olive ridley turtles - The Sakala

ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍
ରାଜନଗର: ଗହୀରମଥାରେ ବ୍ୟତିକ୍ରମ । ଅଣ୍ଡା ନଦେଇ ଗହୀରମଥାରୁ ଫେରିଗଲେ ଅଲିଭ ରିଡ଼ଲେ କଇଁଛ । ସମୁହ ଅଣ୍ଡାଦାନ ନକରି ଗହୀରମଥା ସୀମା ବାହାରକୁ ଚାଲିଗଲେଣି ଅଲିଭ ରିଡ଼ଲେ । ଜଳବାୟୁର ପରିବର୍ତ୍ତନ ନା ବନବିଭାଗର ସୁରକ୍ଷାରେ ତୃଟି ଯାହାକୁ ନେଇ ଉଠିଲା ପ୍ରଶ୍ନ। ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି ।

ଏଭଳି ପରିସ୍ଥିତିରେ ଗହୀରମଥାରେ ଚଳିତବର୍ଷ କଇଁଛଙ୍କ ସମୂହ ଅଣ୍ଡାଦାନ ହେବ ନାହିଁ ବୋଲି ବନବିଭାଗ ଆକଳନ କରିଛି । ଯାହା ପରିବେଶବିତଙ୍କୁ ବ୍ୟଥିତ କରିଛି । ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମାଥା ଯେଉଁଠିକୁ ପ୍ରାୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଲିଭ ରିଡ଼ିଲେ କଇଁଛ ଆସିଥାନ୍ତି । ସମୁଦ୍ରର ନୀଳ ଜଳରାଶିରେ ସେମାନଙ୍କର ମିଳନ ପରେ ବେଳାଭୂମିର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ସମୂହ ଅଣ୍ଡାଦାନ କରିଥାନ୍ତି । 2025 ମସିହାରେ ମାର୍ଚ୍ଚ ମାସ 6 ତାରିଖ ରୁ 10 ତାରିଖ ପର୍ଯ୍ୟନ୍ତ 6 ଲକ୍ଷରୁ ଉର୍ଦ୍ଧ କଇଁଛ ସମୁହ ଅଣ୍ଡାଦାନ କରିଥିଲେ । ପ୍ରତି ବର୍ଷ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଅଲିଭ ରିଡ଼ିଲେ କଇଁଛ ସମୁହ ଅଣ୍ଡାଦାନ କରିଥାନ୍ତି । ବେଳେ ବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମଧ୍ୟ ସମୁହ ଅଣ୍ଡାଦାନ ହୋଇଥାଏ ।

ମାତ୍ର ଚଳିତ ବର୍ଷ ଏପ୍ରିଲ ତୃତୀୟ ସପ୍ତାହ ଆରମ୍ଭ ହୋଇଥିବା ବେଳେ କଇଁଛ ମାନେ ଅଣ୍ଡା ନଦେଇ ଗହୀରମଥା ସୀମା ବାହାରକୁ ଚାଲି ଯିବା ଘଟଣା ଗହୀରମଥା ପାଇଁ ଶୁଭଙ୍କର ନୁହେଁ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି । ଅନ୍ୟପଟେ ୨୦୦୨, ୨୦୦୯ ଓ ୨୦୧୪ରେ ମଧ୍ୟ କଇଁଛ ମାନେ ସମୁହ ଅଣ୍ଡାଦାନ କରିନଥିଲେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର କହିଛନ୍ତି।

ଅଲିଭ୍‍ରିଡଲେଙ୍କ ପାଇଁ ନିରାପଦ ନୁହେଁ ନିଷିଦ୍ଧାଞ୍ଚଳ; ମିଳନ ବେଳେ ଟ୍ରଲର ଓ ଜାଲ ମାଡ଼ରେ ଯାଉଛି ଜୀବନ
ଭୁବନେଶ୍ୱର: ଅଲିଭ୍‍ ରିଡଲେଙ୍କ ପାଇଁ ଦିନେ ସ୍ୱର୍ଗ ପାଲଟିଥିବା ଓଡ଼ିଶାର ଉପକୂଳ ଆଉ ନିରାପଦ ହୋଇନାହିଁ। ଅଣ୍ଡାଦାନ ସମୟ ଆସିଲେ ଶହଶହ ବିରଳ ଜୀବଙ୍କ ଜୀବନ ଯାଉଛି। ନିଷିଦ୍ଧାଞ୍ଚଳରେ ଓଡ଼ିଶା ଏବଂ ଆନ୍ଧ୍ରର ମାଛଧରା ଟ୍ରଲର ମାଡ଼ରେ ରକ୍ତାକ୍ତ ହୋଇ ବେଳାଭୂମିକୁ ପଳାଇ ଆସୁଥିବାର ଦେଖିବାକୁ ମିଳୁଛି। ଏବେ ମିଳନର ସମୟ ହୋଇଥିବା ବେଳେ ଅଲିଭରିଡଲେଙ୍କ ମୃତ୍ୟୁ ଆଗକୁ ଅଣ୍ଡାଦାନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବାର ଆଶଙ୍କା ରହିଛି। ଓଡ଼ିଶାର ଦୁର୍ବଳ ମେରାଇନ୍‍ ଫିସିଂ ରେଗୁଲେସନ ଆକ୍ଟ (ଓମ୍ଫ୍ରା) ପାଇଁ ନିଷିଦ୍ଧାଞ୍ଚଳରେ ମାଛ ଧରିବାକୁ ଯାଉଥିବା ଟ୍ରଲର ଧରା ପଡ଼ିଲେ ମଧ୍ୟ ସହଜରେ ଖସିଯାଉଛନ୍ତି।

ରାଜ୍ୟର ଏକ ପ୍ରମୁଖ ଗଣଅଣ୍ଡାଦାନସ୍ଥଳୀ ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ୭ ଟି ଟ୍ରଲର ଜବତ କରାଯାଇଛି। ବନ ବିଭାଗ ପାଟ୍ରୋଲିଂ ସମୟରେ ନିଷିଦ୍ଧାଞ୍ଚଳରୁ ଏହି ଟ୍ରଲରଗୁଡ଼ିକୁ ଜବତ କରିଛି। ସମାନ ଭାବେ ଋଷିକୂଲ୍ୟାରେ ଗୋଟିଏ ଟ୍ରଲର ଜବତ ହୋଇଥିବା ଜଣାପଡ଼ିଛି। ମାତ୍ର ଓମ୍ଫ୍ରା ଆକ୍ଟରେ ଥିବା ଗଳାବାଟ ଦେଇ ମତ୍ସ୍ୟ ବିଭାଗ ଏଗୁଡ଼ିକୁ ଛାଡ଼ି ଦେଇଥିବା ଅଭିଯୋଗ ହେଉଛି। ନିୟମ ଅନୁଯାୟୀ ନଭେମ୍ବର ମାସରୁ ମେ’ ମାସ ପର୍ଯ୍ୟନ୍ତ ରାଜ୍ୟର ୩ଟି ଗଣ ଅଣ୍ଡାଦାନସ୍ଥଳୀ ଋଷିକୁଲ୍ୟା ମୁହାଣ, ଦେବୀ ମୁହାଣ ଓ ଗହୀରମଥାରେ ସମୁଦ୍ର କୂଳରୁ ୨୦ କିମି ପର୍ଯ୍ୟନ୍ତ ମାଛ ଧରାରେ ରୋକ ଲାଗିବା ସହିତ ଟ୍ରଲର ଚାଳନା ସମ୍ପୂର୍ଣ୍ଣ ବାରଣ ରହିଛି। ଏହି ସମୟରେ ଯଦି କୌଣସି ମତ୍ସ୍ୟଜୀବୀ ନିୟମ ଉଲ୍ଲଙ୍ଘନ କରନ୍ତି ସେମାନଙ୍କ ଟ୍ରଲରକୁ ବନ ବିଭାଗ ଜବତ କରୁଛି। ଯଦି ଜବତ ବେଳେ ଟ୍ରଲର କିମ୍ବା ସେମାନଙ୍କ ଜାଲରେ ଅଲିଭ୍‍ରିଡଲେ କଇଁଛ ଥାଏ ତେବେ ସେମାନଙ୍କୁ ବନ ବିଭାଗ ଗିରଫ କରିବା ସହିତ ଟ୍ରଲର ଲାଇସେନ୍ସ ରଦ୍ଦ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଟ୍ରଲର କିମ୍ବା ଜାଲରେ କଇଁଛ ନ ଥିଲେ ସେମାନଙ୍କୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିବାର ନିୟମ ରହିଛି। ଓମ୍ଫ୍ରା ଆକ୍ଟ ଅନୁଯାୟୀ ମତ୍ସ୍ୟ ବିଭାଗର ଅଧିକାରୀମାନେ ଟ୍ରଲରରେ ଥିବା ମାଛର ପରିମାଣ ଅନୁଯାୟୀ ସେମାନଙ୍କୁ ଆର୍ଥିକ ଜରିମାନା କରି ଛାଡ଼ି ଦେଉଛି। ଯାହାକୁ ପରିବେଶବିତମାନେ ବିରୋଧ କରିବା ସହିତ ଓମ୍ଫ୍ରା ଆକ୍ଟର ସଂଶୋଧନ ପାଇଁ ଦାବି କରିଛନ୍ତି।

ଦେବୀ ମୁହାଣରେ ଅଲିଭରିଡଲେ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ତଥା ୟୁଏନର ଯୁବ ଅଧିବକ୍ତା ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି ଯେ ଦୁର୍ବଳ ଓମ୍ଫ୍ରା ଆକ୍ଟର ସଂଶୋଧନ କରି ଏହାକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏହାସହିତ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିୟମ ମଧ୍ୟ ଉଲ୍ଲଙ୍ଘନ କରାଯାଉଛି। ମତ୍ସ୍ୟଜୀବୀମାନେ ଟିଇଟି ଜାଲ ବ୍ୟବହାର କରିବାର ନିୟମ ରହିଛି। ଏହି ଜାଲ ବ୍ୟବହାର ହେଲେ କଇଁଛମାନେ ଜାଲରେ ପଡ଼ିଲେ ମଧ୍ୟ ଜାଲରୁ ବାହାରିଯିବାର ବ୍ୟବସ୍ଥା ରହିଛି। ମାତ୍ର ମତ୍ସ୍ୟଜୀବୀମାନେ ଏହି ନିୟମ ପାଳନ ନ ଥିବା ବେଳେ ମତ୍ସ୍ୟ ବିଭାଗ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ତେଣୁ ଏହି ସବୁ ନିୟମକୁ ଗୁରୁତ୍ୱ ଦେଇ ଆଇନ୍‍ କଡ଼ା ହେଲେ ହିଁ ଅଲିଭ୍‍ରିଡଲେଙ୍କ ସୁରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ପୁରୀ ଡିଏଫ୍‍ଓ ପି ରାମାଶ୍ୱାମୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ନିୟମ ଉଲ୍ଲଙ୍ଘନ କରିଥିବା ୭ ଟି ଟ୍ରଲରକୁ ବନ ବିଭାଗ ଟିମ୍‍ ଜବତ କରିଛି। ଏହି ଟ୍ରଲରଗୁଡ଼ିକୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି। ତେବେ ମତ୍ସ୍ୟ ବିଭାଗ ଏଗୁଡ଼ିକୁ ଛାଡ଼ି ଦେଇଥିବା ପ୍ରସଙ୍ଗରେ ସେ ନିୟମ ଅନୁଯାୟୀ ବିଭାଗ କାର୍ଯ୍ୟ କରୁଥିବା ନେଇ କହିଛନ୍ତି। ଗହିରିମଥା ଗଣ ଅଣ୍ଡାଦାନସ୍ଥଳୀରେ ଅଭୟାରଣ୍ୟ ଆଇନ ଲାଗୁ କରାଯାଉଥିବାରୁ ଏଠାରେ ନିୟମ କଡ଼ାକଡ଼ି ପାଳନ ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ରେଞ୍ଜ ଅଫିସର ମାନସ କୁମାର ଦାସଙ୍କ ସୂଚନା ଅନୁଯାୟୀ ଗହିରିମଥାର ନିଷିଦ୍ଧାଞ୍ଚଳରୁ ୧୩ ଟ୍ରଲର ଜବତ ହୋଇଥିବା ବେଳେ ୧୧୧ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ସୂଚନା ଥାଉ କି, ଅଲିଭ୍‍ରିଡଲେଙ୍କୁ ପ୍ରଜନନ ପକ୍ରିୟା ପାଇଁ ୪୫-୬୦ ଦିନ ଲାଗିଥାଏ। ପାଣିରେ ଭାସମାନ ଅବସ୍ଥାରେ ହିଁ ସେମାନେ ଏହି ପ୍ରକ୍ରିୟା ପାର୍‍ କରିଥାନ୍ତି।

କଟକଣା ସତ୍ତ୍ବେ ଟ୍ରଲର୍‌ରେ ଚାଲିଛି ମାଛଧରା, ପ୍ରଭାବିତ ହୋଇପାରେ କଇଁଛଙ୍କ ଗଣଅଣ୍ଡାଦାନ
ଭୁବନେଶ୍ୱର : ଉପକୂଳ ସମୁଦ୍ରରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ମଧ୍ୟରେ ଆନ୍ତରିକତା ଓ ସମନ୍ୱୟର ଅଭାବ ଯୋଗୁଁ ଏହି ସାମୁଦ୍ରିକ ଜଳଜୀବଙ୍କ ଜୀବନ ଓ ସଂସାର ଏବେ ସଙ୍କଟରେ। ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନକୁ ସଫଳ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଚଳିତ ନଭେମ୍ବର ପହିଲାରୁ ଆସନ୍ତାବର୍ଷ ମାର୍ଚ୍ଚ (୭ ମାସ ପାଇଁ) ପର୍ଯ୍ୟନ୍ତ ଉପକୂଳ ସମୁଦ୍ରରେ ମାଛଧରା ଉପରେ ନିଷେଧାଦେଶ ସତ୍ତ୍ବେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରେ ନିଧଡ଼କ ରାଜ୍‍ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ବେଆଇନ୍‍ ଟ୍ରଲର ଚାଳନାରେ ରୋକ୍‍ ଲାଗୁନି। ଫଳରେ ବିରଳ ଅଲିଭ୍‍ରିଡ୍‍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟତଃ କୋଷ୍ଟଗାର୍ଡଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ସହିତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଓ କୋଷ୍ଟଗାର୍ଡର ଉତ୍ତର ଦାୟିତ୍ୱ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାଙ୍କୁ ନେଇ ପ୍ରତିବର୍ଷ ଉଚ୍ଚସ୍ତରୀୟ ବୈଠକ ବସିବା ସହ ଏଠାରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ସମ୍ପର୍କରେ ଖସଡ଼ା ପ୍ରସ୍ତୁତ ହୋଇଥାଏ। ମାତ୍ର ଚଳିତ ବର୍ଷ ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନ ପାଇଁ ଲାଗୁଥିବା କଟକଣା ଅବଧି ଆରମ୍ଭ ହୋଇସାରିଥିଲେ ମଧ୍ୟ କୋଷ୍ଟଗାର୍ଡ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହୋଇଛି। ଯାହାର ଫାଇଦା ନେଇ ବେଆଇନ୍‍ ଟ୍ରଲର ମାଲିକମାନେ ସମୁଦ୍ରରୁ ମାଛଧରା ଜାରି ରଖିଛନ୍ତି। ଗତକାଲି (ଶନିବାର) ଦେବୀ ମୁହାଣରେ ପ୍ରାୟ ୫୦୦ ଊର୍ଦ୍ଧ୍ବ ଦେଶୀ ଡଙ୍ଗା ସହିତ ୧୫୦ରୁ ଊର୍ଦ୍ଧ୍ବ ଟ୍ରଲର ମାଛ ମାରିବା ପାଇଁ ସମୁଦ୍ର ମଧ୍ୟରେ ଥିବା ନଜରକୁ ଆସିଛି। ସରକାରୀ କଟକଣା ଅନୁଯାୟୀ ସମୁଦ୍ର ଉପକୂଳରୁ୨୦ କିମି. ମଧ୍ୟରେ ଟ୍ରଲର ପ୍ରବେଶ ନିଷେଧ ଥିଲେ ମଧ୍ୟ ଶନିବାରେ ଏହି ପରିଧି ମଧ୍ୟରେ ମାଛଧରା ଜାରି ରହିଥିଲା। ଏହି ସମୟରେ ପୁରୀ ଡିଏଫ୍‍ଓଙ୍କ ଏକ୍‍ ଟିମ୍‍ ଦେବୀ ମୁହାଣରୁ ଗୋଟିଏ ଟ୍ରଲରକୁ ଧରିବାରେ ସକ୍ଷମ ହୋଇଛି। ଏହି ଟ୍ରଲରକୁ ଜବତ କରାଯାଇଥିବା ବେଳେ ଟ୍ରଲରରୁ ୨୦ ଟ୍ରେ’ରୁ ଅଧିକ ମାଛ ଜବତ କରାଯାଇଥିବା ସୂଚନା ମିଳିଛି।

ଋଷିକୂଲ୍ୟା ମୁହାଣରେ ହେଉଥିବା ଗଣଅଣ୍ଡାଦାନସ୍ଥଳୀ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ବ୍ୟତୀତ ଗୋପାଳପୁର କୋଷ୍ଟଗାର୍ଡ ୟୁନିଟ୍‍କୁ ଆବଶ୍ୟକ ହେଲେ ଖବର ଦିଆଯାଉଛି ଓ ସେମାନେ ପାଟ୍ରୋଲିଂ କରୁଥିବା ସୂଚନା ମିଳିଛି। ସମାନ ଭାବେ ଗହୀରମଥା ଅଣ୍ଡାଦାନସ୍ଥଳୀ ପାଇଁ ବନ ବିଭାଗୀୟ ଅଧିକାରୀଙ୍କ ହାତରେ ଅଭୟାରଣ୍ୟ ନିୟମ (ସାଙ୍କ୍‍ଚୁଆରୀ ଆକ୍ଟ) ଅଧୀନରେ କ୍ଷମତା ରହୁଛି। ଯାହାଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଭୟରେ ଏହି ଦୁଇ ସ୍ଥାନରେ ବିଶେଷ ନିୟମ ଉଲ୍ଲଙ୍ଘନ ହୋଇପାରୁ ନ ଥିବା ସୂଚନା ମିଳିଛି। ମାତ୍ର ଦେବୀ ମୁହାଁଣରେ ନିୟମ କାନୁନ୍‍କୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଉଛି। କୋଷ୍ଟଗାର୍ଡ଼ର ସହାୟତା ମିଳୁ ନ ଥିବାରୁ ବନ ବିଭାଗ ଏ ସବୁ ଦେଖି ମଧ୍ୟ ଅସହାୟ ଅବସ୍ଥାରେ ରହିଛି।

ଦେବୀ ମୁହାଣରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଯୁବ ପରିବେଶବିତ୍‍ ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି ଯେ କୋଷ୍ଟଗାର୍ଡ ଯଦି ମାସକୁ ୩ ଥର ପାଟ୍ରୋଲିଂ କରେ, ତା’ହେଲେ ବେଆଇନ୍‍ ଟ୍ରଲର ଚାଳନାରେ ରୋକ୍‍ ଲାଗିପାରନ୍ତା। ବନ ବିଭାଗର ପାଟ୍ରୋଲିଂକୁ ମତ୍ସ୍ୟଜୀବୀମାନେ ଖାତିର କରୁ ନାହାନ୍ତି। ସମୁଦ୍ର ମଧ୍ୟରେ ବନ ବିଭାଗ ତୁଳନାରେ କୋଷ୍ଟଗାର୍ଡ ଯଥେଷ୍ଟ ଅଧିକ ପ୍ରଭାବୀ। ମତ୍ସ୍ୟଜୀବୀଙ୍କ ସଙ୍ଘବଦ୍ଧ ଆକ୍ରମଣ ଭୟରେ ମଧ୍ୟ ସ୍ୱେଚ୍ଛାସେବୀମାନେ କଇଁଛଙ୍କ ସୁରକ୍ଷା ପାଇଁ ଯିବାକୁ ଡରୁଛନ୍ତି। ଅପରପକ୍ଷରେ ସାମୁଦ୍ରିକ ଜୀବଙ୍କୁ ଧରୁଥିବା ମତ୍ସ୍ୟଜୀବୀଙ୍କ ବିରୋଧରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହେଉ ନ ଥିବାରୁ ଏହି କାର୍ଯ୍ୟରେ ରୋକ୍‍ ଲାଗି ପାରୁନି। ତେଣୁ କଟକଣା ଅବଧିରେ ସବୁ ଅଣ୍ଡାଦାନସ୍ଥଳୀ ପାଇଁ ‘ସାଙ୍କ୍‍ଚୁଆରୀ ଆକ୍ଟ’ ଲାଗୁ କରାଯିବା ଉଚିତ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।