Rashtriya Swayamsevak Sangh - The Sakala

କେବଳ ପିଏଫ୍‌ଆଇ ଉପରେ କାହିଁକି, ଆର୍‌ଏସ୍‌ଏସ୍‌ ଉପରେ ମଧ୍ୟ ହେଉ କାର୍ଯ୍ୟାନୁଷ୍ଠାନ : ଦିଗବିଜୟ ସିଂହ
ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୨୨ରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ  (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFIର ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ପିଏଫ୍‌ଆଇ ସହିତ ଜଡିତ ୧୦୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଚଢାଉରେ ଅନେକ ଖୁଲାସା କରାଯାଇଛି। ସୂଚନାନୁସାରେ ଯାଞ୍ଚ ଏଜେନ୍ସି ସଂଗ୍ରହ କରିଥିବା ପ୍ରମାଣ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପିଏଫ୍‌ଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚଳାଇଛି।

ତେବେ ଏହାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପ୍ରଶ୍ନ ଉଠାଇବା ସହ କେବଳ ପିଏଫ୍‌ଆଇ ଉପରେ କାହିଁକି ଆର୍‌ଏସ୍‌ଏସ୍‌ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି।ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିଏଫ୍‌ଆଇ ଉପରେ ହେଉଥିବା ଚଢ଼ାଉକୁ ନେଇ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଦିଗବିଜୟ।

କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି ଆର୍‌ଏସ୍‌ଏସ୍‌ ଓ ପିଏଫ୍ଆଇ ଗୋଟିଏ ପ୍ରଜାତିର। ଯଦି ପିଏଫ୍‌ଆଇ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ଆର୍‌ଏସ୍‌ଏସ୍‌ ଉପରେ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ‘ଯେଉଁମାନେ ହିଂସା ସୃଷ୍ଟି କରୁଛନ୍ତି, ଧାର୍ମିକ ଉନ୍ମାଦନା ସୃଷ୍ଟି କରୁଛନ୍ତି। ସେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ପିଏଫ୍‌ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ସଂଘ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି। ବିଶ୍ୱ ହିନ୍ଦୁ ପରିଷଦର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି? ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର।’

ଦିଗବିଜୟଙ୍କର ଏଭଳି ତୁଳନାକୁ ଦେଖି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ କଣ ଆର୍‌ଏସ୍‌ଏସ୍ ଓ ପିଏଫ୍‌ଆଇ ସମାନ ? ଏହାର ଉତ୍ତରରେ ଶ୍ରୀ ସିଂହ କହିଥିଲେ ଯେ, ‘ନିଶ୍ଚିତ ରୁପେ ସମାନ। ଯିଏ ଘୃଣା ଓ ଧାର୍ମିକ ଉନ୍ମାଦ ସୃଷ୍ଟି କରେ ସେମାନେ ସବୁ ଗୋଟିଏ ଥାଳିର ଚଟ୍ଟେ ବଟ୍ଟେ। ଆର୍‌ଏସ୍‌ଏସ୍‌ ଓ ପିଏଫ୍‌ଆଇ ଗୋଟିଏ ଭାଡ଼ିର ପାରା।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ବର୍ତ୍ତମାନ ଦେଶରେ ୧୫ଟି ରାଜ୍ୟରେ ପିଏଫ୍‌ଆଇ ସଂଗଠନ ଉପରେ ଚଢ଼ାଉ କରାଯାଇଛି। ସେପ୍ଟେମ୍ବର ୨୨ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଓ ଇଡି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଥିବା ପିଏଫ୍‌ଆଇ ସଂଗଠନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲା। ଏଥିରେ ଇଡି, ଏନ୍‌ଆଇଏ ଓ ରାଜ୍ୟ ପୁଲିସ ଦ୍ୱାରା ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଛି। ପିଏଫ୍‌ଆଇ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବାକୁ ସେପ୍ଟେମ୍ବର ୧୯ ତାରିଖରେ ନିଷ୍ପତ୍ତି ହୋଇଥିଲା।

ଚଢ଼ାଉ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ, ଏନ୍ଆଇଏ, ଇଡି ଓ ଗୁଇନ୍ଦା ସଂସ୍ଥା ବୈଠକ କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅପରାଧିଙ୍କୁ ଧରିବା ପାଇଁ ରାତିରେ ହିଁ ‘ଅପରେସନ ମିଡ୍‌ନାଇଟ୍‌’ ଆରମ୍ଭ ହୋଇଥିଲା। ସଦସ୍ୟମାନେ ଯେମିତି ହଙ୍ଗାମା ନ କରିବେ ସେଥିପାଇଁ ଅପରେସନକୁ ରାତିରେ ହିଁ କରାଯାଉଥିଲା। ଅଧ ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଏଥିପାଇଁ ୬ କଣ୍ଟ୍ରୋଲ ରୁମ କରାଯାଇଥିଲା। ଗୃହମନ୍ତ୍ରାଳୟ ପୂରା ଅପରେସନକୁ ପରିଚାଳନା କରୁଥିଲା। ତେବେ ଏହି ଚଢାଉ ପରେ କେରଳରେ ପିଏଫ୍‌ଆଇ କର୍ମୀ ମାନେ ଧର୍ମଘଟ ଡକରା ଦେଇଥିଲେ। ଏହି ସମୟରେ କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

ଦୁଇ ଜାତୀୟ ଦଳଙ୍କ ପ୍ୟାଣ୍ଟ-ସାର୍ଟ ରାଜନୀତି : କଂଗ୍ରେସର ‘ଭାରତ ଯୋଡ୍‌’ ଯାତ୍ରା ସମୟରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ
ନୂଆଦିଲ୍ଲୀ : ଏବେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡ ଯାତ୍ରା । ଏହି ଯାତ୍ରାର ଆଜି ସପ୍ତମ ଦିନ ହୋଇଥିବା ବେଳେ ଏହାକୁ ନେଇ ଦେଶର ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଉଥିବା ବେଳେ ଏହାକୁ ବିଜେପି ତରଫରୁ କାଟାକ୍ଷ କରାଯାଉଛି । ରାହୁଲଙ୍କ ଯାତ୍ରାକୁ ନେଇ ପ୍ରତିଦିନ ବିଜେପିର ବିଭିନ୍ନ ନେତା ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରଦାନ କରି ଗଣାମାଧ୍ୟମର ଶିରୋନାମା ପାଲଟୁଛନ୍ତି। ଏହାରି ମଧ୍ୟରେ ଦେଶରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ପୋଷାକ ରାଜନୀତି।

ଦେଶରେ ଦରଦାମ ବୃଦ୍ଧି, ଦାରିଦ୍ର୍ୟ ଏବଂ ବେକାରୀ ଭଳି ପ୍ରସଙ୍ଗ ରହିଥିବା ବେଳେ ବର୍ତ୍ତମାନର ରାଜନୀତିରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ବିରୋଧୀଙ୍କ ପୋଷାକ ପତ୍ର ଏବଂ ଜୋତା। ଦରଦାମ ବୃଦ୍ଧି, ଦାରିଦ୍ର୍ୟ ଏବଂ ବେକାରୀ ଭଳି ପ୍ରସଙ୍ଗ ନାମରେ ଆରମ୍ଭ ହୋଇଥିବା ରାଜନୀତି ବର୍ତ୍ତମାନ ପୋଷାକ ପରିଚ୍ଛଦ ପାଖରେ ପହଞ୍ଚିଛି।

ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ସମୟରେ ପିନ୍ଧିଥିବା ଟି-ସାର୍ଟକୁ ନେଇ ପ୍ରଥମେ ରାଜନୀତି ଆରମ୍ଭ କରିଥିଲା ବିଜେପି। ବରବରୀ କମ୍ପାନୀର ଏକ ଟି-ସାର୍ଟ ରାହୁଲ ପିନ୍ଧିଥିବା ଏକ ଫଟୋକୁ ବିଜେପି ସୋସିଆଲ ମିଡିଆରେ ଶେୟାର କରି ‘ଭାରତ ଦେଖୋ’ ବୋଲି ଲେଖିଥିଲା। ଏହି ଟି-ସାର୍ଟର ଦାମ ୪୧ ହଜାର ବୋଲି ବିଜେପି କହିଥିଲା। କେବଳ ଏତିକି ନୁହେଁ ବିଜେପିର ଏହି ସୋସିଆଲ ପୋଷ୍ଟ ପରେ ନିଆଁରେ ଘିଅ ଢାଳିଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ଗତ ୧୦ ତାରିଖରେ ରାଜସ୍ଥାନ ଗସ୍ତ ସମୟରେ ଶାହା  ଏବେ ଏବେ ରାହୁଲ ବାବା ବିଦେଶୀ ଟି-ସାର୍ଟ ପିନ୍ଧି ଭାରତ ଯୋଡ ଯାତ୍ରାରେ ବାହାରିଛନ୍ତି ବୋଲି କହିଥିଲେ।

Bharat, dekho! pic.twitter.com/UzBy6LL1pH

— BJP (@BJP4India) September 9, 2022

ବିଜେପିର ଟି-ସାର୍ଟ ପୋଷ୍ଟକୁ ନେଇ କଂଗ୍ରେସ ବି ଚୁପ୍‌ ବସି ନଥିଲା। ବର୍ତ୍ତମାନ ରାହୁଲଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାରେ ଲୋକଙ୍କ ସମର୍ଥନକୁ ଦେଖି ବିଜେପି ବିଚଳିତ ହୋଇପଡ଼ିଛି। ତେଣୁ ଦଳକୁ ଆଉ କିଛି ଦେଖାଯାଉ ନାହିଁ ବୋଲି କଂଗ୍ରେସ କହିବା ସହ ଯେଉଁଠି ପ୍ରଧାନମନ୍ତ୍ରୀ ମୋଦୀ ୧୦ ଲକ୍ଷ ଟଙ୍କାର ସୁଟ୍‌ ପିନ୍ଧୁଛନ୍ତି ତାହା କ’ଣ ବିଜେପିକୁ ଦେଖାଯାଉ ନାହିଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା। ବର୍ତ୍ତମାନ ସାରା ଦେଶରେ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ସମସ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବିଜେପି ଏସବୁ ପ୍ରସଙ୍ଗରେ ଆଲୋଚନା ନ କରି କିଏ କ’ଣ ପରିଧାନ କରୁଛି ତାହାକୁ ଦେଖୁଛି। କିନ୍ତୁ ପରିଧାନ କଥା ଉଠିଲେ ଆମ ନିକଟରେ ମଧ୍ୟ ବହୁତ କିଛି କହିବାକୁ ଅଛି। ବିଶେଷକରି ମୋଦୀଙ୍କ ୧୦ ଲକ୍ଷ ଟଙ୍କାର ସୁଟ୍‌ ସେ ପିନ୍ଧୁଥିବା ଦେଢ଼ ଲକ୍ଷ ଟଙ୍କାର ଚଷମା କଥା କହିଲେ ବିଜେପି ମୁହଁ ବନ୍ଦ ହୋଇଯିବ ବୋଲି କଂଗ୍ରେସ କହିଥିଲା।

ଏହାପରେ କଂଗ୍ରେସ ପୁଣିଥରେ  ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏକ ଖାକି ପ୍ୟାଣ୍ଟ  ଫଟୋ ପୋଷ୍ଟ କରିଥିଲା। ଯେଉଁଥିରେ ହାଫ ଖାକି ପ୍ୟାଣ୍ଟ ଗୋଟିଏ ପାର୍ଶ୍ୱରୁ ଜଳୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ତଳେ ଲେଖା ହୋଇଛି ଯେ ଆହୁରି ୧୪୫ ଦିନ ବାକି ରହିଛି। କଂଗ୍ରେସ ମଧ୍ୟ ଏହି ଫଟୋ ସହିତ ଏକ କ୍ୟାପସନ୍ ମଧ୍ୟ ଲେଖିଛି। ଯେଉଁଥିରେ କୁହାଯାଇଛି ଆମେ ଧୀରେ ଧୀରେ ଦେଶକୁ ଘୃଣା କବଳରୁ ମୁକ୍ତ କରିବା ଏବଂ ବିଜେପି-ଆରଏସଏସ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା କରିବା।

To free the country from shackles of hate and undo the damage done by BJP-RSS.

Step by step, we will reach our goal.#BharatJodoYatra 🇮🇳 pic.twitter.com/MuoDZuCHJ2

— Congress (@INCIndia) September 12, 2022

ବର୍ତ୍ତମାନ ଯେଉଁ ଜଳୁଥିବା ଖାକି ପ୍ୟାଣ୍ଟ କଥା କୁହାଯାଉଛି ଯେ, ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଗଠନର  ପରିଚୟ। ସଂଘ ସ୍ୱେଚ୍ଛାସେବୀ ଏଭଳି ହାଫ୍ ପ୍ୟାଣ୍ଟ ପିନ୍ଧିଥାନ୍ତି। କଂଗ୍ରେସ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ ଏବେ ବିବାଦାର କାରଣ ପାଲଟିଛି। ଏହି ଫୋଟ ସହିତ ଆରଏସଏସ କଂଗ୍ରେସ ବିରୋଧରେ ବର୍ଷିଛି। ସଙ୍ଗଠନର ସହ ସର କାର୍ଯ୍ୟବାହ ଡ.ମନମୋହନ ବୈଦ୍ୟ କହିଛନ୍ତି ଯେ କଂଗ୍ରେସ ଲୋକଙ୍କୁ ଘୃଣା ସହିତ ଯୋଡିବାକୁ ଚାହୁଁଛି। ସେମାନେ ଦୀର୍ଘ ଦିନ ଧରି ଆମ ପ୍ରତି ଘୃଣା ମନୋଭାବ ରଖିଛନ୍ତି। ତଥାପି ଆମଙ୍କୁ ଲୋକଙ୍କ ଭଲ ପାଇବା ମିଳିଛି। ରାହୁଲ ଗାନ୍ଧୀଙ୍କବାପା ଏବଂ ଜେଜେ ବାପା ମଧ୍ୟ ସଂଘକୁ ଘୃଣା କରିଥିଲେ। ସେମାନେ ସେମାନଙ୍କର ସମସ୍ତ ଶକ୍ତି ସହିତ ସଂଘକୁ ରୋକିବାକୁ ଚେଷ୍ଟା କରିଥଲେ। ସଂଘ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ହେଲେ ସଂଘ ବନ୍ଦ ହୋଇନଥିଲା। ଏହା ଆଗକୁ ଜାରି ରହିଲା। ଜୀବନବ୍ୟାପୀ ସଂଘ ନୀତି ଅନୁସରଣ କରୁଥିବା କାର୍ୟ୍ୟକର୍ତ୍ତା ଅଛନ୍ତି। ସଂଘରେ ତ୍ୟାଗ ଏବଂ ପରିଶ୍ରମୀ କରିବା ଭଳି ଲୋକ ଅଛନ୍ତି। ଆମେ ସମାଜର ଲୋକଙ୍କ ଠାରୁ ନିରନ୍ତର ସମର୍ଥନ ପାଇ ଆସୁଛୁ।

ଅନ୍ୟପଟେ ଗୋଆର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ପ୍ରମୋଦ ସାୱନ୍ତ କହିଛନ୍ତି କି ଦେଶକୁ ବିଭାଜିତ କରିବା ହେଉଛି କଂଗ୍ରେସର ମୂଳ ଅଭ୍ୟାସ । ହେଲେ ବିଜେପି ଓ ଆରଏସଏସ ସର୍ବଦା ଦେଶକୁ ଯୋଡିବା ପାଇଁ ପ୍ରୟାସ କରୁଛି। ଏହାର ଉଦାହରଣ ଦେବାକୁ ଯାଇ ସେ ସ୍ୱାଧୀନତା ସମୟରେ ପାକିସ୍ତାନ କଥା କହିଛନ୍ତି । ସେ କହିଛନ୍ତି କି ଦେଶର ପ୍ରଥମ ବିଭାଜନ କଂଗ୍ରେସ ଦଳ କରିଥିଲା । ସେପଟେ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କଂଗ୍ରେସର ଏକ ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଏକ ଟ୍ୱିଟରେ ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବାର ଚିତ୍ର ପୋଷ୍ଟ କରିଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ହିମନ୍ତ କହିଛନ୍ତି କି ଏହା କଂଗ୍ରେସର ଏକ ଲଜ୍ଜାଜନକ ଟ୍ୱିଟ୍ । କଂଗ୍ରେସ ଭାରତ ଯୋଡିବା ଯାତ୍ରା ନାମରେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଯାତ୍ରା ଆରମ୍ଭ କରିଛି ।

ଦୀର୍ଘଦିନର ନିରବତାପରେ ନୂଆ କୃଷି ଆଇନକୁ ନେଇ ମୁହଁ ଖୋଲିଲା ଆରଏସଏସ
ନୂଆଦିଲ୍ଲୀ: ଦେଶରେ କିଛି ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ଉପରେ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ନିଜର ମତାମତ ଦେଇଛି। କେନ୍ଦ୍ରର ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ସମାଧାନ ପାଇଁ ’ରାଷ୍ଟ୍ରବିରୋଧୀ’ ଏବଂ ’ଅସାମାଜିକ’ ବାହିନୀ ଚେଷ୍ଟା କରୁଛନ୍ତି। ସଙ୍ଘ ମଧ୍ୟ ଆହୁରି କହିଛି ଯେ ଦୀର୍ଘ ଦିନ ଧରି କୌଣସି ଆନ୍ଦୋଳନ ଚାଲିବା ଏହା ରାଷ୍ଟ୍ରର ହୀତରେ ନୁହେଁ।

ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ଆବଶ୍ୟକ ଏବଂ ସମସ୍ତ ସମସ୍ୟାର ସମାଧାନ ହୋଇ ନ ଥିଲେ ମଧ୍ୟ କିଛି ସହମତି ପ୍ରକାଶ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ସଂଗଠନର ଅଲ ଇଣ୍ଡିଆ ପ୍ରତିନିଧୀ ସଭା (ଏବିପିଏସ୍) ର ଦୁଇ ଦିନିଆ ବୈଠକ ଶୁକ୍ରବାର ଦିନ ଆରମ୍ଭ ହୋଇଥିଲା  ଯେଉଁଥିରେ କୃଷକଙ୍କ ଆନ୍ଦୋଳନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ପ୍ରାୟ ଶହେ ଦିନରୁ ଅଧିକ ସମୟ ଧରି ଚାଷୀଙ୍କ ଆନ୍ଦୋଳନ ଚାଲିଛି। କୃଷକମାନେ ଦିଲ୍ଲୀର ସୀମାରେ କେନ୍ଦ୍ରର ତିନୋଟି ନୂତନ କୃଷି ନିୟମକୁ ବିରୋଧ କରୁଛନ୍ତି। ଏଥିସହିତ ସେମାନେ ଏହି ଆଇନ ରଦ୍ଦ କରିବାକୁ ଦାବି କରୁଛନ୍ତି।

କୌଣସି ପ୍ରକାରର ଆନ୍ଦୋଳନ ଦୀର୍ଘ ସମୟ ଧରି ଚାଲିବା ଏହା କାହାର ହିତରେ ନାହିଁ । ଆଲୋଚନା ଆବଶ୍ୟକ, କିନ୍ତୁ ସମାଧାନ ଖୋଜିବା ଚିନ୍ତାଧାରା ସହିତ ଏହି ଆଲୋଚନା ହେବା ଉଚିତ୍। ଏହା ସମ୍ଭବ ଯେ ସମସ୍ତ ପ୍ରସଙ୍ଗ ସହମତ ହୋଇପାରିବ ନାହିଁ, କିନ୍ତୁ କିଛି ସହମତି ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଆନ୍ଦୋଳନ ଯୋଗୁଁ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଗଣତନ୍ତ୍ରରେ ସମସ୍ତଙ୍କର ନିଜର ମତ ପ୍ରକାଶ କରିବାର ସ୍ବାଧୀନତା ରହିଛି, କିନ୍ତୁ ଦେଶରେ ବିଶୃଙ୍ଖଳା ଏବଂ ଅସ୍ଥିରତା ସୃଷ୍ଟି କରିବାର ଅଧିକାର କାହାକୁ ଦିଆଯାଇପାରିବ ନାହିଁ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।