Kamal Haasan - The Sakala

କମଲ ହାସନଙ୍କ ନିବେଦନକୁ ସମର୍ଥନ କଲେ 'କଲ୍କି 2898 ଏଡି' ଏବଂ 'ପୁଲି'ର ପ୍ରଯୋଜକ: ଫିଲ୍ମ ନିର୍ମାଣ ଖର୍ଚ୍ଚ କମାଇବାକୁ ଦେଇଥିଲେ ପରାମର୍ଶ
ଦେଶର ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ବିବାଦ ମଧ୍ୟରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଅଯଥା ନିର୍ମାଣ ଖର୍ଚ୍ଚ କମାଇବା ପାଇଁ ଭେଟେରାନ ଅଭିନେତା ତଥା ରାଜ୍ୟସଭା ସାଂସଦ କମଲ ହାସନ (Kamal Haasan) ଏକ ଖୋଲା ଚିଠି ଲେଖିଥିଲେ। ତାଙ୍କର ଏହି ପରାମର୍ଶକୁ ଚଳଚ୍ଚିତ୍ର ଜଗତର ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ସ୍ୱାଗତ କରିଛନ୍ତି। ବିଶେଷ କରି ବ୍ଲକବଷ୍ଟର ଫିଲ୍ମ 'କଲ୍କି 2898 ଏଡି' (Kalki 2898 AD) ଏବଂ 'ପୁଲି' (Puli) ର ପ୍ରଯୋଜକମାନେ କମଲଙ୍କ ଏହି ପଦକ୍ଷେପକୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛନ୍ତି।

କମଲ ହାସନଙ୍କ ଚିଠିରେ କ'ଣ ଥିଲା?

କମଲ ହାସନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଚିଠି ସେୟାର କରି କହିଥିଲେ ଯେ, "ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ବଜେଟ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି, କିନ୍ତୁ ବଜାରରୁ ଲାଭ ଫେରିବାର ସମ୍ଭାବନା ଅସ୍ଥିର ରହିଛି। କେବଳ ଚଳଚ୍ଚିତ୍ର ନିର୍ମାଣ ନୁହେଁ, ମୁଦ୍ରାସ୍ଫୀତି ଯୋଗୁଁ ଆଗାମୀ ଦିନରେ ମନୋରଞ୍ଜନ ପ୍ରତି ଗ୍ରାହକଙ୍କ ଖର୍ଚ୍ଚ କରିବାର ପ୍ରବୃତ୍ତି ମଧ୍ୟ ବଦଳିପାରେ।" ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଆର୍ଥିକ ବୋଝ କଠିନ ପରିଶ୍ରମ କରୁଥିବା ଶ୍ରମିକମାନଙ୍କ ଉପରେ ପଡ଼ିବା ଉଚିତ ନୁହେଁ। ଏହା ପରିବର୍ତ୍ତେ ଅଯଥା ଖର୍ଚ୍ଚ, ଖରାପ ଯୋଜନା, ବଢ଼ୁଥିବା 'ଏଣ୍ଟୁରେଜ୍ କଲଚର' (entourage culture), ଅନାବଶ୍ୟକ ବିଦେଶ ଗସ୍ତ ଏବଂ ପ୍ରଡକ୍ସନ୍ ବିଳମ୍ବକୁ ରୋକିବା ଉପରେ ଧ୍ୟାନ ଦେବା ଆବଶ୍ୟକ।

ପ୍ରଯୋଜକମାନଙ୍କ ପ୍ରତିକ୍ରିୟା

କଲ୍କି 2898 ଏଡି ର ପ୍ରଯୋଜନା ସଂସ୍ଥା ବୈଜୟନ୍ତୀ ମୁଭିଜ୍ (Vyjayanthi Movies) କମଲଙ୍କ ଏହି ପୋଷ୍ଟକୁ ରି-ପୋଷ୍ଟ କରି ତାଙ୍କୁ ପ୍ରଶଂସା କରିଛନ୍ତି। ସେମାନେ ଲେଖିଛନ୍ତି, "ଏକ ଅବିଶ୍ୱସନୀୟ ମଣିଷଙ୍କର ଅବିଶ୍ୱସନୀୟ କଥା। ସିନେମା ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ, ଖର୍ଚ୍ଚ ନିୟନ୍ତ୍ରଣ ଏବଂ ସିନେମାର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀଯୁକ୍ତ କମଲ ହାସନ ପ୍ରଥମେ ଆଗେଇ ଆସିଛନ୍ତି। ଆମେ ପ୍ରକୃତରେ ଏହାକୁ ପ୍ରଶଂସା କରୁଛୁ।

ସେହିପରି ବିଜୟଙ୍କ ଅଭିନୀତ 'ପୁଲି' ଏବଂ ବିକ୍ରମଙ୍କ 'ସାମି ସ୍କୋୟାର' (Saamy Square) ଭଳି ଫିଲ୍ମର ପ୍ରଯୋଜକ ଶିବୁ ଥମିନ୍ସ (Shibu Thameens) ମଧ୍ୟ ଏହାକୁ "ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା" ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ କମଲ ହାସନ ସର୍ବଦା ଭାରତୀୟ ସିନେମାରେ ନୂତନ ଜ୍ଞାନକୌଶଳ ଏବଂ ନୂତନ ଚିନ୍ତାଧାରା ଆଣିବାରେ ଆଗୁଆ ରହିଆସିଛନ୍ତି। ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ଭାବରେ ସିନେମା ଜଗତକୁ ଏକ ନୂତନ ଦିଗ ଦେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ତାମିଲନାଡୁ ନିର୍ବାଚନ ଫଳାଫଳ ୨୦୨୬: ରଜନୀ ଓ କମଲ ହାସନଙ୍କୁ ପଛରେ ପକାଇଲେ ଥଲାପତି ବିଜୟ, DMK ଏବଂ AIADMK କୁ କଡ଼ା ଟକ୍କର
ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ର ଫଳାଫଳ ଆଜି ପ୍ରକାଶ ପାଉଛି। ଏହି ନିର୍ବାଚନରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସାଉଥ୍ ସୁପରଷ୍ଟାର ଥଲାପତି ବିଜୟ। ତାଙ୍କ ନବଗଠିତ ରାଜନୈତିକ ଦଳ ତାମିଲଗା ଭେଟ୍ରି କାଜାଗମ୍ (TVK) ରାଜ୍ୟର ପାରମ୍ପରିକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। ଗତ ୫୦ ବର୍ଷ ଧରି ତାମିଲନାଡୁ ରାଜନୀତିରେ ରାଜ୍ କରୁଥିବା ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ପରି ଦୁଇ ପ୍ରମୁଖ ଦଳକୁ କଡ଼ା ଟକ୍କର ଦେଉଛି ବିଜୟଙ୍କ ଦଳ।

ରଜନୀକାନ୍ତ ଓ କମଲ ହାସନଙ୍କୁ ପଛରେ ପକାଇଲେ

ତାମିଲନାଡୁରେ ସିନେମା ଏବଂ ରାଜନୀତିର ସମ୍ପର୍କ ବହୁ ପୁରୁଣା। କିନ୍ତୁ ବିଗତ ଦିନରେ ରଜନୀକାନ୍ତ ଏବଂ କମଲ ହାସନଙ୍କ ଭଳି ବଡ଼ ତାରକା ରାଜନୀତିରେ ପ୍ରବେଶ କରିଥିଲେ ମଧ୍ୟ ବିଶେଷ ସଫଳତା ପାଇପାରି ନଥିଲେ। ମାତ୍ର ୫୧ ବର୍ଷୀୟ ଥଲାପତି ବିଜୟ ଏହି ଧାରାକୁ ବଦଳାଇ ଦେଇଛନ୍ତି। ବକ୍ସ ଅଫିସରେ ନିଜର ଯାଦୁ ଦେଖାଇବା ପରେ ଏବେ ଭୋଟ୍ ବାକ୍ସରେ ମଧ୍ୟ ସେ ନିଜର ପ୍ରଭାବ ବିସ୍ତାର କରିଛନ୍ତି। ସେ କେବଳ ଜଣେ ଫିଲ୍ମ ଷ୍ଟାର୍ ନୁହଁନ୍ତି, ବରଂ ଜଣେ ପ୍ରକୃତ ଜନନେତା ଭାବେ ଉଭା ହୋଇଛନ୍ତି।

ଦୁଇଟି ଆସନରୁ ଆଗୁଆ ଥଲାପତି

ନିର୍ବାଚନ ଆୟୋଗଙ୍କ ସଦ୍ୟତମ ତଥ୍ୟ ଅନୁଯାୟୀ, ବିଜୟ ନିଜେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇଟି ଯାକ ଆସନ— ପେରମ୍ବୁର୍ ଏବଂ ତ୍ରିଚି ଇଷ୍ଟରୁ ଆଗୁଆ ରହିଛନ୍ତି। ବିଶେଷ କରି ଡିଏମକେର ଗଡ଼ କୁହାଯାଉଥିବା ପେରମ୍ବୁର୍ ଏବଂ ଶ୍ରମିକ ବର୍ଗ ବହୁଳ ତ୍ରିଚିରେ ବିଜୟଙ୍କ ଆଗୁଆ ରହିବା ଏକ ବଡ଼ ରାଜନୈତିକ ସଫଳତା ବୋଲି ବିବେଚନା କରାଯାଉଛି। ତାଙ୍କ ଦଳ TVK ସମଗ୍ର ରାଜ୍ୟରେ ଏକାଧିକ ଆସନରେ ଅଗ୍ରଣୀ ରହିଛି, ଯାହା ଆଗାମୀ ସରକାର ଗଠନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ।

ଯୁବ ଏବଂ ମହିଳା ଭୋଟରଙ୍କ ବିପୁଳ ସମର୍ଥନ

ବିଜୟଙ୍କ ସଫଳତାର ମୂଳ କାରଣ ହେଉଛି ରାଜ୍ୟର ଯୁବ ଏବଂ ମହିଳା ଭୋଟର। ନିର୍ବାଚନ ପ୍ରଚାର ସମୟରେ ବିଜୟ ବେକାର ଯୁବକମାନଙ୍କୁ ପ୍ରତି ମାସରେ ୪,୦୦୦ ଟଙ୍କା ଏବଂ ଡିପ୍ଲୋମାଧାରୀଙ୍କୁ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ନିଜକୁ ଏକ ବିକଳ୍ପ ଭାବେ ଉପସ୍ଥାପନ କରି ସେ ଭୋଟରଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି।

୪୭ ବର୍ଷ ପରେ ପୁଣି ଏକାଠି ହେଲେ ରଜନୀକାନ୍ତ ଓ କମଲ ହାସନ, ନେଲସନଙ୍କ ଫିଲ୍ମରେ ଦେଖିବାକୁ ମିଳିବ ଜଲୱା
ଭାରତୀୟ ସିନେମା ପାଇଁ ଆଜି ଏକ ଐତିହାସିକ ଦିନ। ଦୀର୍ଘ ୪୭ ବର୍ଷର ଅପେକ୍ଷା ପରେ ଦକ୍ଷିଣ ଭାରତୀୟ ସିନେମାର ଦୁଇ ମହାନାୟକ ରଜନୀକାନ୍ତ ଏବଂ କମଲ ହାସନ ପୁଣି ଥରେ ପରଦାରେ ଏକାଠି ନଜର ଆସିବେ। ଶନିବାର ଦିନ ଫିଲ୍ମ ନିର୍ମାତାମାନେ ଏହି ବଡ଼ ଘୋଷଣା କରିବା ସହ ଏକ ଦମଦାର ପ୍ରୋମୋ ଭିଡିଓ ଜାରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି।

ନେଲସନଙ୍କ ନିର୍ଦ୍ଦେଶନା ଓ ଅନିରୁଦ୍ଧଙ୍କ ସଙ୍ଗୀତ

ଏହି ମେଗା ବଜେଟ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଲୋକପ୍ରିୟ ନିର୍ଦ୍ଦେଶକ ନେଲସନ ଦିଲୀପକୁମାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ନେଲସନ ରଜନୀକାନ୍ତଙ୍କ ସହ 'ଜେଲର' ଭଳି ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଥିଲେ। ଏହି ଫିଲ୍ମର ସଙ୍ଗୀତ ପରିଚାଳନା କରିବେ 'ରକ୍ ଷ୍ଟାର' ଅନିରୁଦ୍ଧ ରବିଚନ୍ଦର। ରେଡ୍ ଜଏଣ୍ଟ ମୁଭିଜ୍ (Red Giant Movies) ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନାମ ବର୍ତ୍ତମାନ ପାଇଁ 'KHxRK' ରଖାଯାଇଛି।

ମଜାଦାର ପ୍ରୋମୋ ଭିଡିଓ ରିଲିଜ୍

ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ନିର୍ଦ୍ଦେଶକ ନେଲସନ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧଙ୍କୁ ଏକ ହୋଟେଲ କରିଡରରେ ଦେଖିବାକୁ ମିଳିଛି। କାହା ରୁମକୁ ପ୍ରଥମେ ଯିବେ ବୋଲି ନେଲସନ ଦ୍ୱନ୍ଦ୍ୱରେ ଥିବାବେଳେ, ଶେଷରେ ଦୁଇ ମହାନାୟକ ରଜନୀ ଓ କମଲ ରେଟ୍ରୋ ଲୁକ୍‌ରେ ଏକାଠି ବାହାରକୁ ଆସୁଛନ୍ତି। ଦୁହେଁ କଳା ଚଷମା ଓ ଷ୍ଟାଇଲିସ୍ ଜ୍ୟାକେଟ୍ ପିନ୍ଧି ନିଜର ପୁରୁଣା ଅନ୍ଦାଜ ଦେଖାଇଛନ୍ତି। ଭିଡିଓ ଶେଷରେ ଦୁହେଁ ନିର୍ଦ୍ଦେଶକଙ୍କୁ ପଚାରୁଛନ୍ତି, "ଆମ ଦୁହିଁଙ୍କ ଭିତରୁ ହିରୋ କିଏ?" ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

୪ ଦଶନ୍ଧି ପରେ ମହାମିଳନ

ସୂଚନାଯୋଗ୍ୟ ଯେ, ରଜନୀକାନ୍ତ ଓ କମଲ ହାସନ ଶେଷଥର ପାଇଁ ୧୯୭୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଲାଉଦ୍ଦିନମ୍ ଅଲଭୁଥା ଭିଲାକ୍କୁମ୍' (Allauddinum Albhutha Vilakkum) ରେ ଏକାଠି ଅଭିନୟ କରିଥିଲେ। ୧୯୮୫ରେ ହିନ୍ଦୀ ଫିଲ୍ମ 'ଗିରଫ୍ତାର'ରେ ଉଭୟ ଥିଲେ ମଧ୍ୟ ସେମାନଙ୍କର ଏକାଠି କୌଣସି ଦୃଶ୍ୟ ନଥିଲା। ତେବେ ଦୀର୍ଘ ଦଶନ୍ଧି ପରେ ଏହି ଦୁଇ କିମ୍ବଦନ୍ତୀ କଳାକାରଙ୍କୁ ଗୋଟିଏ ଫ୍ରେମରେ ଦେଖିବା ପ୍ରଶଂସକଙ୍କ ପାଇଁ ସ୍ୱପ୍ନ ସତ ହେବା ପରି।

ହକି ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ପ୍ରଶଂସା କଲେ ସାଉଥ୍ ସୁପରଷ୍ଟାର କମଲ ହାସନ
ଭୁବନେଶ୍ବର: ହକି ବିଶ୍ବକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର କମଲ ହାସନ । FIH ପୁରସ୍କାର ପାଇଁ ୫ଟି ସଚିବଙ୍କୁ କମଲ ହାସନ ପ୍ରଶଂସା କରିଛନ୍ତି । କ୍ରମାଗତ ଭାବେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛୁଛନ୍ତି ଓଡ଼ିଶାବାସୀ । ସଫଳ ନେତୃତ୍ବଙ୍କୁ ବାଛୁଥିବାରୁ ରାଜ୍ୟର ଭୋଟରଙ୍କୁ ପ୍ରଶଂସା କରୁଛି ଦେଶ । କମଲ ହାସନ କହିଛନ୍ତି ଦେଶର ରାଜନୈତିକ ସଂସ୍କୃତି ବଦଳୁଛି । ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବଦଳୁଛି ଦେଶର ରାଜନୈତିକ ସଂସ୍କୃତି ।

Indian Politiculture is truly changing for the better. What a team ! @Naveen_Odisha and Mr VK Pandian . Chak de India. (2/2)

— Kamal Haasan (@ikamalhaasan) January 31, 2023

ଏଫ୍‌‌ଆଇଏଚ୍‌‌ ସଭାପତି ତୟାବ ଇକ୍ରାମ ଗତ ରବିବାର ଶ୍ରୀ ପାଣ୍ଡିଆନଙ୍କୁ ହକି କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍‌‌ ହକି ଫେଡେରେସନ୍‌‌ (ଏଫଆଇଏଚ୍‌‌) ପ୍ରେସିଡେଣ୍ଟ୍‌‌ ସମ୍ମାନରେ ସମ୍ମାନିତ କରିଥିଲେ। ‘୫-ଟି’ ସଚିବଙ୍କୁ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ପ୍ରଦାନ କରି ଇକ୍ରାମ କହିଥିଲେ ଯେ, ବିଶ୍ୱସ୍ତରୀୟ ହକି ବିଶ୍ୱକପକୁ ସଫଳ ରୂପେ ଆୟୋଜନ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ମଧ୍ୟ ଅତୁଳନୀୟ। ତାଙ୍କୁ ଏଫ୍‌‌ଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ସମ୍ମାନ ପ୍ରଦାନ କରି ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ ମନେ କରୁଛି।

ଅନ୍ୟପକ୍ଷରେ ଏହି ସମ୍ମାନ ଗ୍ରହଣ କରି ଶ୍ରୀ ପାଣ୍ଡିଆନ୍‌‌ କହିଥିଲେ ଯେ, “ମୁଁ ଏହି ସମ୍ମାନସ୍ପଦ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ଗ୍ରହଣ କରି ଯଥେଷ୍ଟ ଗୌରବ ଅନୁଭବ କରୁଛି। ତେବେ ମୁଁ ଏହି ସମ୍ମାନର ଏକମାତ୍ର ପ୍ରାପ୍ତକର୍ତ୍ତା ନୁହେଁ; ବରଂ ଏହି ଶ୍ରେୟ ପୂରା ଓଡ଼ିଶା ଟିମ୍‌‌ର ଓ ମୁଁ ଏହି ଟିମ୍‌ର ଜଣେ ପ୍ରତିନିଧି। ରାଜ୍ୟ ସରକାର ଏହି ବିଶ୍ୱକପ୍‌‌କୁ ସଫଳ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇଛୁ।”

କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା: ହସ୍ପିଟାଲରେ ଭର୍ତ୍ତି
ଚେନ୍ନାଇ : ସାଉଥ ସୁପରଷ୍ଟାର କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ (ଏସଆରଏମ୍‌ସି)ରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବା ପରେ କମଲ ହାସନ ରାତିରେ ଜ୍ୱର ଏବଂ ଦୁର୍ବଳ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ସହରର ଏସଆରଏମ୍‌ସିରେ ଭର୍ତ୍ତି କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ୱାର୍କ ଫ୍ରଣ୍ଟରେ ଅଭିନେତା-ଚଳଚ୍ଚିତ୍ର ନିର୍ମାତା କମଲ ହାସନ ବର୍ତ୍ତମାନ ଶଙ୍କରଙ୍କ ‘ଇଣ୍ଡିଆନ ୨’, ହିଟ ରିଅଲିଟି ଶୋ’ ‘ବିଗ ବସ ତାମିଲ’ ଏବଂ ତାଙ୍କର ରାଜନୈତିକ ଦଳର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।

ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଫେରିବା ପରେ ୬୮ ବର୍ଷିୟ କମଲ୍‌ ହାସନ୍‌ ଅଶ୍ବସ୍ତି ଅନୁଭବ କରୁଥିଲେ ଏବଂ ତାଙ୍କୁ ସାମାନ୍ୟ ଜ୍ବର ବି ହୋଇଥିଲା। ତେଣୁ, ଚିକିତ୍ସା ନିମନ୍ତେ ତାଙ୍କୁ ଉପରୋକ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୋଟାଏ ଡାକ୍ତରୀ ଦଳ ତାଙ୍କର ତତ୍ତ୍ବାବଧାନ କରୁଛନ୍ତି।