New Zealand vs India - The Sakala

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ଯରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା
ନାପିଏର: ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂକୁ ନେଇ ଖୁବ୍‍ ଚର୍ଚ୍ଚା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ସୂର୍ଯ୍ୟଙ୍କ ବ୍ୟାଟିଂ ବିସ୍ଫୋରଣରେ ନ୍ୟୁଜିଲାଣ୍ଡ ପରାଭୁତ ହୋଇଯାଇଥିଲା। ସେ ଏକାକୀ ମ୍ୟାଚ୍‍ର ଗତିପଥ ବଦଳାଇଦେଇଥିଲେ। ୫୧ବଲ୍‍ରେ ୧୧ ଚୌକା ଓ ୭ ଛକା ସହ ୧୧୧ ରନର ଅପରାଜିତ ଇନିଂସ ଖେଳିବା ପରେ ଏହି ମ୍ୟାଚ୍‍ ଏକତରଫା ହୋଇଯାଇଥିଲା। ଫଳରେ ଭାରତ ବିଜୟୀ ହେବା ସହ ସିରିଜ୍‍ରେ ୧-୦ରେ ଆଗୁଆ ରହିଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍‍ ବାତିଲ ହେବା ପରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା ଏଠାରେ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍‍କୁ ଉଭୟ ଦଳ ଜିତିବା ନିଶ୍ଚିତ ଚେଷ୍ଟା କରିବେ। ଘରୋଇ ଦଳର ଅଧିନାୟକ କେନ୍‍ ୱିଲିୟମସନ ଚିକିତ୍ସିତ ହେବାକୁ ଯାଇଥିବାରୁ ଏହି ମ୍ୟାଚ୍‍ରେ ଟିମ୍‍ ସାଉଦୀ ଦଳର ନେତୃତ୍ୱ ନେବେ। ଏଣୁ ଦୁଇ ଅଲରାଉଣ୍ଡରଙ୍କ ନେତୃତ୍ୱରେ ଏହି ମ୍ୟାଚ୍‍ ଖେଳାଯିବ।

ପୂର୍ବମ୍ୟାଚ୍‍ରେ ଭାରତ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଥିବା ଯୁବ ଖେଳାଳିମାନେ ସୁଯୋଗ ପାଇ ନଥିଲେ। ଉମ୍ରାନ ମଲ୍ଲିକ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ଶୁବମାନ ଗିଲ୍‍ ଆଦି ଖେଳାଳି ସୁଯୋଗ ନପାଇ ନିରାଶ ହୋଇଛନ୍ତି। ଏମାନଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା କହିବା ମୁସ୍କିଲ। କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ପରିବର୍ତ୍ତନ ହେବା ସମ୍ଭାବନା କମ୍‍ ବୋଲି ସୂଚନା ଦେଇଛନ୍ତି। ଉଭୟ ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କାମଚଳା ଦାୟିତ୍ୱରେ ରହିଛନ୍ତି। ସେମାନେ ପରୀକ୍ଷା ନୀରିକ୍ଷା କରି ନିଜ ରେକର୍ଡ ଆଦୌ ଖରାପ କରିବାକୁ ଚାହିଁବେ ନାହିଁ। ଏଣୁ ପାୱାର ପ୍ଲେ’ରେ ଭାରତ ମନ୍ଥର ଗତିରେ ରନ୍‍ ସଂଗ୍ରହ କରିବା ସତ୍ତ୍ବେ ଦୁଇ ବାମହାତୀ ଓପନର ଋଷଭ ପନ୍ତ୍‍ ଓ ଇଶାନ କିସାନଙ୍କର ବାଦ୍‍ ପଡ଼ିବା ସମ୍ଭାବନା କମ୍‍। ପନ୍ତ୍‍ ଏହି ମ୍ୟାଚ୍‍ରେ ଦ୍ରୁତଗତିରେ ରନ୍‍ କରିବେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ହୋଇନାହିଁ। ଏଥିଲାଗି ତାଙ୍କୁ ଆଉ ଏକ ସୁଯୋଗ ମିଳିବା ନିଶ୍ଚିତ। ଯେଉଁମାନେ ଖେଳିବାକୁ ସୁଯୋଗ ପାଇ ନାହାନ୍ତି, ସେମାନଙ୍କୁ ଦିନିକିଆ ସିରିଜ୍‍ରେ ସୁଯୋଗ ମିଳିପାରେ। ନାପିଏର ପିଚ୍‍ ବୋଲରଙ୍କୁ ସହାୟତା ଦେବ। ଏଣୁ ବୋଲରଙ୍କ ପ୍ରଭାବ ନିଶ୍ଚିତ ପରିଲକ୍ଷିତ ହେବ। ଅନ୍ୟପକ୍ଷରେ ଅଧିନାୟକ ୱିଲିୟମସନଙ୍କ ଅନୁପସ୍ଥିତିରେ ଫିନ୍‍ ଆଲେନ୍‍, ଗ୍ଲେନ୍‍ ଫିଲିପ୍ସ ଓ ଡାରିଲ ମିଚେଲଙ୍କ ଉପରେ ଦଳ ବ୍ୟାଟିଂ ଲାଗି ନିର୍ଭର କରିବ।

ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍‍ (ଉପଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଶଲ ପଟେଲ, ମହମ୍ମଦ୍‍ ସିରାଜ୍‍, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ।

ନ୍ୟୁଜିଲାଣ୍ଡ: ଟିମ୍‍ ସାଉଦୀ (ଅଧିନାୟକ), ଫିନ୍‍ ଆଲେନ୍‍, ଡେଭନ କନୱେ (ୱିକେଟ କିପର), ମାଇକେଲ ବ୍ରେସ୍‍ୱେଲ, ଡାରିଲ ମିଚେଲ, ଗ୍ଲେନ୍‍ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‍ ସୋଧି, ଜିମ୍ମି ନୀଶାମ, ଲକି ଫର୍ଗୁସନ, ଆଦାମ ମିଲ୍‍ନେ ଓ ବ୍ଲେୟର ଟିକ୍‍ନର।

ଆଜିଠାରୁ ଭାରତ- ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ ଆରମ୍ଭ, ନୂଆ ମନ ନେଇ ଖେଳିବ ଭାରତ
ୱେଲିଂଟନ: ମାତ୍ର ଗୋଟିଏ ବର୍ଷ ପୂର୍ବେ ୟୁଏଇରେ ଖେଳାଯାଇଥିବା ୨୦୨୧ ଟି-୨୦ ବିଶ୍ୱକପ୍‌ରେ ଭାରତ ଅନେକ ତ୍ରୁଟି କରିଥିଲା । ଏହାର ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ୨୦୨୨ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଭାରତୀୟ ଦଳ ତାହାର ଖେଳ ଶୈଳୀରେ ପରିବର୍ତ୍ତନ କରି ପାରି ନଥିଲା । ଏହାରି ମଧ୍ୟରେ ଭାରତ ଆଦୌ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ନପାରି ସେମିଫାଇନାଲ ଖେଳିଥିଲା ଓ ଲଜ୍ଜାଜନକ ଭାବେ ପରାଜିତ ହୋଇଥିଲା । ବିଶ୍ୱକପ୍‌ ଅଭିଯାନ ପରେ ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ୱେଲିଂଟନଠାରୁ ଆରମ୍ଭ ହେବ । ଏହି ସିରିଜ୍‌ ପରଠାରୁ ଭାରତ ଏକ ନୂଆ ଦଳ, ନୂଆ ଯୋଜନା ଓ ନୂଆ ମନ ନେଇ ଖେଳିବ ବୋଲି ଆଶା କରାଯାଉଛି ।

ୟୁଏଇ’ର ବିଫଳତା ପରେ ଭାରତୀୟ ଦଳ ଖେଳିଥିବା ମ୍ୟାଚ୍‌ରେ ଆକ୍ରମଣାତ୍ମକ ଖେଳି ଭଲ ସଫଳତା ପାଇଥିଲା । ତାହା କିନ୍ତୁ ବିଶ୍ୱକପ୍‌ରେ ଦେଖିବାକୁ ମିଳି ନଥିଲା । ଦଳର ଟପ୍‌ ଅର୍ଡର ବ୍ୟାଟରଙ୍କ ମନୋଭାବ ବା ଖେଳଶୈଳୀ ଆଦୌ ସଫଳ ହୋଇ ନଥିଲା, ଯାହାକି ଭାରତକୁ ଲଜ୍ଜାଜନକ ଭାବେ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲା । ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାପରେ ପକାଇବା ପରିବର୍ତ୍ତେ ଭାରତୀୟ ଦଳ ନିଜକୁ ଚାପରେ ରଖିଥିଲା । ଏହି ମନୋଭାବ ଯୋଗୁଁ ଭାରତ ଗତ ୯ ବର୍ଷ ହେଲା ଆଇସିସିରେ କୌଣସି ଟ୍ରଫି ଜିତିପାରି ନାହିଁ । ଟି-୨୦ ବିଶ୍ୱକପ୍‌ ଆଉ ଦୁଇ ବର୍ଷ ଥିଲାବେଳେ ଏହି ଦଳର ନେତୃତ୍ୱ ନେବାକୁ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସୁଦ୍ଧା ଯୋଗ୍ୟତମ ବ୍ୟକ୍ତି । ତାଙ୍କରି ନେତୃତ୍ୱରେ ଏବେ ଭାରତ ନ୍ୟୁଜିଲାଣ୍ଡ ସିରିଜ୍‌ରୁ ୨୦୨୪ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିବ ।

ଏହି ବିଶ୍ୱକପ୍‌ ପରେ ଭାରତରେ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୩ରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଭାରତ ସମେତ ସମସ୍ତ ଦେଶ ଗୁଡିକ ଏହା ଉପରେ ନଜର ରଖିଛନ୍ତି । ଏହି ବିଶ୍ୱକପ୍‌ ଖେଳାଯିବାକୁ ପୂର୍ବରୁ ଭାରତ ଅଧା ଡଜନେରୁ ଟି-୨୦ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଗୁଡିକରେ କେବଳ ଟି-୨୦ରେ ଦକ୍ଷତା ହାସଲ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି କାମଚଳା ଟିମ୍‌ ମ୍ୟାନେଜମେଣ୍ଟର ମୁଖ୍ୟ କୋଚ୍‌ ଭିଭିଏସ୍‌ ଲକ୍ଷ୍ମଣ ସୂଚନା ଦେଇଛନ୍ତି । ଅଷ୍ଟ୍ରେଲିଆରେ ଟପ୍‌ ଅର୍ଡରରେ ଖେଳିଥିବା ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କୁ ପରବର୍ତ୍ତୀ ବିଶ୍ୱକପ୍‌ରେ ସ୍ଥାନ ମିଳିବା ଆଶା ନାହିଁ । ସଫଳ ହୋଇଥିଲେ ମଧ୍ୟ ନଂ-୩ ବ୍ୟାଟର ବିରାଟ କୋହଲିଙ୍କ ଅବସ୍ଥା ମଧ୍ୟ ସମାନ ହେବ । ଏଭଳି ସ୍ଥିତିରେ ପ୍ରତିଭାବାନ ଶୁବମାନ ଗିଲ୍‌ଙ୍କୁ ଭାରତ ନୂଆ ଓପନର ଭାବେ ଉପସ୍ଥାପନ କରିବ । ପୂର୍ବରୁ ଇନିଂସ ଓପନ କରିଥିବା ଇଶାନ କିସାନ କିମ୍ବା ୱିକେଟକିପର ଋଷଭ ପନ୍ତ୍‌ଙ୍କୁ ଓପନିଂରେ ଖେଳିବାର ସୁଯୋଗ ମିଳିବ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତିରେ ମିଡଲ ଅର୍ଡରର ପ୍ରଦର୍ଶନକୁ ନେଇ ଢେ଼ର ଆଶା ରହିଛି । ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ ସୁଯୋଗ ପାଇଲେ ତାହାକୁ ପୂରା ମାତ୍ରାରେ କାର୍ଯ୍ୟକାରୀ କରିବେ ବୋଲି ଆଶା ରଖିବା ସ୍ୱାଭାବିକ୍‌ ।

ପେସ୍‌ ବୋଲିଂରେ ସେପରି କିଛି ପରିବର୍ତ୍ତନ ହେବାର ଆଶା କମ୍‌ । ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ପାଣ୍ଡ୍ୟା ଆହତ ନହେଲେ ୩ଟିଯାକ ମ୍ୟାଚ୍‌ରେ ଖେଳିବେ । ନବାଗତ ଖେଳାଳି ତଥା ନୂଆ ଟ୍ରମ୍ପ କାର୍ଡ ହେବାକୁ ଯାଉଥିବା ଉମ୍ରାନ ମଲ୍ଲିକ, ହର୍ଷଲ ପଟେଲ ଓ ମହମ୍ମଦ୍‌ ସିରାଜଙ୍କୁ ଯେଉଁ ସୁଯୋଗ ମିଳିବ ତାହାକୁ ସେମାନେ ଦୁଇ ହାତରେ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି । କିନ୍ତୁ ସ୍ପିନ୍‌ ବିଭାଗରେ ‘କୁଲଚା’ ଯୋଡି ଅର୍ଥାତ୍‌ କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲଙ୍କୁ ନ୍ୟୁଜିଲାଣ୍ଡ ପରିବେଶରେ କିପରି ପ୍ରଭାବ ପକାଇବେ ତାହା ଦେଖିବାକୁ ବାକି ରହିଛି । ଏହି ସିରିଜ୍‌ରେ ଭାରତୀୟ ଖେଳାଳିଙ୍କୁ ଗଠିତ ଟିମ୍‌କୁ ‘ବି’ ଟିମ୍‌ର ଆଖ୍ୟା ଦିଆଯାଉଥିଲେ ମଧ୍ୟ ଏହି ଦଳରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସମସ୍ତ ଖେଳାଳି ରହିଛନ୍ତି ।

ଭାରତୀୟ ଦଳରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଆହତ ଯୋଗୁଁ ଅନୁପସ୍ଥିତ ଥିଲାବେଳେ ଘରୋଇ ଦଳର ଟପ୍‌ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ସ୍ଥାନ ମିଳିନାହିଁ । ଘରୋଇ ପରିବେଶ ଓ ଅଭିଜ୍ଞତାରୁ ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର ବେଶ ପ୍ରଭାବ ପକାଇବେ ବୋଲି ଆଶା ରହିଛି । ଦୁଇ ଓପନର ଫିନ୍‌ ଆଲେନ ଓ ଡେଭନ କନୱେ, ମିଡଲ ଅର୍ଡରରେ ଦୁଇ ଯୁବ ଖେଳାଳି ଡାରିଲ ମିଚେଲ ଓ ଗ୍ଲେନ୍‌ ଫିଲିପ୍ସ ବିଶ୍ୱର ଯେ କୌଣସି ବୋଲିଂ ଲାଇନ୍‌ର ହୋସ୍‌ ଉଡ଼ାଇବାର ଦକ୍ଷତା ରଖିଛନ୍ତି । କିନ୍ତୁ ନ୍ୟୁଜିଲାଣ୍ଡର ବୋଲିଂ ଏହି ସିରିଜ୍‌ ନିର୍ଣ୍ଣାୟକରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।

ଖେଳାଳି ଦଳ

ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍‌ (ଉପଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଶଲ ପଟେଲ, ମହମ୍ମଦ୍‌ ସିରାଜ୍‌, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ ।

ନ୍ୟୁଜିଲାଣ୍ଡ: କେନ୍‌ ୱିଲିୟମସନ (ଅଧିନାୟକ), ଫିନ୍‌ ଆଲେନ୍‌, ଡେଭନ କନୱେ (ୱିକେଟ କିପର), ମାଇକେଲ ବ୍ରେସ୍‌ୱେଲ, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଜିମ୍ମି ନୀଶାମ, ଟିମ୍‌ ସୌଦୀ, ଲକି ଫର୍ଗୁସନ, ଆଦାମ ମିଲ୍‌ନେ ଓ ବ୍ଲେୟର ଟିକ୍‌ନର ।

ଖେଳସୂଚୀ

୧୮ା୧୧- ପ୍ରଥମ ଟି-୨୦ ୱେଲିଂଟନ

୨୦ା୧୧ -ଦ୍ୱିତୀୟ ଟି-୨୦ ମାଉଣ୍ଟ ମାଉଙ୍ଗାନୁଇ

୨୨ା୧୧ -ତୃତୀୟ ଟି-୨୦ ନାପିଏର

ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ

ଖେଳ ଆରମ୍ଭ: ମଧ୍ୟାହ୍ନ ୧୨ଟା