change-the-college - The Sakala

ନାମ ଲେଖାଇ ସାରିଥିଲେ ମଧ୍ୟ କଲେଜ ବଦଳାଇ ପାରିବେ ଯୁକ୍ତ୨ ଛାତ୍ରଛାତ୍ରୀ, ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ)ରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀ କଲେଜ ପରିବର୍ତ୍ତନ କରିପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ www.samsodisha.gov.in ୱେବସାଇଟରେ ଆବେଦନ ଫର୍ମ ଉପଲବ୍ଧ ହେବ। କନିଷ୍ଠ ମହାବିଦ୍ୟାଳୟ ବଦଳାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୨୦ରୁ ୨୭ ତାରିଖ ମଧ୍ୟରେ ବିଦ୍ୟାଳୟ ସ୍ଥାନାନ୍ତର ପାଇଁ ଯାଞ୍ଚ କରାଯିବ। ୨୨ରୁ ୩୦ ତାରିଖ ମଧ୍ୟରେ ଜିଲାସ୍ତରୀୟ ସାମ୍‌ସ ନୋଡାଲ ସେଣ୍ଟରରେ କାଗଜପତ୍ର ଯାଞ୍ଚ କରାଯିବ। ମାର୍ଚ୍ଚ ୩୧ରୁ ଜୁନ୍ ୯ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଦ୍ବାରା ଦରଖାସ୍ତ ଯାଞ୍ଚ କରାଯିବା ପରେ ଅନୁମତି ଦିଆଯିବ।

ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ଆଜି ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏପ୍ରିଲ ୧ରୁ ୧୨ ମଧ୍ୟରେ ନିର୍ଦ୍ଧାରିତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ଲେଖାଇବାର ସୁଯୋଗ ପାଇବେ। କଲେଜ ବଦଳି ପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ସବୁ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି।