Delhi liquor scam - The Sakala

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନୋଟିସ୍
ଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ୍ କରିଛି। ତାଙ୍କୁ ୨ ତାରିଖରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ସିବିଆଇ ଏପ୍ରିଲ ମାସରେ ଏହି ମାମଲାରେ କେଜ୍ରିୱାଲଙ୍କୁ ୯ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା। ଏହି ମାମଲାରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ସିବିଆଇ ଏବଂ ଇଡି ଗିରଫ କରିଛି। ସେ ଗତ ଫେବୃଆରୀ ୨୭ରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ସେହିପରି ଏହି ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଆପ୍‌ ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ଏବେ ସେ ଜେଲ୍‌ରେ ଅଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ୩୬୮ କୋଟି ଟଙ୍କାର ଅର୍ଥ ହେରଫେର କରାଯାଇଛି ବୋଲି ସୁପ୍ରିମକୋର୍ଟ ସୋମବାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ବେଳେ କହିଛନ୍ତି। ତେଣୁ ଆଗାମୀ ଦିନରେ କେଜ୍ରିୱାଲଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।

ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଲାଞ୍ଚ ନେବା ମାମଲାରେ ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ
ଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ନାଟକୀୟ ମୋଡ ଦେଖିବାକୁ ମିଳିଛି । ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ନେବା ମାମଲାରେ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ ଖତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କଠାରୁ ସେ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପଓ୍ବନ ଖେତ୍ରୀଙ୍କୁ ସିବିଆଇ ଗିରଫ କରିଛି ।

ଏୟାର ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ଦୀପକ ସାଙ୍ଗୱାନ, କ୍ଲେରିଜେସ ହୋଟେଲ୍ସ ଆଣ୍ଡ ରିସୋର୍ଟ୍ସର ସିଇଓ ବିକ୍ରମାଦିତ୍ୟ, ଚାର୍ଟାଡ ଆକାଉଣ୍ଟ ପ୍ରବୀଣ କୁମାର ବତ୍ସ ଓ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ସିବିଆଇ ହେପାଜତକୁ ନେଇଛି । ଦିଲ୍ଲୀ ବିବାଦୀୟ ମଦ ନୀତି ମାମଲାରେ ଅମନଦୀପ ଓ ଅନ୍ୟଜଣେ ଅଭିଯୁକ୍ତଙ୍କୁ ସହଯୋଗ କରିବାକୁ ୫କୋଟି ଟଙ୍କା ଲାଞ୍ଚ ନେଇଥିଲେ ଇଡି ଆସିଷ୍ଟାଣ୍ଟ ଡାଇରେକ୍ଟର ପଓ୍ବନ ଖେତ୍ରୀ ।

୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ଏହି ଟଙ୍କା ନେଣଦେଣ ହୋଇଥିଲା । ୫କୋଟି ଲାଞ୍ଚ ଦେବା ପରେ ସତ୍ତ୍ବେ ୨୦୨୩ ମସିହା ମାର୍ଚ୍ଚ ୧ ତାରିଖରେ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କୁ ଇଡି ଗିରଫ କରାଯାଇଥିଲା । ଇଡିର ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରୁଥିବା ବେଳେ ୫କୋଟି ଟଙ୍କାର ଲାଞ୍ଚ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଯାଞ୍ଚ ବେଳେ ଇଡି ଅଧିକାରୀ ଅଭିଯୁକ୍ତଙ୍କ ଘରୁ ଦାମୀ ହୀରା ଗହଣା ସହ ନଗଦ ଟଙ୍କା ମିଳିଥିବା ବେଳେ ଓ ବ୍ୟାଙ୍କ ଖାତାରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ରହିଥିବା ଜଣାପଡ଼ିଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା : ସିବିଆଇ ପରେ ଇଡି ଚାର୍ଜସିଟ୍‌ରେ ବି ନାହିଁ ସିସୋଦିଆଙ୍କ ନାଁ
ନୂଆଦିଲ୍ଲୀ : ସମଗ୍ର ଦେଶରେ କିଛି ଦିନ ହେବ ବହୁ ଚର୍ଚ୍ଚାରେ ଥିବା ଦିଲ୍ଲୀ ଅବକାରୀ ଦୁର୍ନୀତି ଏବେ ନୂଆ ମୋଡ ନେବାରେ ଲାଗିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତକାଲି ସିବିଆଇ ତାର ଚାର୍ଜସିଟ ଦାଖଲ କରିଥିବା ବେଳେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ଚାର୍ଜସିଟ ଦାଖଲ କରିଛି। ତେବେ ଏହି ଦୁଇ କେନ୍ଦ୍ରୀୟ ସଂସ୍ଥାର ଚାର୍ଜଶିଟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ସିବିଆଇ ଏଫଆଇଆର ରୁଜୁ କରିଥିଲା। ଏଥିରେ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେହି ଆଧାରରେ ଇଡି ମଧ୍ୟ ଖୋଳତାଡ଼ କରିଥିଲା। ସିସୋଦିଆଙ୍କ ଘର ଓ ଅଫିସରେ ରେଡ କରାଯାଇଥିଲା। କିନ୍ତୁ ଏବେ ଉଭୟ ସିବିଆଇ ଓ ଇଡି ଚାର୍ଜଶିଟ୍‌ରେ ତାଙ୍କ ନାଁ ନଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ଆଜି ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ବ୍ୟବସାୟୀ ସମୀର ମହେନ୍ଦ୍ର, ୪ଟି କମ୍ପାନୀ ଓ ମହେନ୍ଦ୍ର ନିର୍ଦ୍ଦେଶକ ଥିବା ସଂସ୍ଥାଗୁଡ଼ିକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହା ବ୍ୟତୀତ ଆଉ କାହା ନାଁ ଚାର୍ଜଶିଟରେ ନାହିଁ। ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲଙ୍କ ଆଗରେ ଇଡିର ଓକିଲ ନବୀନ ମାଟ୍ଟା ଉପସ୍ଥିତ ରହି ଚାର୍ଜଶିଟ ଦାଖଲ କରିଛନ୍ତି। ସେ କୋର୍ଟଙ୍କୁ କହିଛନ୍ତି ଯେ ପିଏମଏଲଏର ଧାରା ୩ ଓ ୪ ଅଧୀନରେ ହୋଇଥିବା ଅପରାଧ ସଂକ୍ରାନ୍ତରେ ଚାର୍ଜଶିଟ ଦାଖଲ କରାଯାଇଛି।୨୯୧ କୋଟି ଟଙ୍କାର ବେଆଇନ କାରବାର ହୋଇଥିବା ଜଣାପଡ଼ିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କ ଉପରେ ତଦନ୍ତ ଏବେ ବି ଜାରି ରହିଛି। ମହେନ୍ଦ୍ର ୨ ମାସ ତଳେ ଗିରଫ ହୋଇଥିଲେ। ନିୟମ ଅନୁସାରେ ଚାର୍ଜଶିଟ ଦାଖଲ କରିବାର ଅବଧି ଆସନ୍ତାକାଲି ଶେଷ ହେଉଛି। ତେଣୁ ସ୍ୱତନ୍ତ୍ର ଭାବେ ଏହି ଚାର୍ଜଶିଟକୁ ଦାଖଲ କରାଯାଇଛି ବୋଲି ଇଡି ଓକିଲ କହିଛନ୍ତି।

ଅନ୍ୟପଟେ ଗତକାଲି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଶୁକ୍ରବାର ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିଲା। ଏଥିରେ ଗିରଫ ହୋଇଥିବା ଦୁଇ ବ୍ୟବସାୟୀ ବିଜୟ ନାୟର, ଅଭିଷେକ ବୋଇନପଲ୍ଲୀଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ନାଁ ରହିଥିଲା। ହେଲେ ଚାର୍ଜସିଟ୍‌ରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନଥିଲା। ଏହି ଦୁର୍ନୀତି ମାମଲରେ ସିେସାଦିଆଙ୍କ ମୁଖ୍ୟ ଭୂମିକା ରହିଛି ବୋଲି ପୂର୍ବରୁ ବିଜେପି ଦାବି କରିବା ସହିତ ସିବିଆଇ ଦୁଇ ଦୁଇ ଥର ତାଙ୍କ ବାସଭବନରେ ଚଢ଼ଉ କରିଥିଲା। ହେଲେ ସିବିଆଇ ଚାର୍ଜସିଟରେ ତାଙ୍କ ନାମ ରହି ନଥିବାରୁ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଏବେ ସାଧାରଣରେ ଆଲୋଚନା ଜୋର ଧରିଛି।

ଏହାକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ମଧ୍ୟ ବିଜେପିକୁ ଟାର୍ଗେଟ କରିଛି। ଏହି ମାମଲାରେ ସିସୋଦିଆଙ୍କୁ ବିଜେପି ଜାଣିଶୁଣି ଟାର୍ଗେଟ କରିଥିଲା। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି ବୋଲି ଆପ୍‌ କହିଛି। ଏହାବ୍ୟତୀତ ଏହି ମାମଲାକୁ ନେଇ ଯେତେବେଳେ ସିବିଆଇ ଏତଲା ଦାଏର କରିଥିଲା ସେଥିରେ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ହେଲେ ଏବେ ଚାର୍ଜସିଟ୍‌ରେ କାହିଁକି ଦର୍ଶାଇପାରିଲା ନାହିଁ ବୋଲି ନିଜେ ମନୀଷ ସିସୋଦିଆ ପ୍ରଶ୍ନ କରିଛନ୍ତି। ତେଣୁ ମୋ ଦଳ ସମେତ ବ୍ୟକ୍ତିଗତ ଭାବେ ମୋତେ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି ହୀନ ଉଦ୍ୟମ କରାଯାଇଥିଲା ବୋଲି ସିସୋଦିଆ କହିଛନ୍ତି। ତେବେ ସିସୋଦିଆଙ୍କ ସମେତ ଏହି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଯାଞ୍ଚ ଚାଲୁ ରହିବ ବୋଲି ସିବିଆଇ କହିଛି। ରୋଜ୍‌ ଆଭିନ୍ୟୁ କୋର୍ଟରେ ସିବିଆଇ ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ବେଳେ ଏଥିରେ ବିଜୟ ନାୟର, ଅଭିଷେକ ବୋଇନପଲ୍ଲୀ ରହିଛନ୍ତି।

ଅନ୍ୟପକ୍ଷରେ ସିବିଆଇ ଓ ଇଡି ଚାର୍ଜଶିଟରେ ସିସୋଦିଆଙ୍କ ନାଁ ନଥିବାରୁ ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇ ନଥିବା ଆପ୍‌ କହିଛି। ନିଜେ ସିସୋଦିଆ କହିଛନ୍ତି, “ଏହା ମୋ ପାଇଁ ବେଶ ଗର୍ବର ବିଷୟ। ତମାମ ଷଡ଼ଯନ୍ତ୍ର ଓ ମିଛ ଏଫଆଇଆର ପରେ ମଧ୍ୟ ସେମାନେ ମୋ ବିରୋଧରେ କୌଣସି ପ୍ରମାଣ ପାଇଲେ ନାହିଁ।୮୦୦ ଅଫିସର ୫୦୦ଟି ସ୍ଥାନରେ ରେଡ୍‌ କରି ଯେଉଁ ଚାର୍ଜଶିଟ ଦାଖଲ କରିଛନ୍ତି, ସେଥିରେ ମୋ ନାଁ ନାହିଁ। ସିବିଆଇ ଓ ଇଡିର ଚାର୍ଜଶିଟରୁ ସ୍ପଷ୍ଟ ହୋଇଛି ଯେ ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନି।”

ମନୀଷ ସିସୋଦିଆ କ୍ଲିନ୍ ଚିଟ୍ ପାଇଲେ

ସିବିଆଇ ଓ ଇଡି ନିଜର ଚାର୍ଜସିଟ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଗତକାଲି ଓ ଆଜି ତଥାକଥିତ ମଦ ସ୍କାମରେ ସିବିଆଇ-ଇଡି  ଚାର୍ଜସିଟ ଦାଖଲ କରିଛନ୍ତି। ଯେଉଁଥିରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ତେଣୁ ସିବିଆଇ ଓ ଇଡି  ମନୀଷ ସିସୋଦିଆଙ୍କୁ କ୍ଲିନ୍ ଚିଟ୍ ଦେଇଛି। ସେ କହିଛନ୍ତି, ‘ସିବିଆଇର ପ୍ରାୟ ୮୦୦ ଅଧିକାରୀ ଗତ ଚାରି ମାସ ଧରି ଏହି ମାମଲାରେ କାର୍ଯ୍ୟ କରୁଛନ୍ତି। ଏହି ଅଧିକାରୀମାନଙ୍କୁ କେବଳ ଗୋଟିଏ କାର୍ଯ୍ୟ ଦିଆଯାଇଥିଲା ଯେ ସେମାନେ ଯାହା ବି କରନ୍ତି, ମନୀଷ ସିସୋଦିଆଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ଆଣନ୍ତୁ।

‘ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ମାମଲା ଉପରେ ନଜର ରଖିଥିଲେ’

କେଜ୍ରିୱାଲ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ମାମଲା ଉପରେ ନଜର ରଖିଥିଲେ, ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସିବିଆଇ, ଇଡି ନିର୍ଦ୍ଦେଶକଙ୍କୁ ଭେଟିଥିଲେ, ସେ ଯାହା ହେଉନା କାହିଁକି ମନୀଷ ସିସୋଦିଆଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମସ୍ତ ଅନୁସନ୍ଧାନ ସତ୍ତ୍ବେ ମନୀଷ ସିସୋଦିଆଙ୍କ ବିରୋଧରେ କୌଣସି ପ୍ରମାଣ ସଂଗ୍ରହ କରିପାରିନଥିଲେ।