Kendu leaf workers - The Sakala
ଭୁବନେଶ୍ୱର: ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ମୃତ କେନ୍ଦୁପତ୍ର କର୍ମଚାରୀଙ୍କ ନାଁରେ ହୋଇଥିବା ଅର୍ଥ ଅନିୟମିତତା ଘଟଣାକୁ ପିସିସିଏଫ୍‌‌ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟ ଗୁରୁତର ସହ ନେଇଛି। ଏହି ଘଟଣାରେ ଯେଉଁ ସରକାରୀ ଅର୍ଥ ଅପବ୍ୟୟ ହୋଇଛି, ତାହା ଅସୁଲ ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ଜଣାଇବା ପାଇଁ ପିସିସିଏଫଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କେଉଁ ପରିସ୍ଥିତିରେ ଏଭଳି ଅବହେଳା ହୋଇଛି, ଏବଂ ଦୁଇଥର ଦିଆଯାଇଥିବା ଟଙ୍କା ଅସୁଲ କରିବା ପାଇଁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦେବା ପାଇଁ ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୬ ତାରିଖରେ ‘ସକାଳ’ରେ ଏନେଇ ‘କାହା ନାଁରେ ଦୁଇଥର; ନାଁ ନ ଥାଇ ବି ସହାୟତା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ କେନ୍ଦୁପତ୍ର କର୍ମଚାରୀଙ୍କୁ ଦିଆଯାଇଥିବା ଅର୍ଥ ଅନିୟମିତତା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।
ପିସିସିଏଫ୍‌‌ଙ୍କ କାର୍ଯ୍ୟାଳୟରୁ ହୋଇଥିବା ଚିଠିରେ ‘ସକାଳ’ରେ ପ୍ରକାଶିତ ଖବର ଆଧର କରିବା ସହିତ ବଲଙ୍ଗିର ସର୍କଲଲ(କେନ୍ଦୁପତ୍ର) ସର୍କଲର ସିସିଏଫ ମଧ୍ୟ ଘଟଣାର ସତ୍ୟତା ନେଇ ପିସିସିଏଫଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଛନ୍ତି। ୮ ଜଣ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ଦୁଇଥର ପ୍ରଦାନ କରାଯାଇଥିବା ସେ ଦର୍ଶାଇଛନ୍ତି। ଏହା ସହିତ ଟିଟଲାଗଡ଼ ଷ୍ଟେଟ୍‌‌ବ୍ୟାଙ୍କ ସନ୍ଧ୍ୟାକାଳୀନ ବ୍ରାଞ୍ଚର ମୁଖ୍ୟ ପରିଚାଳକ ମଧ୍ୟ ଏହି ଦେୟ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ତେଣୁ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏ ବାବଦରେ ରିପୋର୍ଟ ପ୍ରଦାନ କରିବାରୁ ବର୍ତ୍ତମାନ ଟିଟଲାଗଡ଼ ଡିଏଫଓ ଲକ୍ଷ୍ମଣ ମାର୍ଣ୍ଡିଙ୍କୁ କୁହାଯାଇଛି। ସୂଚନା ଥାଉ କି ଟିଟଲାଗଡ଼ କେନ୍ଦୁପତ୍ର ଡିଭିଜନର ଫେବୃଆରୀ ୨୦୧୯ରୁ ଜୁଲାଇ ୨୦୨୨ ମଧ୍ୟରେ ୮ ଜଣ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ଦୁଇ ଥର ପ୍ରଦାନ କରାଯାଇଥିବା ବେଳେ ବିନା ଅନୁମୋଦନରେ ଅନ୍ୟ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏହି ସମୟରେ ଟିଟଲାଗଡ଼ (କେନ୍ଦୁପତ୍ର) ଡିଏଫ୍‌‌ଓ ଦେବପ୍ରିୟ କମ୍ପ କାର୍ଯ୍ୟ କରୁଥିଲେ।
ଟିଟିଲାଗଡ଼ ଡିଏଫଓ ଲକ୍ଷ୍ମଣ ମାର୍ଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତତ୍‌‌କାଳୀନ ଡିଏଫ୍‌‌ଓ ପ୍ରିୟବ୍ରତ କମ୍ପକଙ୍କ ସହିତ ଅନ୍ୟ ଜଣେ ସହାୟକ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। କାହାଠାରୁ ଏହି ଅର୍ଥ ଅସୁଲ କରାଯିବ ସେନେଇ ନିଷ୍ପତ୍ତି ହୋଇ ନାହିଁ। ଖୁବଶୀଘ୍ର ଏହି ଘଟଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସହିତ ପିସିସିଏଫଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଶ୍ରୀ ମାର୍ଣ୍ଡି କହିଛନ୍ତି।
କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା
ଭୁବନେଶ୍ବର : ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ ୧୦୦୦ ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା ।ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି । ହିତାଧିକାରୀଙ୍କ ଖାତାକୁ ୪୩କୋଟି ଟଙ୍କା ଦିଆଗଲା । DBT ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । କେନ୍ଦୁପତ୍ର ହେଉଛି ଗରିବ ଲୋକ ର ଦାନା ପାଣିର କଥା । ତେଣୁ ତା ଉପରେ ୧୮%GST କୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବୀ କରିଥିଲେ ।
ଆଜି ନୂଆପଡ଼ା କଳାହାଣ୍ଡି କୋରାପୁଟ ନବରଙ୍ଗପୁର ଅନୁଗୁଳ ସମ୍ବଲପୁର ଝାରସୁଗୁଡା କନ୍ଧମାଳ, ବୌଦ୍ଧ, କେଉଁଝର ଦେବଗଡ଼, ଓ ବଲାଙ୍ଗୀର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀ ମାନଙ୍କୁ ଆଜି ସହାୟତା ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ  ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ଯାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ ସୂଚନା କରିଥିଲେ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡାଃ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ , ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଇଶ୍ଵର ଶବର ଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି କେନ୍ଦୁପତ୍ର ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ମିଳିବା ନେଇ ଘୋଷଣା କରିଥିଲେ।  ଏଥି ସହିତ ତାେଳାଳୀ ଓ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯାେଜନାରେ ସାମିଲ ହେବେ । ଏଥି ସହିତ କେନ୍ଦୁପତ୍ର ତୋଳାଳୀଙ୍କ ପିଲା ମାନଙ୍କୁ ଶିକ୍ଷା ପାଇଁ ବୃତ୍ତି ମିଳିବ। ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ପରିଚୟପତ୍ର । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ୧୫ ଦିନକୁ ବଢ଼ିବ । ଯାହା ଘୋଷଣା କରିଥିଲେ ତାହା ମାତ୍ର ୪ ଦିନରେ ମୁଖ୍ୟମନ୍ତ୍ରୀ ପୂରଣ କରିବା ସହ ଆଜି ପ୍ରଦାନ କରାଯାଇଛି।
କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ପ୍ରତି ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ମିଳିବ । ତାେଳାଳୀ ଓ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯାେଜନାରେ ସାମିଲ ହେବେ । ଏଥି ସହିତ କେନ୍ଦୁପତ୍ର ତୋଳାଳୀଙ୍କ ପିଲା ମାନଙ୍କୁ ଶିକ୍ଷା ପାଇଁ ବୃତ୍ତି ମିଳିବ।
ଏଥି ସହିତ ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ପରିଚୟପତ୍ର । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ୧୫ ଦିନକୁ ବଢ଼ିବ । ଏଥି ସହିତ କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ପାଇଁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି।ଏମାନେ ଗରିବ ଲୋକ ।ବହୁ ଜନଜାତି ମା ମାନେ ମଧ୍ଯ କେନ୍ଦୁପତ୍ର ତୋଳିବା କାମ କରନ୍ତି। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରି ଆସୁଛି।
ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି। ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି । ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି  ଏହି ପ୍ୟାକେଜ ଘୋଷଣା କରୁଛି ।
• ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ।
• ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।
• କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତ୍ତି ପ୍ରଦାନ କରାଯିବ। ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ।
• ସର୍କଲ ଚେକ୍‌ରସ୍‌ ଓ ବାଇଣ୍ଡିଂ ଚେକର୍‌ସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନ ରୁ ବୃଦ୍ଧି କରି କୁ ୧୫ ଦିନ କରାଯିବ।
• ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ।
• କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି,ଯାହାର ଉଚ୍ଛେଦ ପାେ କେନ୍ଦ୍ର ସରକାରଙ୍କ ନିକଟରେ ମୋର ଦୃଢ ଦାବି ରହିଛି ଏବଂ ରହିବ।
ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ ଓଡ଼ିଶା କେନ୍ଦ୍ରପତ୍ର କର୍ମଚାରୀ ସଂଘ । ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ଆସିଥିବା ସଂଘ ପକ୍ଷରୁ କୁହାଯାଇ ଥିଲା ଯେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଇପିଏଫ୍‍ ବ୍ୟବସ୍ଥା କରି ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି। ତେବେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସ୍‍ଟି ଲାଗୁ କରିବା ହେତୁ ଏହାର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଲାଭ କମୁଛି। କେନ୍ଦୁପତ୍ର ଉପରୁ ବୋନସ୍‍ ହ୍ରାସ କରିବା ପାଇଁ ଆମେ ବାରମ୍ବାର ଦାବି କରିଥିବା ବେଳେ ୨୦୧୯ ନିର୍ବାଚନରେ ବିଜେପି ନିଜର ଇସ୍ତାହାରରେ ଏହାକୁ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ଦାବି ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଉପରେ ଚାପ ପକାଇବା ଜରୁରୀ ବୋଲି ସଂଘ କହିଛି। ସେହିପରି ୨୦୧୮ରେ ଶେଷ ଥର ପାଇଁ ଋତୁକାଳୀନ ଶ୍ରମିକଙ୍କର ମଜୁରୀ ବୃଦ୍ଧି କରାଯାଇ ଥିବା ବେଳେ ଇତିମଧ୍ୟରେ ଚାରିବର୍ଷ ବିତଲାଣି। ତେଣୁ ଆଗାମୀ ଋତୁ ପୂର୍ବରୁ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି କରିବା ଆବଶ୍ୟକ ବୋଲି ଓଡ଼ିଶା କେନ୍ଦ୍ରପତ୍ର କର୍ମଚାରୀ ସଂଘ କହିଥିଲା।