odisha eco tourism - The Sakala

ରାଜ୍ୟର ୧୬ଟି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ୍‌ : ଫୋକସ୍‌ରେ ଯୁବ ଉଦ୍ୟୋଗୀ, ପ୍ରୋତ୍ସାହନ ପାଇଁ ମିଳୁଛି ସବ୍‍ସିଡି
ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବାବେଳେ ରାଜ୍ୟ ସରକାର ମଧ୍ୟ ଏନେଇ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଛନ୍ତି। ବିଶେଷକରି ପର୍ଯ୍ୟଟନ କ୍ଷେତ୍ରକୁ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ପର୍ଯ୍ୟଟନ ନୀତି, ୨୦୧୬ ପ୍ରଣୟନ କରାଯାଇଥିବା ବେଳେ ଏହା ବେଶ ଉପଯୋଗୀ ହୋଇପାରିଛି। ଅନ୍ୟପକ୍ଷରେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ଏବଂ ପର୍ଯ୍ୟଟନ ସମ୍ଭାରର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ବିବିଧି ଯୋଜନା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ନୂଆ ସମ୍ଭାବନା ଆଣିଦେଇଛି। ଯଦି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ହେବ ତାହେଲେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ଏକ ନୂଆ ଦିଗ ଦେଇପାରିବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

ଗତକାଲି ବିଧାନସଭାରେ ରାଜ୍ୟ ପର୍ଯ୍ୟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ସୂଚନା ଅନୁଯାୟୀ ଗତ ୨୦୧୭, ୨୦୧୮ ଓ ୨୦୨୦ ମସିହାରେ ରାଜ୍ୟକୁ ଉଭୟ ବିଦେଶୀ ଏବଂ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ବିଶେଷକରି ୨୦୧୯ ମସିହାରେ ରାଜ୍ୟକୁ ପ୍ରାୟ ୧ ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆଗମନ କରିଥଲେ। ତେବେ କୋଭିଡ କାରଣରୁ ୨୦୨୦ ଏବଂ ୨୦୨୧ରେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଥିଲେ ହେଁ ୨୦୨୨ ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହାସଲ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ୧୬ଟି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ରସ୍ତୁତ କରିଛନ୍ତି। ସାତକୋଶିଆ, ହୀରାକୁଦ, ଭିତରକନିକା, ଚିଲିକା, ଚନ୍ଦ୍ରଭାଗା ବେଳାଭୂମି, ଦାରିଙ୍ଗିବାଡ଼ି, ତାଳସାରି, ଖଣ୍ଡଗିରି-ଉଦୟଗିରି, ଦେଓମାଳି, ନୃସିଂହନାଥ-ହରିଶଙ୍କର, ଧବଳେଶ୍ୱର, ମହେନ୍ଦ୍ରଗିରି, ବାଲୁଖଣ୍ଡ, ଧଉଳି, ରଘୁରାଜପୁର ଏବଂ ଶିଖରଚଣ୍ଡୀ ଏଥିରେ ଅନ୍ତର୍ଭୁକ୍ତ ରହିଛି।

ଏହି ମାଷ୍ଟରପ୍ଲାନ ଅନୁଯାୟୀ ଉପରୋକ୍ତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯାଉଥିବା ବେଳେ ଧିରେ ଧିରେ ରାଜ୍ୟ ବାହାର ତଥା ବିଦେଶୀ ପର୍ଯ୍ୟକମାନେ ଓଡ଼ିଶା ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟନ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ପ୍ରକଳ୍ପ ଅନୁମୋଦନ କରାଯାଉଛି। ସେହିପରି ଓଡ଼ିଶା ପର୍ଯ୍ୟଟନ ନୀତିର ନିୟମାନୁଯାୟୀ ଘରୋଇ ଉଦ୍ୟୋଗୀମାନଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ସବ୍‍ସିଡି ପ୍ରଦାନ କରାଯାଉଛି। ଯାହାଫଳରେ ବହୁ ଯୁବ ଉଦ୍ୟୋଗୀ ଏହି ଶିଳ୍ପ ପ୍ରତି ଆକୃଷ୍ଟ ହେଉଥିବା ବେଳେ ଖୁବ୍‍ଶୀଘ୍ର ଓଡ଼ିଶା ପୂର୍ବ ଭାରତ ସମେତ ସମଗ୍ର ଦେଶରେ ପର୍ଯ୍ୟଟକ ଏବଂ ଏହି ଶିଳ୍ପ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସେହିପରି ପର୍ଯ୍ୟଟନ ବିଭାଗ ପକ୍ଷରୁ ୪୯ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ଇନଫ୍ରାଷ୍ଟ୍ରକଚର୍‍ ଗ୍ୟାପ୍‍ ଆସେସମେଣ୍ଟ କରାଯାଇ ପର୍ଯ୍ୟୟ କ୍ରମେ ଅର୍ଥ ମଞ୍ଜୁର କରୁଛନ୍ତି। ଅନ୍ୟ ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ରାମଚଣ୍ଡୀ ଏବଂ ତାଳସାରୀ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଚଲାବୁଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ରାଜ୍ୟବ୍ୟାପୀ ଇକୋ-ଟୁରିଜିମର ଆୟୋଜନ, ବିଭିନ୍ନ ଅଞ୍ଚଳରେ ନୌ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଅନୁକୂଳ ସାବ୍ୟସ୍ତ ହେଉଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।