Odisha Kendu leaf workers - The Sakala

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା
ଭୁବନେଶ୍ବର : ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ ୧୦୦୦ ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା ।ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି । ହିତାଧିକାରୀଙ୍କ ଖାତାକୁ ୪୩କୋଟି ଟଙ୍କା ଦିଆଗଲା । DBT ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । କେନ୍ଦୁପତ୍ର ହେଉଛି ଗରିବ ଲୋକ ର ଦାନା ପାଣିର କଥା । ତେଣୁ ତା ଉପରେ ୧୮%GST କୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବୀ କରିଥିଲେ ।

ଆଜି ନୂଆପଡ଼ା କଳାହାଣ୍ଡି କୋରାପୁଟ ନବରଙ୍ଗପୁର ଅନୁଗୁଳ ସମ୍ବଲପୁର ଝାରସୁଗୁଡା କନ୍ଧମାଳ, ବୌଦ୍ଧ, କେଉଁଝର ଦେବଗଡ଼, ଓ ବଲାଙ୍ଗୀର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀ ମାନଙ୍କୁ ଆଜି ସହାୟତା ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ  ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ଯାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ ସୂଚନା କରିଥିଲେ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡାଃ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ , ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଇଶ୍ଵର ଶବର ଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି କେନ୍ଦୁପତ୍ର ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ମିଳିବା ନେଇ ଘୋଷଣା କରିଥିଲେ।  ଏଥି ସହିତ ତାେଳାଳୀ ଓ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯାେଜନାରେ ସାମିଲ ହେବେ । ଏଥି ସହିତ କେନ୍ଦୁପତ୍ର ତୋଳାଳୀଙ୍କ ପିଲା ମାନଙ୍କୁ ଶିକ୍ଷା ପାଇଁ ବୃତ୍ତି ମିଳିବ। ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ପରିଚୟପତ୍ର । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ୧୫ ଦିନକୁ ବଢ଼ିବ । ଯାହା ଘୋଷଣା କରିଥିଲେ ତାହା ମାତ୍ର ୪ ଦିନରେ ମୁଖ୍ୟମନ୍ତ୍ରୀ ପୂରଣ କରିବା ସହ ଆଜି ପ୍ରଦାନ କରାଯାଇଛି।

କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକଙ୍କ ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ସଙ୍ଘ
ଭୁବନେଶ୍ୱର: ଗତ ୧୬ ତାରିଖରେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଏକ ୫୦ ଜଣିଆ ପ୍ରତିନିଧି ଦଳ ସଭାପତି ପ୍ରଭାତ ମହାନ୍ତିଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଉପରେ ଫଳପ୍ରଦ ଆଲୋଚନା କରିଥିଲେ। ମାନ୍ୟବାର ମୁଖ୍ୟମନ୍ତ୍ରୀ ସମସ୍ତ ଦାବି ଯୁକ୍ତିଯୁକ୍ତ ଓ ଏହା ଶୀଘ୍ର ପୁରାଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ସେହିକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୩ ତାରିଖରେ କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ମାନଙ୍କ ପାଇଁ ଯଥାକ୍ରମେ ୧୫୦୦ ଓ ୧୦୦୦ ଟଙ୍କାର ବୋନସ ପ୍ରଦାନ , ଅବସର ନେଇଥିବା ସର୍କଲ ଚେକର ଓ ବାଇଣ୍ଡିଙ୍ଗ ଚେକରଙ୍କ ଗ୍ରାବ୍ୟୁଇଟିକୁ ୧୫ ଦିନକୁ ବୃଦ୍ଧି, ସମସ୍ତ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା, କର୍ମଚାରୀଙ୍କ ପିଲାମାନଙ୍କୁ ବୃତ୍ତି ଇତ୍ୟାଦି ଦାବି ପୂରଣ କରିଛନ୍ତି । ମୁନାସି, ଚପରାଶିଙ୍କ କାର୍ଯ୍ଯ ଦିବସ ବୃଦ୍ଧି ଦାବି ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯାଉଥିବାର ସୂଚନା ମିଲିଛି । ମୁଖ୍ୟମନ୍ତ୍ରୀଙ୍କ ଏହି କଲ୍ୟାଣକାରୀ ଘୋଷଣା ନିମନ୍ତେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ସଭାପତି ପ୍ରଭାତ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାନ ଓ କୃତଜ୍ଞନ୍ତା ଜଣାଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ରହିଛନ୍ତି। ଏହି ବୃହତ ଗୋଷ୍ଠୀର ସାମାଜିକ ଓ ଅର୍ଥନୈତିକ ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଏହିକ୍ରମରେ ରାଜ୍ୟର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସହାୟତା ପ୍ୟାକେଜ୍‍ ଘୋଷଣା କରିଥିଲେ। ସେମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ଓ ପରିବାରର ମେଧାବୀ ପିଲାଙ୍କୁ ଛାତ୍ରବୃତ୍ତି ଯୋଜନାରେ ସାମିଲ କରାଯିବ।

ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଅନୁରୂପ ଭାବରେ ଋତୁକାଳୀନ କର୍ମଚାରୀ (ସିଜିନାଲ ଷ୍ଟାଫ) ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ। ସମସ୍ତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। ସେହିପରି କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯିବ। କେନ୍ଦୁପତ୍ର ସଂଗ୍ରହ ସହ ଜଡିତ ଥିବା ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ। ସର୍କଲ ଚେକ୍‍ରସ୍‍ ଓ ବାଇଣ୍ଡିଂ ଚେକର୍‍ସମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ। ସେହିପରି ସମସ୍ତ ତୋଳାଳୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଦିନକ ପୂର୍ବରୁ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ କର୍ମଚାରୀମାନଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି କରିଥିଲେ। ଏହା ସହ କେନ୍ଦୁପତ୍ର ଉପରୁ ସଂଗ୍ରହ ଦ୍ରବ୍ୟ ଓ ସେବାକର(ଜିଏସଟି) ୧୮%କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରସଙ୍ଗର ଗୁରୁତ୍ୱକୁ ଅନୁଭବ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ କେନ୍ଦୁପତ୍ର ତୋଳାଳିଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହାକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି ସ୍ବାଗତ କରିଛନ୍ତି। ଅନୁରୂପ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ପାଇଁ ଯାହା କରି ହେବ, ତାହା ସୁନିଶ୍ଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁପତ୍ର ତୋଳିବା, ବାନ୍ଧିବା ସହ ଅଧିକାଂଶ ଗରିବ ଲୋକ ଜଡିତ। ସେହିପରି ରାଜ୍ୟର ବହୁ ଜନଜାତି ମା’ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରିଥା’ନ୍ତି। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ‘ମୋ ସରକାର’ ସବୁବେଳେ କାମ କରି ଆସୁଛି। ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ବୋନସ ଦିଆଯାଉଛି। ଓଡ଼ିଶାର ଏହି ନୀତି ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗତ ସପ୍ତାହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ କେନ୍ଦୁପତ୍ର ତୋଳାଳିମାନଙ୍କ ବିଭିନ୍ନ ସମସ୍ୟା ନେଇ ତିନିଥର ଆଲୋଚନା କରିଥିଲେ। ନୂଆ ଘୋଷଣା ସହ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ଜିଏସଟି(୧୮%) ହ୍ରାସ ନେଇ ଲଢେଇ ଜାରି ରଖିବେ ବୋଲି କହିଛନ୍ତି।

୧୮%ର ଜିଏସଟି ସ୍ଲାବ୍‍ ଏହି ବର୍ଗ ଉପରେ ବହୁତ ଅଧିକ। ତେଣୁ କେନ୍ଦୁପତ୍ର ଉପରୁ ଏହି ହାରରେ ଜିଏସଟି ଉଚ୍ଛେଦ କରିବା ନେଇ ଦାବି ଜାରି ରହିବ। ସେହିପରି ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ପୁଣିଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। କେନ୍ଦୁପତ୍ର କାରବାରରୁ ହେଉଥିବା ସାମଗ୍ରିକ ରୋଜଗାରର ସିଂହଭାଗ କେନ୍ଦ୍ର ସରକାର ଜିଏସ୍‍ଟି ବାବଦରେ ନେଉଛନ୍ତି। ଯାହା କେନ୍ଦୁପତ୍ର ତୋଳାଳିଙ୍କ ଅର୍ଥନୈତିକ ଉନ୍ନତିରେ ବାଧକ। କେନ୍ଦୁପତ୍ର ତୋଳା ସହ ଜଡ଼ିତ ଥିବା ବର୍ଗ ଅତ୍ୟନ୍ତ ଗରିବ। ତେଣୁ ଏହି ବର୍ଗ ଉପରେ ୧୮% ଜିଏସଟି ମାଡ଼ ଦୁର୍ବିସହ ବୋଲି କୁହାଯାଉଛି। କେନ୍ଦୁପତ୍ର ତୋଳାଳି ମୁଖ୍ୟତଃ ଅନୁସୂଚିତ ଜନଜାତି ଓ ଜାତି, ଓବିସି ବର୍ଗର ହୋଇଥିବା ବେଳେ ବହୁ ସଂଖ୍ୟକ ମହିଳା ଏହି କ୍ଷେତ୍ରରେ କାମ କରିଥାନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ୍‍ ଅଞ୍ଚଳ ଓ ଫାଲ ଅଞ୍ଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି କରାଯାଇଥିଲା। ଗତ ଏପ୍ରିଲରେ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୭.୫୦ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସହ ବନ୍ଧାଳୀ ଓ ଅନ୍ୟାନ୍ୟ ଋତୁକାଳୀନ କର୍ମଚାରୀ ଉପକୃତ ହୋଇ ଆସୁଛନ୍ତି।ଏହି ବାବଦରେ ରାଜ୍ୟ ତହବିଲରୁ ୨୪୦ କୋଟି ଟଙ୍କା ବ୍ୟୟ ହେଉଛି। ଏହା ବ୍ୟତୀତ ବୋନସ୍‍ ଓ ବିଭିନ୍ନ ଭତ୍ତା ବାବଦରେ ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ କେରି ପ୍ରତି ୧.୨୦ ପଇସାରୁ ୧.୪୦ ପଇସା ହିସାବରେ କେରି ପ୍ରତି ୨୦ ପଇସା ବୃଦ୍ଧି କରିଥିଲେ। ସେହିପରି ୫୦ ଭାଗ ବୋନସ, ବନେ୍ଧଇ ଶ୍ରମିକ ଓ ସିଜିନାଲ୍‍ କର୍ମଚାରୀମାନଙ୍କ ପାଇଁ ଶତକଡା ୧୦ ଭାଗ ପ୍ରୋତ୍ସାହନ ସହାୟତା ଘୋଷଣା କରାଯାଇଥିଲା। ତୋଳାଳିମାନଙ୍କ ସାମାଜିକ ନିରାପତ୍ତା ସହାୟତା ପାଇଁ ୨୦୦୦ କେରୀପତ୍ର ଯୋଗ୍ୟତାର ମାପଦଣ୍ଡକୁ ୧୦୦୦ କେରୀ କରିବା ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୧୦୮ ବଣ୍ଡଲ ପତ୍ର ବନେ୍ଧଇ କରିବା ଘୋଷଣା କରାଯାଇଥିଲା। କରୋନା ମହାମାରୀ ସତ୍ତ୍ବେ ୨୦୨୧ ମସିହାରେ କେନ୍ଦୁପତ୍ର ତୋଳାଳିମାନେ ପାଖାପାଖି ୧୨୫୪.୬ ନିୟୁତ କେରି କେନ୍ଦୁପତ୍ର ବିକ୍ରି କରିଥିବା ବେଳେ ଏ ବାବଦକୁ ପାଖାପାଖି ୧୬୬.୭୬ କୋଟି ଟଙ୍କା ଆୟ କରିଥିଲେ। ସେହିପରି ୨୦୨୦ ମସିହାରେ ୪୬୪ ନିୟୁତ କେରି ବିକ୍ରି କରି କେନ୍ଦୁପତ୍ର ତୋଳାଳିମାନେ ପାଖାପାଖି ୯୪.୮୫ କୋଟି ଟଙ୍କା ଆୟ କରିଥିଲେ। ଜଙ୍ଗଲ ଅଧିକାର ଆଇନ୍‍ ୨୦୦୬ ଅନୁସାରେ ଜଙ୍ଗଲରୁ କେନ୍ଦୁପତ୍ର ତୋଳିବା ବନବାସୀମାନଙ୍କର ଅଧିକାର। ଏହି ପରିପ୍ରେକ୍ଷୀରେ ଏପ୍ରିଲ ମାସରୁ କେନ୍ଦୁପତ୍ର ତୋଳା ଋତୁ ଆରମ୍ଭ ହୋଇଥାଏ। ଯେଉଁଥିରେ ପାଖାପାଖି ୭ ଲକ୍ଷ ୬୬ ହଜାର ୬୯୮ ଜଣ ନିୟୋଜିତ ହୋଇଥାନ୍ତି। ଖରା ମାସରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ଜଙ୍ଗଲ ଅଧିବାସୀମାନେ କାମ ଧନ୍ଦା ନ ପାଇ ରହୁଥିବା ବେଳେ ଜଙ୍ଗଲରୁ କେନ୍ଦୁପତ୍ର ତୋଳି କେରି ପିଛା ବିଭିନ୍ନ ସଂସ୍ଥାକୁ ୧.୨୦ ପଇସାରେ ବିକ୍ରି କରନ୍ତି। ଏହାବାଦ ପାଖାପାଖି ୨୦ ହଜାର ଅଣକୁଶଳୀ ଶ୍ରମିକ ମେ’ରୁ ଅକ୍ଟୋବର ମାସ ମଧ୍ୟରେ କେନ୍ଦୁପତ୍ରକୁ ବାନ୍ଧି ସେଥିରୁ ଦି’ପଇସା ଲାଭ କରିଥାନ୍ତି।

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ପ୍ରତି ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ମିଳିବ । ତାେଳାଳୀ ଓ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯାେଜନାରେ ସାମିଲ ହେବେ । ଏଥି ସହିତ କେନ୍ଦୁପତ୍ର ତୋଳାଳୀଙ୍କ ପିଲା ମାନଙ୍କୁ ଶିକ୍ଷା ପାଇଁ ବୃତ୍ତି ମିଳିବ।

ଏଥି ସହିତ ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ପରିଚୟପତ୍ର । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ୧୫ ଦିନକୁ ବଢ଼ିବ । ଏଥି ସହିତ କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ପାଇଁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି।ଏମାନେ ଗରିବ ଲୋକ ।ବହୁ ଜନଜାତି ମା ମାନେ ମଧ୍ଯ କେନ୍ଦୁପତ୍ର ତୋଳିବା କାମ କରନ୍ତି। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରି ଆସୁଛି।

ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି। ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି । ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି  ଏହି ପ୍ୟାକେଜ ଘୋଷଣା କରୁଛି ।

• ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ।

• ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।

• କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତ୍ତି ପ୍ରଦାନ କରାଯିବ। ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ।

• ସର୍କଲ ଚେକ୍‌ରସ୍‌ ଓ ବାଇଣ୍ଡିଂ ଚେକର୍‌ସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନ ରୁ ବୃଦ୍ଧି କରି କୁ ୧୫ ଦିନ କରାଯିବ।

• ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ।

• କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି,ଯାହାର ଉଚ୍ଛେଦ ପାେ କେନ୍ଦ୍ର ସରକାରଙ୍କ ନିକଟରେ ମୋର ଦୃଢ ଦାବି ରହିଛି ଏବଂ ରହିବ।

ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ ଓଡ଼ିଶା କେନ୍ଦ୍ରପତ୍ର କର୍ମଚାରୀ ସଂଘ । ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ଆସିଥିବା ସଂଘ ପକ୍ଷରୁ କୁହାଯାଇ ଥିଲା ଯେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଇପିଏଫ୍‍ ବ୍ୟବସ୍ଥା କରି ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି। ତେବେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସ୍‍ଟି ଲାଗୁ କରିବା ହେତୁ ଏହାର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଲାଭ କମୁଛି। କେନ୍ଦୁପତ୍ର ଉପରୁ ବୋନସ୍‍ ହ୍ରାସ କରିବା ପାଇଁ ଆମେ ବାରମ୍ବାର ଦାବି କରିଥିବା ବେଳେ ୨୦୧୯ ନିର୍ବାଚନରେ ବିଜେପି ନିଜର ଇସ୍ତାହାରରେ ଏହାକୁ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ଦାବି ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଉପରେ ଚାପ ପକାଇବା ଜରୁରୀ ବୋଲି ସଂଘ କହିଛି। ସେହିପରି ୨୦୧୮ରେ ଶେଷ ଥର ପାଇଁ ଋତୁକାଳୀନ ଶ୍ରମିକଙ୍କର ମଜୁରୀ ବୃଦ୍ଧି କରାଯାଇ ଥିବା ବେଳେ ଇତିମଧ୍ୟରେ ଚାରିବର୍ଷ ବିତଲାଣି। ତେଣୁ ଆଗାମୀ ଋତୁ ପୂର୍ବରୁ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି କରିବା ଆବଶ୍ୟକ ବୋଲି ଓଡ଼ିଶା କେନ୍ଦ୍ରପତ୍ର କର୍ମଚାରୀ ସଂଘ କହିଥିଲା।