FIFA World Cup 2022 - The Sakala

ଫିଫା ବିଶ୍ବକପ୍‌ ଫାଇନାଲ୍‌ : ଟାଇଟଲ ଜିତିଲେ ଏହି ସବୁ ରେକର୍ଡର ଅଧିକାରୀ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ
ଦୋହା : ୧୯୭୮ ଓ ୧୯୮୬ରେ ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା, ୧୯୯୮ ଓ ୨୦୧୮ରେ ଟାଇଟଲ ଜିତିଥିବା ଫ୍ରାନ୍ସ ମଧ୍ୟରେ ଏଠାରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଓ ହୁଗ ଲୋରିସ୍‍ଙ୍କ ନେତୃତ୍ୱରେ ଫ୍ରାନ୍ସ ଯଦି ଏଠାରେ ଟାଇଟଲ ବିଜୟୀ ହୁଅନ୍ତି, ତେବେ ଏହା ସେମାନଙ୍କର ତୃତୀୟ ବିଶ୍ୱକପ୍‍ ଟାଇଟଲ ହେବ। ଉଭୟ ଦଳ ଜିତିଲେ ଏଠାରେ ନିମ୍ନଲିଖିତ ରେକର୍ଡ ପ୍ରତିଷ୍ଠା କରିବେ।

ଆର୍ଜେଣ୍ଟିନା ଜିତିଲେ

୧-ଦୀର୍ଘ ୩୬ ବର୍ଷ ପରେ ଟାଇଟଲ ଜିତିବ। ଶେଷଥର ୧୯୮୬ରେ ଆର୍ଜେଣ୍ଟିନା ଟାଇଟଲ ଜିତିଥିଲା।

୨- ଲିଓନେଲ ମେସି ତୃତୀୟ ଅଧିନାୟକ ଭାବେ ଆର୍ଜେଣ୍ଟିନା ପକ୍ଷରୁ ଟାଇଟଲ ଜିତିବେ। ପୂର୍ବରୁ ଡାନିଏଲ ପାସାରେଲା ଓ ଡିଏଗୋ ମାରାଡୋନା ଏହି ସଫଳତା ପାଇଥିଲେ।

୩- ଏହା ଯଦି ସମ୍ଭବ ହୁଏ ତେବେ ଚତୁର୍ଥ ଦଳ ଭାବେ ଆର୍ଜେଣ୍ଟିନା ତୃତୀୟ ଟାଇଟଲ ଜିତିବ। ପୂର୍ବରୁ ବ୍ରାଜିଲ ୫ଥର, ଇଟାଲୀ ଓ ଜର୍ମାନୀ ୪ଥର ଲେଖାଏଁ ଏହି ଟାଇଟଲ ଜିତଛନ୍ତି।

୪-ଗତ ୪ଟି ସଂସ୍କରଣରେ ୟୁରୋପର ଟିମ୍‍ ଟାଇଟଲ ଜିତୁଥିଲାବେଳେ ଏହି ଧାରାରେ ବ୍ରେକ୍‍ ଲାଗିବ। ୨୦୦୨ରେ ବ୍ରାଜିଲ ଦକ୍ଷିଣ ଆମେରିକୀୟ ଟିମ୍‍ ଭାବେ ଶେଷଥର ଟାଇଟଲ ଜିତିଥିଲା। ୨୦୦୬ରେ ଇଟାଲୀ, ୨୦୧୪ରେ ସ୍ପେନ୍‍, ୨୦୧୪ରେ ଜର୍ମାନୀ ଓ ୨୦୧୮ରେ ଫ୍ରାନ୍ସ ୟୁରୋପୀୟ ଦଳ ଭାବେ ଚାମ୍ପିଅନ ହୋଇଛନ୍ତି।

୫-ମେସି ଯଦି ଫାଇନାଲରେ ଗୋଟିଏ ଗୋଲ୍‌ ସ୍କୋର କରିବେ, ଏବଂ ସେହି ସମୟରେ ଫ୍ରାନ୍ସର କିଲିଆନ୍‍ ଏମ୍‍ବାପ୍ପେ ଗୋଲ୍‌ କରିବେ ନାହିଁ, କିମ୍ବା ଫ୍ରାନ୍ସର ଅଲିଭର ଜିରୋଡ ଓ ଆର୍ଜେଣ୍ଟିନାର ଜୁଲିଆନ୍‍ ଆଲଭାରେଜ ଆଉ ୨ଟି ଲେଖାଏଁ ଗୋଲ୍‌ କରିବେ ନାହିଁ ତେବେ ମେସିଙ୍କୁ ଗୋଲ୍‌ଡେନ୍‌ ବୁଟ୍‍ ପୁରସ୍କାର ମିଳିବ।

୬-ମେସି ଏଠାରେ ୪ଥର ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ପୁରସ୍କାର ପାଇଛନ୍ତି। ଫାଇନାଲରେ ଶ୍ରେଷ୍ଠ ଖେଳାଳି ହେଲେ ତାଙ୍କୁ ଗୋଲ୍‌ଡେନ୍‌ ବଲ ପୁରସ୍କାର (ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି) ମଧ୍ୟ ମିଳିବ।

୭-ଫାଇନାଲ ଖେଳିଲେ ମେସି ବିଶ୍ୱକପ୍‍ରେ ସର୍ବାଧିକ ୨୬ଟି ମ୍ୟାଚରେ ପଦାର୍ପଣ କରିବାର ରେକର୍ଡ କରିବେ। ଏହା ପୂର୍ବରୁ ଜର୍ମାନୀର ଲୋଥର ମାଥାଉସ ଓ ମେସି ୨୫ଟି ଲେଖାଏଁ ମ୍ୟାଚ୍‍ ଜିତି ସମାନ ସ୍ଥିତିରେ ରହିଛନ୍ତି।

ଫ୍ରାନ୍ସ ଜିତିଲେ

୧-ଏହା ଗତ ୬୦ ବର୍ଷରେ ତୃତୀୟ ଦଳ ଭାବେ କ୍ରମାଗତ ଟାଇଟଲ ଜିତିବାରେ ସମର୍ଥ ହେବ। ୧୯୫୮ ଓ ୧୯୬୨ ବ୍ରାଜିଲ ଶେଷଥର ଏହି ସଫଳତା ପାଇଥିଲା।

୨- ଏହା ତୃତୀୟ ଦଳ ଭାବେ ଟାଇଟଲ ବଜାୟ ରଖିବ। ପୂର୍ବରୁ ଇଟାଲୀ ଓ ବ୍ରାଜିଲ ଏହି ସଫଳତା ପାଇଛନ୍ତି।

୩- ଫ୍ରାନ୍ସ କୋଚ୍‍ ଡିଡିୟର ଡେସଚାମ୍ପ ବିଶ୍ୱକପ୍‍ ଇତିହାସରେ ମାତ୍ର ଦ୍ୱିତୀୟ ବ୍ୟକ୍ତିଭାବେ କ୍ରମାଗତ ଟାଇଟଲ ଜିତାଇବେ। ପୂର୍ବରୁ ୧୯୩୪ ଓ ୧୯୩୮ରେ ଭିଟ୍ଟୋରିଓ ପୋଜି ଇଟାଲୀକୁ କ୍ରମାଗତ ଟାଇଟଲ ଜିତାଇଥିଲେ।

୪- ଡେସ୍‍ଚାମ୍ପ ମଧ୍ୟ ପ୍ରଥମ ବ୍ୟକ୍ତିଭାବେ ଜଣେ ଖେଳାଳି ଭାବେ ଥରେ ଓ ମ୍ୟାନେଜର ଭାବେ ଦୁଇଥର ଗୋଟିଏ ଦଳକୁ ଚାମ୍ପିଅନ କରାଇବାରେ ସଫଳତା ହାସଲ କରିବେ।

୫- ବିଶ୍ୱକପରେ ୟୁରୋପର ଟାଇଟଲ ଜିତିବା ଅଭିଯାନ ଅବ୍ୟାହତ ରହିବ। ୨୦୦୬ରୁ ୨୦୧୮ ଯାଏ ୟୁରୋପ ଟାଇଟଲ ଜିତିଆସୁଛି।

୬- ଲିଓନେଲ ମେସି ଫାଇନାଲରେ ଗୋଲ୍‌ ନକଲେ ଏବଂ କିଲିଆନ୍‍ ଏମ୍‍ବାପ୍ପେ ଗୋଟିଏ ଗୋଲ୍‌ ଦେଲେ ଗୋଲ୍‌ଡେନ୍‌ ବୁଟ୍‍ (ସର୍ବାଧିକ ଗୋଲ୍‌) ପୁରସ୍କାର ପାଇବେ। ଜିରୋଡ ଓ ଆଲଭାରେଜ୍‍ଙ୍କୁ ୨ଟି ଲେଖାଏଁ ଗୋଲ୍‌ ନକରିବା ଆବଶ୍ୟକ।

୭- ଫାଇନାଲରେ ଏମ୍‍ବାପ୍ପେ ଗୋଲ୍‌ ସ୍କୋର କଲେ ୨୪ ବର୍ଷ ପୂର୍ବରୁ ଗୋଟିଏ ବିଶ୍ୱକପ୍‍ରେ ସର୍ବାଧିକ ଗୋଲ୍‌ ସ୍କୋର କରିବାର ୩ଜଣଙ୍କ ସହ ସମକକ୍ଷ ହେବେ। ୨୪ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ଗୋଟିଏ ବିଶ୍ୱକପରେ ସର୍ବାଧିକ ୬ଟି ଲେଖାଏଁ ଗୋଲ୍‌ ବ୍ରାଜିଲର ପେଲେ, ଆର୍ଜେଣ୍ଟିନାର ମାରିଓ କେମ୍ପେସ୍‍ ଓ କଲମ୍ବିଆର ଜେମ୍ସ ରୋଡ୍ରିଗ୍ୱେଜ୍‍ ସ୍କୋର କରିଛନ୍ତି। ଡିସେମ୍ବର ୨୦ରେ ଏମ୍‍ବାପ୍ପେଙ୍କୁ ୨୪ ବର୍ଷ ହେବ।

ଆଜି ଫିଫା ବିଶ୍ୱକପ୍‍ର ଗ୍ରାଣ୍ଡ୍‌ ଫାଇନାଲ୍‌; ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ଟାଇଟଲ୍‌ ପାଇଁ ହେବ ମୁକାବିଲା
ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ଆଜି ସ୍ଥାନୀୟ ଲୁସେଲ ଷ୍ଟାଡିୟମରେ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ପୂର୍ବତନ ଚାମ୍ପିଅନ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଟାଇଟଲ ପାଇଁ ଲାଟିନ ଆମେରିକା ଓ ୟୁରୋପର ଦୁଇ ଫୁଟବଲ ପାୱାର ହାଉସ୍‍ ମଧ୍ୟରେ ଜବରଦସ୍ତ ସଂଘର୍ଷ ହେବା ଆଶା କରାଯାଉଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଆର୍ଜେଣ୍ଟିନା ଅଧିନାୟକ ତଥା ସୁପରଷ୍ଟାର ଲିଓନେଲ ମେସି ଓ ଫ୍ରାନ୍ସ ଯୁବ ପରୱାର୍ଡ କିଲିଆନ ଏମ୍‍ବାପ୍ପେଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ତାରକା ବିଶ୍ୱକପ୍‍ ରେ ଏପର୍ଯ୍ୟନ୍ତ ଦମ୍‍ଦାର ପ୍ରଦର୍ଶନ କରି ୫ଟି ଲେଖାଏ ଗୋଲ ସ୍କୋର କରିଛନ୍ତି।

ମେସି କ୍ୟାରିୟରର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍‍ ଖେଳୁଛନ୍ତି। ଟାଇଟଲ ହାସଲ କଲେ ଆର୍ଜେଣ୍ଟିନା ତୃତୀୟଥର ପାଇଁ ଚାମ୍ପିଅନ ହେବ ଓ ଦୀର୍ଘ ୩୬ ବର୍ଷ ପରେ ଟାଇଟଲ ହାସଲ କରିବ। ସେହିପରି ଫ୍ରାନ୍ସ ବିଜୟୀ ହେଲେ କ୍ରମାଗତ ଦ୍ୱିତୀୟ ଓ ମୋଟ ଉପରେ ତୃତୀୟଥର ପାଇଁ ଟାଇଟଲ ହାସଲ କରିବ। ବିଶ୍ୱକପ୍‍ର ଗତ ୪ଟି ସଂସ୍କରଣରେ ଫ୍ରାନ୍ସ, ଜର୍ମାନୀ, ସ୍ପେନ୍‍ ଓ ଇଟାଲୀ ଚାମ୍ପିୟନ ହୋଇଛନ୍ତି। ଏଥର ୟୁରୋପର ଆଧିପତ୍ୟ ଶେଷ କରିବାକୁ ଆର୍ଜେଣ୍ଟିନା ଲକ୍ଷ୍ୟ ରଖିଛି। ଆର୍ଜେଣ୍ଟିନା ସେମିଫାଇନନାଲରେ ୩- ୦ ଗୋଲରେ କ୍ରୋଏସିଆକୁ ଓ ଫ୍ରାନ୍ସ ୨-୦ ଗୋଲରେ ମରୋକ୍କୋକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଉଭୟ ଦଳ ଏହି ଫିଫା ବିଶ୍ୱକପ୍‍କୁ ଦୁଇଥର ଲେଖାଏଁ ବିଜୟୀ ହୋଇଛନ୍ତି। ଯେଉଁ ଦଳ ଏଠାରେ ଜିତିବାକୁ ସମର୍ଥ ହେବ ଏହା ସେମାନଙ୍କ ଲାଗି ହେବ ତୃତୀୟ ଟାଇଟଲ। ଆର୍ଜେଣ୍ଟିନା ଜିତିଲେ ଏହାର ଅଧିନାୟକ ମେସିଙ୍କ ଲାଗି ଏହା ହେବ ସର୍ବଶ୍ରେଷ୍ଠ ପୁରସ୍କାର ଏବଂ ଦଳୀୟ ଖେଳାଳିଙ୍କ ଉପହାର। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ କବ୍‍ଜା କଲେ ବିଶ୍ୱଯୁଦ୍ଧର ଯୁଗ ପରେ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଚାମ୍ପିଅନ ହେବ। ଏହା ପୂର୍ବରୁ ୧୯୩୪ ଓ ୧୯୩୮ରେ ଇଟାଲୀ ଏବଂ ୧୯୫୮ ଓ ୧୯୬୨ରେ ବ୍ରାଜିଲ କ୍ରମାଗତ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ୨୧ଟି ସଂସ୍କରଣ ଆୟୋଜିତ ହୋଇଥିଲାବେଳେ କେବଳ ଦୁଇଟି ମହାଦେଶ ଯଥା ୟୁରୋପ ଓ ଦକ୍ଷିଣ ଆମେରିକୀୟ ଦଳ ଗୁଡ଼ିକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏହି ୨୧ଟି ମଧ୍ୟରୁ ୟୁରୋପ ୧୨ଟି, ଦକ୍ଷିଣ ଆମେରିକା ୯ଟି ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି।

ବିଶ୍ୱରେ ନିଜ ଲାଗି ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଲିଓନେଲ ମେସି ଏହି ବିଶ୍ୱକପ୍‍ ଟାଇଟଲ ଜିତନ୍ତୁ ବୋଲି ଫୁଟବଲ ପ୍ରେମୀଙ୍କ ଇଛା। ୧୯୮୬ରେ ଡିଏଗୋ ମାରାଡୋନା ଯେପରି ଆର୍ଜେଣ୍ଟିନାକୁ ବିଶ୍ୱକପ୍‍ ଜିତାଇଥିଲେ ଠିକ୍‍ ସେହିପରି ମେସିଙ୍କ ଲାଗି ଏହା ଶେଷ ସୁଯୋଗ। ଏବେ ତାଙ୍କୁ ୩୫ ବର୍ଷ। ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫ଟି ଗୋଲ୍‌ କରିବା ଓ ଏକାଧିକ ଗୋଲ୍‌ କରାଇବାରେ ସହାୟତା କରି ବେଶ ଫର୍ମରେ ଅଛନ୍ତି ସେ। ଆଉ ସବୁଠାରୁ ବଡ଼ କଥା ହେଲା ଏବେ ଏହି ଦଳରେ ଯୁବ ତଥା ପ୍ରତିଭାବାନ ଖେଳାଳି ଅଛନ୍ତି, ଯେଉଁମାନଙ୍କ ନିକଟରେ ବିରାଟ ଭବିଷ୍ୟତ ଅପେକ୍ଷା କରି ରହିଛି। କେବଳ ମେସି ନୁହଁନ୍ତି ଆର୍ଜେଣ୍ଟିନା ଦଳର ଅନ୍ୟ ୧୦ କିମ୍ବା ୧୫ ଖେଳାଳିଙ୍କ ଭାଗ୍ୟ ରେଖାରେ ପରିବର୍ତ୍ତନ ହୋଇଯିବ ଓ ସେମାନଙ୍କୁ ବିଶ୍ୱ ସମ୍ମାନ ଦେବ। କୋଚ୍‍ ଲିଓନେଲ ସ୍କୋଲାନି ଏହି ଦଳକୁ ଏକ ବିଶ୍ୱବିଜେତା ଦଳରେ ପରିଣତ କରିବାର ଶ୍ରେୟ ମଧ୍ୟ ନେବେ। ଅନ୍ୟପକ୍ଷରେ ଫ୍ରାନ୍ସକୁ ଫେବରାଇଟ ଦଳ ଭାବେ ବିବେଚନା କରାଯାଉ ନଥିଲାବେଳେ ଏହି ଦଳ ଶ୍ରେଷ୍ଠ ଦଳ ଭାବେ ବିବେଚିତ ହୋଇଛି। ୪ ବର୍ଷ ତଳେ ରୁଷରେ ଚାମ୍ପିଅନ ହୋଇଥିଲା ଏବଂ ଏଠାରେ ପୁଣିଥରେ ଫାଇନାଲ ଖେଳିବାକୁ ଯାଉଛି। କିଲିଆନ ଏମ୍‍ବାପ୍ପେ ଶ୍ରେଷ୍ଠ ଖେଳାଳି ହୋଇଥିଲେ ମଧ୍ୟ ଗତ ଦୁଇଟି ମ୍ୟାଚ୍‍ରେ ଗୋଲ୍‌ ଦେଇ ପାରି ନାହାନ୍ତି। ଏହାର ଅର୍ଥ ଫ୍ରାନ୍ସ କେବଳ ଏମ୍‍ବାପ୍ପେଙ୍କ ଉପରେ ନିର୍ଭର କରୁନାହିଁ। ତାରକା ଖେଳାଳି ଆଣ୍ଟୋନି ଗ୍ରିଜ୍‍ମ୍ୟାନ୍‍ ଏବେ ନୂଆ ରୂପରେ ମିଡ୍‍ଫିଲ୍ଡରେ ଖେଳୁଛନ୍ତି। ଏଣୁ ଏହା ଦଳଗତ ଖେଳ ଉପରେ ଅଧିକ ନିର୍ଭର କରୁଛି।

ଚଳିତ ବିଶ୍ୱକପ୍‍ରେ ଉଭୟ ଦଳ ଗ୍ରୁପ୍‍ ପର୍ଯ୍ୟାୟ ଲିଗ୍‍ ମ୍ୟାଚ୍‍ରେ ଥରେ ଲେଖାଏଁ ପରାଜିତ ହୋଇଛନ୍ତି। ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ଆର୍ଜେଣ୍ଟିନା ଓ ଶେଷ ଲିଗ୍‍ ମ୍ୟାଚ୍‍ରେ ଟ୍ୟୁନିସିଆଠାରୁ ଫ୍ରାନ୍ସ ପରାଜିତ ହୋଇଥିଲା। ଉଭୟ ଦଳ ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରି ନଥିଲେ। ଏହା ପରେ ଉଭୟ ଦଳ ସେମାନଙ୍କ ଟିମ୍‍ କମ୍ବିନେସନ ଓ ଷ୍ଟାର ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରି ସଫଳତା ପାଇଛନ୍ତି। ଆର୍ଜେଣ୍ଟିନା ପ୍ରି-କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ, କ୍ୱାର୍ଟରରେ ନେଦରଲାଣ୍ଡ୍‍ସକୁ ଓ ସେମିଫାଇନାଲରେ କ୍ରୋଏସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଠିକ୍‍ ସେହିପରି ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍‍ ଫ୍ରାନ୍ସ ପ୍ରି-କ୍ୱାର୍ଟରରେ ପୋଲାଣ୍ଡକୁ, କ୍ୱାର୍ଟରରେ ଇଂଲଣ୍ଡକୁ ଏବଂ ସେମିଫାଇନାଲରେ ମରୋକ୍କୋକୁ ସହଜରେ ପରାସ୍ତ କରିଛି। ଫର୍ମ, ଖେଳ ସମନ୍ୱୟ ଏବଂ ସଫଳତା ପାଇବାରେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି କୌଣସି କାରଣରୁ ଅଭ୍ୟାସକୁ ଆସି ନାହାନ୍ତି। ଫ୍ରାନ୍ସର ଏକାଧିକ ଖେଳାଳି ଥଣ୍ଡା କିମ୍ବା ଏହିପରି ରୋଗରେ ପୀଡିତ ଅଛନ୍ତି। ଏମାନେ ଖେଳିବେ କି ନାହିଁ ଜଣାପଡ଼ିନାହିଁ। ମ୍ୟାଚ୍‍ ଆରମ୍ଭ ହେବାକୁ ଆହୁରି ଗୋଟିଏ ଦିନ ବାକିଥିଲାବେଳେ ଖେଳ ଜୀବନରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବା ଏହି ଖେଳାଳିମାନେ ଠିକଣା ସମୟରେ ଲଢ଼େଇ ଲାଗି ପ୍ରସ୍ତୁତ ହୋଇଯିବେ ବୋଲି ଆଶା କରାଯାଉଛି।

ଫିଫା ବିଶ୍ୱକପ ୨୦୨୨: ଏଥର ପୁରସ୍କାର ବାବଦରେ ୩୫୦୦ କୋଟି ଟଙ୍କା ଦେବ ଫିଫା
ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଆର୍ଜେଣ୍ଟିନା ଓ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପାଖାପାଖି ଗୋଟିଏ ମାସ ଧରି ଚାଲିଥିବା ଏହି ବିଶ୍ୱକପ୍‍ରେ ୫ଟି କନ୍‍ଫେଡେରେସନର ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମେ ୧୬ଟି ଦଳ ଗ୍ରୁପ୍‍ ପର୍ଯ୍ୟାୟରୁ ବାଦ୍‍ ପଡ଼ିଥିଲେ। ଆଉ ୮ଟି ଦଳ ରାଉଣ୍ଡ ଅଫ୍‍ ୧୬ରୁ ବିଦା ନେଇଥିଲେ। ସେହିପରି କ୍ୱାର୍ଟର ଫାଇନାଲରେ ୪ଟି ଦଳ ଓ ସେମିଫାଇନାଲରେ ୨ଟି ଦଳ ପର୍ଯ୍ୟାୟ କ୍ରମେ ବିଶ୍ୱକପରୁ ବିଦାୟ ନେଇଛନ୍ତି। ଶେଷରେ ଦୁଇଟି ଦଳ ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି।

ଏଥର ବିଶ୍ୱକପ୍‍ ଶେଷ ହେବା ପରେ ଫିଫା ମୋଟ୍‍ ଉପରେ ୩୫୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ବିଶ୍ୱ ଫୁଟବଲର ଏହି ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଚାମ୍ପିଅନ ଦଳକୁ ୩୪୪ କୋଟି ଟଙ୍କା (୪୨ ମିଲିଅନ ଆମେରିକୀୟ ଡଲାର) ପୁରସ୍କାର ପ୍ରଦାନ କରିବ। ସେହିପରି ଫାଇନାଲରେ ପରାସ୍ତ ହୋଇଥିବା ରନର୍ସଅପ ଦଳକୁ ୨୪୫ କୋଟି ଟଙ୍କା (୩୦ ମିଲିଅନ ଡଲାର) ପୁରସ୍କାର ପ୍ରଦାନ କରାଯିବ। ବିଶ୍ୱକପରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଦଳକୁ ଫିଫା କିଛି ନା କିଛି ପୁରସ୍କାର ଦେଇଥାଏ। ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୨୦ କୋଟି, ଚତୁର୍ଥ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୦୪ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ।

ସେହିପରି ପଞ୍ଚମରୁ ଅଷ୍ଟମସ୍ଥାନରେ ରହିବାକୁ ଥିବା ଦଳଗୁଡିକୁ ୧୩୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ସେହିପରି ୯ମ ରୁ ୧୬ତମ ସ୍ଥାନରେ ରହିଥିବା ଦଳଗୁଡିକୁ ୧୦୬ କୋଟି ଲେଖାଏ ଟଙ୍କା, ୧୭ରୁ ୩୨ତମ ସ୍ଥାନରେ ଥିବା ଦଳଗୁଡିକୁ ୭୪ କୋଟି ଲେଖାଏ ଟଙ୍କା ପ୍ରଦାନ କରାଯିବ ବୋଲି ଫିଫା ଘୋଷଣା କରିଛି। ଏହାପୂର୍ବରୁ ୨୦୧୮ ବିଶ୍ୱକପ୍‍ରେ ଚାମ୍ପିଅନ ଫ୍ରାନ୍ସ ଦଳ ୩୮ ମିଲିଅନ ଓ ରନର୍ସଅପ କ୍ରୋଏସିଆ ୨୮ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ଜିତିଥିଲା। ୨୦୦୬ ବିଶ୍ୱକପ୍‍ ପୂର୍ବରୁ ଚାମ୍ପିଅନ ଦଳ କେବେବି ୧୦ମି ଆମେରିକୀୟ ଡଲାରରୁ ଅଧିକ ପୁରସ୍କାର ପାଇ ନଥିଲେ। ୧୯୮୨ ଚାମ୍ପିଅନ ଦଳ ଇଟାଲୀକୁ ମାତ୍ର ୨.୨ ମିଲିଅନ ଡଲାର ପୁରସ୍କାର ଦିଆଯାଇଥିଲା। ୨୦୦୨ରେ ଫିଫା ପୁରସ୍କାର ରାଶିରେ ବୃଦ୍ଧି କରିବାକୁ ଘୋଷଣା କରିଥିଲା।

୨୦୨୩ ମହିଳା ବିଶ୍ୱକପ୍‍ରେ ପୁରସ୍କାର ରାଶି ଦୁଇଗୁଣା ବୃଦ୍ଧି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ୨୦୨୩ ମହିଳା ଫିଫା ବିଶ୍ୱକପ୍‍ରେ ପୁରସ୍କାର ରାଶିରେ ଦୁଇଗୁଣା ବୃଦ୍ଧି କରାଯାଇଛି। ଏହି ମେଗା ଇଭେଣ୍ଟରେ ମୋଟ ଉପରେ ୬୦ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ପ୍ରଦାନ କରାଯିବ। ଫ୍ରାନ୍ସରେ ଅନୁଷ୍ଠିତ ୨୦୧୯ ମହିଳା ବିଶ୍ୱକପ୍‍ରେ ୩୦ ମିଲିଅନ ଡଲାର ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୩ ମହିଳା ବିଶ୍ୱକପ୍‍ରେ ପୁରସ୍କାର ରାଶିରେ ଆହୁରି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଏହି ମୋଗ ଇଭେଣ୍ଟର ମୋଟ ଉପରେ ୧୦୦ମି ଡଲାର ପୁରସ୍କାର ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଫିଫା ଟେଲିଭିଜନ ରାଇଟ୍ସ, ମାର୍କେଟିଂ ରାଇଟ୍ସ, ଲାଇସେନ୍ସିଂ ରାଇଟ୍ସ ଓ ଟିକେଟ ବିକ୍ରିରୁ ଅର୍ଥ ଉପାର୍ଜନ କରିଥାଏ।

ଆଜିଠୁ ଫିଫା ବିଶ୍ୱକପ୍‍ ସେମିଫାଇନାଲ : ଆର୍ଜେଣ୍ଟିନାକୁ ଅଟକାଇବ କ୍ରୋଏସିଆ
ଆଲ୍‍ ଖୋର୍‍, ଦୋହା : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ କ୍ରୋଏସିଆ ସହ ମୁକାବିଲା ହେବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ସହ। ଏହି ମ୍ୟାଚ୍‍କୁ ନିଜ କବ୍‍ଜାରେ ରଖି କ୍ରୋଏସିଆ ମଧ୍ୟ ମେସିଙ୍କ ବିଶ୍ୱକପ୍‍ ଜିତିବା ଆଶାକୁ ଧୂଳିସାତ କରିବା ଲକ୍ଷ୍ୟରେ ରହିଛି। ଏହି ଛୋଟିଆ ଦେଶର ଲକ୍ଷ୍ୟ ସ୍ୱତନ୍ତ୍ର। ଏହା କେଉଁଠାରେ ବଡ଼ିମା ଦେଖାଉ ନାହିଁ କିମ୍ବା ବଡ଼ ବଡ଼ ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇଛି। ଏଭଳି ସମୟରେ ୭ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ମେସି ତାଙ୍କ ଜୀବନରେ ଶେଷଥର ଲାଗି ଏହି ଟ୍ରଫି ହାସଲ କରିବାକୁ ଲଢ଼ିବେ। ଟ୍ରଫି ହାସଲ କରିବାରେ କ୍ରୋଏସିଆ ଏବେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି।

ଏହାର ଖେଳାଳିମାନେ ମଧ୍ୟ ମ୍ୟାଚ୍‍କୁ ନେଇ ବେଶି ଉତ୍ସାହିତ ନୁହଁନ୍ତି। ‘ଆମେ କୌଣସି ଦଳ କିମ୍ବା ଖେଳାଳିଙ୍କୁ ଭୟ କରୁନାହୁଁ। ଆମେ କେବଳ ନିଜର ଶ୍ରେଷ୍ଠ ଖେଳ ଉପରେ ନିର୍ଭର କରୁଛୁ’ ବୋଲି କ୍ରୋଏସିଆର ରକ୍ଷଣଭାଗ ଖେଳାଳି ଜୋସିପ୍‍ ଜୁରାନୋଭିଚ୍‍ କହନ୍ତି। ସେ ଆହୁରି କହନ୍ତି, ଆମେ ମ୍ୟାଚ୍‍ ଖେଳିଲାବେଳେ ଗୋଟିଏ ପରିବାର ଭଳି ଏକତ୍ର ହୋଇ ଖେଳିଥାଉ। ଏହା ହିଁ ଆମର ଶକ୍ତି ଓ ସଫଳତାର ମୂଳମନ୍ତ୍ର ବୋଲି ଜୁରାନୋଭିଚ୍‍ଙ୍କ ମତ। କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସହ ନିର୍ଦ୍ଧାରିତ ଓ ଅତିରିକ୍ତ ସମୟ ଖେଳ ୧-୧ ଗୋଲରେ ସମାନ ସ୍ତରରେ ରହିଥିଲା। କିନ୍ତୁ ପେନାଲ୍ଟି ସୁଟ୍‍ଆଉଟରେ କ୍ରୋଏସିଆ ୪-୨ ଗୋଲରେ ବିଜୟୀ ହେବା ଫଳରେ ନେମାରଙ୍କ ବିଶ୍ୱକପ୍‍ ଖେଳିବା ଆଶା ଧୂଳିସାତ ହୋଇଯାଇଥିଲା।

ଅନ୍ୟପକ୍ଷରେ ଆର୍ଜେଣ୍ଟିନାକୁ ସେମିଫାଇନାଲ୍‍ରେ ପ୍ରବେଶ କରାଇବାରେ ମେସିଙ୍କ ଭୂମିକା ଢ଼େର ଅଧିକ। ସେ ୫ଟି ମ୍ୟାଚ୍‍ରେ ୪ଟି ଗୋଲ କରିଛନ୍ତି ଓ ନେଦରଲାଣ୍ଡ୍‍ସ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଗୋଲ ଦେଇଥିବା ନାହୁଏଲ ମୋଲିନାଙ୍କୁ ସହାୟତା ଦେଇଥିଲେ। ଏହା ମେସିଙ୍କ ମ୍ୟାଜିକ୍‍ ବୋଲି ଧରିବାକୁ ହେବ। ୧୯୮୬ରେ ଶେଷଥର ଆର୍ଜେଣ୍ଟିନା ବିଶ୍ୱକପ୍‍ ଟାଇଟଲ ଜିତିଥିଲା। ଏବେ ମେସିଙ୍କ ସମୟରେ ଆର୍ଜେଣ୍ଟିନା ଥରେ ଫାଇନାଲ ୨୦୧୪ରେ ଖେଳି ମଧ୍ୟ ପଡୋଶୀ ବ୍ରାଜିଲଠାରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ମେସିଙ୍କର ଏହା ହୁଏତ ଶେଷ ଟୁର୍ଣ୍ଣାମେଣ୍ଟ। ଏଣୁ ସେ ଓ ତାଙ୍କ ଟିମ୍‍ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ଏଣୁ ଆଉ ଦୁଇଟି ମ୍ୟାଚ୍‍ ଜିତିପାରିଲେ ମେସିଙ୍କ ଟ୍ରଫି ଜିତିବାର ସ୍ୱପ୍ନ ସାର୍ଥକ ହୋଇପାରିବ।

ଲୁସେଲ ଷ୍ଟାଡିୟମ୍‍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ପୂର୍ବରୁ କ୍ରୋଏସିଆ ଚୁପ୍‍ଚାପ୍‍ ରହିଛି। କ୍ରୋଏସିଆ ଷ୍ଟ୍ରାଇକର ବ୍ରୁନୋ ପେଟ୍‍କୋଭିଚ୍‍ଙ୍କ ମତରେ ଆର୍ଜେଣ୍ଟିନାର ଷ୍ଟାର ଖେଳାଳି ଲିଓନେଲ ମେସିଙ୍କୁ ଅଟକାଇବା ଲାଗି ଆମେ କିଛି ସ୍ୱତନ୍ତ୍ର ଯୋଜନା କରିନାହୁଁ କିମ୍ବା ଆମେ କୌଣସି ବ୍ୟକ୍ତି ବିଶେଷଙ୍କ ଲାଗି ଯୋଜନା କରି ନଥାଉ। ଗୋଟିଏ ଦଳ ବିପକ୍ଷରେ ଆମର ଯୋଜନା ହୋଇଥାଏ। ଏଣୁ ଏବେ ଆମେ ଆର୍ଜେଣ୍ଟିନାକୁ କିପରି ହରାଇବୁ ତାହା ଉପରେ ଲକ୍ଷ୍ୟ ରଖିଛି। ଆର୍ଜେଣ୍ଟିନା କହିଲେ କେବଳ ମେସିଙ୍କୁ ବୁଝାଏ ନାହିଁ। ତାଙ୍କ ପରି ଆହୁରି ଅନେକ ଖେଳାଳି ଦଳରେ ଅଛନ୍ତି। ଏଣୁ ଗୋଟିଏ ଦଳକୁ ଅଟକାଇବା ଲକ୍ଷ୍ୟ ନେଇ ଆମେ ଖେଳିବାକୁ ଆସିବୁ ବୋଲି ପେଟ୍‍କୋଭିଚ୍‍ କହନ୍ତି।

କ୍ରୋଏସିଆର ଶ୍ରେଷ୍ଠ ବଳ ହେଲା ମିଡ୍‍ଫିଲ୍ଡ। ୨୦୧୮ ବିଶ୍ୱକପ୍‍ର ଶ୍ରେଷ୍ଠ ଖେଳାଳି ଲୁକା ମୋଡ୍ରିଚ୍‍ଙ୍କ ନେତୃତ୍ୱରେ ଗଠିତ କ୍ରୋଏସିଆ ମିଡ୍‍ ଫିଲ୍ଡ ବିଶ୍ୱରେ ଶ୍ରେଷ୍ଠ ବୋଲି କହନ୍ତି କୋଚ୍‍ ଜ୍ଲାଟ୍‍କୋ ଡାଲିଚ୍‍। ଲୁକାଙ୍କ ସହ ମାଟେଓ କୋଭାସିଚ୍‍ ଓ ମାର୍ସେଲୋ ବ୍ରୋଜୋଭିଚ୍‍ଙ୍କୁ ନେଇ ଗଠିତ ମିଡ୍‍ ଫିଲ୍ଡ କ୍ୱାର୍ଟର ଫାଇନାଲରେ ନେମାର ଓ ବ୍ରାଜିଲଙ୍କୁ ଅଚଳ କରିଦେଇଥିଲେ।

ସେମିଫାଇନାଲରେ କେମିତି ପହଞ୍ଚିଥିଲା  ଆର୍ଜେଣ୍ଟିନା

ଗ୍ରୁପ୍‌ ଲିଗ୍‍ ପର୍ଯ୍ୟାୟରେ

୧- ସାଉଦି ଆରବଠାରୁ ୧-୨ ଗୋଲରେ ପରାସ୍ତ

୨- ମେକ୍ସିକୋ ବିପକ୍ଷରେ ୨-୦ ଗୋଲରେ ବିଜୟୀ

୩- ପୋଲାଣ୍ଡ ବିପକ୍ଷରେ ୨-୦ ଗୋଲରେ ବିଜୟୀ

ପ୍ରି-କ୍ୱାର୍ଟର ଫାଇନାଲରେ

୪-ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ଗୋଲରେ ବିଜୟୀ

କ୍ୱାର୍ଟର ଫାଇନାଲ

୫- ନେଦରଲାଣ୍ଡ୍‍ସ ବିପକ୍ଷରେ ୪-୩ ପେନାଲ୍ଟିରେ ବିଜୟୀ

(ନିର୍ଦ୍ଧାରିତ ସମୟରେ ଖେଳ ୨-୨ରେ ବରାବର)

ସେମିଫାଇନାଲରେ କେମିତି ପହଞ୍ଚିଥିଲା କ୍ରୋଏସିଆ

ଗ୍ରୁପ୍‌ ଲିଗ୍‍ ପର୍ଯ୍ୟାୟରେ

୧- ମରୋକ୍କୋ ସହ ୦-୦ ଗୋଲରେ ମ୍ୟାଚ୍‍ ଡ୍ର

୨- କାନାଡ଼ା ବିପକ୍ଷରେ ୪-୧ ଗୋଲରେ ବିଜୟୀ

୩- ବେଲଜିୟମ ସହ ୦-୦ ଗୋଲରେ ମ୍ୟାଚ୍‍ ଡ୍ର

ପ୍ରି-କ୍ୱାର୍ଟର ଫାଇନାଲରେ

୪- ଜାପାନ ବିପକ୍ଷରେ ୩-୧ ପେନାଲ୍ଟିରେ ବିଜୟୀ

(ନିର୍ଦ୍ଧାରିତ ସମୟରେ ଖେଳ ୧-୧ରେ ବରାବର)

କ୍ୱାର୍ଟର ଫାଇନାଲରେ

୫- ବ୍ରାଜିଲ ବିପକ୍ଷରେ ୪-୨ ପେନାଲ୍ଟିରେ ବିଜୟୀ

(ନିର୍ଦ୍ଧାରିତ ସମୟରେ ଖେଳ ୧-୧ରେ ବରାବର)

ଫିଫା ବିଶ୍ୱକପ୍‍: ଇତିହାସ ରଚିଲା ମୋରୋକ୍କୋ, ପର୍ତ୍ତୁଗାଲକୁ ହରାଇ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲରେ କଲା ପ୍ରବେଶ
କତାର: ଫିଫା ବିଶ୍ୱପକରେ ଇତିହାସ ରଚିଲା ମୋରୋକ୍କୋ । ପର୍ତ୍ତୁଗାଲକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ମୋରୋକ୍କୋ । ରୋମାଞ୍ଚକ ମ୍ୟାଚରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ଫିଫା ବିଶ୍ୱକପର ଇତିହାସରେ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ସେପଟେ ପର୍ତ୍ତୁଗାଲ ମ୍ୟାଚରୁ ବିଦା ହୋଇଛି । ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ଫୁଟବଲର ସବୁଠୁ ପରିଚିତ ଖେଳାଳୀ କ୍ରିଷ୍ଟିୟାନ ରୋନାଲ୍ଡୋଙ୍କ ଦଳ ପର୍ତୁଗାଲ ନକଆଉଟ ମ୍ୟାଚରେ ହାରିବା ପରେ ସେମିଫାନାଲ ରେସରୁ ବାଦ ପଡିଛି । ସେପଟେ ୫ ଥରର ବିଜେତା ବ୍ରାଜିଲ ପରେ ତିନି ଥରର ଉପବିଜେତା ନେଦରଲ୍ୟାଣ୍ଡ ମଧ୍ୟ ଫିଫା ବିଶ୍ୱକପରୁ ବିଦାୟ ନେଇଛି ।

ସ୍ଥାନୀୟ ଅଲ ଥୁମାମା ଷ୍ଟାଡିୟମ୍‍ରେ ଖେଳାଯାଇଥିବା ତୃତୀୟ କ୍ୱାର୍ଟର ଫାଇନାଲରେ ମରୋକ୍କୋ ୧-୦ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ହରାଇ ଆଫ୍ରିକାର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା। ବିଜୟୀ ଦେଶ ପକ୍ଷରୁ ପ୍ରଥମାର୍ଦ୍ଧ ଖେଳର ୪୨ତମ ମିନିଟ୍‍ରେ ୟୁସେଫ୍‍ ଏନ୍‍ ନେସିରି ଗୋଲ ଦେଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‍ରେ ଫ୍ରାନ୍ସ ପକ୍ଷରୁ ଔରେଲିଏନ ଟିଚୋମେନୀ ଓ ଅଲିଭର ଜିରୋଡ ଗୋଲ ଦେଇଥିଲେ। ଇଂଲଣ୍ଡ ଅଧିନାୟକ ପେନାଲ୍ଟିରୁ ଗୋଟିଏ ଗୋଲ ଦେଇଥିଲାବେଳେ ଆଉ ଗୋଟିଏ ଗୋଲ ମିସ୍‍ କରିଥିଲେ।

ଫିଫା ବିଶ୍ୱକପ୍: ସେମିଫାଇନାଲ୍‌ରେ ପ୍ରବେଶ କଲେ ଆର୍ଜେଣ୍ଟିନା ଓ କ୍ରୋଏସିଆ
ଦୋହା: ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଉଭୟ ଦଳ ଶୁକ୍ରବାର ପେନାଲ୍ଟି ବଳରେ ବିଜୟ ହାସଲ କରିଥିଲେ । କ୍ରୋଏସିଆ ୪-୨ (୧-୧) ପେନାଲ୍ଟି ଗୋଲ୍‌ରେ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌ ବ୍ରାଜିଲ୍‌କୁ ବିଦା କରିଥିଲା । ସେହିପରି ଆର୍ଜେଣ୍ଟିନା ୪-୩(୨-୨) ପେନାଲ୍ଟି ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଥିଲା ।

ଏହି ମ୍ୟାଚରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାର ଟକ୍କର ନେଦରଲ୍ୟାଣ୍ଡସ ସହ ହୋଇଥିଲା । ଏହି ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୩ ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ମେସିଙ୍କ ଟିମ୍ ଚଳିତଥର ଚମ୍ପିଆନ ହେବାକୁ ଦୁଇଟି ବିଜୟ ଦୂରରେ ରହିଛି । ଆର୍ଜେଣ୍ଟିନା ଟିମର ଟକ୍କର ଏବେ ସେମିଫାଇନାଲରେ କ୍ରୋଏସିଆ ସହ ହେବ ।

କ୍ରୋଏସିଆ ଗତକାଲି ରାତିରେ ନିଜର କ୍ୱାଟର ଫାଇନାଲ ମୁକାବିଲାରେ ନେମାରଙ୍କ ବ୍ରାଜିଲକୁ ପେନାଲ୍ଟି ସୁଟଆଉଟରେ ପରାଜିତ କରିଛି । ଏବେ କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୩ ଡିସେମ୍ବର ବିଳମ୍ବିତ ରାତି ୧୨ ଟା ୩୦ରେ ସେମିଫାଇନାଲ ମ୍ୟାଚ ହେବ । କ୍ୱାଟର ଫାଇନାଲରେ ମେସି ନିଜ କଳାର ପ୍ରଦର୍ଶନ କରି ୩୫ତମ ମିନିଟରେ ନାହୁଏଲ ମୋଲିନାଙ୍କ ପାଇଁ ପ୍ରାରମ୍ଭିକ ଗୋଲ୍ ସେଟ୍ କରିଥିଲେ, ଏହି ଗୋଲ୍ ସହ ଆର୍ଜେଣ୍ଟିନା ନିଜ ଖାତା ଖୋଲିଥିଲା ଏବଂ ୧-୦ରେ ଆଗୁଆ ରହିଥିଲା ।

ଏହାପରେ ୭୩ତମ ମିନିଟରେ ପେନାଲ୍ଟିକୁ ଗୋଲରେ ପରିଣତ କରି ମେସି ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ମେସିଙ୍କ ଚତୁର୍ଥ ଗୋଲ ଥିଲା । ମେସି ଏବଂ ଗେବ୍ରିୟଲଙ୍କ ନାଁ ବିଶ୍ୱକପରେ ଏବେ ୧୦-୧୦ ଗୋଲ ହୋଇଯାଇଛି। ଯଦି ଆଗାମୀ ମୁକାବିଲାରେ ମେସି ଗୋଲ କରନ୍ତି ତେବେ ଇତିହାସ ରଚିବେ । ଆର୍ଜେଣ୍ଟିନାର ଦୁଇଟି ପ୍ରାରମ୍ଭିକ ଗୋଲ ପରେ ଏମିତି ଲାଗିଥିଲା ଯେ ଦଳ ସହଜରେ ମ୍ୟାଚକୁ ଜିତିନେବ କିନ୍ତୁ ଶେଷ ସମୟରେ ନେଦରଲ୍ୟାଣ୍ଡସର ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

୮୩ତମ ମିନିଟରେ ୱାଟ ବେଘୋରଷ୍ଟ ନେଦରଲ୍ୟାଣ୍ଡସ ପାଇଁ ପ୍ରଥମ ଗୋଲ କରି ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜିବୀତ କରାଇଥିଲେ । ୯୦ ମିନିଟ ପର୍ୟ୍ୟନ୍ତ ଗେମ ଆର୍ଜେଣ୍ଟିନା ପକ୍ଷରେ ରହିଥିଲା କାରଣ ଲିଓନେଲଙ୍କ ଟିମ୍ ୨-୧ରେ ଲିଡ୍ କରୁଥିଲା । ଇଂଜୁରି ଟାଇମର ପ୍ରାୟ ଶେଷ ମିନିଟରେ ନେଦରଲ୍ୟାଣ୍ଡସ ଦ୍ୱିତୀୟ ଗୋଲ କରି ବରାବର କରିନେଇଥିଲା । ଏହି ଗୋଲ ମଧ୍ୟ ବେଘୋରଷ୍ଟ ୯୦+୧୧ତମ ମିନିଟରେ ଦେଇଥିଲେ । ୧୯୯୦ ପରଠୁ ଏହା ଦ୍ୱିତୀୟ ଥର ଅଟେ ଯେବେ ଆର୍ଜେଣ୍ଟିନା ଶେଷ ଚାରି ଟିମରେ ସ୍ଥାନ ବନାଇଛି । ୨୦୧୪ରେ ମେସି ଫାଇନାଲରେ ଜର୍ମାନୀଠୁ ହାରିଥିବା ଟିମର ସଦସ୍ୟ ଥିଲେ।

ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ : ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ସାଉଦି ଆରବ
ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ର ୩ୟ ଦିନରେ ଦେଖିବାକୁ ମିଳିଛି ବଡ ବିପର୍ଯ୍ୟୟ। ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ସାଉଦିଆରବ। ଆଜି ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ ସି ମୁକାବିଲାରେ ସାଉଦିଆରବ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ଫୁଟବଲ ଇତିହାସରେ ଆର୍ଜେଣ୍ଟିନା ବିପକ୍ଷରେ ସାଉଦିଆରବର ଏହା ପ୍ରଥମ ବିଜୟ । ଏହାପୂର୍ବରୁ ଦୁଇ ଦଳ ମୋଟ ୪ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଆର୍ଜେଣ୍ଟିନା ୨ ଥର ବିଜୟୀ ହୋଇଥିବା ବେଳେ ଅନ୍ୟ ଦୁଇଟି ମ୍ୟାଚ ଡ୍ର ହୋଇଥିଲା।

Saudi Arabia beat Argentina. @adidasfootball | #FIFAWorldCup

— FIFA World Cup (@FIFAWorldCup) November 22, 2022

ଆଜିର ମ୍ୟାଚକୁ ବିଶ୍ୱକପ ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟୟ ଭାବେ ଅବିହିତ କରାଯାଉଛି। ମ୍ୟାଚ୍‌ ଆରମ୍ଭରୁ ସାଉଦିକୁ ଅଣ୍ଡରଡଗ ଭାବେ ବିବେଚନା କରାଯାଉଥିଲା। ହେଲେ ଗ୍ରୀନ ଫାଲକନ୍ସ ସମସ୍ତଙ୍କୁ ଭୁଲ ପ୍ରମାଣ କରି ଲୁସାଇଲ ଷ୍ଟାଡିୟମରେ ଇତିହାସ ରଚିଛି।ପ୍ରଥମ ଏସିଆନ ଦେଶ ଭାବେ ସାଉଦି ଆରବ ମେସିଙ୍କ ଆର୍ଜେଣ୍ଟିନାକୁ ହରାଇଛି। ଏହି ମ୍ୟାଚ୍‌ରେ ମେସି ଗୋଟିଏ ଗୋଲ ସ୍କୋର କରିଥିଲେ ମଧ୍ୟ ଏହା ବେକାର ହୋଇଯାଇଛି।

ପ୍ରଥମାର୍ଦ୍ଧରେ ପଛରେ ପଡ଼ିଥିବା ସାଉଦି ଆରବ ମ୍ୟାଚର ଦ୍ୱିତୀର୍ଦ୍ଧାର ଆରମ୍ଭରୁ ଆଟାକିଂ ଖେଳ ଖେଳିଥିଲା। ୫ ମିନିଟ ଭିତରେ ୨ଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ହାଫଟାଇମର କିଛି ମିନିଟ ପରେ ସାଲେ ଅଲଶେହରି ଗୋଲ ସ୍କୋର କରି ପ୍ରଥମ ସ୍ଥିତିକୁ ୧-୧ରେ ବରାବର କରିଥିଲେ।ଏହାପରେ ସାଲେମ ଅଲ ଡାୱସୱରି ଚମତ୍କାର ଗୋଲ କରି ସ୍ଥିତିକୁ ୨-୧ କରି ଦେଇଥିଲେ। ୧-୨ରେ ପଛରେ ଥିବା ଆର୍ଜେଣ୍ଟିନା ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲା। ହେଲେ ଦଳର ସବୁ ଉଦ୍ୟମକୁ ସାଉଦି ଖେଳାଳି ପଣ୍ଡ କରି ଦେଇଥିଲେ।ଶେଷରେ ସାଉଦି ୨-୧ରେ ମ୍ୟାଚ୍‌ ଜିତି ଗ୍ରୁପ୍‌ ସି’ର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି

ମେସି ମ୍ୟାଚର ଦଶମ ମିନିଟରେ ପେନାଲ୍ଟି ମାରି ନିଜ ଦେଶ ପାଇଁ ସ୍କୋର କରିଥିଲେ । ଏହି ଗୋଲ ସହିତ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାତଟି ବିଶ୍ୱକପ ଗୋଲର ରେକର୍ଡର ସମକକ୍ଷ ହୋଇଛନ୍ତି । ଏହା ସହିତ ସେ ଆର୍ଜେଣ୍ଟିନାର ପ୍ରଥମ ଖେଳାଳି ଭାବରେ ଚାରୋଟି ବିଶ୍ୱକପରେ ସ୍କୋର କରିଛନ୍ତି।