Winter Session of Parliament - The Sakala

ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ, ୨୨ ପର୍ଯ୍ୟନ୍ତ ଚାଲିବ
ନୂଆଦିଲ୍ଲୀ: ସଂସଦର ଶୀତାକଳୀନ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏନେଇ ସୂଚନା ଦେଇଛନ୍ତି । ପ୍ରହ୍ଲାଦ ଯୋଶୀ କହିଛନ୍ତି, ଶୀତ ଅଧିବେଶନରେ ୧୫ ଟି ବୈଠକ ହେବ ଯାହା ଡିସେମ୍ବର ୪ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ଶୀତ ଅଧିବେଶନ ପ୍ରାୟତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇଯାଏ କିନ୍ତୁ ୫ ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ଏହା ବିଳମ୍ବ ହୋଇଛି।

ସଂସଦର ଶୀତାକଳୀନ ଅଧିବେଶନରେ ମୁଖ୍ୟ ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ବିଧେୟକ ଉପରେ ଚର୍ଚ୍ଚା ହୋଇପାରେ । ଏହି ବିଧେୟକ ମୁତାବକ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗ କ୍ୟାବିନେଟ ସଚିବ ପାହ୍ୟାର ସମକକ୍ଷ କରାଯିବା ନେଇ ସରକାର ପ୍ରସ୍ତାବ ରଖିବେ । ଏବେ ଏମାନଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାହ୍ୟା ମିଳୁଛି । ଏହାକୁ ବରୋଧ କରି ବିରୋଧୀଦଳମାନେ କହିଛନ୍ତି କି, ସରକାର ସରକାରୀ ସଂସ୍ଥାକୁ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୭ ଦିନ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ : ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୭ ଦିନ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଶୁକ୍ରବାର ଅନିଶ୍ଚିତ କାଳ ଲାଗି ସ୍ଥଗିତ କରିଦିଆଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ବଡ଼ ଦିନ ଲାଗି ଅନେକ ସଦସ୍ୟ ସମୟ ପୂର୍ବରୁ ଅଧିବେଶନ ସ୍ଥଗିତ କରିବାକୁ ଆଗ୍ରହ କରିଥିଲେ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିମ୍ନ ସଦନରେ ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ସପ୍ତଦଶ ଲୋକସଭାର ୧୦ମ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଥିବା ଘୋଷଣା କରିଛନ୍ତି। ଏହି ଅଧିବେଶନ କାଳରେ ମୋଟ ୧୩ଟି ବୈଠକ ହୋଇଥିବା ବେଳେ ଗୃହରେ ୪୮ ଘଣ୍ଟା ୪୨ ମିନିଟ୍ କାର୍ଯ୍ୟକ୍ରମ ହୋଇଥିବା କହିଛନ୍ତି। ଏହି ଅଧିବେଶନର ମୋଟ କାର୍ଯ୍ୟ ଉତ୍ପାଦକତା ୯୭ ପ୍ରତିଶତ ରହିଛି। ଅଧିବେଶନ କାଳରେ ନବନିର୍ବାଚିତ ସଦସ୍ୟ ଭାବେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଗୃହରେ ଶପଥପାଠ କରିଥିବା ବାଚସ୍ପତି କହିଛନ୍ତି।

ବିର୍ଲା କହିଛନ୍ତି ଯେ, ଅଧିବେଶନ କାଳରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ବିଧାୟୀ କାର୍ଯ୍ୟକ୍ରମ ପୁରା ହୋଇଛି। ଏହି କାଳରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୩.୨୫ ଲକ୍ଷ କୋଟିର ସପ୍ଲିମିଣ୍ଟାରୀ ଡିମାଣ୍ଡ ଫର ଗ୍ରାଣ୍ଟ ମଞ୍ଜୁର ହୋଇଛି। ଏହା ଉପରେ ଗୃହରେ ୧୦ଘଣ୍ଟା ୫୩ ମିନିଟ୍‌ କାଳ ଚର୍ଚ୍ଚା ହୋଇଛି। ଅଧିବେଶନ କାଳରେ ୯ଟି ସରକାରୀ ବିଧେୟକ ଗୃହୀତ କରାଯାଇଛି। ଏହା ଛଡା ସଦସ୍ୟମାନେ ଗୃହର ଶୂନ୍ୟକାଳରେ ଜନସ୍ୱାର୍ଥ ସମ୍ବଳିତ ୩୭୪ଟି ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ଅପରପଟେ ରାଜ୍ୟସଭାର ଶୀତକାଳୀନ ଅଧିବେଶନ ମଧ୍ୟ ଶୁକ୍ରବାର ଅନିଶ୍ଚିତ କାଳ ନିମନ୍ତେ ସ୍ଥଗିତ କରିଦିଆଯାଇଛି। ରାଜ୍ୟସଭାର ୨୫୮ତମ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସମୟରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଲେ ଯେ, ସେ ଏହି ମହାନ୍‌ ଗୃହର ଅଂଶବିଶେଷ ହୋଇଥିବାରୁ ଗୌରବାନ୍ବିତ ମନେକରୁଛନ୍ତି। ଅଧିବେଶନ ମୁଲତବୀ ଘୋଷଣା କରିବା ପୂର୍ବରୁ ସେ କହିଲେ, ଏହି ଅଧିବେଶନରେ ଚତୁରତା, ବିଦ୍ରୂପ, ହାସ୍ୟପରିହାସ ଏବଂ ବୁଦ୍ଧିମତ୍ତା ପ୍ରଦର୍ଶନ ହୋଇଛି। ଅଭିଜ୍ଞ ସଦସ୍ୟ ମାନଙ୍କ ଠାରୁ ମୁଁ ଏସବୁ ଆଗାମୀ ଅଧିବେଶନରେ ଅଧିକ ଆଶା କରୁଛି। ଏହି ଅଧିବେଶନ ୧୦୨% ଫଳପ୍ରଦ ହୋଇଛି। ସମୁଦାୟ ୬୪ ଘଣ୍ଟା ୫୦ ମିନିଟ୍‌ରେ ଗୃହ ୧୩ଟି ସିଟିଙ୍ଗ୍‌ ସମ୍ପନ୍ନ କରିଛି।

ବଡ଼ଦିନ, ପୋଙ୍ଗଲ୍‌, ଲୋହ୍‌ରି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ନିମନ୍ତେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହର ସଦସ୍ୟମାନଙ୍କୁ ଆଗୁଆ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ, ବୃଦ୍ଧି ପାଉଥିବା କୋଭିଡ୍‌ ମହାମାରୀ ପ୍ରତି ସଜାଗ ରହି ସମସ୍ତେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉଚିତ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସର୍ବସମ୍ମତ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତକାଳୀନ ଅଧିବେଶନ ମୁଲତବୀ କରଯାଇଛି। ମୁଁ ଚାହୁଁଛି ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ଚାଲୁ ରଖନ୍ତୁ। ସେ ଯୁଆ‌ଡ଼େ ଯାଆନ୍ତି, ସେଠାରେ କଂଗ୍ରେସ ପରାସ୍ତ ହୁଏ ବୋଲି ପୂର୍ବରୁ ରେକର୍ଡ ରହିଛି। କିନ୍ତୁ, ଆଶା କରୁଛି ସେ ସ୍ବାସ୍ଥ୍ୟ ମାର୍ଗଦର୍ଶିକା ମାନିବେ। ଗୃହ ମୁଲତବୀ ହେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ।

ଆଜିଠାରୁ ସଂସଦର ଶୀତ ଅଧିବେଶନ, ରାଜ୍ୟ ସ୍ୱାର୍ଥ ପାଇଁ ଗର୍ଜିବ ବିଜେଡି
ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ। ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଅଧିବେଶନ କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ। ୧୭ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଆୟୁଧ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ କରିଛି ଯୋଜନା। ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳୀୟ ସାଂସଦମାନେ ରାଜ୍ୟବାସୀଙ୍କ ହିତ ଜଡ଼ିତ ପ୍ରସଙ୍ଗକୁ ଆୟୁଧ କରିବେ। ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଏହାର ଝଲକ ଦେଖିବାକୁ ମିଳିଛି। ଚଳିତ ଅଧିବେଶନରେ ମହିଳା ସଂରକ୍ଷଣ ସଂକ୍ରାନ୍ତ ବିଲ୍‍ ସଂସଦରେ ଗୃହୀତ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି। ଏପରିକି ଏହି ପ୍ରସଙ୍ଗରେ ବିଜେଡି ଅନ୍ୟ ରାଜନୈତିକ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ଦଳୀୟ ସାଂସଦମାନେ କହିଛନ୍ତି।

ଚଳିତ ଅଧିବେଶନରେ ଜାତୀୟ ପ୍ରସଙ୍ଗ ସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ବିଜେଡି ଅଧିକ ଧ୍ୟାନ କେନ୍ଦ୍ରିତ କରିବ। ଦଳୀୟ ସାଂସଦମାନେ ସଦନରେ କୃଷି ବିକାଶ ଓ କୃଷକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଠାରୁ ଆରମ୍ଭ କରି ରେଳ ଚଳାଚଳ, ଗ୍ରାମୀଣ ଆବାସ, ପାନୀୟଜଳ ଯୋଗାଣ ଆଦି ପ୍ରସଙ୍ଗରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇବେ। ଅନୁରୂପ ଭାବରେ କେନ୍ଦୁପତ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରୁ ଜିଏସ୍‍ଟି ହ୍ରାସ, ଉଷୁନା ଚାଉଳ ଉଠାଣ, ବକେୟା କେନ୍ଦ୍ରୀୟ ଅନୁଦାନ ପ୍ରଦାନ, କୋଇଲା ରାଜଭାଗ ବୃଦ୍ଧି ପ୍ରସଙ୍ଗରେ ଦଳୀୟ ସାଂସଦମାନେ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି ସୂଚନା ମିଳିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘକାଳ ହେଲା ବିଭିନ୍ନ ଫୋରମ୍‍ରେ ମହିଳା ସଂରକ୍ଷଣ ବିଲ୍‍ ପାରିତ କରାଇବାକୁ ଚେଷ୍ଟା କରି ଆସୁଛନ୍ତି। ଅତଏବ ଏହି ବିଲ୍‍କୁ ସଂସଦରେ କିପରି ପାରିତ କରାଯିବ, ସେନେଇ ବିଜେଡି ଦୃଢ଼ ଦାବି ଉତ୍‍ଥାପନ କରିବ।

ମହିଳାଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ରାଜନୀତି କ୍ଷେତ୍ରରେ ମଧ୍ୟ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ଆସନ ପ୍ରଦାନ କରିଥିଲେ। ସେହିପରି ସେମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଜାତୀୟସ୍ତରରେ ଆନ୍ଦୋଳନ ଚଳାଇ ଆସିଥିବା ବେଳେ ନବୀନଙ୍କ ଏହି ଆନ୍ଦୋଳନକୁ ବହୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ସେହିପରି ଚଳିତ ଅଧିବେଶନରେ ରାଜ୍ୟର ୧୬୦ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ବିଜେଡି ଦାବି କରିବ ବୋଲି ଜଣାପଡ଼ିଛି। ୨୦୧୧ ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି।

ରାଜ୍ୟର କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥକୁ ଏଥର ସଂସଦରେ ପୂରାଦମ୍‍ରେ ଉପସ୍ଥାପିତ କରାଯିବ ବୋଲି ବିଜେଡି ସାଂସଦମାନେ କହିଛନ୍ତି। କେନ୍ଦୁପତ୍ର ପରି ଲଘୁ ବନ୍ୟଜାତ ସାମଗ୍ରୀ ଉପରେ କେନ୍ଦ୍ର ସରକାରଙ୍କ ୧୮% ଜିଏସ୍‍ଟି ରାଜ୍ୟର ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ଏହି କାର୍ଯ୍ୟ ସହ ଜଡ଼ିତ ଶ୍ରମିକମାନଙ୍କ ପେଟରେ ଲାତ ମାରିବା ପରି ହୋଇଛି। ଅତଏବ କେନ୍ଦୁପତ୍ରରୁ ସମ୍ପୂର୍ଣ୍ଣ ଜିଏସ୍‍ଟି ଉଚ୍ଛେଦ ପାଇଁ ବିଜେଡି ଦାବି କରିବ। ଅନ୍ୟପକ୍ଷରେ କୋଇଲା ରାଜଭାଗକୁ ୧୪ %ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ଦୀର୍ଘ ଦିନ ହେବ ଧରି ଦାବି କରିଆସୁଛନ୍ତି। ମାତ୍ର ଏନେଇ କେନ୍ଦ୍ର କୌଣସି ଠୋସ୍‍ ନିଷ୍ପତ୍ତି ନେଉ ନ ନାହିଁ। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୪୦୦ ଟଙ୍କାକୁ ବୃଦ୍ଧି କରିବା ସହ ଓଡ଼ିଶାର ବକେୟା ଉଷୁନା ଚାଉଳକୁ କିପରି କେନ୍ଦ୍ର ସରକାର ଉଠାଇବେ ସେନେଇ ବିଜେଡି ସାଂସଦମାନେ ଚାପ ସୃଷ୍ଟି କରିବେ।

ଅନ୍ୟପକ୍ଷରେ କେବଳ ଚାଉଳ ସବ୍‍ସିଡି ବାବଦରେ କେନ୍ଦ୍ର ଉପରେ ପ୍ରାୟ ୧୪୨୯୨ କୋଟି ଟଙ୍କା ବକେୟା ରହିଥିବା ବେଳେ ଅନ୍ୟ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ବକେୟା ପ୍ରଦାନ କରୁନାହାନ୍ତି। ଅନେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ଅନୁଦାନ ହ୍ରାସ କରିଛନ୍ତି ଓ ଠିକ୍‍ ସମୟରେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ବୃତ୍ତିରାଶି ପ୍ରଦାନ କରୁନାହାନ୍ତି। ଶିକ୍ଷା କ୍ଷେତ୍ରରେ ରୁଷା ପାଣ୍ଠି, ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ପକ୍ଷରୁ ମିଳୁଥିବା ଅର୍ଥ ମଧ୍ୟ ସଠିକ୍‍ ସମୟରେ ଆସୁନାହିଁ। ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ଏନେଇ କୌଣସି ପ୍ରଭାବ ପଡ଼ୁନାହିଁ। ତେଣୁ ଏହା ମଧ୍ୟ ଚଳିତ ଅଧିବେଶନର ପ୍ରମୁଖ ପ୍ରସଙ୍ଗ ସାଜିବ ବୋଲି ଦଳୀୟ ସାଂସଦଙ୍କ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ନିରନ୍ତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଥିବା ଓଡ଼ିଶା ଦୀର୍ଘ ଦିନ ହେବ ଫୋକସ୍‍ ଷ୍ଟେଟର ମାନ୍ୟତା ଦାବି କରି ଆସୁଛି। ସେହିପରି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ଏହାବ୍ୟତୀତ ଅନ୍ୟ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରେଳ ଏବଂ ବିମାନ ସେବା ଭିତ୍ତିଭୂମିର ଉନ୍ନତିକରଣ ସହ ଓଡ଼ିଶାକୁ ପିଏମ୍‍ ଆବାସ ଯୋଜନାରେ ମିଳିବାକୁ ଥିବା ପକ୍କାଘରରେ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ମଧ୍ୟ ବିଜେଡି ସାଂସଦମାନେ ଦୃଢ଼ଦାବି ଉପସ୍ଥାପିତ କରିବେ ବୋଲି ସୂଚନା ମିଳିଛି।

ନୂଆପଡ଼ା-ବରଗଡ଼ ରେଳପଥ, ସମ୍ବଲପୁର-ଗୋପାଳପୁର ରେଳପଥ ସହ ରାଜ୍ୟରେ ରେଳ କରିଡର ସ୍ଥାପନ, ରାଉରକେଲା ଓ ଯାଜପୁର ରୋଡ୍‍କୁ ରେଳ ଡିଭିଜନ ଘୋଷଣା ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିବ ବୋଲି ସୂଚନା ମିଳିଛି। ଏହା ସହ ସେହିପରି ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ମଧ୍ୟ ବିଜେଡି ପକ୍ଷରୁ ସଂସଦରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡ଼ିଛି। ଏକ ଆଞ୍ଚଳିକ ଦଳ ଭାବରେ ବିଜେଡି ରାଜ୍ୟ ସ୍ୱାର୍ଥର ପ୍ରହରୀ ସାଜିଛି। ଗତ ୨୨ ବର୍ଷ ଧରି ରାଜ୍ୟର ଜନସାଧାରଣ ବିଜେଡି ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖି ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ଦାବି ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଲଢ଼ି ଆସିଛି।

ରାଜ୍ୟର ଜନସାଧାରଣଙ୍କ ସ୍ୱରକୁ ବିଜେଡି ଦିଲ୍ଲୀରେ ପହଞ୍ଚାଇବା ସହ ହକ୍‍ ପୂରଣ ପାଇଁ ସଂସଦରେ ଲଢ଼ିବାକୁ ଅଣ୍ଟା ଭିଡ଼ିଛି। ନିକଟରେ ପଦ୍ମପୁର ଉପନିର୍ବାଚନ ପ୍ରଚାର କାଳରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ହକ୍‍ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହିକ୍ରମରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ସଂସଦର ଶୀତ ଅଧିବେଶନରେ ଏହାର ଝଲକ ଦେଖିବାକୁ ମିଳିବ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳୀୟ ସାଂସଦମାନେ କେନ୍ଦ୍ର ସରକାରଙ୍କ ଅବହେଳା, ଓଡ଼ିଶା ପ୍ରତି ଉପେକ୍ଷା ମନୋଭାବକୁ ଗୋଟିଗୋଟି କରି ଉଠାଇବେ।

ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ, ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ
ନୂଆଦିଲ୍ଲୀ: ଡିସେମ୍ବର ୭ ତାରିଖରୁ ସଂସଦର ଶୀତ ଅଧିବେଶନ । ଏହା ୨୯ ଡିସେମ୍ବର ଯାଏ ଚାଲିବ । ଏ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ବସିବାକୁ ଥିବା ଏହି ଶେଷ ଅଧିବେଶନର ମୋଟ୍ ୨୩ ଦିନ କାର୍ଯ୍ୟ ଦିବସ ରହିଛି । ଏଥି ମଧ୍ୟରୁ ୧୭ଟି କାର୍ଯ୍ୟ ଦିବସ ରହିଛି ।

ଅଧିବେଶନର ପ୍ରଥମ ଦିବସରେ ସାଂସଦମାନେ ମୃତ ସାଂସଦମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରିବେ। ମୃତ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ଦଳମତ ନିର୍ବିଶେଷରେ ଶ୍ରଦ୍ଧାଞ୍ଜଳି ପାଇଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ। ଉପରାଷ୍ଟ୍ରପତି ହେବା ପରେ ଜଗଦୀପ ଧନକର ପ୍ରଥମ ଥର ପାଇଁ ରାଜ୍ୟସଭା ଦାୟିତ୍ୱ ତୁଲାଇବେ । ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିବେ କେନ୍ଦ୍ର ସରକାର । ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ବିରୋଧୀଙ୍କୁ ପ୍ରତିହତ ପାଇଁ ବି ସରକାର ପ୍ରସ୍ତୁତ ।

ତେବେ ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ୨୦୧୭ ଏବଂ ୨୦୧୮ ମଧ୍ୟରେ ଡିସେମ୍ବର ମାସରେ ଶୀତକାଳୀନ ଅଧିବେଶନ ବସିଥିଲା । ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ସମୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ସଂସଦର ଉଭୟ ସଦନରେ ବିଜୟୀ ଏବଂ ପରାଜିତ ଦଳର ନେତାଙ୍କ ମଧ୍ୟରେ ଟିକାଟିପ୍ପଣୀ ଦେଖିବାକୁ ମିଳିବ ।