Zelenskiy - The Sakala

ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ୟୁକ୍ରେନ ଗସ୍ତ କଲେ ଋଷି ସୁନକ, ଋଷ ସହ ଲଢିବାକୁ ଜେ‌ଲେନସ୍କିଙ୍କୁ ସହାୟତା ପାଇଁ ଦେଲେ ପ୍ରତିଶ୍ରୁତି
ନୂଆଦିଲ୍ଲୀ : ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ୟୁକ୍ରେନ ଗସ୍ତ କରିଛନ୍ତି। ସୁନକ ଶନିବାର ଦିନ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଜେଲେନସ୍କିଙ୍କ ବୈଠକ ପରେ ୟୁକ୍ରେନ ପାଇଁ ସୁନକ ନୂଆ ପ୍ରତିରକ୍ଷା ସହାୟତା ବାବାଦକୁ ୫୦ ମିଲିୟନ ପାଉଣ୍ଡ ଘୋଷଣା କରିଛନ୍ତି । ୟୁକ୍ରେନକୁ ଦିଆଯିବାକୁ ଥିବା ଏହି ରକ୍ଷା ସହାୟତାରେ ୧୨୫ ଆଣ୍ଟି ଏୟାରକ୍ରାଫ୍ଟ, ବନ୍ଧୁକ, ରଡାର, ଆଣ୍ଟି ଡ୍ରୋନ ଓ ଘାତକ ଡ୍ରୋନର ମୁକିବାଲ ପାଇଁ ଡିଫେନ୍ସ ସିଷ୍ଟମ ସାମିଲ ଅଛି ।

ଖେରସନ ପ୍ରଦେଶରୁ ରୁଷ୍‌ ସେନାର ପ୍ରତ୍ୟାହାର ୟୁକ୍ରେନ୍‌ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଥିବା ବେଳେ ପଶ୍ଚିମ ରାଷ୍ଟ୍ରମାନେ ଅଧିକ ସହାୟତା ପ୍ରଦାନ ପାଇଁ ୟୁକ୍ରେନ୍‌କୁ ଆଶ୍ବସ୍ତ କରିଛନ୍ତି ।ଅନ୍ୟପକ୍ଷରେ ରୁଷ୍‌ ସହ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବା ଦାୟିତ୍ବ ଏବଂ ଏ ବାବଦ ପଦକ୍ଷେପ କେବଳ ୟୁକ୍ରେନ୍‌ ହିଁ ନେବ ବୋଲି ଆମେରିକା ଆଜି ସ୍ପଷ୍ଟ କରିଦେଇଛି। ଉଭୟ ପକ୍ଷ ଶାନ୍ତି ଆଲୋଚନା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏବଂ ତୁରନ୍ତ ଯୁଦ୍ଧବିରତି ଘୋଷଣା କରିବାକୁ ନିକଟରେ ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଗୁରୁତ୍ବାରୋପ କରାଯାଇଥିଲା।

ରାଷ୍ଟ୍ରପତି ଜେଲେନସ୍କି ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୁନକଙ୍କ ସହ ହୋଇଥିବା ବୈଠକ କଥା ସୂଚନା ଦେଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ବ୍ରିଟେନ ଏହାର ଏକ ଘନିଷ୍ଠ ସହଯୋଗୀ ଭାବେ ଛିଡା ହୋଇଛି । ଏହି ପୋଷ୍ଟ ସହ ଜେଲେନସ୍କି ଲେଖିଛନ୍ତି, ବୈଠକରେ ଆମେ ଆମ ଦେଶ ଓ ବିଶ୍ୱର ସୁରକ୍ଷା ଉପରେ ଆଲୋଚନା କରିଛୁ ।