eco-destination - The Sakala

ଶୀତରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା, ଡିସେମ୍ବରରୁ ଖୋଲିବ ଇକୋ ରିଟ୍ରିଟ୍‍
ଭୁବନେଶ୍ୱର : ଭ୍ରମଣ ଓ ଅବକାଶ ପାଇଁ ରାଜ୍ୟରେ ଥିବା ପର୍ଯ୍ୟଟନ କେନ୍ଦ୍ର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି। ଇକୋ ରିଟ୍ରିଟ୍‍ଠାରୁ ଆରମ୍ଭ କରି ସବୁଜିମା ଓ ପାହାଡ଼ ପର୍ବତରେ ଭରପୂର ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଅନ୍ତର୍ଜାତୀୟ ସ୍ତରରେ ସମସଙ୍କର ଦୃଷ୍ଟି ଆକର୍ଷଣ କରୁଛି। ସାରା ଦେଶରେ ଓଡ଼ିଶାକୁ ମିଳିଛି ଶ୍ରେଷ୍ଠ ଇକୋ-ଡେଷ୍ଟିନେସନ୍‍ର ମାନ୍ୟତା। ‘ଭ୍ରମଣ ଓ ଅବକାଶ- ଭାରତ ଓ ଦକ୍ଷିଣ ଏସିଆ’ ଅନ୍ତର୍ଜାତୀୟ ମାଗାଜିନର ୧୧ତମ ସଂସ୍କରଣରେ ପାଠକଙ୍କ ପସନ୍ଦକୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ଜାତୀୟସ୍ତରରେ ଓଡ଼ିଶାକୁ ଅଧିକାଂଶ ବ୍ଲଗର୍‍ ଓ ପର୍ଯ୍ୟଟନ ପତ୍ରିକା ପଢ଼ୁଥିବା ପାଠକମାନେ ଇକୋ ଡେଷ୍ଟିନେସନ୍‍ ଭାବେ ବାଛୁଛନ୍ତି। ପତ୍ରିକାରେ ଚିଲିକା ହ୍ରଦ, ଭିତରକନିକା, ନନ୍ଦନକାନନ ଚିଡ଼ିଆଖାନାକୁ ସ୍ଥାନିତ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ୍‍ ସମ୍ପର୍କରେ ଉଲ୍ଲେଖ ରହିଛି। ସହରୀ ପରିବେଶରୁ ବାହାରି ଆସି ପ୍ରାକୃତିକ ପରିବେଶ ମଧ୍ୟରେ ଗୁଣାତ୍ମକ ସମୟ ଅତିବାହିତ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଓଡ଼ିଶାକୁ ନିଜର ପ୍ରଥମ ବିକଳ୍ପ ଭାବେ ବାଛୁଥିବା, ପତ୍ରିକାରେ ଉଲ୍ଲେଖ ରହିଛି।

ସମ୍ପ୍ରତି କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡ଼ି, ହୀରାକୁଦ, କୋରାପୁଟ ଓ ସୋନାପୁରରେ ରହିଛି ଇକୋ ରିଟ୍ରିଟ୍‍ର ସୁବିଧା। ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଇକୋ ରିଟ୍ରିଟ୍‍ ପ୍ରତି ଅତ୍ୟଧିକ ଚାହିଦା ରହୁଥିବା ହେତୁ ରାଜ୍ୟ ସରକାର ସାନି ୭ଟି ଇକୋ ରିଟ୍ରିଟ୍‍ ନିର୍ମାଣ କରୁଛନ୍ତି। ଅବକାଶ ସମୟ ଅତିବାହିତ କରିବା ପାଇଁ ଇକୋ ରିଟ୍ରିଟ୍‍ ଭଳି ପର୍ଯ୍ୟଟନ ସୁବିଧାକୁ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା କରାଯାଉଛି। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ମାତ୍ରାଧିକ ଭାବେ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଶୀତ ଦିନରେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ମାସରୁ ରାଜ୍ୟର ସମ୍ପୃକ୍ତ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ର ସୁବିଧା ଉପଲବ୍ଧ ହେବ। ତେବେ ଇକୋ ରିଟ୍ରିଟ୍‍ କ୍ୟାମ୍ପ୍‍ ଆରମ୍ଭ ହେବା ପୂର୍ବରୁ ଅନ୍ତର୍ଜାତୀୟ ପତିକ୍ରାରେ ଇକୋ ରିଟ୍ରିଟ୍‍ର ପ୍ରଶଂସା ଓଡ଼ିଶାର ପର୍ଯ୍ୟଟନ ଅର୍ଥନୀତିକୁ ଆହୁରି ମଜବୁତ୍‍ କରିବ ବୋଲି ପର୍ଯ୍ୟଟନ ବିଭାଗ କହିଛି।

ଅନ୍ୟପକ୍ଷରେ ପତ୍ରିକାରେ ୧୩ଟି ନୂଆ ଇକୋ ଟେଷ୍ଟିନେସନ୍‍ ସମ୍ପର୍କରେ ଉଲ୍ଲେଖ ରହିଛି। ଓଡ଼ିଶାକୁ ବିଗତ ଦିନରେ ଆସିଥିବା ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀମାନେ ଓଡ଼ିଶାର ଅବସମ୍ଭାବୀ ଇକୋ ଟେଷ୍ଟିନେସନ୍‍ ସମ୍ପର୍କରେ ପତ୍ରିକାରେ ଉଲ୍ଲେଖ କରିଛନ୍ତି। ସେଗୁଡ଼ିକ ହେଉଛି, ଦେଉମାଳି, କୋଟିଆ, କଳାହାଣ୍ଡିର ଜାକମ୍‍, ସିମିଳିପାଳର ନୱାନ, କଳିଙ୍ଗ ଘାଟି, ଅସ୍ତରଙ୍ଗ ବେଳାଭୂମି, ରାଇରଙ୍ଗପୁରର ଖଡ଼ାଖାଇ ଡ୍ୟାମ୍‍, ମହେନ୍ଦ୍ରଗିରି, କାଞ୍ଜିପାଣି ଘାଟି, ରାଣୀ ଡୁଡ଼ୁମା, କଟକର ଧଲତନଗର, ନୟାଗଡ଼ର ଭଣ୍ଡାର ପାହାଡ଼। ଏହି ସବୁ ସ୍ଥାନକୁ ରାଜ୍ୟ ସରକାର ଇକୋ ଡେଷ୍ଟିନେସନ୍‍ ଭାବେ ବିକାଶ କରିବା ପାଇଁ ରାଜ୍ୟ ସରକାର ଯୋଜନା ରଖିଥିବା ବେଳେ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହାକୁ ଭବିଷ୍ୟତର ଲୋକପ୍ରିୟ ଇକୋ ଡେଷ୍ଟିନେସନ୍‍ ଭାବେ ଦେଖୁଛନ୍ତି।

ତେବେ ଓଡ଼ିଶାର ଇକୋ ଡେଷ୍ଟିନେସନ୍‍ଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତା ହେବା ରାଜ୍ୟ ପାଇଁ ଗୌରବର ବିଷୟ। ଇକୋ ରିଟ୍ରିଟ୍‍ର ସଫଳତାକୁ ଧ୍ୟାନ ଦେଇ ଚଳିତ ବର୍ଷ ମଧ୍ୟ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ର ବ୍ୟବସ୍ଥା ହୋଇଛି। ଏହାଛଡ଼ା ପାଖାପାଖି ୫୦ରୁ ଊର୍ଦ୍ଧ୍ବ ଇକୋ ଡେଷ୍ଟିନେସନ୍‍ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି। ପର୍ଯ୍ୟଟକଙ୍କୁ ଜୀବନ ଶ୍ରେଷ୍ଠ ଅନୁଭୂତି ଦେବାକୁ ପର୍ଯ୍ୟଟନ ବିଭାଗ ପ୍ରଚେଷ୍ଟା କରୁଥିବା କହିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ ରଥ।