Mangaluru - The Sakala

ବୈଜ୍ଞାନିକଙ୍କ ଚେତାବନୀ: ୨୦୪୦ ସୁଦ୍ଧା ସମୁଦ୍ରରେ ଲୀନ ହୋଇଯିବ ମାଙ୍ଗାଲୁରୁ, ଉଡୁପି !
ନୂଆଦିଲ୍ଲୀ: ଆରବ ସାଗର ସମୁଦ୍ର ପତ୍ତନ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଦେଶର ପଶ୍ଚିମ ଭାଗ ଉପକୂଳ ଅଞ୍ଚଳ ପାଇଁ ସୃଷ୍ଟି ହେବାକୁ ଯାଉଥିବା ବିପର୍ଯ୍ୟୟକୁ ନେଇ ବୈଜ୍ଞାନିକମାନେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ପୂର୍ବରୁ ମୁମ୍ବାଇ ସମେତ ମହାରାଷ୍ଟ୍ରର କିଛି ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ନେଇ ଚିନ୍ତାପ୍ରକଟ କରିଥିଲେ। ଏବେ ବେଙ୍ଗାଲୁରୁ କିଛି ବୈଜ୍ଞାନିକ ଦଳ କର୍ଣ୍ଣାଟକର ମାଙ୍ଗାଲୁରୁ ଏବଂ ଉଡୁପି ଉପକୂଳ ଅଞ୍ଚଳକୁ ନେଇ ଚେତାବନୀ ଜାରି କରିଛନ୍ତି। ୨୦୪୦ ସୁଦ୍ଧା ଏହି ଦୁଇଟି ଉପକୂଳ ଅଞ୍ଚଳର ୫ ପ୍ରତିଶତ ସ୍ଥଳଭାଗ ସମୁଦ୍ର ମଧ୍ୟରେ ଲୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି।

କର୍ଣ୍ଣାଟକର ମୋଟ ସାମୁଦ୍ରିକ ତଟ ସୀମା ଲମ୍ବ ପ୍ରାୟ ୩୬୦ କିମି ରହିଥିବା ବେଳେ ସେଥିମଧ୍ୟରୁ ଉଡୁପି ଜିଲ୍ଲାର ତଟ ସୀମା ୯୮ କିମି ରହିଛି। ସେହିପରି ଦକ୍ଷିଣ କନ୍ନଡ ଜିଲ୍ଲା ଅନ୍ତର୍ଭୁକ୍ତ ମାଙ୍ଗେଲୋର ଅଞ୍ଚଳର ତଟ ସୀମା ପ୍ରାୟ ୩୦ ରୁ ୩୫ କିମି ରହିଛି। ହେଲେ ବିଗତ କିଛି ବର୍ଷ ମଧ୍ୟରେ ଏହି ଦୁଇଟି ଅଞ୍ଚଳରେ ସମୁଦ୍ର ଯେଭଳି ସ୍ଥଳଭାଗୁ ଗ୍ରାସିବାରେ ଲାଗିଛି ତଦ୍ବାରା ୨୦୪୦ ସୁଦ୍ଧା ଏହି ଦୁଇଟି ଅଞ୍ଚଳର ୫ ପ୍ରତିଶତ ଭାଗ ସମୁଦ୍ର ମଧ୍ୟରେ ଲୀନ ହୋଇଯିବ ବୋଲି ବେଙ୍ଗାଲୁରୁସ୍ଥିତ ‘ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ସାଇନ୍ସ, ଟେକନୋଲୋଜି ଆଣ୍ଡ ପଲିସି’ର ବୈଜ୍ଞାନିକମାନେ କହିଛନ୍ତି। ବିଗତ ଦିନରେ ବିଭିନ୍ନ ସମୟରେ ସମୁଦ୍ର ଅଶାନ୍ତ ହୋଇପଡ଼ିବା ସହିତ ଏହି ଦୁଇଟି ଅଞ୍ଚଳର ଉପକୂଳ ଅଞ୍ଚଳକୁ ଜଳମଗ୍ନ କରିଛି। ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ତଟ ଅଞ୍ଚଳରେ ଜନବସତି ବୃଦ୍ଧି ପାଇବା ଏଭଳି ଘଟଣା ପାଇଁ ମୁଖ୍ୟତଃ ଦାୟୀ। ଏହି ଅଞ୍ଚଳର ସମୁଦ୍ର ପତ୍ତନ ଏବଂ ଏହାର ପରିସୀମା ପୂର୍ବରୁ ଯାହା ରହିଥିଲା ସେ ତୁଳନାରେ ଏବେ ସମୁଦ୍ର ଅଧିକାଂଶ ସ୍ଥାନରେ ସ୍ଥଳଭାଗକୁ ଗ୍ରାସି ସାରିଛି।

ଏହିକ୍ରମରେ ଆମାଗୀ କିଛି ବର୍ଷ ମଧ୍ୟରେ ଆହୁରି ଅଧିକ ସ୍ଥଳଭାଗ ସମୁଦ୍ର ମଧ୍ୟକୁ ଚାଲିଯିବ ବୋଲି ଏହି ସଂସ୍ଥାନର ଏକ ବୈଜ୍ଞାନିକ ଟିମ୍‌ ସେମାନଙ୍କ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଇଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ହେବା ଦ୍ବାରା ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରି ଚେତାବନୀ ଜାରି କରିଛନ୍ତି। କେବଳ କର୍ଣ୍ଣାଟକର ଏହି ଦୁଇ ଅଞ୍ଚଳ ନୁହେଁ; କେରଳ, ଗୋଆ, ମହାରାଷ୍ଟ୍ର ତାମିଲନାଡୁ ଏବଂ ପଣ୍ଡିଚେରୀର ବିଭିନ୍ନ ଅଞ୍ଚଳ ସମୁଦ୍ର ମଧ୍ୟରେ ଲୀନ ହେବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। କେବଳ ମୁମ୍ବଇ, ପଣ୍ଡିଚେରୀ ଏବଂ ତାମିଲନାଡୁର ତୁତିକୋରିନ ଅଞ୍ଚଳର ୧୦ ଭାଗ ସମୁଦ୍ର ଦ୍ବାରା ଜଳମଗ୍ନ ହୋଇପାରେ ବୋଲି ଏହି ବୈଜ୍ଞାନିକ ଟିମ୍‌ ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ୍, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ
ମାଙ୍ଗାଲୁରୁ: ଗତ ଶନିବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଘଟଣା ସାଧାରଣ ନଥିଲା। ବଂର ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା ବୋଲି କର୍ଣ୍ଣାଟକ ପୁଲିସ ସୂଚନା ଦେଇଛି। ଭୟଙ୍କର କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି ।

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୂଦ ଟୁଇଟ୍ କରି କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ସହ ରାଜ୍ୟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସେ କହିଛନ୍ତି ଘଟଣାକୁ ନେଇ ବର୍ତ୍ତମାନ ସୁନିଶ୍ଚିତ ହୋଇଛି ଯେ ଏହି ବିସ୍ଫୋରଣ ସଂଯୋଗ ବଶତଃ ନଥିଲା। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା।

ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ରାଜ୍ୟ ପୁଲିସକୁ ସହଯୋଗ କରୁଥିବା କଥା କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ମଧ୍ୟ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଗତକାଲି ମାଙ୍ଗାଲୁରୁରେ ସଂଗଠିତ ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ରାଜ୍ୟ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଛି। ଏହା ଆତଙ୍କବାଦବିଜଡ଼ିତ କାଣ୍ଡ ବୋଲି ସନ୍ଦେହ ହେଉଛି। ରାଜ୍ୟ ପୁଲିସଙ୍କ ସହିତ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ମଧ୍ୟ ଯୋଗ ଦେଇଛନ୍ତି।

ସୂଚନା ଅନୁସାରେ, ଶନିବାର ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା। ଏଥିରେ ଡ୍ରାଇଭର ସମେତ ଯାତ୍ରୀ ବି ଆହତ ହୋଇଥିଲେ। ତେବେ ଯାତ୍ରୀଙ୍କ ବେଗ୍‌ରେ ଥିବା ସନ୍ଦେହଜନକ ବସ୍ତୁ ବିସ୍ଫୋରଣ କାରଣ ବୋଲି ଅଟୋ ଡ୍ରାଇଭର ସୂଚନା ଦେଇଛନ୍ତି।