BJDPressMeet - The Sakala
ଓଡିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର: ସୌରଜଗତର ଜାଗତିକ ପ୍ରକ୍ରିୟାରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ବିଷୁବରେଖାରେ ଅବସ୍ଥାନ ସହ ନୂତନ ବର୍ଷର ଶୁଭାରମ୍ଭ ହୋଇଛି। ସୂର୍ଯ୍ୟ ଦେବତାଙ୍କ ପ୍ରଖର ତାପ ଆଗକୁ ମଙ୍ଗଳକାରୀ ବର୍ଷାଋତୁର ଆବାହନ କରୁଛି। ତାପରେ ସନ୍ତାପିତ ମନରେ ଉନ୍ମେଷ ହୋଇଛି ଆଶ୍ୱସନା। ପ୍ରଭୁଙ୍କ ବିଧିବିଧାନରେ ବିହ୍ୱଳିତ ଭକ୍ତଙ୍କ ଦେବାଳୟରେ ପୂଜାର୍ଚ୍ଚନା ସୃଷ୍ଟି କରିଛି ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ପ୍ରଭୁଙ୍କ ପାଖରେ ପଣା ଲାଗି ସହ ପ୍ରସାଦସେବନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତଗଣ। ସମ ତିଥିରେ ରୁଦ୍ର ଅବତାର ଶ୍ରୀହନୁମାନଙ୍କ ଆଜି ପବିତ୍ର ଜୟନ୍ତୀ। ସଂଯୋଗବଶତଃ ସାମ୍ୟବାଦର ପ୍ରତୀକ ତଥା ପ୍ରବକ୍ତା ଭାରତରତ୍ନ ଡଃ ବାବା ସାହେବ ଆମ୍ୱେଦକରଙ୍କ ଆଜି ଜନ୍ମଜୟନ୍ତୀ।
ଏପରି ଏକ ବିଶେଷ ଅବସରରେ ସଭିଁଙ୍କର ମଙ୍ଗଳ ନିମନ୍ତେ ଓଡିଆ ଅସ୍ମିତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ପ୍ରାର୍ଥନା କରିବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଓ ମିଡିଆ ସହ-ସଂଯୋଜକ ଡ଼ ଲେନିନ୍‌ ମହାନ୍ତି ଏବଂ ଡ଼ ପ୍ରିୟବ୍ରତ ମାଝୀ।
ପଛୁଆ ବର୍ଗଙ୍କୁ ନ୍ୟାୟ ଦେବା ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି
ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓବିସିଙ୍କୁ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସାହୁ ଏହି ଆହ୍ୱାନ ଦେଇଛନ୍ତି। କହିଛନ୍ତି, ପଛୁଆ ବର୍ଗଙ୍କ ଯୋଜନା ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ଦରକାର। କେନ୍ଦ୍ର ମନା କଲା ପରେ ଜାନୁଆରୀ କ୍ୟାବିନେଟ ବୈଠକରେ ଜାତିଭିତ୍ତିକ ଜନଗଣନା ପାରିତ ହୋଇଥିଲା। ଓବିସି କମିଶନ ଗଠନ ହେଲା। ଓବିସି ଜନସଂଖ୍ୟାରୁ ଅଧେ। ହେଲେ ଅଧା ସଂରକ୍ଷଣ ବି ମିଳିନି। କାରଣ ୫୦ ପ୍ରତିଶତ ସଂରକ୍ଷଣ ନିୟମ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପଛୁଆ ବର୍ଗ ୯୪ ପ୍ରତିଶତ। ତେଣୁ ଅନ୍ୟ ରାଜ୍ୟ ସହ ତୁଳନା ଠିକ ନୁହେଁ।
ଏହି ସଂରକ୍ଷଣ ସୀମା ଉଠାଇବା ସମୟର ଆହ୍ୱାନ। ସଂସଦରେ ପ୍ରାୟ ସବୁ ଦଳ ଏହି କଥା ଉଠାଇଛନ୍ତି। ୨୦୨୧ରେ ଜନଗଣନା ଅଛି। ତେଣୁ ସ୍ୱର ଆହୁରି ଉଠିଲାଣି। ବିଜେଡି ସାଂସଦମାନେ ଏ ଦିଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ। ଅନ୍ୟ ମୁଖ୍ୟମନ୍ତ୍ରୀ ବି ନବୀନ ପଟ୍ଟନାୟକଙ୍କୁ ସମର୍ଥନ କଲେଣି। ଏପରିକି ବିଜେପି ମେଣ୍ଟ ଦଳ ବି ନବୀନଙ୍କ ସହ ସ୍ୱର ମିଶାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ବି ସମର୍ଥନ ଦେଇଛନ୍ତି। ବିହାରର ୧୦ ଜଣିଆ ପ୍ରତିନିଧି ଦଳ ଯେଉଁଠି ବିଜେପି ନେତା ବି ସାମିଲ ଥିଲେ ସେମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଜେଡି ଦାବି କରିଛ, ଜାତିଭିତ୍ତିକ ଜନଗଣନା ୫୦ ପ୍ରତିଶତ ସଂରକ୍ଷଣ ସୀମା ଉଠାଯାଉ। ଏପରି ହେଲେ ପଛୁଆ ବର୍ଗ ଯିଏ ଦେଶକୁ ଖାଦ୍ୟ ଦେଇଛନ୍ତି, ସେମାନଙ୍କୁ ନ୍ୟାୟ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି। ଏହାକୁ ଦୀର୍ଘମିଆଦି ସୂତ୍ରରେ କାର୍ଯ୍ଯକାରୀ କରିବାକୁ ଦାବି ରଖିବା ସହ ବିଜେପି କାହିଁକି ଏହା କରୁନି ବୋଲି ପ୍ରଶ୍ନ କରିଛି ବିଜେଡି।
SDG ରିପୋର୍ଟକୁ ନେଇ ଅମରଙ୍କ ପ୍ରେସମିଟ୍: ପଞ୍ଚାୟତ ସ୍ତରକୁ ନଗଲେ ନିତି ଆୟୋଗ ଠିକ୍ ମାର୍କ ଜାଣିବେ କେମିତି? ତଥ୍ଯ ଗ୍ରାଉଣ୍ଡରୁ ଆସିବା ଦରକାର
ଭୁବନେଶ୍ବର:  ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସ୍‌ଡିଜି) ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଓଡ଼ିଶା ୨୦୧୮ରେ ୫୧ ମାର୍କ, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ମାର୍କ ମିଳିଛି । ଓଡ଼ିଶା ୯ କ୍ଷେତ୍ରରେ ଭଲ ପ୍ରଦର୍ଶନକାରୀ, ୬ଟିରେ ରାଜ୍ୟ ଆଶାୟୀ ରହିଛି । ତେଣୁ ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।
ଆଜି ପ୍ରେସମିଟ କରି କହିଛନ୍ତି, ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ନିତି ଆୟୋଗ ପଞ୍ଚାୟତ ସ୍ତରକୁ ଯିବା ଦରକାର ।  ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି । ୨୦୧୯ରେ ଇଜ ଅଫ ଡୁଇଙ୍ଗ ବିଜିନେସରେ ୯୨.୦୮ପ୍ରତିଶତ ମିଳିଲା । ୨୦୨୦ରେ ଶୂନ କେମିତି ହେଲା ବୋଲି ପ୍ରଶ୍ନ କରିଛନ ଅମର । ଏହାର ଅର୍ଥ ରାଜ୍ୟରେ କଣ ଶିଳ୍ପ ହୋଇନି । କରୋନା ସମୟରେ ଓଡ଼ିଶା ମହାରାଷ୍ଟ୍ର ଉପରେ ଥିବା ରିପୋର୍ଟ ଆସିଛି । ସେହିପରି ସ୍ବାସ୍ଥ୍ୟରେ ମମତା ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା କିପରି ସ୍ୱାସ୍ଥ୍ୟ ସେବା ଦେଇଛି, ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରିଛନ୍ତି ।
ହେଲେ ଏଠି ରାଜ୍ୟ ଯୋଜନାକୁ ବାଦ ଦେଇ କେବଳ କେନ୍ଦ୍ର ଯୋଜନାକୁ ଆଧାର କରି ରିପ୍ରୋଟ ପ୍ରସ୍ତୁତ କରାଯାଇଛି । ଏହା ଅପରିପକ୍ବ । ରାଜ୍ୟ ଆନେମିଆରେ ଭଲ କରିନି । ହେଲେ ଓଡ଼ିଶା ଆନେମିଆ ମୁକ୍ତ ଭାରତରେ ଦ୍ଵିତୀୟ ରାଙ୍କରେ ଅଛୁ । ତଥ୍ୟ ଠିକ ଆସୁ ଆଉ କିପରି ଉନ୍ନିତି କରି ହେବ, ସେ ଦିଗରେ କରାଯାଉ । କେବଳ ସୂଚକାଙ୍କ ଆଧାରରେ କରିବା ଠିକ ନୁହେଁ ।
ରାଜ୍ୟ ବିଜେପି କି ଅନ୍ୟ ଦଳ, ଯେଉଁମାନେ ରାଜ୍ୟ ବିଷୟରେ ଭାବିବା କଥା କହିଛନ୍ତି, ସେମାନେ ମିଛରେ ବନ୍ୟାରେ ନ ଭାସନ୍ତୁ । ଏହି ରିପୋର୍ଟର ସଠିକ ବ୍ୟବହାର ହେବେ ଯଦି ତଥ୍ୟ ପ୍ରଦାନରେ ଉନ୍ନତି ହେବ। ଓଡ଼ିଶା ବହୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗରୁ ଅଛି । ବିପର୍ଯ୍ୟୟ ପ୍ରଶମନରେ ରାଜ୍ୟ ଭଲ କରିଛି । ତାକୁ ଆଧାର କରି କୃଷିର ଉନ୍ନତି ସମ୍ପର୍କରେ କିଛି ନାହିଁ । ଆଉଟପୁଟକୁ ଗୁରୁତ୍ୱ ନ ଦେଇ ଆଉଟକମକୁ ଗୁରୁତ୍ୱ ଦିଆଯାଉ । ଡାଟା ସଠିକ କରାଯାଉ । ନୀତି ଆୟୋଗ କେସ ଷ୍ଟଡି କରି କାମ କରୁଥିବା ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।
କୋଭାକ୍ସିନର WHO ମାନ୍ୟତା ନ ଥିବାରୁ ଓଡିଶାର ଛାତ୍ରଛାତ୍ରୀ ବିଦେଶ ଯାଇ ପାରୁ ନାହାଁନ୍ତି । ସେ ଦିଗରେ ନୀତି ଆୟୋଗ ଧ୍ୟାନ ଦେଉ । ଯାହାର ତଥ୍ୟ ଆଣିବାରେ ମୁର୍ଖାମୀ ଅଛି, ତାକୁ ରାଜନୀତି କରାଯାଉଛି । ଏସଡିଜି ରିପୋର୍ଟ ରାଜନୈତିକ ରିପୋର୍ଟ ନୁହେଁ । ଅପରାଜିତା ଷଡଙ୍ଗୀ ଯେଉଁ ଭିତ୍ତିରେ କହୁଛନ୍ତି, ଗାଁ ସ୍ତରରେ ଯଦି କିଛି ଭଲ ହୋଇନି, ତାହେଲେ SDG ଗାଁ ଯାଏ ଯିବା ଦରକାର । ଉତ୍ତର ପ୍ରଦେଶ ବହୁତ ଖରାପ କରିଛି । ହେଲେ ତା କଥା କହି ଶାସକ ଦଳ ରାଜନୀତି କରିବାକୁ ଚାହୁଁନି । ରାଜ୍ୟ ଓ କେନ୍ଦ୍ର ସରକାର ମିଶିକି କାମ କରିବା ଦରକାର । କାରଣ କିଛି କ୍ଷେତ୍ରର ରିପୋର୍ଟ କେନ୍ଦ୍ର ସରକାର ବି ଦେଉଛନ୍ତି । ଯଦି ସନ୍ଦେହ ଅଛି ଲୋକଙ୍କୁ ପଚାରା ଯାଉ, ଯାହା ହୋଇଛି ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।
କରୋନା ମହାମାରୀକୁ ନେଇ ବିଜେପି ହୀନ ରାଜନୀତି କରୁଛି- ବିଜେଡ଼ି
ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ଯ କରିବାକୁ ଚାହୁଁଥିବା ବେଳେ ଓଡ଼ିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି। ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।
ବିଜେପି ପ୍ରେସ୍‍ ବିବୃତ୍ତିର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି  ଯେ, ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ଓ ଦେଶର ଦୁଇ ସର୍ବୋଚ୍ଚ ନେତା ଏକମତ ଥିବାବେଳେ ରାଜ୍ୟ ବିଜେପି ନେତାମାନେ କିନ୍ତୁ ଏହାକୁ ନେଇ ରାଜନୀତି କରିବା ସେମାନଙ୍କ ପ୍ରେସ୍‍ ବିବୃତିରୁ ବାରି ହୋଇ ପଡୁଛି। ଏଭଳି ମହାମାରୀ ସମୟରେ ସରକାରଙ୍କୁ ପରାମର୍ଶ ଦେବା ସହିତ କରୋନା ଲଢେଇରେ ସାମିଲ ହେବା ପରିବର୍ତ୍ତେ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ରାଜ୍ୟ ବିଜେପି ନେତାମାନେ ସରକାରଙ୍କ ସମାଲୋଚନା ବଦଳରେ ଯଦି ଯୁକ୍ତିସଙ୍ଗତ ପରାମର୍ଶ ଓ ସମର୍ଥନର ହାତ ବଢେଇ ଥାନ୍ତେ ତେବେ ଓଡ଼ିଶାବାସୀ ଖୁସି ହୋଇଥାନ୍ତେ । ହେଲେ ତାହା ନକରି ନିଜର ରାଜନୈତିକ ଅସ୍ତିତ୍ୱ ଓ ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ରକ୍ଷା କରିବା ପାଇଁ କରୋନାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି । ଓଡିଶାବାସୀ ରାଜ୍ୟ ବିଜେପି ନେତାମାନଙ୍କ ମନୋଭାବ ସଂକ୍ରାନ୍ତରେ ଭଲଭାବେ ଅବଗତ ଓ ସେମାନଙ୍କର ଏଭଳି ହୀନ ରାଜନୈତିକ ମନ୍ତବ୍ୟକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।
ସାରଦାଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡ଼ି
ଭୁବନେଶ୍ୱର: ମାହାଙ୍ଗା ହେଉଛି ଏକ ସଂସ୍କୃତି ସମ୍ପନ୍ନ ମାଟି, କିନ୍ତୁ ଜଣେ ଅଭ୍ୟାସଗତ, ମିଥ୍ୟାବାଦୀ ଓ ବୃତ୍ତିଗତ ଅପରାଧୀ ସାରଦା ପ୍ରଧାନ ସେହି ପବିତ୍ର ମାଟିର ଗାରିମାକୁ ଭୁଲୁଣ୍ଠିତ କରିବାକୁ ଉଦ୍ୟମ କରୁଛନ୍ତି। ମାହାଙ୍ଗାରୁ ବିଧାନସଭାର ନିର୍ବାଚନ ଲଢ଼ିଥିବା ସାରଦା ପ୍ରଧାନ ଏବେ ଭୁବନେଶ୍ୱରରେ ଆତଙ୍କରାଜ ଚଳାଇଛନ୍ତି। ଲୋକଙ୍କ ଘରେ ପଶି ଗୁଣ୍ଡାଗର୍ଦ୍ଦି କରୁଛନ୍ତି।
ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍‍ ଏନ-୩ର ପ୍ଲାଟ ନଂ- ୨୧୧ ଘରେ ନିଜ ଅପରାଧିକ ସହଯୋଗୀଙ୍କୁ ଧରି ଜୋରଜବରଦସ୍ତ
ପ୍ରବେଶ କରି ଅଭଦ୍ରୋଚିତ ବ୍ୟବହାର, ଆକ୍ରମଣ, ସମ୍ପତ୍ତି ନଷ୍ଟ ଓ ଲୁଟ୍‍ ଭଳି ଜଘନ୍ୟ କାର୍ଯ୍ୟ କରିଥିବା ସମ୍ବନ୍ଧୀୟ ଅଭିଯୋଗ
ନୟାପଲ୍ଲୀ ଥାନା କେସ ନଂ-  ୧୪୫/୨୧ରେ ପଞ୍ଜିକୃତ ହୋଇଛି। ସାରଦା ପ୍ରଧାନ ଓରଫ ବୁଲୁଙ୍କ ନାମରେ ଅପରାଧିକ କାର୍ଯ୍ୟ ପାଇଁ
ମାହାଙ୍ଗା ଥାନାରେ କେସ ନଂ-୫୭/୯୯, ଜିଆର କେସ ନଂ- ୧୫୬/୨୦୦୨, ଜିଆର କେସ ନଂ- ୨୦୯/୯୯, ପିଏସ କେସ ନଂ
୪୬/୦୨ ମାମଲା ରୁଜୁ ହୋଇଛି। ଜିଆର କେସ ନଂ- ୨୦୯/୯୯ରେ ଗିରଫ ହୋଇ ୨୨ ଦିନ ଚୌଦ୍ୱାର ଜେଲ୍‍ରେ ରହିଥିଲେ।
ଇତିମଧ୍ୟରେ ନୟାପଲ୍ଲୀ ଥାନାରେ ଜନୈକ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ସହିତ ଡକାୟତି ମାମଲାରେ ଅଭିଯୁକ୍ତ
ସାରଦା ପ୍ରଧାନଙ୍କ ନାମରେ କେସ ନଂ- ୧୪୫/୨୧ ରୁଜୁ କରାଯାଇଛି। ବିପିଏଲ୍‍ ତାଲିକାଭୁକ୍ତ ଥିବା ସାରଦା ଖୁବ୍‍ କମ୍‍ ଦିନ
ଭିତରେ କିପରି କୋଟିପତି ହେଲେ ବୋଲି ବିଜେଡ଼ି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି ପ୍ରଶ୍ନ କରିବା ସହ ଏହାର ନିରପେକ୍ଷ ତଦନ୍ତ
ଦାବି କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି ମାହାଙ୍ଗା ବ୍ଲକ ଚେୟାରମ୍ୟାନ୍‍ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ୍‍ ସବିତା
ଓଝା, ଉଭୟ ବ୍ଲକର ଭାଇସ୍‍ ଚେୟାରମ୍ୟାନ୍‍ ରସିଦା ବେଗମ ଓ ସବିତା ମହାନ୍ତିଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜୁ
ଜନତା ଦଳର ଶତାଧିକ କର୍ମୀ ଓ ନେତୃମଣ୍ଡଳୀ ଭୁବନେଶ୍ୱର/କଟକ କମିଶନରେଟ୍‍ ପୋଲିସ୍‍ର କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ
କରିଥିଲେ ଏବଂ ଉକେସ ନଂ- ୧୪୫/୨୧ରେ ଭାରତୀୟ ଦଣ୍ଡବିଧାନ ଆଇନ୍‍ର ଧାରା ୪୫୦ ଓ ୩୯୫ ଭଳି ସଙ୍ଗୀନ ଦଫାରେ
ଅଭିଯୁକ୍ତ ସାରଦା ପ୍ରଧାନ ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଥିଲେ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ୧୯୯୭ ମସିହାରେ ବିପିଏଲ୍‍ ତାଲିକାଭୁକ୍ତ ଥିଲେ ଏବେ ସେ କୋଟି କୋଟି
ଟଙ୍କା ସମ୍ପତ୍ତିର ଅଧିକାରୀ। ତାଙ୍କ ନିର୍ବାଚନୀ ସତ୍ୟପାଠରେ ସେ ଏହାକୁ ଉଲ୍ଲେଖ କରିଛନ୍ତି। ଏହି ଧନ କେଉଁ ଉତ୍ସରୁ ଅର୍ଜନ କରିଛନ୍ତି
ତାହା ତଦନ୍ତ ସାପେକ୍ଷ। ସାରଦା ପ୍ରଧାନଙ୍କ ନାମରେ ୨୦୦୨ରୁ ୨୦୨୦ ମଧ୍ୟରେ ଅନେକ ଫୌଜଦାରୀ ମାମଲା ମଧ୍ୟ ରୁଜୁ
ହୋଇଛି। ଧନୀ ଓ ଅପରାଧରେ ଜଡ଼ିତ ଲୋକଙ୍କ ପାଖରେ ମୂଲ୍ୟବାନ ସାମଗ୍ରୀ ପହଞ୍ଚାଇବା, ଓଆରଏଚଡିସିରେ ଅନିୟମିତତା
କରିବା, ଋଣ ଆଣି ଫେରସ୍ତ ନ କରିବା, ଦଳିତ ଲୋକଙ୍କ ଘରେ ପଶି ଆକ୍ରମଣ କରିବା ଭଳି ଅପରାଧରେ ସେ ଜଡ଼ିତ ଅଛନ୍ତି।
ଭାରତୀୟ ଜନତା ପାର୍ଟିର ସମର୍ଥନ ପାଇ ସାରଦା ପ୍ରଧାନ ଓରଫ ବୁଲୁଙ୍କର ଔଦ୍ଧତ୍ୟାମୀ ଦିନକୁ ଦିନ ଆହୁରି ବଢ଼ିଚାଲଛି। ଭାରତୀୟ
ଜନତା ପାର୍ଟି ଏକ ରାଷ୍ଟ୍ରୀୟ ଦଳ ହିସାବରେ ସମାଜକୁ କଳଙ୍କିତ କରୁଥିବା ଏକ ଘୃଣ୍ୟ ବ୍ୟକ୍ତିତ୍ୱକୁ ପ୍ରୋତ୍ସାହନ ନ ଦିଅନ୍ତୁ ବୋଲି ଶ୍ରୀ
ମହାନ୍ତି ଅନୁରୋଧ କରିଛନ୍ତି। ସମାଜର ବୃହତ୍ତର ସ୍ୱାର୍ଥ ପାଇଁ ଭାରତୀୟ ଜନତା ପାର୍ଟିର ନେତା ବୋଲାଉଥିବା ଶ୍ରୀ ସାରଦା ପ୍ରଧାନ
ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯାଉ।
ବିଜେପି ଉପରେ ବର୍ଷିଲା ବିଜେଡ଼ି, କେନ୍ଦ୍ରର ଇଚ୍ଛାଶକ୍ତି ଅଭାବରୁ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ପୁଣି ଦେଖିବାକୁ ମିଳିଛି ବୈମାତୃକ ମନୋଭାବ । ପ୍ରାକୃତିକ ବିପର୍ଯ୍ଯୟର ବାରମ୍ବାର ଶିକାର ହେଉଥିବା ଓଡ଼ିଶାକୁ ପୁଣି ଠକି ଦେଇଛନ୍ତି ମୋଦୀ ସରକାର। ପ୍ରେସମିଟରେ ବିଜେଡି ଆଜି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରିଛି। ୧୪ ଲକ୍ଷ ହିତାଧିକାରୀଙ୍କ ହକ୍ ସହ ଖେଳୁଛନ୍ତି କେନ୍ଦ୍ର ସରକାର । ଫନି ସମୟରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର କରାଯିବ କହିଥିଲେ ପ୍ରଧାନମନ୍ତ୍ରୀ । ୮ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା ।
ଆଜି ପର୍ଯ୍ଯନ୍ତ ଫନିର ଗୋଟିଏ ଘର ପାଇଁ କେନ୍ଦ୍ରର ଅନୁମତି ମିଳିନି। ରାଜ୍ୟ ପଠାଇଥିବା ତାଲିକାକୁ ଚାପି ବସିଛି କେନ୍ଦ୍ର। ଅନ୍ୟ ୬ ଲକ୍ଷ ପ୍ରକୃତ ହତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି। ଏଭଳି ଭାବେ ମୋଟ୍ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ୧୨ ମାର୍ଚ୍ଚ ୨୦୧୯ ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ୱେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇ ନାହାନ୍ତି ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲଖିଥିଲେ ବି ଏଥିପ୍ରତି କେନ୍ଦ୍ର ଧ୍ୟାନ ଦେଇନାହିଁ । ବିଜେପି ଶାସିତ ରାଜ୍ୟ ମାନଙ୍କ ହିତାଧିକାରୀଙ୍କୁ ଆୱାସ ଯୋଜନାରେ ସାମିଲ୍ କରିସାରିଛି କେନ୍ଦ୍ର । ହେଲେ ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଛି ବିଜେଡି । ୨୦୧୭-୧୮ରେ ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ଓଡ଼ିଶା ପୁରସ୍କୃତ ହୋଇଥିଲା । ହେଲେ ଆଜି ଓଡ଼ିଶା ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ଫନି ସମୟରେ କେନ୍ଦ୍ର ସରକାର ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପକ୍କାଘର ଦେବା ପ୍ରତିଶ୍ରୁତି ଦେଇଥିଲେ । ଆନୁଷଙ୍ଗିକ କାଗଜ ପତ୍ର ବାରମ୍ବାର ମଗାଯାଇଥିଲା ।
ଓଡ଼ିଶା ସରକାର ଏହାକୁ ଯୋଗାଇ ଦେବା ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ଘର ଯୋଗାଇ ଦେଇନାହାନ୍ତି । ରାଜ୍ୟ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦମାନେ ଓଡିଶା ଲୋକଙ୍କ ସ୍ୱାର୍ଥ ପାଇଁ ଲଢିବା ପରିବର୍ତ୍ତେ ଓଡ଼ିଶା ଲୋକଙ୍କୁ ତାଙ୍କ ହକରୁ ବଞ୍ଚାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି ।
ଭୁବନେଶ୍ୱର: ବିଜେଡିକୁ ବଦନାମ୍ କରିବାକୁ ଅପଚେଷ୍ଟ କରୁଛି ବିଜେପି। ମାହାଙ୍ଗା ଭଳି ସଂସ୍କୃତି ସମ୍ପନ୍ନ ମାଟିକୁ ବଦନାମ୍ କରିବାକୁ ଅପଚେଷ୍ଟ କରୁଛନ୍ତି ବିଜେପି ନେତା ସାରଦା ପ୍ରଧାନ। । ନୟାପଲ୍ଲୀ ଥାନା ଅଞ୍ଚଳରେ ହୋଇଥିବା ଅପରାଧିକ କାର୍ଯ୍ଯ ଏହା ସୂଚିତ କରୁଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ବୁଲୁ ପ୍ରଧାନ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ କଳଙ୍କ । ତାଙ୍କ ଇତିହାସ କହେ, ସେ ଜଣେ ଘୃଣ୍ୟ ବ୍ୟକ୍ତି । ୧୯୯୭ ମସିହାରେ ସାରଦା ବିପିଏଲ ଶ୍ରେଣୀଭୁକ୍ତ ଥିଲେ । ଆଜି ସାରଦା ପ୍ରଧାନ କୋଟି କୋଟି ଟଙ୍କାର ମାଲିକ । ମାହାଙ୍ଗା ବିକାଶ ପରିଷଦ ନାଁରେ ସେ କୋଟି କୋଟି ଚଳୁ କରିଛନ୍ତି । ୧୯୯୯ ମସିହାରେ ସେ ନିଜ ଭାଇକୁ ହଇରାଣ କରି ୧୪ ଦିନ ଚୌଦ୍ୱାର ଜେଲରେ ଥିଲେ । ସେଭଳି ଲୋକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରିଛନ୍ତି । ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ କୌଣସି ସମ୍ପୃକ୍ତି ନାହିଁ । ରାଜନୈତିକ ଅଭିସନ୍ଧି ରଖି ବିଜେପି ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଶୁକ୍ରବାର ଅନୁଷ୍ଠିତ ବିଜେଡି ପ୍ରେସମିଟରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମର୍ଡର କେସରେ ଅପରାଧୀଙ୍କୁ ସହଯୋଗ କରୁଛି ରାଜ୍ୟ ବିଜେପି । ୫ ଥର ମାଟ୍ରିକରେ ଫେଲ ହୋଇଥିବା ହାର୍ଡକୋର କ୍ରିମିନାଲ ନୀତି ନୈତିକତା ନ ଶିଖାନ୍ତୁ । ରାଜନୀତିକୁ ଏତେ ତଳସ୍ତରକୁ ନେବାର କୌଣସି ଯଥାର୍ଥତା ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ସବିତା ଓଝା, । ମାହାଙ୍ଗା ଚେୟାରମ୍ୟାନ ଶରତ କୁମାର ନାୟକ, ମାହାଙ୍ଗା ଭାଇସ ଚେୟାର ମ୍ୟାନ ରସିତା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।