Dr. Sasmit Patra - The Sakala

ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଲାଗିଛି ଶକ୍ତ ଝଟକା: ସସ୍ମିତ ପାତ୍ର
ବନେଶ୍ୱର: ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା। ମୋଦୀଙ୍କ ମନ୍ତବ୍ୟ ପରେ ପ୍ରେସମିଟ୍ କରି ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। କେନ୍ଦ୍ରର ମାଗଣା ବିଜୁଳି ଯୋଜନାକୁ ସେ କଡ଼ା ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ବିଜୁଳି ଜିରୋ ହୋଇ ଯିବ। ଓଡ଼ିଶାବାସୀ ଜାଣନ୍ତୁ ବିଜୁଳି ଜିରୋ ହେବନି। ବାସ୍ତବ କଥା ହେଉଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫତ୍ ଯୋଜନାରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବନି। କାରଣ ଭାରତର ଏକ କୋଟି ଘରେ ଏହି ସୁବିଧା ମିଳିବ। ୯୦ ପ୍ରତିଶତ ଭାରତ କି, ୯୦ ପ୍ରତିଶତ ଓଡ଼ିଶା ଏହାର ଲାଭ ପାଇବ ନାହିଁ ବୋଲି କହିଛନ୍ତି ସସ୍ମିତ।

ଏହି ଯୋଜନାରେ ଭେଣ୍ଡର ମାନେ ସୋଲାର ପ୍ୟାନେଲ ଲଗାଇବେ। ଯାହା ପାଇଁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବେ ଲୋକେ। ଏହା ଗରିବଙ୍କ ପାଇଁ ନୁହେଁ ବୋଲି କହିଛନ୍ତି ସସ୍ମିତ। ଓଡ଼ିଶାର ଗରିବ ଆଦିବାସୀ ଏହି ୪୦ ହଜାର କେମିତି ଦେବେ। ଏହା ଧନୀ ଲୋକଙ୍କ ପାଇଁ, ଯେଉଁମାନେ ସୋଲାର ପ୍ୟାନେଲ ଲଗାଇପାରିବେ। ତେବେ ଏହା କଣ ଗରିବଙ୍କ ପାଇଁ ମାଗଣା ବୋଲି ପଚାରିଛନ୍ତି ସସ୍ମିତ। କାହିଁକି ଭୁଆଁ ବୁଲାଉଛନ୍ତି ସରକାର। ଏହି ଯୋଜନା ନୂଆ ନୁହେଁ। ଏହା ବଜେଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଗୋଟେ ଘରକୁ ଵି ଯାଇନି, ଯାହା ଦ୍ଵିତୀୟ ବାହାସ୍ପୋଟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବେ। ୯୦ ପ୍ରତିଶତ ଘରର ବିଲ ଜିରୋ ହେବ। ଏହା ବିଜେପି ଦେହକୁ ଯାଉନି। ଉଜ୍ଜ୍ଵଳା ଯୋଜନା ପରି ଏଥିରେ ଟଙ୍କା ଦେବାକୁ ପଡିବ। ବିଜେପି ପରାଜୟ ଆଡ଼କୁ ଯାଉଥିବାରୁ ସେମାନେ ଏପରି କହିବା ଆରମ୍ଭ କଲେଣି। ଗରିବ ମାଗଣା ବିଜୁଳି ପାଇବେ। ଏହା ହିଁ ନବୀନ ଗ୍ୟାରେଣ୍ଟି, ଏହା ହିଁ ନବୀନ ଇଂଜିନ ପ୍ରଗତି ଇଂଜିନ ଯାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର
ନୂଆଦିଲ୍ଲୀ : ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ସସ୍ମିତ ପୁଣି ସ୍ଥାନ ପାଇଛନ୍ତି। ସଂସଦର ଉଚ୍ଚ ସଦନ ପ୍ୟାନେଲରେ ଚତୁର୍ଥ ଥର ପାଇଁ ସ୍ଥାନ ପାଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ।

ପ୍ରଥମ ଥର ପାଇଁ ୨୦୨୦ ମସିହାରେ ସସ୍ମିତ ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୨୨ରେ ଦ୍ୱିତୀୟ ଥର ସସ୍ମିତ ପ୍ୟାନେଲରେ ରହିଥିଲେ । ଉଭୟ ଥର ତତ୍କାଳୀନ ଅଧ୍ୟକ୍ଷ ଭେଙ୍କୟାନାଇଡୁ ତାଙ୍କୁ ନିଯୁକ୍ତି ଦେଇଥିଲେ ।

ଏହାପରେ ତୃତୀୟ ଥର ସସ୍ମିତଙ୍କୁ ନିଯୁକ୍ତି ଦେଇଥିଲେ ଜଗଦୀପ ଧନଖଡ । ଚତୁର୍ଥ ଥର ପାଇଁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସ୍ମିତଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ଭିସି ପ୍ୟାନେଲରେ ରେକର୍ଡ ଚତୁର୍ଥ ଥର ପାଇଁ ସାମିଲ ହୋଇଛନ୍ତି ସସ୍ମିତ ।ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଛନ୍ତି ଡକ୍ଟର ସସ୍ମିତ ପାତ୍ର।

ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି: ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ବର: ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି । ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ଏହି ପନ୍ଥା ଆପଣାଇଛି । ଏହା କରି ଆପଣ ଓଡ଼ିଶାବାସୀଙ୍କୁ କିଭଳି ସମ୍ମୁଖୀନ ହେବେ ବୋଲି ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ସାଂସଦ ସସ୍ମିତ ପାତ୍ର। ବିଜେଡି କୌଣସି ପ୍ରକାର ହିଂସାକୁ ବିଶୃଙ୍ଖଳାରେ ବିଶ୍ୱାସ ରଖେନି ବୋଲି ସସ୍ମିତ ପାତ୍ର କହିଛନ୍ତି। ଏମିତି କେହି କଲେ ବିଜେଡି ପ୍ରଥମେ ନିନ୍ଦା କରିଥାଏ । ଏହାର ଉଦାହରଣ ହେଉଛନ୍ତି ତତ୍କାଳୀନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିଥିଲେ ପ୍ରଶାନ୍ତ । ଏଥିପାଇଁ ତାଙ୍କୁ ତୁରନ୍ତ ଦଳରୁ ସସପେଣ୍ଡ କରିଥିଲେ ବିଜେଡି ସଭାପତି । ପରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ।

ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଡ଼ା ଜବାବ: କହିଲେ ‘ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଶାକୁ ନିନ୍ଦିତ କରନ୍ତୁ ନାହିଁ’
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ସସ୍ମିତ ପାତ୍ର। ପଢାଇଲେ ଆଇନଶୃଙ୍ଖଳା ଓ ଅରାଜକତାର ପାଠ। ଆହୁରି ମଧ୍ୟ ସସ୍ମିତ କହିଛନ୍ତି- ଶାନ୍ତିପ୍ରିୟ ରାଜ୍ୟକୁ ନିନ୍ଦିତ କରୁନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ । ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବଦନାମ କରନ୍ତୁ ନାହିଁ । ଦୀର୍ଘବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ସତ୍ତ୍ବେ ଅପରାଧ ଓ ଆଇନ ଶୃଙ୍ଖଳା ଭିତରେ ଫରକ ଜାଣିପାରିଲେ ନାହିଁ।

in a bid to help the businessman who had cheated in paying GST. When 500 people block National Highway between Sambalpur to Cuttack due to Central neglect and delay in completing NH work for many years, its law and order situation.

— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 30, 2023

ପଦମପୁର ଉପନିର୍ବାଚନ ସମୟରେ ଜିଏସଟି ରେଡ ସମୟରେ ବିଜେପି ନେତାଙ୍କ ଗଣ୍ଡଗୋଳ କରିବାକୁ ଅରାଜକତା ବୋଲି କୁହାଯାଏ । ଜଣେ ବ୍ୟବସାୟୀଙ୍କୁ ସୁରକ୍ଷା ଦେବାକୁ ଅରାଜକତା କରିଥିଲେ ବିଜେପି ନେତା ଓ କର୍ମୀ । କଟକ-ସମ୍ବଲପୁର ଜାତୀୟ ରାଜପଥର ମରାମତିରେ କେନ୍ଦ୍ରର ଅବହେଳା ବିରୋଧରେ ସ୍ଥାନୀୟ ଲୋକଙ୍କୁ ରାସ୍ତା ଅବରୋଧ ଆଇନ ଶୃଙ୍ଖଳା ପରିସ୍ଥିତି କୁହାଯାଏ ବୋଲି ସସ୍ମିତ ପାତ୍ର କହିଛନ୍ତି।

Please dont try to mislead and do politics on sensitive matters of crime. Do you know as per NCRB Report (2021), BJP-ruled states like UP, MP, Maharashtra, Assam & Haryana have more Rape cases than Odisha?

— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 30, 2023

ଏଥିସହ ଏନସିଆରବି ରିପୋର୍ଟ ୨୦୨୧ ଅନୁସାରେ ବିଜେପି ଶାସିତ ରାଜ୍ୟରେ ଅଧିକ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ଘଟିଛି । ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧର ହାର ଅଧିକ ବୋଲି ସସ୍ମିତ ପାତ୍ର କହିଛନ୍ତି ।

That BJP-ruled states like UP, MP and Maharashtra have more Murder cases than Odisha in 2021?

— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 30, 2023

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ବାହାରିନରେ ଚାଲିଥିବା ୧୪୬ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା IPUରେ ପାକିସ୍ତାନ ପ୍ରତିନିଧିଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। IPUରେ ପାକିସ୍ତାନ ଚିରାଚରିତ ଭାବେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ବେଳେ ପାକିସ୍ତାନକୁ ଆତଙ୍କବାଦୀ ଏକ୍ସପୋର୍ଟର ବୋଲି କହିଛନ୍ତି ସସ୍ମିତ ।

ଜାମ୍ମୁ-କାଶ୍ମୀର, ଲଦାଖ ହେଉଛି ଭାରତର ଅଭିନ୍ନ ଅଙ୍ଗ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଟିପ୍ପଣୀ ରଖିବାର ଅଧିକାର ପାକିସ୍ତାନର ନାହିଁ ବୋଲି ସସ୍ମିତ କହିଛନ୍ତି । ଅବୈଧ ଓ ଜୋର ଜବରଦସ୍ତି ପାକିସ୍ତାନ ଅକ୍ତିଆର କରିଥିବା ଭାରତୀୟ ଅଞ୍ଚଳକୁ ତତ୍କାଳ ଖାଲି କରିବାକୁ ସେ ଆହ୍ବାନ ଦେଇଛନ୍ତି । ପାକିସ୍ତାନର ବେଆଇନ ସୀମା ପାର ଯୋଗୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ଯକଳାପ ବୃଦ୍ଧି ପାଇଛି । ଯାହା ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ସଂସଦରେ ଦୋହରାଇଲା ବିଜେଡି
ଭୁବନେଶ୍ୱର: ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ସଂସଦରେ ଦୋହରାଇଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇବା ସହ ଆବଶ୍ୟକ ହେଲେ ସରକାର ନିୟମରେ ପରିବର୍ତ୍ତନ ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି । ବାତ୍ୟା, ବନ୍ୟା ଏବଂ ମରୁଡି ଦ୍ୱାରା ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ଏବଂ ୯୦ ପ୍ରତିଶତ ଜନତା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥାନ୍ତି । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଏହି ଯଥାର୍ଥ ଦାବିକୁ ଉପେକ୍ଷା କରି ଆସୁଛନ୍ତି । ତେଣୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ହକ୍‌ଦାର ଓ ଏଥିପାଇଁ ଭାରତ ସରକାର ଦ୍ୱାରା ପ୍ରଚଳିତ ହୋଇ ଆସୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନିୟମରେ ପରିବର୍ତ୍ତନ ଅଣାଯିବାର ଆବଶ୍ୟକତା ରହିଛି । ନିୟମିତ ଭାବେ ବାତ୍ୟା, ବନ୍ୟା ଏବଂ ମରୁଡି ପ୍ରଭାବିତ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ନିୟମରେ ପରିବର୍ତ୍ତନ ହେବାର ରହିଛି । ଅତୀତରେ ପରିସ୍ଥିତିକୁ ଦେଖି ଅନେକ ଆଇନ ଓ ନିୟମାବଳୀରେ ପରିବର୍ତ୍ତନ ସମେତ ସଂଶୋଧନ କରାଯାଇଛି ।

ଓଡ଼ିଶାକୁ ସହାୟତାର ହାତ ବଢାଇବା ଅପେକ୍ଷା କେନ୍ଦ୍ର କିଛିଟା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଦରକାର । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନାର ଅନୁପାତ ୬୦:୪୦ ରହିଛି । ଏହା ୯୦:୧୦ ହେଉ ବୋଲି ବିଜେଡି ନେତା ଶ୍ରୀ ପାତ୍ର ଦାବି କରିଛନ୍ତି । ତେଣୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ନିୟମ ପରିବର୍ତ୍ତନ କରୁ ବୋଲି ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରୁଥିବା ସେ ଉଲ୍ଲେଖ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନରେ ଏକକ ମାନଦଣ୍ଡ ରୂପେ ଗ୍ରହଣ କରିବାକୁ ବିଜେଡି ଦାବି କରିଛି ।

ପୁଣି ଥରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହେଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ବର: ପୁଣି ଥରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଗୁରୁଦାୟିତ୍ବ ମିଳିଛି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହୋଇଛନ୍ତ ଡ.ସସ୍ମିତ ପାତ୍ର । ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଡ଼ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଓଡ଼ିଆ ସାଂସଦ ଭାବେ ଡ଼ ପାତ୍ର ଏହି ସମ୍ମାନଜନକ ପ୍ୟାନେଲରେ ସାମିଲ ହୋଇଥିଲେ। ସଂସଦରେ ନିଜର ବଳିଷ୍ଠ ଉପସ୍ଥାପନ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଡ଼ ପାତ୍ର ଏକାଧିକ ବାର ପୂର୍ଣ୍ଣ ଦକ୍ଷତାରସହ ଗୃହ କାର୍ଯ୍ୟ ପରିଚାଳନା କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ଡ଼ ପାତ୍ର ସର୍ବଦା ରାଜ୍ୟସଭାରେ ରାଜ୍ୟର ନାର୍ଯ୍ୟ ଦାବି ଏବଂ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଡ଼ ପାତ୍ରଙ୍କର ସାଂସଦ ଭାବେ ପ୍ରଥମ ପାଳି କାର୍ଯ୍ୟକାଳ ଶେଷ ହେବା ଅବସରରେ ଆୟୋଜିତ ବିଦାୟୀ ସମାରୋହରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଡ଼ ପାତ୍ରଙ୍କର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ପ୍ରଥମ ଥର ନିର୍ବାଚିତ ହୋଇ ମଧ୍ୟ ସେ ଯେଉଁ ଭଳି ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି ତାହା ବହୁତ କମ୍‍ ସାଂସଦଙ୍କ ଠାରେ ଦେଖିବାକୁ ମିଳେ। ନିଜ କାର୍ଯ୍ୟକାଳରେ ଡ଼ ପାତ୍ର ଜଣେ ବଳିଷ୍ଠ ଏବଂ ଅଭିଜ୍ଞ ଅଧ୍ୟକ୍ଷ ଭାବେ ରାଜ୍ୟସଭା କାର୍ଯ୍ୟ ପରିଚାଳନା କରିଛନ୍ତି ବୋଲି ଉପରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ।

ଓଡିଶା ଚାଷୀଙ୍କୁ ବିଜେପି ଲମ୍ବା ସମୟ ଧରି ପ୍ରତାରଣା କରୁଛି, ଆଗାମୀ ଦିନରେ ବିଜେପିକୁ ଉଚିତ୍‍ ଜବାବ ମିଳିବ
ଭୁବନେଶ୍ୱର : ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି ବିଜେପି ଦ୍ୱାରା କିଭଳି ଠକି ହେଉଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ସେମାନେ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧.୫ ଗୁଣ ବୃଦ୍ଧି କରିବେ । ହେଲେ ସେମାନେ ତାହା କଲେ ନାହିଁ । ସେହିଭଳି ସେମାନେ କହିଥିଲେ ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବେ, ସେମାନେ କୃଷକଙ୍କୁ ପ୍ରତାରଣା କରିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ସେଭଳି କିଛି କରିନାହାଁନ୍ତି । ସଂସଦରେ ବିଜେପି ତିନୋଟି ଚାଷୀ ବିରୋଧୀ କୃଷି ଆଇନ ଆଣିଥିଲା ଯାହାକୁ କୃଷକଙ୍କ ବ୍ୟାପକ ବିରୋଧ ହୋଇଥିଲା ଏବଂ ୬୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିଲେ ।

ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଧାୟକ ତଥା ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ସମର୍ଥନ କରିଥିଲେ । କିନ୍ତୁ ବର୍ତ୍ତମାନ ଏ ସଂକ୍ରାନ୍ତରେ ନିରବ ଅଛନ୍ତି।ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଯୋଗାଇବା ହେଉଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ଓଡିଶାର ଚାଷୀଙ୍କୁ ଆବଶ୍ୟକ ସାର ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ସେମାନେ ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା ଏବଂ ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହିତ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ।

ଡକ୍ଟର ପାତ୍ର କହିଛନ୍ତି ଯେ ଯେତେବେଳେ ବିଜେଡି ସରକାର ଓଡିଶାର କୃଷକମାନଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଦେବାକୁ ଚାହିଁଲେ, ସେମାନେ ଆଦର୍ଶ ଆଚରଣ ବିଧି ଏବଂ ଚାଲିଥିବା ଉପ-ନିର୍ବାଚନ ଆଳରେ ଏହାକୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ଏହି କାରଣରୁ, ଇନପୁଟ୍ ସବସିଡି ମଞ୍ଜୁର ହୋଇପାରିଲା ନାହିଁ । କିନ୍ତୁ ଏହି ନିର୍ବାଚନ ଶେଷ ହେବା ଏବଂ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାରର ପରଦିନ ଏହା ମଞ୍ଜୁର ହୋଇପାରେ ।

ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ୨୦୧୮ରେ କହିଥିଲେ ଯେ ପଦମପୁର ରେଳ ଲାଇନକୁ ମଞ୍ଜୁର କରାଯାଇଛି । ସେହି ରେଳ ଲାଇନ ଏବେ କେଉଁଠାରେ ଅଛି? ଆପଣ ସେହି ରେଳ ଲାଇନକୁ ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ଯଦି ଏହା ପ୍ରତାରଣା ନୁହେଁ ତ ଆଉ କ’ଣ ? ପଦମପୁରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି ।

ଆପଣ କେନ୍ଦୁପତ୍ର ଶ୍ରମିକଙ୍କୁ ପ୍ରତାରଣା କରିଛନ୍ତି, ଯେଉଁମାନେ କି ସାଧାରଣତଃ ବିପିଏଲ୍ ପରିବାରର ପୁରୁଷ ଏବଂ ମହିଳା ଅଟନ୍ତି । ଯେତେବେଳେ କେନ୍ଦୁପତ୍ରରେ ଜିଏସ୍‌ଟି ୫ ପ୍ରତିଶତ ଥିଲା ସେତେବେଳେ ସେମାନେ ଭଲରେ ବଞ୍ଚିଥିଲେ । କିନ୍ତୁ ଆପଣ ଏହାକୁ ୧୮%କୁ ବୃଦ୍ଧି କରିଛନ୍ତି ଏବଂ ସେମାନଙ୍କର ରୋଜଗାରର ଉତ୍ସ ଉପରେ ଆକ୍ରମଣ କରିଛନ୍ତି । ଏହା ପ୍ରତାରଣା ନୁହେଁ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିରିକ୍ତ ଜିଏସ୍‍ଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏହି ଗରିବ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କେନ୍ଦ୍ରର କେହି ସେମାନଙ୍କ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ବିଜେପିର ଅସଲ ମୁଖା ଏବେ ଖୋଲି ଯାଇଛି । କୃଷକ, କେନ୍ଦୁପତ୍ର ଶ୍ରମିକ ଏବଂ ସାମଗ୍ରିକ ଭାବେ ପଦମପୁରର ଲୋକମାନେ ସେମାନଙ୍କ ସହ ବିଜେପି କିଭଳି ଠକାମୀ କରିଛି ତାହାକୁ ଦେଖୁଛନ୍ତି । ଆଗାମୀ ଦିନରେ ସେମାନେ ବିଜେପିକୁ ଏହାର ଉଚିତ୍‍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।