୍ୟୁଜର ତଥ୍ୟ ଅନୁସାରେ ଏକ ସ୍ବତନ୍ତ୍ର ହ୍ୟାକିଂ ଫୋରମରେ ଏହି ଡାଟା ଲିକ୍ ହୋଇଛି ।

ଯେଉଁ ଦେଶର ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଛି ସେହି ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ବ୍ରିଟେନ, ଆମେରିକା, ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ଋଷ ଆଦି ରାଷ୍ଟ୍ର । ଆମେରିକାର ଡାଟାସେଟର ଦାମ୍ ୭ ହଜାର ଡଲାର ରହିଥିବା ବେଳେ ବ୍ରିଟେନର ଡାଟାସେଟର ଦାମ୍ ରହିଛି ଅଢ଼େଇ ହଜାର ଡଲାର । ଯେଉଁ ବିକ୍ରେତା ଏହି ଡାଟା ହ୍ୟାକ୍ କରିଛନ୍ତି ତାଙ୍କ ସହ ସାଇବର ନ୍ୟୁଜ ଯୋଗାଯୋଗ କରିବା ପରେ ବ୍ରିଟେନର ୧ ହଜାର ୯୭ ଜଣଙ୍କ ତଥ୍ୟ ପ୍ରମାଣ ସ୍ବରୂପ ବିକ୍ରେତା ଦେଇଥିବା କୁହାଯାଇଛି ।

ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଥିଲା ସେହି ୧ ହଜାର ୯୭ ଜଣ ହେଉଛନ୍ତି ବାସ୍ତବରେ ହ୍ବାଟସ ଆପ୍ ୟୁଜର । ତେବେ ଏତେ ସଂଖ୍ୟକ ତଥ୍ୟ କିପରି ହ୍ୟାକ୍ କରାଗଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ବିଶେଷ କରି ସ୍ମିସିଂ ଓ ଭିସିଂ ଜରିଆରେ ସାଇବର ଅପରାଧ ଘଟାଯାଉଥିବା ବେଳେ, ଏହି ବୃହତ ଲିକ୍ କାହା ଜରିଆରେ ହୋଇଛି ତାହାର ସୂଚନା ମିଳିନାହିଁ । ପ୍ରଥମେ ହ୍ବାଟସଆପ୍ ୟୁଜରଙ୍କ ନିକଟକୁ ଏକ ଟେକ୍ସଟ ମେସେଜ ପଠାଇବା ପରେ ଏକ ଲିଙ୍କ୍ ଉପରେ କ୍ଳିକ କରିବା ଲାଗି ସାଇବର ଅପରାଧୀ କହିଥାନ୍ତି । ପରେ କ୍ରେଡିଟ କାର୍ଡ ବା ଅନ୍ୟାନ୍ୟ ତଥ୍ୟ ମଗାଯିବା ପରେ ଆକାଉଣ୍ଟ ହ୍ୟାକ କରାଯାଇଥାଏ । ଗତବର୍ଷ ମଧ୍ୟ ପ୍ରାୟ ୫୦ କୋଟି ଫେସବୁକ ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଥିଲା । ସେଥିରେ ଥିଲା ଭାରତୀୟ ୟୁଜରଙ୍କ ପ୍ରାୟ ୬୦ ଲକ୍ଷ ରେକର୍ଡ ।