ambulance - The Sakala
ଅଧାବାଟରେ ପ୍ରସବ କଲେ ମହିଳା
କୋକସରା: ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଆମପାଣି ପଞ୍ଚାୟତର ସର୍ଗିପାନୀ ଗାଁରୁ ପୁଣି ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିଆ‌ରେ ବୋହି ବୋହି ନେବା ବେଳେ ମହିଳାଜଣଙ୍କ ବାଟରେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି।
ସୂଚନାନୁଯାୟୀ, ସର୍ଗିପାନୀ ଗାଁର ଚକ୍ର ସାନ୍ତାଙ୍କ ସ୍ତ୍ରୀ ହିରାମଣୀ ସାନ୍ତା (୨୬)ଙ୍କ ଶୁକ୍ରବାର ଗର୍ଭ‌ବେଦନା ହୋଇଥିଲା। ଘରଲୋକଙ୍କଠାରୁ ଖବର ପାଇ ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଖରାପ ରାସ୍ତା ଯୋଗୁଁ ଗାଁ ପର୍ଯନ୍ତ ଆମ୍ବୁଲାନ୍ସ ଆସିପାରିନଥିଲା। ଅଧାରାସ୍ତାରେ ଅଟକି ରହିଥିଲା। ତେଣୁ, ହୀରାମଣିଙ୍କୁ ତାଙ୍କ ପରିବାରଲୋକ ଓ ଆଶାର୍କମୀ ପ୍ରାୟ ୩କିମି ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ବୋହି ନେବାକୁ ସ୍ଥିର କରିଥିଲେ। କିନ୍ତୁ ଏହି ସମୟରେ ଅଧାବାଟରେ ହିରାମଣୀଙ୍କ ପ୍ରସବ ହୋଇଯାଇଥିଲା। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ମା’, ଶିଶୁକୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟ ମା’ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି।
କୋକସରା ବ୍ଲକର ଆମପାଣି ପଞ୍ଚାୟତର ଉପାନ୍ତ ସର୍ଗିପାନୀ ଗାଁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ଏହି ଗାଁକୁ ଯିବାକୁ ହେଲେ ଭଲ ରାସ୍ତା ନାହିଁ। ତେଣୁ ରାସ୍ତା ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ପାଖରେ ଗାଁ ଲୋକେ ବାରମ୍ୱାର ଦାବି କରିଆସୁଛନ୍ତି। ହେଲେ ରାସ୍ତା ମରାମତି ଦିଗରେ ଜଙ୍ଗଲ ବିଭାଗ ବାଧା ସାଜୁଥିବାରୁ ତାହା ସମାଧାନ ହୋଇପାରୁନାହିଁ। ରାସ୍ତା ନଥିବା କାରଣରୁ ପୂର୍ବରୁ ମଧ୍ୟ ଆମପାଣି ପଞ୍ଚାୟତର ଉପାନ୍ତରେ ଥିବା ଗାଁଗୁଡ଼ିକରୁ ରୋଗୀ ଓ ଗର୍ଭବତୀ ଖଟିଆରେ ବୁହାହେବାର ନଜିର ରହିଛି। ଏ ସଂପର୍କରେ କୋକସରା ବିଡିଓ ହିମାଞ୍ଚଳ ମାଝୀ କହିଛନ୍ତି, ସଂରକ୍ଷିତ ଅଞ୍ଚଳ ହୋଇଥିବାରୁ ରାସ୍ତା ନିର୍ମାଣରେ ବାଧକ ସୃଷ୍ଟି ହେଉଛି।
ମା’କୁ ୮ କିମି କାନ୍ଧରେ ବୋହି ମେଡ଼ିକାଲ ନେଲେ, ସାପ କାମୁଡ଼ାରେ ଚାଲିଗଲା ମା’ର ଜୀବନ
ବାଲିଗୁଡ଼ା: ମା’କୁ ସାପ କାମୁଡ଼ିଲା। ଆମ୍ବୁଲାନ୍ସକୁ ଫୋନ୍‌ କଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିଲାନି। ତେଣୁ, ଅନ୍ୟନ୍ୟୋପାୟ ହୋଇ ମା’କୁ କାନ୍ଧରେ ବୋହି ୮କିମି ଦୂର ମେଡିକାଲରେ ଭର୍ତ୍ତି କରାଇଲେ। ହେଲେ ସବୁ ପରିଶ୍ରମ ନିରର୍ଥକ ହୋଇଗଲା। ପୁଅ-ଝିଅଙ୍କ ଆଖି ଆଗରେ ମା’ର ଜୀବନ ଚାଲିଗଲା। କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ପଞ୍ଚାୟତ ତେରଲାଙ୍ଗୀ ଗ୍ରାମ ଡୁମେରିପଡ଼ା‌ରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ମୃତ ମହିଳା ହେଲେ, ବଡ଼ ମାଡୁ। ତୁମୁଡ଼ିବନ୍ଧ ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାନୁସାରେ, ବଡ଼ ମାଡ଼ୁ ଦୀର୍ଘ ଦିନ ତଳୁ ତାଙ୍କର ସ୍ବାମୀଙ୍କୁ ହରାଇଛନ୍ତି। ଗୁରୁବାର ଘର ପାଖ ବଗିଚାରେ ସେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଏହା ଦେଖି ପାଖରେ ଥିବା ତାଙ୍କର ପୁଅ ଓ ଝିଅ ତାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନି। ତେଣୁ, ଉପାୟଶୂନ୍ୟ ହୋଇ କାନ୍ଧରେ ମା’କୁ ୮କିମି ବୋହିବୋହି ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପହଞ୍ଚାଇଥିଲେ ପୁଅ-ଝିଅ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଭାରସାମ୍ୟ ହରାଇ ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ, ଅଟକାଇ ଦେଲା ଗଛ
ବାରିପଦା : ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ, ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଛି ଆମ୍ବୁଲାନ୍ସ। କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଏଭଳି ଘଟଣା।
ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା। ବିଳମ୍ବିତ ରାତି ୨ଟାରେ ବାଲେଶ୍ୱରରେ ରୋଗୀଙ୍କୁ ଛାଡି ନୀଳଗିରି – କପ୍ତିପଦା ହୋଇ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ବେଳେ ଭୋର ସମୟରେ ଭାରସାମ୍ୟ ହରାଇ ସୋନ ପୋଲରୁ ତଳକୁ ଖସି ଯାଇଥିଲା ଆମ୍ବୁଲାନ୍ସ। ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ ତଳକୁ ଖସୁଥିବା ବେଳେ ଏକ ବଡ଼ ଗଛରେ ବାଡେଇ ହୋଇ ଅଟକିବା ସହିତ ଝୁଲି ରହିଛି ଆମ୍ବୁଲାନ୍ସ। ଯାହାକି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆମ୍ବୁଲାନ୍ସର ୩ କର୍ମଚାରୀ। ଆମ୍ବୁଲାନ୍ସରେ ଡ୍ରାଇଭର ମଙ୍ଗଲ ଚରଣ ଟୁଡୁ, ହେଲ୍ପର ଏବଂ ଫାର୍ମାସିଷ୍ଟ ରହିଥିବା ବେଳେ କାହାରି କୌଣସି କ୍ଷତି ହୋଇନାହିଁ।
ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଓ ଟେକ୍ନିସିଆନଙ୍କୁ ବେତନ ସହ ଅତିରିକ୍ତ ଭାବେ ମିଳିବ ପ୍ରୋତ୍ସାହନ ରାଶି
ଭୁବନେଶ୍ବର: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିବ ସ୍ବତନ୍ତ୍ର ଭତ୍ତା। ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଫେବ୍ରୁଆରୀରୁ ଏହା ଲାଗୁ ହେବ। ବେସିକ ଦରମା ବାଦ ସେମାନେ ଏହି ଭତ୍ତା ପାଇବେ। ଏହି ଅର୍ଥ ରାଜ୍ୟ ଆମ୍ବୁଲାନ୍ସ ଷ୍ଟାଫ ପାଣ୍ଠିରୁ ପ୍ରଦାନ କରାଯିବ।
ବିଭିନ୍ନ ଜିଲ୍ଲାଗସ୍ତ କାଳରେ ଭତ୍ତା ବଢାଇବା ଲାଗି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅନୁରୋଧ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଜରୁରୀ ମେଡିକାଲ ଆମ୍ବୁଲାନ୍ସ ସେବା ପାଲଟିଛି ଲାଇଫଲାଇନ। ମାର୍ଚ୍ଚ ୨୦୧୩ରୁ ଏହି ସେବା ଆରମ୍ଭ ହୋଇଛି। ରାଜ୍ଯରେ ବର୍ତ୍ତମାନ ୪୧୧ ଏଏଲଏସ ଆମ୍ବୁଲାନ୍ସ ସମେତ ୧୩୬୬ଟି ଆମ୍ବୁଲାନସ ଓ ୬ଟି ବୋଟ ଆମ୍ବୁଲାନ୍ସ ରହିଛି। ପ୍ରତିମାସରେ ପ୍ରାୟ ୧ ଲକ୍ଷ ୩୦ ହଜାର ରୋଗୀଙ୍କୁ ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ। ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟମା, କୋଭିଡ କାଳରେ ଆମ୍ବୁଲାନ୍ସ ସେବାର ଉଦାହରଣ ଅନନ୍ୟ।
ଦୁର୍ଘଟଣାରେ ଆହତଙ୍କ ପାଖରେ ଅବିଳମ୍ବେ ପହଞ୍ଚିବ ଆମ୍ବୁଲାନ୍ସ, ଗଠନ ହେଲା ଉଚ୍ଚସ୍ତରୀୟ କମିଟି
ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଆହତ ଶୀଘ୍ର ଡାକ୍ତରଖାନାରେ ପହଞ୍ଚିବେ ଆଉ ତୁରନ୍ତ ଚିକିତ୍ସା ଆରମ୍ଭ ହେବ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରୀ ସଂସ୍ଥାର ଆମ୍ବୁଲାନ୍ସ ମିଳିତ ଭାବେ କାମ କରିବେ। ରୋଗୀ କିମ୍ବା ଆହତଙ୍କ ପରିବହନରେ ଥିବା କଟକଣା କୋହଳ କରାଯିବ। ରାଜ୍ୟର ଉପାନ୍ତ ଅଞ୍ଚଳ ହେଉ ଅବା ପ୍ରମୁଖ ସହର ସବୁଠି ନିର୍ଦ୍ଧାରିତ ସମୟ ଭିତରେ ପହଞ୍ଚିବ ଆମ୍ବୁଲାନ୍ସ। ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌‌ଏଚ୍‌‌ଏଆଇ)ର ଆମ୍ବୁଲାନ୍ସ ହେଲ୍ପ ଲାଇନ୍‌‌ ନମ୍ବର ୧୦୩୩ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ପାଇଁ ଉଦ୍ଦିଷ୍ଟ ଜରୁରିକାଳୀନ ସହାୟତା ନିୟନ୍ତ୍ରଣ କକ୍ଷର ମିଶ୍ରଣ ହେବ। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ହାରାହାରି ୨୫ ମିନିଟ୍‌‌ ସମୟ ଲାଗୁଥିବା ବେଳେ ଉଭୟ ନିୟନ୍ତ୍ରଣ କକ୍ଷର ମିଶ୍ରଣ ଫଳରେ ଏହି ସମୟ ୧୦ରୁ ୧୫ ମିନିଟ୍‌‌କୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ବ୍ୟବସ୍ଥାର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ରାଜ୍ୟ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅର୍ଥ ବିଭାଗ, ଗୃହ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ସଚିବ, ଅର୍ଥ ବିଭାଗ ନିର୍ଦ୍ଦେଶକ, ପରିବହନ କମିଶନର, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଡିଏମ୍‌‌ଇଟି ଏହାର ସଦସ୍ୟ ନିଯୁକ୍ତ ହୋଇଛନ୍ତି। ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଏହାର ଆବାହକ ଅଛନ୍ତି। ଏହି କମିଟି ଇଣ୍ଟିଗ୍ରେଟେଡ୍‌‌ ପେସେଣ୍ଟ ଟ୍ରାନ୍ସପୋର୍ଟ ଆଣ୍ଡ ହେଲଥ୍‌‌ ହେଲ୍ପଲାଇନ୍‌‌ ସର୍ଭିସ୍‌‌ (ଆଇପିଟିଏଚ୍‌‌ଏଚ୍‌‌ଏସ୍‌‌) ପରିଚାଳନା କରିବ।
ରାଜ୍ୟରେ ଏବେ ସରକାରୀ ଓ ବେସରକାରୀ ମିଶାଇ ପ୍ରାୟ ୬ ହଜାର ଆମ୍ବୁଲାନ୍ସ ରୋଗୀ ପରିବହନରେ ନିୟୋଜିତ ଅଛନ୍ତି। ସେଥିରୁ ୬୫୦ଟି ଆମ୍ବୁଲାନ୍ସ ୧୦୮ ସହାୟତା ନମ୍ବର ଅଧୀନରେ ପରିଚାଳିତ ହେଉଥିବା ବେଳେ ଜାତୀୟ ରାଜପଥ ପାଇଁ ୧୫ଟି ଆମ୍ବୁଲାନ୍ସ ଦିଆଯାଇଛି। ଅଧ୍ୟୟନ ଅନୁସାରେ ଯଦି ଗୋଲ୍‌‌ଡେନ୍‌‌ ପରିୟଡ୍‌‌ ଭିତରେ ଆହତଙ୍କୁ ଡାକ୍ତରୀ ଚିକିତ୍ସା ମିଳିବ ତା ହେଲେ ୬୦%ରୁ ଅଧିକ ଆହତଙ୍କ ଜୀବନ ରକ୍ଷା କରାଯାଇ ପାରିବ। ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ସରକାର ୧୦୮ ଆମ୍ବୁଲାନ୍ସ ସେବା ସହିତ ୧୦୩୩ ଆମ୍ବୁଲାନ୍ସ ସେବାର ମିଶ୍ରଣ କରି ସାରିଛନ୍ତି। ସୁପ୍ରିମ୍‌‌କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ଓଡ଼ିଶା ସରକାର ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସର ମ୍ୟାପିଂ କାର୍ଯ୍ୟ ଶେଷ କରିଛନ୍ତି ଏବଂ ଖୁବ୍‌‌ଶୀଘ୍ର ଏହା ଗୋଟିଏ ନିୟନ୍ତ୍ରଣ କକ୍ଷରୁ ପରିଚାଳିତ ହେବାକୁ ଯାଉଛି। ସେହିପରି ସମସ୍ତ ଆମ୍ବୁଲାନ୍ସରେ ଜିପିଏସ୍‌‌ ଖଞ୍ଜିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ନିଃଶୁଳ୍କ ଟ୍ରମା କେୟାର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ତେବେ ଆହତଙ୍କୁ ଦୁର୍ଘଟଣାର ୨ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଏକାନ୍ତ ଆବଶ୍ୟକ। ଏହି ଲକ୍ଷ୍ୟରେ ଆଇପିଟିଏଚ୍‌‌ଏଚ୍‌‌ଏସ୍‌‌ କାର୍ଯ୍ୟକାରୀ କରାଯାଉଛି ବୋଲି କୁହାଯାଇଛି। ଯଦି ଦୁର୍ଘଟଣାସ୍ଥଳ ନିକଟରେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଆମ୍ବୁଲାନ୍ସ ଅଛି ତା ହେଲେ ସମ୍ପୃକ୍ତ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ସେଥିପାଇଁ ଭିନ୍ନ ଭିନ୍ନ ନମ୍ବର ଫୋନ୍‌‌ କରି ସହାୟତା ମାଗିବାର ଆବଶ୍ୟକତା ରହିବ ନାହିଁ।
ନବୀନ ନିବାସରେ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି ।
ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇ ଦେବାପାଇଁ ବ୍ୟବସ୍ଥା ହୋଇଥିବାବେଳେ ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣା ଯାଇ ସାରିଛି । ଏଥିପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଛଡା ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ରେ ପରିଣତ (BLS converted to ALS) କରାଯାଇ ଆଜିଠାରୁ କାର୍ଯ୍ୟକାରୀ କରାଗଲା ।
ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ ରେ ପହଞ୍ଚିଲା। ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।
ଏହା ବ୍ୟତିତ ଗର୍ଭବତୀ ମା ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ନିମନ୍ତେ ୫୦୦ଟି ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି କେ ପାଣ୍ଡିଆନ୍ ,ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଡାଏଲ୍ ୧୧୨
ଭୁବନେଶ୍ବର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର। ଏଣିକି ୩ଜରୁରୀ ସେବା ପାଇଁ  ଗୋଟିଏ ନମ୍ବର ୧୧୨କୁ ଡାଏଲ କରିବାକୁ ପଡ଼ିବ। ଆଜି ସନ୍ଧ୍ଯାରେ ଏହି ସେବାକୁ  ଭିଡିଓ କନଫରେନ୍ସି ମଧ୍ଯାମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡିବନି । ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି ୩ ପ୍ରମୁଖ ଜରୁରୀକାଳୀନ ସେବା । ୧୧୨ କୁ କଲ କଲେ ମିଳିବ ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ।
ଏହି କାର୍ଯ୍ୟକ୍ରମରେ  ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇଛନ୍ତି । ଏଥି ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ପୁଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଓ ଜନନୀ ଏକ୍ଶପ୍ରେସ ପାଇଁ ୧୦୨ କୁ ଡାଏଲ କରିବାକୁ ପଡୁଥିଲା ।
ସୂଚନାଯୋଗ୍ୟ ୨୦୨୦ ଡିସେମ୍ବର ଦୁଇ ତାରିଖରେ ଜନସାଧାରଣଙ୍କୁ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯିବାର ବ୍ୟବସ୍ଥା କରାଯାଇଥିଲା । ଯାହାର ଆଜି ଶୁଭାରମ୍ଭ କରାଯିବ।  ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଥିଲେ।
୧୧୨ ସେବା ପାଇଁ ୪-ଡି.ଏସ୍‌.ପି, ୧୫୧-ସବ୍‌ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏତଦ୍‌ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବେ ।