Ragging - The Sakala
ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !
ରାୟଗଡ଼ା: ଆବାସିକ ବିଦ୍ୟାଳୟରେ ରାଗିଂ ଅଭିଯୋଗ । ରାୟଗଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଜଣେ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ମାରିବା ସହ ବିଭିନ୍ନ କାମ କରାଉଥିବା ନେଇ ଅଭିଯୋଗ ।
ସୂଚନା ଅନୁଯାୟୀ, ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ସିନିୟର ଛାତ୍ର ଉକ୍ତ ଜୁନିୟର ଛାତ୍ରଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। କେବଳ ସେତିକି ନୁହେଁ, ଦଶମ ଶ୍ରେଣୀ ଛାତ୍ର ଜଣକ ସମ୍ପୃକ୍ତ ଛାତ୍ରଙ୍କୁ ବାଧ୍ୟ କରି ନିଜର ଲୁଗାପଟା ସଫା କରିବା ଏବଂ ବାସନ ମାଜିବା ଭଳି କାମ କରାଉଥିଲେ। ଏହି ଆକ୍ରମଣରେ ଜୁନିୟର ଛାତ୍ରଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି।
ଏହି ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଚାପି ଦେବାକୁ ଉଦ୍ୟମ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ହିଁ ପୀଡ଼ିତ ଛାତ୍ରଙ୍କ ପରିବାରକୁ ଏହି ନିର୍ଯାତନା ସମ୍ପର୍କରେ ଖବର ଦେଇଥିଲେ, ଯାହା ପରେ ପୁରା ଘଟଣା ପଦାକୁ ଆସିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷ ବା ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।
ରାୟଗଡ଼ା ସ୍କୁଲରେ ରାଗିଂ: ଜୁନିଅର ପିଲାଙ୍କୁ ଆକ୍ରମଣ ଘଟଣାରେ ୭ ଜଣ ଦଶମ ଶ୍ରେଣୀ ଛାତ୍ର ବହିଷ୍କୃତ
ରାୟଗଡ଼ା: ରାୟଗଡ଼ାର କୋଲନରା ବ୍ଲକ୍ ଅନ୍ତର୍ଗତ ରିଭାଲକାନା ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା ଜୁନିଅର ପିଲାମାନଙ୍କୁ ରାଗିଂ ଏବଂ ଆକ୍ରମଣ କରିବା ଅଭିଯୋଗରେ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ କର୍ତ୍ତୃପକ୍ଷ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ବୁଧବାର ଦିନ ୧୦୦ରୁ ଅଧିକ ଅଭିଭାବକ ସ୍କୁଲ ପରିସରରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଘଟଣାରେ ସମ୍ପୃକ୍ତ ଛାତ୍ରମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ସହିତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ବଦଳି ଦାବି କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଅସୀମା ରାଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଅଭିଭାବକମାନଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ।
ସୂଚନା ଅନୁଯାୟୀ, ଜଣେ ଦଶମ ଶ୍ରେଣୀ ଛାତ୍ର ଓ ତାଙ୍କ ସହଯୋଗୀମାନଙ୍କ ଅସଦାଚରଣ ନେଇ ନବମ ଶ୍ରେଣୀର ଛାତ୍ରମାନେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷକଙ୍କଠାରୁ ତାଗିଦ୍ ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଛାତ୍ରମାନେ ସାନ ପିଲାଙ୍କ ଉପରେ ହଷ୍ଟେଲରେ ସଂଘବଦ୍ଧ ଆକ୍ରମଣ କରିଥିଲେ।
ପୂର୍ବରୁ ଏହି ଘଟଣାରେ ଜଣେ ଛାତ୍ରଙ୍କୁ ବହିଷ୍କାର କରାଯିବା ସହ ଅନ୍ୟ ୬ ଜଣଙ୍କ ନାମରେ ପୋଲିସରେ ଅଭିଯୋଗ ହୋଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ୭ ଜଣ ଛାତ୍ର ନିକଟସ୍ଥ ପାହାଡ଼କୁ ଫେରାର ହୋଇଯାଇଥିଲେ, କିନ୍ତୁ ପରେ ପରିସ୍ଥିତି କିଛି ମାତ୍ରାରେ ଶାନ୍ତ ପଡ଼ିବାରୁ ସେମାନେ ଫେରି ଆସିଥିଲେ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଅଭିଯୁକ୍ତ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଦିଆଯାଇଛି।
ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ
ସମ୍ବଲପୁର: ସମ୍ବଲପୁର ଭିସୁଟରେ ପୁଣି ରାଗିଂ ଅଭିଯୋଗ । ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ ଅଭିଯୋଗରେ ୪ ଜଣ ବରିଷ୍ଠ ଛାତ୍ରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କଲା ଭିସୁଟ କର୍ତ୍ତୃପକ୍ଷ । ଜଣେ ଛାତ୍ରଙ୍କୁ ୧୦ ହଜ଼ାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜ଼ାର ଲେଖାଏଁ ଅର୍ଥଦଣ୍ଡ । ଆଣ୍ଟି ରାଗିଂ ସେଲ ଓ ଫେକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ପରେ ନିଆଯାଇଛି ଏଭଳି ନିଷ୍ପତି । ୪ ଜଣ ବରିଷ୍ଠ ଛାତ୍ର ଜଣେ କନିଷ୍ଠ ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଆଉ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ଯାହାକୁ ନେଇ ବରିଷ୍ଠ ଛାତ୍ରମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ନେଇ ଭିସୁଟ କୁଳପତି ପ୍ରଫେସର ଦୀପକ ସାହୁ ସୂଚନା ଦେଇଛନ୍ତି ।
ବାରିପଦା: ବିଦ୍ୟାଳୟରେ ରାଗିଙ୍ଗ। ଛୋଟ ପିଲାଙ୍କର ଭୟଙ୍କର ବ୍ୟବହାର। ରାଗିଙ୍ଗ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟିଲେ ଆଉ କ୍ଷତ ସ୍ଥାନରେ ଲୁଣ ମାରି ବନ୍ଦ କଠୋରୀରେ ନବମ ଶ୍ରେଣୀ ଛାତ୍ର ଦେଲେ ନିର୍ଯାତନା। ଯାହାକୁ ନେଇ ଆରମ୍ଭ ହୋଇଛି ପୋଲିସର ତଦନ୍ତ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ।
ଖବର ଅନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ର ଦୀପଙ୍କର ବେହେରାଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ରାଗିଙ୍ଗ କରିଛନ୍ତି। ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବା ଅବସ୍ଥାରେ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିଥିଲେ। ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଯାହା ପରେ ନବମ ଶ୍ରେଣୀ ଛାତ୍ରମାନେ ତାକୁ ତହିଁ ପରଦିନ ଏକ ରୁମ ଭିତରେ ଅଟକାଇବା ସହିତ ଲୁହା ରଡ଼ରେ ମାଡ଼ ମାରିଥିଲେ ଏବଂ ହାତରେ ଲୁହାରଡ଼ ଭର୍ତ୍ତି କରିଥିଲେ। କେବଳ ସେତିକି ନୁହେଁ ବିଧା, ଗୋଇଠା ମାରିବା ସହିତ ବ୍ଲେଡରେ ହାତ କାଟିଥିଲେ। ପରେ କଟା ଯାଇଥିବା ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ। କେବଳ ସେତିକି ନୁହେଁ ସୀମା ସରହଦ ଡେଇଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଯାହା ବାବଦରେ ଛାତ୍ରଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଦୀପଙ୍କର ବାପା ଏ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ଅଷ୍ଟମ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ରାଗିଂ ! ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି
ରାଉରକେଲା: ସ୍ଥାନୀୟ ବନ୍ଧମୁଣ୍ଡା ଥାନା ଅଧୀନ ସେକ୍ଟର-ଏ’ର ମୁଖୀବସ୍ତି ନିବାସୀ ବିଟୁ ମୁଖୀଙ୍କ ୧୩ ବର୍ଷୀୟା ଝିଅ ତମନ୍ନା ମୁଖୀଙ୍କ ଆତ୍ମହତ୍ୟା ପଛରେ ରାଗିଂ ହିଁ ମୁଖ୍ୟ କାରଣ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ରାଗିଂରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସୂଚନା ମୁତାବକ ବନ୍ଧମୁଣ୍ଡାର ସେକ୍ଟର-ଏ’ର ମୁଖୀ ବସ୍ତି ନିବାସୀ ବିଟୁ ମୁଖୀଙ୍କ ୧୩ ବର୍ଷୀୟା ଝିଅ ତମନ୍ନା ମୁଖୀ ସେକ୍ଟର ଡି’ସ୍ଥିତ ମଦୁସୂଦନ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଦୁଇ ଦିନ ପୂର୍ବେ ଗୁରୁବାର ସନ୍ଧ୍ୟାରେ ତମନ୍ନା ନିଜ ଘରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଖବର ପାଇବା ମାତ୍ରେ ପରିବାରଲୋକେ ତୁରନ୍ତ ଗାମୁଛା କାଟି ତାକୁ ତଳକୁ ଓହ୍ଲାଇବା ସହ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆତ୍ମହତ୍ୟାର କାରଣ ନେଇ ଏକ ବିସ୍ଫୋରକ ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଛାତ୍ରୀ ତମନ୍ନା ଦୁଇ ଦିନ ପୂର୍ବେ ସ୍କୁଲରୁ ଫେରିବା ପରେ ସନ୍ଧ୍ୟାରେ ହଠାତ୍‌‌ ନିଜ ଘରେ ଫାଶୀ ଲଗାଇ ଦେଇଥିଲେ। ପୂର୍ବରୁ ଛାତ୍ରୀ ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା କିଛି ଛାତ୍ର ତାଙ୍କୁ ପରିବାର ସଦସ୍ୟଙ୍କୁ ଆକ୍ଷେପ କରି ଆପତ୍ତିଜନକ ମନ୍ତବ୍ୟ ଦେଇ ରାଗିଂ କରିଥିଲେ। ଏହାପରେ ଛାତ୍ରୀ ଏହି ଘଟଣା ବିଷୟରେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ସୂଚନା ଦେଇଥିଲେ। ମାତ୍ର ଉକ୍ତ ଶିକ୍ଷକ ଏ କଥାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। ଯେଉଁଥି ପାଇଁ ମୃତ ଛାତ୍ରୀ ଜଣକ ଘରକୁ ଯାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।
ଘଟଣାକୁ କେନ୍ଦ୍ର କରି ମୃତ ଛାତ୍ରୀଙ୍କ ପରିବାର ଲୋକେ ମଧୁସୂଦନ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟରେ ଉପସ୍ଥିତ ଶିକ୍ଷକମାନଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ନ ଥିବା ଯୋଗୁଁଁ ମଙ୍ଗଳବାର ଦିନ ବିଦ୍ୟାଳୟ ପୀଡିତାଙ୍କ ପରିବାରକୁ ସ୍କୁଲକୁ ଡାକିଥିଲେ। ତେବେ ଏ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇବାରୁ ସୂଚନା ପାଇ ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବା ସହ ଘଟଣାର ସଠିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ରାଗିଙ୍ଗକୁ ନେଇ ୟୁଜିସିର କଡ଼ା ପଦକ୍ଷେପ: ବାରମ୍ବାର ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ
ଭୁବନେଶ୍ବର: ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି । ବାରମ୍ବାର ରାଗିଙ୍ଗ ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ । ୟୁଜିସି ସବୁବେଳେ ରାଗିଙ୍ଗକୁ ନେଇ ସକ୍ରିୟ ଅଛି । ରାଗିଙ୍ଗ ସମ୍ପର୍କରେ ଅଭିଯୋଗ ଆସିଲେ କଲେଜ କର୍ତ୍ତୃପକ୍ଷ ଆକ୍ସନ ନେବାକୁ ପଡ଼ିବ । କାରଣ ଏହା କଲେଜ ଭିତରେ ହେଉଛି।  ସେମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାୟୀ ରହିବା ଉଚିତ। କାରଣ ସେମାନେ ହିଁ ପରିବର୍ତ୍ତନ ଆଣି ପାରିବେ।  ନ ହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି  ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଛନ୍ତି।
ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ, ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ
ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ପୁଲହ ହଷ୍ଟେଲରେ ରହୁଥିବା ଦ୍ବିତୀୟ ବର୍ଷ ଟେଲିକମ୍ୟୁନିକେସନର ଜଣେ ଛାତ୍ରଙ୍କୁ, ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ରାଗିଂ ହୋଇଥିବା ବେଳେ, ପୋଲିସକୁ ଟୋଲଫ୍ରି ନମ୍ବରରେ କଲ୍ କରିବା ପରେ ବୁର୍ଲା ପୋଲିସ ହଷ୍ଟେଲରେ ପହଞ୍ଚି ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରି, ଡାକ୍ତରଖାନା ନେଇଥିଲା । ଏ ନେଇ ବୁର୍ଲା ଥାନାରେ ରାଗିଂର ଶିକାର ହୋଇଥିବା ଛାତ୍ର ଲିଖିତ ଅଭିଯୋଗ କରିବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି। ଭିସୁଟରେ କୁଳପତି ପ୍ରଫେସର ବଂଶିଧର ମାଝୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରିବା ସହ ଏକ ବୈଠକ କରାଯାଉଛି । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି।