10th class summative-1 - The Sakala

ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‍ ନେବେନି ଶିକ୍ଷକ : କପି ରୋକିବେ ୩୬ଟି ସେଣ୍ଟ୍ରାଲ ସ୍କ୍ୱାଡ୍‍, ୭୪ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‍
କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍‍ ଆସେସ୍‍ମେଣ୍ଟ (ଏସ୍‍ଏ-୧) ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ଦେବେ। ଏଥିପାଇଁ ବୋର୍ଡ ପକ୍ଷରୁ ୩୦ ଜିଲ୍ଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ପରୀକ୍ଷାର ପ୍ରଥମ ଦିନ ଇଂରାଜୀ ବିଷୟରୁ ଆରମ୍ଭ ହେବ।

ସେହିଭଳି ୨୫ ତାରିଖରେ ଗଣିତ, ୨୬ରେ ପ୍ରଥମ ଭାଷା, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ରେ ତୃତୀୟ ଭାଷା ବିଷୟରେ ପରୀକ୍ଷା ହେବ। କପି ରୋକିବାକୁ ୩୬ଟି ସେଣ୍ଟ୍ରାଲ ସ୍କ୍ୱାଡ୍‍ ବୋର୍ଡ ଦ୍ୱାରା ଗଠନ କରାଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୭୪ଟି ସ୍କ୍ୱାଡ୍‍ ରହିଛନ୍ତି। ପ୍ରଶ୍ନପତ୍ର ଯେଭଳି ଚଳିତବର୍ଷ ଲିକ୍‍ ନ ହେବ ସେଥିପ୍ରତି ବୋର୍ଡ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏଁ ଅବ୍‍ଜରଭରଙ୍କୁ ନିୟୋଜିତ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ କିମ୍ବା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‍ ଫୋନ୍‍ ନେଇପାରିବେ ନାହିଁ। ଯଦି ମୋବାଇଲ୍‍ ନେଇ ଧରାପଡ଼ନ୍ତି, ତାହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସଂସ୍କୃତ ମଧ୍ୟମାରେ ଚଳିତବର୍ଷ ୨ହଜାର ୯୧୪ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବାବେଳେ ସେମାନେ ୧୦୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭ ହାଜର ୧୮୧ଜଣ ପରୀକ୍ଷାର୍ଥୀଙ୍କ ନିମନ୍ତେ ବୋର୍ଡ ଦ୍ୱାରା ୧୪୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ରଖିବା ନିମନ୍ତେ ରାଜ୍ୟରେ ୩୧୬ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ମାଓ ଅଞ୍ଚଳରେ ଯେପରି ପ୍ରଶ୍ନପତ୍ର ସୁରକ୍ଷିତ ରହିବ, ସେଥିପାଇଁ ୨୨ଟି ଥାନାରେ ନୋଡାଲ ସେଣ୍ଟରର ବ୍ୟବସ୍ଥା ହୋଇଛି। ତନ୍ମଧ୍ୟରୁ କନ୍ଧମାଳରେ ୭, କୋରାପୁଟରେ ୫ ଏବଂ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର ରହିଛି। ଏହି ନୋଡାଲ ସେଣ୍ଟରଗୁଡ଼ିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ଏବଂ ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନୋତ୍ତର ଖାତାକୁ ନୋଡାଲ ସେଣ୍ଟରରେ ରଖାଯିବ। ପ୍ରଶ୍ନପତ୍ର ନେବା ଆଣିବା ପାଇଁ ୭୬୧ଟି ଟିମ୍‍ ଗଠିତ ହୋଇଛି ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି।