Dola Purnima - The Sakala
ଦୋଳ ମେଳଣ: ଓଡ଼ିଶାର ଗଣପର୍ବର ଅନନ୍ୟ ପରମ୍ପରା, ଜାଣନ୍ତୁ କାହିଁକି ଏହା ସ୍ୱତନ୍ତ୍ର?
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ମଧ୍ୟରେ 'ଦୋଳ ଯାତ୍ରା' ବା 'ଦୋଳ ମେଳଣ'ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଫାଲଗୁନ ମାସର ଶୁକ୍ଳ ପକ୍ଷରେ ପାଳିତ ହେଉଥିବା ଏହି ପର୍ବ କେବଳ ରଙ୍ଗର ପର୍ବ ନୁହେଁ, ବରଂ ଏହା ଦେବଦେବୀ ଓ ଭକ୍ତଙ୍କ ମିଳନର ଏକ ମହାର୍ଘ୍ୟ ଉତ୍ସବ। ଫାଲଗୁନ ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିବା ଏହି ଯାତ୍ରାରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।
ବିମାନରେ ଗାଁ ପରିକ୍ରମା କରନ୍ତି ଠାକୁର
ଏହି ସମୟରେ ବିଭିନ୍ନ ମନ୍ଦିରରୁ ରାଧାକୃଷ୍ଣ କିମ୍ବା ଅନ୍ୟ ଦେବଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସାଇ ଶୋଭାଯାତ୍ରାରେ ବାହାର କରାଯାଏ। ଠାକୁରମାନେ ଗାଁ ଦାଣ୍ଡରେ ଘର ଘର ବୁଲି ଭକ୍ତଙ୍କଠାରୁ 'ଦୁଆର ଭୋଗ' ଗ୍ରହଣ କରନ୍ତି। ପାରମ୍ପରିକ ବାଦ୍ୟ, ସଂକୀର୍ତ୍ତନ, ଘଣ୍ଟ ଘଣ୍ଟା ଓ ମୃଦଙ୍ଗର ତାଳେ ତାଳେ ଭକ୍ତମାନେ ନାଚି ଉଠନ୍ତି। ଲୋକମାନେ ନିଜ ଦୁଆର ମୁହଁରେ ଠାକୁରଙ୍କୁ ଅବିର ଓ ଭୋଗ ଅର୍ପଣ କରି ପରିବାରର ମଙ୍ଗଳ କାମନା କରନ୍ତି।
ମେଳଣ ପଡ଼ିଆରେ ଦେବମିଳନ
ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି 'ମେଳଣ'। ଏକ ନିର୍ଦ୍ଦିଷ୍ଟ ସ୍ଥାନ ବା ପଡ଼ିଆରେ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁରଙ୍କ ବିମାନ ଗୁଡ଼ିକ ଏକାଠି ହୁଅନ୍ତି। ଏହାକୁ ହିଁ ଦୋଳ ମେଳଣ କୁହାଯାଏ। ଏଠାରେ ଆତସବାଜି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ହରିବୋଲ ହୁଳହୁଳିରେ ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି ହୁଏ। ଏହା କେବଳ ଧାର୍ମିକ ପରମ୍ପରା ନୁହେଁ, ବରଂ ସାମାଜିକ ଏକତା ଓ ଭାଇଚାରାର ପ୍ରତୀକ ଅଟେ। ଡୋଲ ପୂର୍ଣ୍ଣିମା ଦିନ ଓଡ଼ିଆ ନୂତନ ପଞ୍ଜିକା ପଠନ କରାଯାଏ ଏବଂ ମହାପ୍ରଭୁଙ୍କ ନିକଟରେ ସମର୍ପିତ କରାଯାଏ।
ଓଡ଼ିଶାରେ କାହିଁକି ପାଳନ କରାଯାଏ ଦୋଳ ପୂର୍ଣ୍ଣିମା? ଜାଣନ୍ତୁ ଏହାର ପୌରାଣିକ ଓ ସାମାଜିକ ମହତ୍ତ୍ୱ
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାରେ ଦୋଳ ପୂର୍ଣ୍ଣିମାର ସ୍ଥାନ ଅତ୍ୟନ୍ତ ସ୍ୱତନ୍ତ୍ର। ଫାଲଗୁନ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ପର୍ବ ପାଳନ କରାଯାଏ। ଏହା କେବଳ ରଙ୍ଗର ପର୍ବ ନୁହେଁ, ବରଂ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ସମାଗମ। ଏହି ଦିନକୁ ବସନ୍ତ ଋତୁର ସ୍ୱାଗତ ପର୍ବ ଭାବରେ ମଧ୍ୟ ବିବେଚନା କରାଯାଏ। ତେବେ ଓଡ଼ିଶାରେ ଏହି ପର୍ବ ପାଳନ କରିବା ପଛରେ ଅନେକ ପୌରାଣିକ ଓ ଐତିହାସିକ କାରଣ ରହିଛି।
ପୌରାଣିକ ମହତ୍ତ୍ୱ
ଶାସ୍ତ୍ର ଅନୁଯାୟୀ, ଦୋଳ ପୂର୍ଣ୍ଣିମା ମୁଖ୍ୟତଃ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ପ୍ରେମ ଏବଂ ଲୀଳା ସହ ଜଡ଼ିତ। ବିଶ୍ୱାସ କରାଯାଏ ଯେ, ଏହି ଦିନ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ଅବିର ଓ ରଙ୍ଗ ଖେଳି ବସନ୍ତ ଉତ୍ସବ ପାଳନ କରିଥିଲେ। ତେଣୁ ଏହି ଦିନ ରାଧା-କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ସୁସଜ୍ଜିତ ବିମାନରେ ବସାଇ ଦୋଳ ଖେଳାଯାଏ। ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଇଥାଏ।
ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
ପୁରୀ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ରତ୍ନସିଂହାସନ ଉପରେ 'ରାଜରାଜେଶ୍ୱର ବେଶ' ବା ସୁନାବେଶରେ ଦର୍ଶନ ଦିଅନ୍ତି। ଶ୍ରୀଜୀଉମାନଙ୍କର ଏହି ଦିବ୍ୟ ରୂପ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ଦିନ ପରଠାରୁ ଓଡ଼ିଆ ପଞ୍ଜିକାର ନୂତନ ବର୍ଷ ପାଇଁ ଗଣନା ଆରମ୍ଭ ହୁଏ।
ଦୋଳ ମେଳଣ ଓ ସାମାଜିକ ଏକତା
ଓଡ଼ିଶାର ଗାଁ ଗହଳିରେ ଦୋଳ ଯାତ୍ରା ପ୍ରାୟ ୫ ରୁ ୭ ଦିନ ଧରି ଚାଲେ। ଠାକୁରମାନେ ବିମାନରେ ବସି ଗ୍ରାମ ପରିକ୍ରମା କରନ୍ତି ଏବଂ ଭକ୍ତମାନଙ୍କ ଦ୍ୱାରରେ ଭୋଗ ଗ୍ରହଣ କରନ୍ତି। ଏହାପରେ ବିଭିନ୍ନ ଗ୍ରାମର ଠାକୁରମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହୁଅନ୍ତି, ଯାହାକୁ 'ମେଳଣ' କୁହାଯାଏ। ଏହି ପରମ୍ପରା ସମାଜରେ ଭାଇଚାରା ଓ ଏକତା ସୃଷ୍ଟି କରିବାରେ ସାହାଯ୍ୟ କରେ। ଦୋଳ ପୂର୍ଣ୍ଣିମା କେବଳ ପୂଜା ନୁହେଁ, ଏହା ଓଡ଼ିଆ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ।
ମାର୍ଚ୍ଚ ୩ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି, ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
ପୁରୀ: ଆସନ୍ତା ମାର୍ଚ୍ଚ ୩ ତାରିଖ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମାରେ ସଂଘଟିତ ହେବ ଚନ୍ଦ୍ରଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶା ନିଯୋଗ ବୈଠକ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟ କରାଯିବ। ମାର୍ଚ୍ଚ ୩ ତାରିଖ ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଥିବାରୁ ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ପରେ ମଙ୍ଗଳ ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତିକୁ ବନ୍ଦ କରାଯିବ। ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ମିନିଟ୍‌ ସୂର୍ଯ୍ୟୋଦୟ ସମୟ ଥିବାବେଳେ ଏହି ସମୟରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ।
ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି, ‘ଗ୍ରହଣ ସ୍ନାନ ନୀତି ପରେ ରୋଷହୋମ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇକୋରା ଭୋଗ ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ବିଜେ କରିବେ। ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହିତ ଦୋଳବେଦୀରେ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ।
ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ସମୟ ଥିବାବେଳେ ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ବିଧି ଓ ପରମ୍ପରା ଅନୁଯାୟୀ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ ନିଷେଧ। ମଙ୍ଗଳବାର ସକାଳ ୬ଟା ୮ ମିନିଟରେ ସୂର୍ଯ୍ୟୋଦୟ ସମୟରୁ ଦେବନୀତି ଏବଂ ପାକତ୍ୟାଗ ବିଧି ରହିଛି। ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ଦୋଳପର୍ବ ପାଳନ କରୁଥିବା ବ୍ୟକ୍ତିମାନେ ଠାକୁରଙ୍କୁ ଦୋଳବେଦୀରେ ବିଜେ କରି ଏହି ପର୍ବ ପାଳନ କରିପାରିବେ। ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେଲା ବେଳକୁ ସନ୍ଧ୍ୟା ୭ଟା ହୋଇଯାଇଥିବ। ଯେଉଁ ଭକ୍ତମାନେ ମହାପ୍ରସାଦ ନେବାକୁ ଇଚ୍ଛା କରିବେ ସେମାନେ ସନ୍ଧ୍ୟା ବେଳେ ସକାଳ ଧୂପରୁ ବାହାରିଥିବା ମହାପ୍ରସାଦ ସହ ଶୁଖିଲି ଭୋଗ ନେଇପାରିବେ। କିନ୍ତୁ ବରାଦି ଭୋଗ ବାହାରିବାରେ ଅହେତୁକ ବିଳମ୍ବ ହେବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କୁ ବରାଦି ଭୋଗ ମିଳି ନ ପାରେ।
ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି। ସଂହତି ଓ ସଦ୍‌ଭାବର ମହାନ୍‌ ଗଣପର୍ବ ଦୋଳପୂର୍ଣ୍ଣିମା ଫାଲ୍‌ଗୁନ ମାସରେ ଅନୁଷ୍ଠିତ ହୋଇଥାଏ। ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ। ଦୋଳିରେ ଝୁଲୁଥିବା ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଦୋଳଗୋବିନ୍ଦଙ୍କୁ କଞ୍ଚା ଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ।
ଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ଦିନ ସମାପ୍ତ ପର୍ବକୁ ବା ଦୋଳକୁ ରାଜଦୋଳ କୁହାଯାଉଥିବା ବେଳେ, ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ପାଳିତ ଦୋଳକୁ ପଞ୍ଚୁଦୋଳ କୁହାଯାଇଥାଏ। ପଞ୍ଚୁଦୋଳକୁ ପାଞ୍ଚଦିନିଆ ମହୋତ୍ସବ ବୋଲି କେହି କେହି କହିଥାନ୍ତି। ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ। ରଙ୍ଗ ହିଁ ସୌନ୍ଦର୍ଯ୍ୟର ପ୍ରତୀକ। ଆଧ୍ୟାମିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପ୍ରକୃତିର ଅନନ୍ତ ଅପୂର୍ବ ରୂପ ଛିଟାର ଅନୁଭବ, ସୁଖଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଥାଏ ରଙ୍ଗର ପର୍ବ ହୋଲି। ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡ଼େ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ। ଅବିରର ମନମତାଣିଆ ସୁଗନ୍ଧ। ହୋଲି ପର୍ବ ପାଳନ ନେଇ ଅନେକ ପୌରାଣିକ କାହାଣୀ ରହିଛି।
ଏଥିମଧ୍ୟରୁ ଏକ ପ୍ରମୁଖ ପୌରାଣିକ ଗାଥା ହେଉଛି, ହିରଣ୍ୟକଶିପୁ ଓ ପ୍ରହଲ୍ଲାଦ ଉପାଖ୍ୟାନ। ମହାବଳୀ, ପରାକ୍ରମୀ ଅସୁର ରାଜା ହିରଣ୍ୟକଶିପୁ ଗର୍ବ ଓ ଅହଂକାରର ବଶବର୍ତ୍ତୀ ହୋଇ ନିଜକୁ ଭଗବାନ ଭାବେ ପ୍ରତିଷ୍ଠା କରାଇବା ପାଇଁ ସଦା ଚେଷ୍ଟିତ ଥିଲା। ତାଙ୍କ ରାଜତ୍ୱ ସମୟରେ ପ୍ରଜାମାନେ ଭଗବାନଙ୍କୁ ସ୍ମରଣ କରିବା କିମ୍ୱା ପୂଜା କରିବା ନିଷିଦ୍ଧ କରାଯାଇଥିଲା। ରାଜାଙ୍କ ଆଦେଶ ନ ମାନି ଯିଏ ଈଶ୍ୱର ପୂଜା କରୁଥିଲା, ତାହାକୁ ଅତି କଠୋର ଦଣ୍ଡ ମିଳୁଥିଲା। ତେଣୁ ପ୍ରଜାମାନେ ଅନିଚ୍ଛା ସତ୍ତ୍ୱେ ହିରଣ୍ୟକଶିପୁକୁ ଦେବତା ଭାବେ ମାନି ତାଙ୍କର ପୂଜା କରୁଥିଲେ। ଏଭଳି ପ୍ରବଳ ପ୍ରତାପୀ ହିରଣ୍ୟକଶିପୁଙ୍କୁ ସଂହାର କରି ଧର୍ମ ସଂସ୍ଥାପନ ପାଇଁ ପ୍ରହଲ୍ଲାଦ ନାମକ ପୁତ୍ରଙ୍କ ଜନ୍ମ ହୋଇଥିଲା। ପ୍ରହଲ୍ଲାଦ ଶିଶୁ ସମୟରୁ ବିଷ୍ଣୁଭକ୍ତ ଥିଲେ। ହିରଣ୍ୟକଶିପୁ ଏ କଥା ଜାଣିବା ପରେ ପ୍ରହଲ୍ଲାଦଙ୍କୁ ବହୁବାର ବାରଣ କରିବା ସତ୍ତ୍ବେ ସେ ବିଷ୍ଣୁଭକ୍ତିରେ ଅଟଳ ରହିବାରୁ କ୍ରୋଧାନ୍ୱିତ ହୋଇ ସେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା। ନିଜର ପୁତ୍ର ହେଲେ ମଧ୍ୟ ତାଙ୍କୁ ବହୁବାର ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା।
ହିରଣ୍ୟକଶିପୁଙ୍କ ଭଉଣୀ ‘ହୋଲିକା’ ବରଦାନ ପାଇଥିଲେ ଯେ, ଅଗ୍ନି ତାଙ୍କର କୌଣସି କ୍ଷତି କରିପାରିବେ ନାହିଁ। ତେଣୁ ଏହି ବରଦାନ ଯୋଗୁଁ ହୋଲିକା ପ୍ରହଲ୍ଲାଦଙ୍କୁ କୋଳରେ ବସାଇବା ପରେ ଅଗ୍ନି ସଂଯୋଗ କରାଯାଇଥିଲା। କିନ୍ତୁ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାର ଏହି ଉପାୟ ମଧ୍ୟ ବିଫଳ ହୋଇଥିଲା। ଏଥିରେ ହୋଲିକା, ଅଗ୍ନିେର ଭସ୍ମ ହୋଇଯାଇଥÒଲେ। କିନ୍ତୁ ପ୍ରହଲ୍ଲାଦ ଅକ୍ଷତ ଅବସ୍ଥାରେ ଥÒଲେ। ଏହି ପୌରାଣିକ ଗାଥା ଅନୁଯାୟୀ, ଅଧର୍ମର ବିନାଶ ଓ ଧର୍ମର ଜୟଯାତ୍ରାକୁ ସ୍ମରଣ କରିବା ପାଇଁ ହୋଲି ଉତ୍ସବ ପ୍ରାରମ୍ଭ ହୋଇଥିଲା। ‘ହୋଲିକା’ ନାଁ ରୁ ହୋଲି ଶବ୍ଦର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀମନ୍ଦିରରେ ପାଳନ ହେଉଥିବା ୧୨ଟି ଯାତ୍ରା ମଧ୍ୟରୁ ଦୋଳ ଏକ ପ୍ରମୁଖ ଉତ୍ସବ। ଏହି ଯାତ୍ରା ଫାଲ୍‌ଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପ୍ରତିପଦାରେ ଶେଷ ହୁଏ। ସାତଦିନ ଧରି ଏହି ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ। ପୂର୍ଣ୍ଣମୀ ଦିନ ଅର୍ଥାତ୍ ଦୋଳ ପୂର୍ଣ୍ଣମାରେ ହୋଇଥାଏ ମହାପ୍ରଭୁଙ୍କ ସୁନାବେଶ । ଏହି ଅବସରରେ ଶ୍ରୀଜିଉ ବହୁବିଧ ସ୍ବର୍ଣ୍ଣ ଅଳଙ୍କାର ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି।
ଦୋଳରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆସନ୍ତା ୭ ତାରିଖ ଦୋଳ ପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ମଧ୍ୟ ହୋଇପାରେ। ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବରେ ଏହି ବର୍ଷା ହେବାକୁ ଥିବା ବେଳେ ଏହାର ପ୍ରଭାବ ବୃଦ୍ଧି ହେବାର ମଧ୍ୟ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୭ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ। କିଛି ସ୍ଥାନରେ ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁରରେ ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
କରୋନା କଟକଣା, ଫିକା ପଡ଼ିବ ହୋଲି
କଟକ: କରୋନା ସଂକ୍ରମିତଙ୍କ ସଂଖ୍ଯା ପୁଣି ଥରେ ବୃଦ୍ଧି ପାଇଛି। ଏ ନେଇ ଆଗକୁ ଆସୁଥିବା ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଏସଓପି ଜାରି କରାଯାଇଛି। କଟକରେ ଦୋଳ ଓ ହୋଲି ପାଇଁ କଟକଣା ଜାରି ହୋଇଛି। ମେଲଣ ସ୍ଥଳରେ ୨୦୦ରୁ ଅଧିକ ଲୋକ ଏକାଠି ହେବେନାହିଁ। ଦୋଳ ନିକଟରେ ୧୦ରୁ ଅଧିକ ଲୋକ ଯାଇ ପାରିବେ ନାହିଁ। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମକୁ ମଧ୍ୟ ଅନୁମତି ଦିଆଯଇ ନାହିଁ । କେବଳ ପରମ୍ପରା ଓ ବିଧି ମୁତାବକ କାର୍ଯ୍ଯକ୍ରମ ହେବ । ହୋଲି ଖେଳ ସମୟରେ ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି। ଘରେ ରହି ହୋଲି ଖେଳିବାକୁ କମିଶନରେଟ୍‌ ପୁଲିସ୍‌ ଲୋକଙ୍କୁ ପରାମର୍ଶ ଦେଇଛି । ଏସଆରସି ଜାରି କରିଥିବା ଗାଇଡ୍ ଲାଇନକୁ ଉଲଂଘନ କଲେ କଡା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୁଲିସ କହିଛି।