Mahaprabhu - The Sakala

୫ ବର୍ଷରେ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିରୁ ୧୩୪ କୋଟି ଆୟ
ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ମାଲିକାନାରେ ଥିବା ବିଭିନ୍ନ ଭୂସମ୍ପତ୍ତି ଉତ୍ସରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୫ କୋଟି ୮୦ ଲକ୍ଷ ୮୪ ହଜାର ୮୫୯ ଟଙ୍କା ଆଦାୟ ହୋଇଛି। ଗତ ୫ ବର୍ଷ ମଧ୍ୟରେ ୧୩୪ କୋଟି ୬୫ ଲକ୍ଷ ୨୯ ହଜାର ୧୫୧ ଟଙ୍କା ଆୟ ସଂଗ୍ରହ ହୋଇଛି। ସେହିଭଳି ରାଜ୍ୟର ୨୪ଟି ଜିଲ୍ଲାରେ ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ୯୪୩ ଡିସିମିଲ୍‍ ମହାପ୍ରଭୁଙ୍କ ଜମି ମଧ୍ୟରୁ ୩୮ ହଜାର ୬୧ ଏକର ୮୯୨ ଡିସିମିଲ୍‍ ଜମିର ସଂଶୋଧିତ ସ୍ୱତ୍ତଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଖରେ ରହିଛି। ଅବଶିଷ୍ଟ ୨୨ ହଜାର ୩୬୫ ଏକର ୫୧ ଡିସିମିଲ୍‍ ପରିମିତ ଜମିର ସଂଶୋଧିତ ସ୍ୱତ୍ତଲିପି ପ୍ରାପ୍ତ ହୋଇପାରି ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ସେହିଭଳି ଓଡ଼ିଶା ବାହାରେ ୬ଟି ରାଜ୍ୟରେ ଥିବା ୩୯୫ ଏକର ୨୫୨ ଡିସିମିଲ୍‍ ଜମି ରହିଥିବା ସୂଚନା ମିଳିଛି।

ଆଇନ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ ରାଜ୍ୟ ଭିତରେ ଥିବା ଶ୍ରୀଜିଉଙ୍କ ଜମି ମଧ୍ୟରୁ ୪୦ ଏକର ୭୯୯ ଡିସିମିଲ ପରିମିତ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରି କରିଛି। ସେହିଭଳି ବିଭିନ୍ନ ତହସିଲ ଅଧିନସ୍ଥ ବନ୍ଦୋବସ୍ତ ଓ ଚକବନ୍ଦୀ ରେକର୍ଡରେ ଥିବା ମହାପ୍ରଭୁଙ୍କ ଜମିର ମାର୍ଫତଦାର ଭାବେ ମଠାଧୀଶ କିମ୍ବା ବ୍ୟକ୍ତିବିଶେଷ ରହିଛନ୍ତି। ଏହାକୁ ସଂଶୋଧନ କରି ଶ୍ରୀମନ୍ଦିର ପ୍ରଶାସନକୁ ମାର୍ଫତଦାର କରି ସଂଶୋଧିତ ସ୍ୱତ୍ତଲିପି ପ୍ରଦାନ କରିବା ନିମନ୍ତେ ପ୍ରୟାସ ହେଉଛି। ଏହିଭଳି ୧୦ ହଜାର ୮୦୮ ଏକର ୫୮୪ ଡିସିମିଲ୍‍ ଜମିର ମାଲିକାନାକୁ ନେଇ ମାମଲା ବିଚାରଧୀନ ରହିଛି। ଏହାକୁ ଫଇସଲା କରି ସଂଶୋଧିତ ସ୍ୱତ୍ତଲିପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବା ନିମନ୍ତେ ତହସିଲଦାର ଓ ଉପଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁଙ୍କ ସମସ୍ତ ଜମିକୁ ରେକର୍ଡଭୁକ୍ତ କରି ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ଆଇନ ମନ୍ତ୍ରୀ କହିଛନ୍ତି।