BJD leader Prasanna Acharya - The Sakala

ପଦ୍ମପୁରବାସୀଙ୍କୁ ବୋକା ଭାବୁଛନ୍ତି କେନ୍ଦ୍ରମନ୍ତ୍ରୀ, ସଠିକ ତଥ୍ୟ ଥାଇ ମଧ୍ୟ ଜାଣିଶୁଣି କହୁଛନ୍ତି ପ୍ରବଞ୍ଚନାପୂର୍ଣ୍ଣ କଥା : ପ୍ରଶନ୍ନ ଆଚାର୍ଯ୍ୟ
ବରଗଡ଼: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ବେଳେ ବିଜେପି ବାରମ୍ବାର ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇ ଚାଲିଛି। ପ୍ରଥମେ ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ନାଁରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ମିଛ କହିଥିବା ବେଳେ ଆଜି ଆଉ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଟପି ଯାଇଛନ୍ତି। ନିର୍ବାଚନୀ ପ୍ରଚାର ବେଳେ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେବାରେ ମାହିର ଥିବା ବିଜେପି ଆଜି ପୁଣି ତାର ସମାନ ରଙ୍ଗ ଦେଖାଇଛି। କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର  ରେଳ ଲାଇନ ନାଁରେ ମିଛ ପ୍ରହେଳିକା କରିଥିବା ବେଳେ ଆଜି ଖୋଦ୍‌ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଉ ଟିକେ ଉପରକୁ ଯାଇ ଜନସଭାରେ ମିଛର ସୌଦାଗରୀ କରିଛନ୍ତି।

ଆଜି ପାଇକମାଳରେ ଏକ ନିର୍ବାଚନୀ ସଭାରେ ରେଳ ମନ୍ତ୍ରୀ କହିଥିଲେ, କାଲି ଜାଗା ଦେଲେ ପହରଦିନ କାମ ଆରମ୍ଭ ହେବ। ଜାଗା ଓଡ଼ିଶା ସରକାରଙ୍କର। ଜାଗା ନ ଦେଲେ ରେଲ ଲାଇନ୍ କିପରି ହେବ ବୋଲି କହିଥିଲେ। ଖାଲି ଏତିକି ନୁହେଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ କହିଥିଲେ ଫସଲ ବୀମା ଯୋଜନା ଟଙ୍କା କେନ୍ଦ୍ର ପକ୍ଷରୁ ରିଲିଜ କରାଯାଇ ସାରିଛି। କିନ୍ତୁ ଏଠାକାର ରାଜ୍ୟ ସରକାରଙ୍କ କାମ ଅତ୍ୟନ୍ତ ମନ୍ଥର। ଫଳରେ ଚାଷୀମାନେ ବୀମା ଟଙ୍କା ପାଇବାରେ ବିଳମ୍ବ ହେଉଛି। ବିଜେପିର ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମିଛ ଏବେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ବାଚନ ଜିତିବା ପାଇଁ ବିଜେପି କିଛି ବି କରିପାରେ କେବଳ ହଂସା ନୁହେଁ ଜନସଭାରେ କିଭଳି ଖୋଦ୍‌ ବିଭାଗୀୟ ମନ୍ତ୍ରୀ ମିଛ କହିପାରନ୍ତି ତାହା ଦେଖିବାକୁ ମିଳିଥିବା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ମିଛ ସୌଦାଗରୀ ଉପରେ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ।

ଫସଲ ବୀମାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନ ପରେ  ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଓଡିଶା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଉଛି । କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ଅଛି, ଜାଣିଶୁଣି ପ୍ରବଞ୍ଚନାପୂର୍ଣ୍ଣ କଥା କୁହାଯାଉଛି । କ୍ଷତିପୂରଣ ପଇସା ବୀମା କମ୍ପାନୀ ଦିଏ, ରାଜ୍ୟ ସରକାର ଦିଅନ୍ତି ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ ତଥା ଅସତ୍ୟ ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ର କୃଷିମନ୍ତ୍ରୀ କହୁଛନ୍ତି ଯେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଚାଷୀଙ୍କୁ ଫସଲ ବୀମାର ଅର୍ଥ ପ୍ରଦାନ କରାଯାଉ । ବୀମା ବାବଦର ସମସ୍ତ ଟଙ୍କା ରାଜ୍ୟ ପାଖରେ ଜମା କରିଦିଆଯାଇଛି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଏ ଟଙ୍କା ଚାଷୀଙ୍କୁ ମିଳିପାରିନାହିଁ । ଏକଥା ଅତ୍ୟନ୍ତ ହାସ୍ୟାସ୍ପଦ । କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ବିଧି,ବ୍ୟବସ୍ଥା, ପ୍ରଣାଳୀ ସେମାନେ ସବୁକଥା ଜାଣିଛନ୍ତି କିନ୍ତୁ ଜାଣିଶୁଣି ପ୍ରବଞ୍ଚନା ପୂର୍ଣ୍ଣ କଥା କୁହାଯାଏ ତେବେ ଏହା ସଙ୍ଘୀୟ ବ୍ୟବସ୍ଥା ପ୍ରତିକୁଠାରଘାତ ।

ପ୍ରସନ୍ନ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ମୁଁ ଅନେକ ସମୟରେ ବିଭିନ୍ନ ଦାୟିତ୍ୱରେ ରହିଛି ମୁଁ ଜାଣିନାହିଁ ଯେ ଯେଉଁଠି ଇନସ୍ୟୁରାନ୍ସ ହୁଏ ସେଠି ଫସଲର କ୍ଷତିପୂରଣ ସରକାର ଦିଅନ୍ତି ବୋଲି । ପ୍ରିମିୟମ ପଇସା ଉପଭୋକ୍ତା ବହନ କରିଥାଏ, ପ୍ରିମିୟମର କିଛି ଅଂଶ ଚାଷୀମାନେ ଆଉ କିଛି ଅଂଶ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବହନ କରିଥାନ୍ତି । ଚାଷୀର ଫସଲ କ୍ଷତି ହେଲେ ସେ କ୍ଷତିର ପଇସା ଇନସ୍ୟୁରାନ୍ସ କମ୍ପାନୀ ବହନ କରିଥାଏ । ଏହି ଟଙ୍କା ନା ରାଜ୍ୟ ସରକାର ଦିଅନ୍ତି ନା କେନ୍ଦ୍ର ସରକାର ଦିଅନ୍ତି । ମନ୍ତ୍ରୀଙ୍କ ଖୋଲାସଭାରେ ଏହିଭଳି ବୟାନ ଶୁଣି ଆଶ୍ଚର୍ୟ୍ୟ ଲାଗୁଛି କେନ୍ଦ୍ର କୃଷିମନ୍ତ୍ରୀ ଏହିଭଳି କଥା କହୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର କେବେ ପ୍ରିମିୟମ ଦେଲେ ସେ ଜାଣିଥିବେ । ରାଜ୍ୟ ସରକାର ଇନସ୍ୟୁରାନ୍ସ ବାବଦର ୬୨୩ କୋଟି ଟଙ୍କା ଯଥେଷ୍ଟ ପୂର୍ବରୁ ଜମା କରିସାରିଛନ୍ତି । ସେହିଭଳି କେଉଁ କେଉଁ କମ୍ପାନୀ ଫସଲର ବୀମା କରିବେ ତାର ସମ୍ପୂର୍ଣ୍ଣ ତାଲିକା କେନ୍ଦ୍ର ସରକାର ଦେଇଥାନ୍ତି । ରାଜ୍ୟପାଖକୁ ତାର ପୂରା ତାଲିକା ଜିଲ୍ଲାୱାରୀ ଆସିଥାଏ । ବୀମା କମ୍ପାନୀ ଫସଲ କ୍ଷତିର ରିପୋର୍ଟକୁ ଅଗ୍ରାହ୍ୟ କଲେ ଏବେ ରାଜ୍ୟସ୍ତରୀୟ ଟେକନିକାଲ ଲେଭଲ ଆଡଭାଇଜରୀ କମିଟିରେ ଆବେଦନ କରିଥିଲେ । କମିଟି ମଧ୍ୟ ଚାଷୀଙ୍କ ସପକ୍ଷରେ ରାୟ ଦେଲେ କିନ୍ତୁ ଶସ୍ୟବୀମା କମ୍ପାନୀ କମିଟିର କଥାରେ ସହମତି ପ୍ରକାଶ କଲେ ନାହିଁ । ପରେ ସେମାନେ କେନ୍ଦ୍ରୀୟ ଟେକନିକାଲ ଆଡଭାଇଜରୀ କମିଟିରେ ମଧ୍ୟ ଆବେଦନ କଲେ । ଦୁଇ ମାସ ହେବ କେନ୍ଦ୍ରୀୟ କମିଟି ଚାଷୀଙ୍କ କଥାକୁ ଶୁଣିଲେ ନାହିଁ, ଯାହା ଫଳରେ ଚାଷୀଙ୍କୁ ବୀମା ଟଙ୍କା ମିଳିପାରିନାହିଁ । ନିର୍ବାଚନକୁ ଆଖିରେ ରଖି ଏଭଳି ପ୍ରତିକ୍ରିୟା ଦେବା ଠିକ୍ ନୁହେଁ । ପୂର୍ବରୁ କେନ୍ଦ୍ର କହୁଥିବା ଏହା କେନ୍ଦ୍ରର ଦାୟିତ୍ୱ ନୁହେଁ ତେବେ ବର୍ତ୍ତମାନ କାହିଁକି କେନ୍ଦ୍ର ଏଥିରେ ହସ୍ତକ୍ଷେପ କଲା । ତେଣୁ ଏ ଦାୟିତ୍ୱ କେନ୍ଦ୍ରସରକାରଙ୍କ ଦାୟିତ୍ୱ ।

ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମିଛ ବୟାନର ମୁଖା ଖୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ନ୍ଦ୍ର ରେଳ ମନ୍ତ୍ରୀ କହିଲେ ଆଜି ଜାଗା ଦେଲେ, କାଲି କାମ ହେବ । କିନ୍ତୁ ରେଳ ପ୍ରକଳ୍ପ ପାଇଁ ଜାଗା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ କେବେ ରାଜ୍ୟ ସରକରାଙ୍କୁ ଚିଠି ଲେଖିଥିଲେ। ପଦ୍ମପୁର ନିର୍ବାଚନ ଜିତିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଛ କହୁଛନ୍ତି। ପଦ୍ମପୁର ଜନ ସାଧାରଣଙ୍କୁ ବିଭ୍ରାନ୍ତୀକର ମନ୍ତବ୍ୟ ଦେଉଛନ୍ତି।ପଦମପୁର ଜନତାକୁ ବୋକା ଭାବୁଛନ୍ତି । କାରଣ ପୂର୍ବରୁ ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ସ୍ଥାନ ସହ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ରେଳ ପ୍ରକଳ୍ପକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । ସେ କହିଛନ୍ତି ଏହି ରେଳ ପ୍ରକକଳ୍ପ ଦ୍ୱାରା କିଛି ଲାଭ ହେବ ନାହିଁ । ଏହି ପ୍ରକଳ୍ପର ସର୍ଭେ ୧୭ ପ୍ରତିଶତ ଥିବାବେଳେ ଏହାକୁ ଖାରଜ କରାଯାଇଛି । ପ୍ରକଳ୍ପ ସର୍ବାଧିକ ମତ ପ୍ରକାଶ ସ୍ୱତେ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ।

କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ଏହି ରେଳଲାଇନ ପ୍ରସଙ୍ଗରେ ବିଜେପି ନେତାଙ୍କ ମିଛକୁ ଜନତାଙ୍କ ସାମ୍ନାକୁ ଆଣିଥିଲେ ବିଜେପି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ୨୦୧୮ ଡିସେମ୍ବର ୧୫ ତାରିଖରେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିସାରିଛି ବୋଲି ଘୋଷଣା କରିଥିବା ବେଳେ ଏହାର କିଛି ଦିନ ପରେ ଖୋଦ୍ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ  ୨୦୨୧ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଛି।

ଯାହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ସବିଶେଷ ସୂଚନା ଦେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର କହିଥିଲେ ଯେ ପଦ୍ମପୁର ରେଳଲାଇନ ପ୍ରକଳ୍ପ ୨୦୧୮ ଡିସେମ୍ବରରେ ଅନୁମୋଦନ ଲାଭ କଲା ନା ୨୦୨୧ ଡିସେମ୍ବରରେ, ତାହା ପ୍ରଥମେ ଶ୍ରୀ ପୂଜାରୀ ସ୍ପଷ୍ଟ କରିବା ଉଚିତ । କାରଣ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନା ମାନ୍ୟବର ସାଂସଦ ଶ୍ରୀ ପୂଜାରୀ ମଧ୍ୟରୁ କିଏ ସତ କହୁଛନ୍ତି, ତାହା ଜାଣିବାର ଅଧିକାର ପଦ୍ମପୁରବାସୀଙ୍କର ଅଛି । ଯଦି ଶ୍ରୀ ପୂଜାରୀ ସତ କହୁଥାନ୍ତି, ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ୨୦୧୮ରେ ଏହି ରେଳଲାଇନ ପ୍ରକଳ୍ପ ଅନୁମୋଦନ ପାଇସାରିଛି ବୋଲି ଯେଉଁ ଭୁଲ ତଥ୍ୟ ଦେଇ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇଥିଲେ, ସେଥିପାଇଁ ସେ କ୍ଷମା ମାଗିବା ଉଚିତ ।

କେବଳ ସେତିକି ନୁହେଁ  ପଦ୍ମପୁର ରେଳଲାଇନ ରେଳବାଇର ବ୍ଲୁ ବୁକ୍‌ରେ ସ୍ଥାନ ପାଇଛି ବୋଲି ଶ୍ରୀ ପୂଜାରୀ ଦେଇଥିବା ସୂଚନା ଉପରେ ମଧ୍ୟ ଡ. ପାତ୍ର ସ୍ପଷ୍ଟୀକରଣ ରଖିଥିଲେ । ଡ.ପାତ୍ର କହିଥିଲେ ଯେ ଶ୍ରୀ ପୂଜାରୀ ଜଣେ ଅଭିଜ୍ଞ ସାଂସଦ । ସେ ଏ କଥା ଜାଣିବା ଉଚିତ ଯେ ଦେଶର କୌଣସି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ ଏହା ବ୍ଲୁ ବୁକ୍ ନୁହେଁ, ପିଙ୍କ୍ ବୁକ୍‌ରେ ସ୍ଥାନ ପାଏ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ୨୦୨୨-୨୩ ପିଙ୍କ୍ ବୁକ୍‌ରେ କେଉଁଠି ମଧ୍ୟ ପଦ୍ମପୁର ରେଳଲାଇନ ପ୍ରକଳ୍ପ ସଂପର୍କରେ ଉଲ୍ଲେଖ ନାହିଁ । ଯେତେବେଳେ ଏହି ପ୍ରକଳ୍ପ ପିଙ୍କ୍ ବୁକ୍‌ରେ ସ୍ଥାନ ପାଇ ନାହିଁ ଏବଂ ଏଥିପାଇଁ କୌଣସି ଅର୍ଥ ମଂଜୁର ହୋଇ ନାହିଁ, ସେତେବେଳେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବା ଉଚିତ ବୋଲି ସାଂସଦ ଶ୍ରୀ ପୂଜାରୀ କହିବା ହାସ୍ୟାସ୍ପଦ ଏବଂ ଦୁଃଖଦାୟକ । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ କୌଣସି ଅର୍ଥ ମଞ୍ଜୁର କରି ନଥିବାବେଳେ ରାଜ୍ୟ ସରକାରଙ୍କୁ ଏହାର ସର୍ଭେ କରିବା କଥା କହି ମୁଣ୍ଡ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛି ବୋଲି ଡ. ପାତ୍ର ଅଭିଯୋଗ କରିଥିଲେ।