Payment Guideline - The Sakala

ଖୁବଶୀଘ୍ର ଆର୍‌ବିଆଇ ଜାରି କରିବ ନୂଆ ପେମେଣ୍ଟ ଗାଇଡ୍‌ଲାଇନ୍‌
ନୂଆଦିଲ୍ଲୀ: ବର୍ତ୍ତମାନ ୟୁପିଆଇ ଦେୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚାଲିଛି। ବ୍ୟାଙ୍କ କାରବାର ସହିତ ୟୁପିଆଇ ଦେୟକୁ ସୀମିତ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସହ ଆଲୋଚନା ଚାଲିଛି। ଘରୋଇ ଜିନିଷ କିଣିବାଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର ପର୍ଯ୍ୟନ୍ତ ସବୁକିଛି ଅନଲାଇନରେ ହୋଇଥାଏ। ଅଧିକାଂଶ ଲୋକେ ୟୁପିଆଇ ଦେୟ ଉପରେ ନିର୍ଭରଶୀଳ। ଦୈନନ୍ଦିନ ଜୀବନରେ ବଡ ଏବଂ ଛୋଟ ଅନେକ କାରବାର ପାଇଁ ୟୁପିଆଇ ଦେୟ ବ୍ୟବହୃତ ହୁଏ। ଏହା କାରବାରକୁ ସୁଗମ କରିଛି, କିନ୍ତୁ ୟୁପିଆଇ ଦେୟ ଶୀଘ୍ର ବନ୍ଦ ହେବାର ସମ୍ଭାବନା ରହିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଦେଶର ଥାର୍ଡ ପାର୍ଟି ଆପ୍‌ ପ୍ରୋଭାଇଡର୍ସ ଏହାକୁ ୩୦% ପର୍ଯ୍ୟନ୍ତ ସୀମିତ କରିଦେଇଛି। ଏହାକୁ ନେଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆଲୋଚନା ଚାଲିଛି।

ଆରବିଆଇର ମଞ୍ଜୁରି ପରେ ଫୋନ ପେ, ଗୁଗୁଲ ପେ ଓ ପେଟିଏମ ଭଳି କମ୍ପାନି ଏହାର ସୀମାକୁ ଧାର୍ଯ୍ୟ କରିପାରିବେ। ଏ ପର୍ଯ୍ୟନ୍ତ ଏହାକୁ ନେଇ କେତେ ଲିମିଟ ଧାର୍ଯ୍ୟ କରାଯିବ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଏବେ ଏନ୍‌ପିସିଆଇ ସମସ୍ତ ପ୍ରକାର ମୂଲ୍ୟାଙ୍କନ କରୁଛି। ଯାହାପରେ ଏହାର ଲିମିଟକୁ ଧାର୍ଯ୍ୟ କରାଯିବ। ରିପୋର୍ଟ ଅନୁସାରେ ଏହା ଆସନ୍ତା ୩୧ ଡିସେମ୍ବର ମଧ୍ୟରେ ଲାଗୁ କରାଯିବ। ବ୍ୟାଙ୍କ ତରଫରୁ ପ୍ରତ୍ୟେକ ଦିନ ୟୁପିଆଇ ଲେଣଦେଣକୁ ନେଇ ସୀମା ଧାର୍ଯ୍ୟ କରାଯାଇଛି। ଏବେ ଏସ୍‌ବିଆଇ ୟୁପିଆଇ କାରବାରର ଗୋଟିଏ ଦିନର ସୀମାକୁ ୧ ଲକ୍ଷ କରିଦେଇଛନ୍ତି। ସେହିପରି ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଏହି ସୀମାକୁ ୧୦ ହଜାର ଟଙ୍କା ଧାର୍ଯ୍ୟ କରିଛି।