Traffic Congestion - The Sakala

ନେପାଳରେ ନୂଆ ସାର୍ବଜନୀନ ଗାଡ଼ି ପଞ୍ଜୀକରଣ ଉପରେ ପ୍ରତିବନ୍ଧକ: ଟ୍ରାଫିକ, ପ୍ରଦୂଷଣ ଓ ଇନ୍ଧନ ସଙ୍କଟ କାରଣରୁ ସରକାରଙ୍କ ବଡ଼ ପଦକ୍ଷେପ
ଦେଶରେ ବଢ଼ୁଥିବା ଟ୍ରାଫିକ ସମସ୍ୟା, ବାୟୁ ପ୍ରଦୂଷଣ ଏବଂ ସଡ଼କ ଭିତ୍ତିଭୂମି ଉପରେ ପଡ଼ୁଥିବା ଚାପକୁ ଦୃଷ୍ଟିରେ ରଖି ନେପାଳ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ନୂଆ ସାର୍ବଜନୀନ ଗାଡ଼ି ବା ପବ୍ଲିକ ଟ୍ରାନ୍ସପୋର୍ଟ ପଞ୍ଜୀକରଣ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଯାଇଛି। ବିଶେଷ କଥା ହେଉଛି, ଏହି କଟକଣା କେବଳ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଗାଡ଼ି ଉପରେ ନୁହେଁ, ବରଂ ଇଲେକ୍ଟ୍ରିକ ଭେଇକିଲ୍ (EV) ଉପରେ ମଧ୍ୟ ଲାଗୁ କରାଯାଇଛି।

କାହିଁକି ନିଆଗଲା ଏହି ନିଷ୍ପତ୍ତି?

ନେପାଳର ପରିବହନ ପରିଚାଳନା ବିଭାଗ (Department of Transport Management) ଅନୁଯାୟୀ, ଦେଶର ସହରାଞ୍ଚଳ ବିଶେଷ କରି କାଠମାଣ୍ଡୁ ଉପତ୍ୟକାରେ ବାୟୁ ପ୍ରଦୂଷଣ ଏକ ଗମ୍ଭୀର ରୂପ ନେଇଛି। ଏହାସହ ଅତ୍ୟଧିକ ଗାଡ଼ି ଯୋଗୁଁ ଟ୍ରାଫିକ ଜାମ୍ ସମସ୍ୟା ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ଏହା ବ୍ୟତୀତ ଦେଶରେ ଇନ୍ଧନ ଯୋଗାଣ ସଙ୍କଟ ଏବଂ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟ ଉପରେ ନିର୍ଭରଶୀଳତାକୁ କମାଇବା ପାଇଁ ଏହିଭଳି କଠୋର ନିଷ୍ପତ୍ତି ନିଆଯାଇଛି। ପରିବହନ ବ୍ୟବସ୍ଥାରେ ବୈଜ୍ଞାନିକ ପରିଚାଳନାର ଅଭାବ ଏବଂ ରାସ୍ତାର କ୍ଷମତା ତୁଳନାରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଜନସାଧାରଣଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରୁଥିଲା।

ଆଇନଗତ ପ୍ରାବଧାନ ଓ ଆଗାମୀ ପ୍ରଭାବ

ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ଯାନ ଏବଂ ପରିବହନ ପରିଚାଳନା ଆଇନ, ୨୦୪୯ ର ଧାରା ୨୪(୩) ଅଧୀନରେ ନିଆଯାଇଛି, ଯାହା ସରକାରଙ୍କୁ ଜନସ୍ୱାର୍ଥ ଦୃଷ୍ଟିରୁ ନୂଆ ଗାଡ଼ି ପଞ୍ଜୀକରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ କ୍ଷମତା ପ୍ରଦାନ କରିଥାଏ। ଏ ନେଇ ସମସ୍ତ ସାତୋଟି ପ୍ରଦେଶର ଭୌତିକ ଭିତ୍ତିଭୂମି, ଶ୍ରମ ଓ ପରିବହନ ମନ୍ତ୍ରଣାଳୟ ତଥା ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ନୂତନ ସାର୍ବଜନୀନ ଯାନ ପଞ୍ଜୀକରଣ ପ୍ରକ୍ରିୟା କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ, ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକୁ ମଧ୍ୟ ଏହି କଟକଣା ପରିସରଭୁକ୍ତ କରାଯାଇଥିବାରୁ ପରିବେଶବିତ୍ ଏବଂ ପରିବହନ ବ୍ୟବସାୟୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ରାଜଧାନୀ ରାସ୍ତାରେ ଅସମ୍ଭାଳ ଭିଡ଼; ଶହେ ମିଟର ଯିବା ପାଇଁ ଲାଗୁଛି ଅଧଘଣ୍ଟାରୁ ଅଧିକ ସମୟ, ସଞ୍ଜହେଲେ ରାସ୍ତାଉପରେ ମାଳମାଳ ପାର୍କିଂ
ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ୍‍ ବ୍ୟବସ୍ଥାରେ ସବୁଠାରୁ ବିପଜ୍ଜନକ ପାଲଟିଛି ପ୍ରମୁଖ ଅଞ୍ଚଳ। ବିଶେଷକରି ଦିନ ୧୦ଟା ବେଳେ ଓ ସନ୍ଧ୍ୟା ୫ଟା ହେଲେ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଅସମ୍ଭାଳ ଭିଡ଼ ଜମୁଛି। ଏମିତି କି ଶହେ ମିଟର ରାସ୍ତା ଯିବା ପାଇଁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏଭଳି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ମଧ୍ୟ ଏହାର ସମାଧାନର ବାଟ ବାହାରିପାରିନାହିଁ। ରାଜଧାନୀର ପ୍ରମୁଖ ଭିଡ଼ ଅଞ୍ଚଳ ହେଉଛି କଳ୍ପନାରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇଥିବା କଟକ-ପୁରୀ ରୋଡ୍‍। ଏଠାକାର ସମସ୍ୟା ଆଜିର ନୁହେଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ଅଞ୍ଚଳରେ ଭିଡ଼ ପରିଲକ୍ଷିତ ହେଉଛି। ଯଦିବା ଏହି ରାସ୍ତାର ସମ୍ପ୍ରସାରଣ କରାଯିବା ସହ ସତ୍ୟ ନଗର ଫ୍ଲାଇ ଓଭର ବ୍ରିଜ୍‍ ନିର୍ମାଣ କରାଯାଇଛି କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଫଳରେ ଦିନ ୧୦ଟାରେ ଏହି ରାସ୍ତା ଅତ୍ୟଧିକ ଜାମ୍‍ ହୋଇଯାଉଛି। ସରକାରୀ କାର୍ଯ୍ୟାଳୟ ଖୋଲାଦିନ ଏହି ସମୟରେ ଯିବା ଅସମ୍ଭବ ହୋଇପଡ଼ୁଛି। ସେହିଭଳି ସନ୍ଧ୍ୟା ୫ଟାରୁ ପ୍ରାୟ ୯ଟା ଯାଏ ଏହି ରାସ୍ତାରେ ଶତାଧିକ ଗାଡ଼ିମଟର ଜାମ୍‍ ହୋଇ ରହୁଛି। ଏହି ରାସ୍ତାରେ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳର ରହିଥିବାରୁ ଯାନବାହାନ ପାର୍କିଂର ସୁବ୍ୟବସ୍ଥିତ ଥିବା ଭଳି ମନେ ହେଉନାହିଁ।

ରାଜଧାନୀର ପ୍ରମୁଖ ଭିଡ଼ ଅଞ୍ଚଳ ହେଉଛି ସିଆର୍‍ପି ଛକରୁ ଷ୍ଟିୱାର୍ଟ ରାସ୍ତା। ମାତ୍ର ଦେଢ଼ଶହ ମିଟର ଏହି ରାସ୍ତା କଡ଼ରେ ଭେଣ୍ଡିଂ ଜୋନ୍‍ ରହିଥିବା ବେଳେ ଗାଡ଼ି ପାର୍କିଂର ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଲୋକେ ରାସ୍ତା ଉପରେ ଗାଡ଼ି ରଖି ମାର୍କେଟିଂ କରୁଛନ୍ତି। ନିକଟରେ ପ୍ରିୟଦର୍ଶିନୀ ମାର୍କେଟ କମ୍ପେ୍ଲକ୍ସ ରହିଥିବା ବେଳେ ଭେଣ୍ଡିଂ ଜୋନ୍‍ରେ ମାଳମାଳ ଫାଷ୍ଟଫୁଡ୍‍ ଦୋକାନ ରହିଛି। ଦିନବେଳା ପ୍ରିୟଦର୍ଶିନୀ ମାର୍କେଟ୍‍ ସମେତ ଅନ୍ୟ ମାର୍କେଟ୍‍ କମ୍ପେ୍ଲକ୍ସରେ ଅସମ୍ଭାଳ ଭିଡ଼ ହେଉଛି। ଏଠାରେ ବିଶେଷକରି ଚାରିଚକିଆ ଯାନବାହାନ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଲୋକେ ରାସ୍ତା ଉପରେ ଗାଡ଼ି ଛାଡ଼ି ମାର୍କେଟିଂ କରୁଛନ୍ତି। ସନ୍ଧ୍ୟା ହେଲେ ଶତାଧିକ ଲୋକେ ରାସ୍ତା ଉପରେ ଗାଡ଼ି ରଖି ଫାଷ୍ଟଫୁଡ୍‍ ଦୋକାନରେ ଭିଡ଼ ଜମାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିକଟରେ ଷ୍ଟିୱାର୍ଟ ସ୍କୁଲ ଥିବାରୁ ସ୍କୁଲ ଖୋଲିବା ଓ ଛୁଟିହେବା ସମୟରେ ରାସ୍ତା ସମ୍ପୂର୍ଣ୍ଣ ଜାମ୍‍ ରହୁଛି। ମାତ୍ର ଭିଡ଼ ସମୟରେ ମାତ୍ର ଦେଢ଼ଶହ ମିଟର ରାସ୍ତା ଅତିକ୍ରମ କରିବା ପାଇଁ ୧୫ରୁ ୨୦ ମିନିଟ୍‍ ଲାଗୁଛି। ପ୍ରିୟଦଶିନୀ ମାର୍କେଟରୁ ମୁଖ୍ୟରାସ୍ତାକୁ ସଂଯୋଗପଥ ସୁଗମ ନ ଥିବାରୁ ଅଧିକାଂଶ ସମୟରେ ଗାଡ଼ି ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ଅବାଧ ଅଟୋ ପାକିଂ ଯୋଗୁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇଯାଉଛି। ଦିନବେଳା ତଥା ସନ୍ଧ୍ୟା ସାଢ଼େ ୫ଟାରୁ ରାତି ପ୍ରାୟ ସାଢ଼େ ଆଠଟା ଯାଏ ଏହି ରାସ୍ତାରେ ଯିବା କାଠିକର ପାଠ ହୋଇପଡ଼ୁଛି।

ସେହିଭଳି ପ୍ରମୁଖ ଜନଗହଳିପୂର୍ଣ୍ଣ ଅଞ୍ଚଳ ହେଉଛି ରାଜମହଲ ଅଞ୍ଚଳ। ଏଠାରେ ସମସ୍ତ ପ୍ରକାର ବିକଳ୍ପ ବ୍ୟବସ୍ଥା ସତ୍ତ୍ବେ ରାସ୍ତା ଜାମ୍‍ ଏକ ପାରମ୍ପରିକ ସମସ୍ୟା ଭାବେ ଉଭା ହୋଇଛି। ଦିନବେଳା ସରକାରୀ କାର୍ଯ୍ୟାଳୟ ଛୁଟି ସମୟ ହେଉ କିମ୍ବା ସନ୍ଧ୍ୟା ବେଳେ ଏହି ରାସ୍ତାରେ ହଜାର ହଜାର ସଂଖ୍ୟକ ଗାଡ଼ି ଅଟକି ରହୁଛି। ବେଳେ ବେଳେ ଭିଆଇପି ଓ ଭିଭିଆଇପିଙ୍କ ଆସିବା ସମୟରେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଉଭୟ ପଟେ ଯାନବାହାନ ଅଟକି ରହୁଛି। ଏମିତି କି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଗାଡ଼ି ମଧ୍ୟ ଯାଇପାରୁ ନାହିଁ।

ରାଜଧାନୀର ପ୍ରମୁଖ ଜନଗହଳି ପୂର୍ଣ୍ଣ ରାସ୍ତା ପାଲଟିଛି ଖଣ୍ଡଗିରିର ଜାଗମରା ଅଞ୍ଚଳ। ଯଦିବା ଖଣ୍ଡଗିରି ଫ୍ଲାଏଓଭର ନିର୍ମାଣ ହେବା ପରେ ଖଣ୍ଡଗିରି ଛକରେ ଭିଡ଼ କମିଛି କିନ୍ତୁ ଜାଗମରା ଅଞ୍ଚଳର ଅଣଚଉଡ଼ା ରାସ୍ତା ପାଇଁ ସଞ୍ଜ ବେଳେ ପ୍ରବଳ ଭିଡ଼ ଜମୁଛି। ଉଭୟ ପଟେ ଯାନବାହାନ ଅଟକି ରହୁଥିବାରୁ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ସବୁଠାରୁ ଅଧିକ ସମସ୍ୟା ହେଉଛି ଚାରିଚକିଆ ଯାନବାହାନ ପାଇଁ। ସନ୍ଧ୍ୟା ହେଲେ ଅନ୍ୟତମ ଭିଡ଼ ଅଞ୍ଚଳ ପାଲଟିଛି ବରମୁଣ୍ଡା ବସ୍‍ଷ୍ଟାଣ୍ଡ ସାମ୍ନା। ଭିତରେ ବସ୍‍ ଟର୍ମିନାଲ କାମ ଚାଲିଥିବାରୁ ଏଠାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ସନ୍ଧ୍ୟା ବେଳେ ବାହାରୁଥିବା ବସ୍‍ଗୁଡ଼ିକରେ ଯାତ୍ରୀଙ୍କ ଭିଡ଼ ସାଙ୍ଗକୁ ଯାନବାହାନ ପୂରା ରାସ୍ତାକୁ ବନ୍ଦ କରି ରଖୁଛି। ଏଥିପାଇଁ ଅନେକ ସମୟରେ ଏଠାରେ ଦୁର୍ଘଟଣାମାନ ଘଟୁଛି। ବାକି ପର୍ବପର୍ବାଣି କିମ୍ବା ଭିଆଇପିଙ୍କ ଆଗମନ ହେଲେ ଏ ରାସ୍ତାର ଅବସ୍ଥା ଅସମ୍ଭାଳ ହୋଇପଡ଼ୁଛି।