MP Sasmit Patra - The Sakala

ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର
ନୂଆଦିଲ୍ଲୀ : ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ସସ୍ମିତ ପୁଣି ସ୍ଥାନ ପାଇଛନ୍ତି। ସଂସଦର ଉଚ୍ଚ ସଦନ ପ୍ୟାନେଲରେ ଚତୁର୍ଥ ଥର ପାଇଁ ସ୍ଥାନ ପାଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ।

ପ୍ରଥମ ଥର ପାଇଁ ୨୦୨୦ ମସିହାରେ ସସ୍ମିତ ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୨୨ରେ ଦ୍ୱିତୀୟ ଥର ସସ୍ମିତ ପ୍ୟାନେଲରେ ରହିଥିଲେ । ଉଭୟ ଥର ତତ୍କାଳୀନ ଅଧ୍ୟକ୍ଷ ଭେଙ୍କୟାନାଇଡୁ ତାଙ୍କୁ ନିଯୁକ୍ତି ଦେଇଥିଲେ ।

ଏହାପରେ ତୃତୀୟ ଥର ସସ୍ମିତଙ୍କୁ ନିଯୁକ୍ତି ଦେଇଥିଲେ ଜଗଦୀପ ଧନଖଡ । ଚତୁର୍ଥ ଥର ପାଇଁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସ୍ମିତଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ଭିସି ପ୍ୟାନେଲରେ ରେକର୍ଡ ଚତୁର୍ଥ ଥର ପାଇଁ ସାମିଲ ହୋଇଛନ୍ତି ସସ୍ମିତ ।ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଛନ୍ତି ଡକ୍ଟର ସସ୍ମିତ ପାତ୍ର।

ସଂସଦରେ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ରଖିଲେ ଡ.ସସ୍ମିତ ପାତ୍ର
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ମାନ୍ୟତା ଦାବିକୁ ସଂସଦରେ ପୁଣି ଉଠାଇଛି ବିଜୁ ଜନତା ଦଳ । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଡ. ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଅବିଳମ୍ବେ ଏହା ବିଚାର କରିବାକୁ ଅନୁରୋଧ କରିଛନ୍ତି ।

ଡ. ପାତ୍ର କହିଛନ୍ତି ଯେ, ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରି ଆସୁଛି । ବାରମ୍ବାର ବାତ୍ୟା, ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଜନଜୀବନ ସ୍ୱାଭାବିକ କରିବାକୁ ସମୟ ଲାଗୁଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସହଯୋଗର ବିଶେଷ ଆବଶ୍ୟକତା ପଡୁଛି । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରି ଆସୁଛନ୍ତି । ଅତୀତରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ନୀତି ଆୟୋଗ ବୈଠକରେ ମଧ୍ୟ ଆଲୋଚନା କରିଛନ୍ତି । ମାତ୍ର ଓଡ଼ିଶାର ନ୍ୟାୟୋଚିତ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି।

ସଂସଦରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍‌ ସଂରକ୍ଷଣ ଦାବି ପୁଣି ଦୋହରାଇଛି ବିଜେଡି । ରାଜ୍ୟସଭାରେ ମହିଳା ସଂରକ୍ଷଣ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସଶକ୍ତ ଭାରତ ଲାଗି ମହିଳାଙ୍କ ପ୍ରତିନିଧିତ୍ୱକୁ ବିଜେଡି ଅଗ୍ରାଧିକାର ଦେଇଆସୁଛି । କେନ୍ଦ୍ର ସରକାର ଏହାକୁ ନେଇ ପ୍ରତିଶ୍ରୁତି ରକ୍ଷା କରୁନାହାଁନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ଲୋକସଭା ଟିକେଟ ମହିଳାଙ୍କୁ ଦେଇ ଐତିହାସିକ ପଦକ୍ଷେପ ନେଇଥିଲେ ।

ସେହିପରି ବିଜେଡି ପ୍ରତିନିଧି ମଣ୍ଡଳ ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାଇ ସମର୍ଥନ ମାଗିଥିଲେ । ବିଜେଡିର ଏହି ପଦକ୍ଷେପକୁ ଅନେକ ରାଜନୈତିକ ଦଳ ସମର୍ଥନ ଦେଇଥିଲେ । ତା ସତ୍ତ୍ବେ ମଧ୍ୟ ଏଯାଏଁ ମହିଳା ସଂରକ୍ଷଣ ବିଲ ପାସ୍ ହୋଇପାରିଲାନି । ତେଣୁ ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ରାଜ୍ୟସଭାରେ ଦାବି ଦୋହରାଇଛନ୍ତି ସସ୍ମିତ । ଏହାଦ୍ବାରା ଦେଶକୁ ସଶକ୍ତ ମହିଳା ପ୍ରତିନିଧି ମିଳିବା ସହ ୬୬ କୋଟି ମହିଳାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସେ କହିଛନ୍ତି ।

ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରିବା ପାଇଁ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ:ସଂସଦରେ ମହିଳା ସଂରକ୍ଷଣ ବିଲ ଗୃହୀତ କରିବାକୁ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଏହି ବିଲ୍ ଗୃହୀତ ହେଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ପ୍ରସ୍ତାବ ଗୃହୀତ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି । ମହିଳା ସଂରକ୍ଷଣ ବିଲ୍ ଗୃହୀତ କରି ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ବୋଲି ସସ୍ମିତ ଗୃହରେ କହିଥିଲେ।

ଏହି ବିଲ୍ ୬୬କୋଟି ମହିଳାଙ୍କ ସଶକ୍ତିକରଣରେ ଇତିହାସ ସୃଷ୍ଟି କରିବ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଲେ ମହିଳାଙ୍କୁ ନେତୃତ୍ବ ଦେବା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିବା । ଦୀର୍ଘ ବର୍ଷ ହେଲା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ କରିବାକୁ ଦାବି କରିଆସୁଛନ୍ତି । ୨୦୧୮ରେ ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲ୍ କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା ।

ଓଡିଶା ଚାଷୀଙ୍କୁ ବିଜେପି ଲମ୍ବା ସମୟ ଧରି ପ୍ରତାରଣା କରୁଛି, ଆଗାମୀ ଦିନରେ ବିଜେପିକୁ ଉଚିତ୍‍ ଜବାବ ମିଳିବ
ଭୁବନେଶ୍ୱର : ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି ବିଜେପି ଦ୍ୱାରା କିଭଳି ଠକି ହେଉଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ସେମାନେ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧.୫ ଗୁଣ ବୃଦ୍ଧି କରିବେ । ହେଲେ ସେମାନେ ତାହା କଲେ ନାହିଁ । ସେହିଭଳି ସେମାନେ କହିଥିଲେ ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବେ, ସେମାନେ କୃଷକଙ୍କୁ ପ୍ରତାରଣା କରିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ସେଭଳି କିଛି କରିନାହାଁନ୍ତି । ସଂସଦରେ ବିଜେପି ତିନୋଟି ଚାଷୀ ବିରୋଧୀ କୃଷି ଆଇନ ଆଣିଥିଲା ଯାହାକୁ କୃଷକଙ୍କ ବ୍ୟାପକ ବିରୋଧ ହୋଇଥିଲା ଏବଂ ୬୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିଲେ ।

ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଧାୟକ ତଥା ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ସମର୍ଥନ କରିଥିଲେ । କିନ୍ତୁ ବର୍ତ୍ତମାନ ଏ ସଂକ୍ରାନ୍ତରେ ନିରବ ଅଛନ୍ତି।ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଯୋଗାଇବା ହେଉଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ଓଡିଶାର ଚାଷୀଙ୍କୁ ଆବଶ୍ୟକ ସାର ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ସେମାନେ ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା ଏବଂ ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହିତ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ।

ଡକ୍ଟର ପାତ୍ର କହିଛନ୍ତି ଯେ ଯେତେବେଳେ ବିଜେଡି ସରକାର ଓଡିଶାର କୃଷକମାନଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଦେବାକୁ ଚାହିଁଲେ, ସେମାନେ ଆଦର୍ଶ ଆଚରଣ ବିଧି ଏବଂ ଚାଲିଥିବା ଉପ-ନିର୍ବାଚନ ଆଳରେ ଏହାକୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ଏହି କାରଣରୁ, ଇନପୁଟ୍ ସବସିଡି ମଞ୍ଜୁର ହୋଇପାରିଲା ନାହିଁ । କିନ୍ତୁ ଏହି ନିର୍ବାଚନ ଶେଷ ହେବା ଏବଂ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାରର ପରଦିନ ଏହା ମଞ୍ଜୁର ହୋଇପାରେ ।

ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ୨୦୧୮ରେ କହିଥିଲେ ଯେ ପଦମପୁର ରେଳ ଲାଇନକୁ ମଞ୍ଜୁର କରାଯାଇଛି । ସେହି ରେଳ ଲାଇନ ଏବେ କେଉଁଠାରେ ଅଛି? ଆପଣ ସେହି ରେଳ ଲାଇନକୁ ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ଯଦି ଏହା ପ୍ରତାରଣା ନୁହେଁ ତ ଆଉ କ’ଣ ? ପଦମପୁରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି ।

ଆପଣ କେନ୍ଦୁପତ୍ର ଶ୍ରମିକଙ୍କୁ ପ୍ରତାରଣା କରିଛନ୍ତି, ଯେଉଁମାନେ କି ସାଧାରଣତଃ ବିପିଏଲ୍ ପରିବାରର ପୁରୁଷ ଏବଂ ମହିଳା ଅଟନ୍ତି । ଯେତେବେଳେ କେନ୍ଦୁପତ୍ରରେ ଜିଏସ୍‌ଟି ୫ ପ୍ରତିଶତ ଥିଲା ସେତେବେଳେ ସେମାନେ ଭଲରେ ବଞ୍ଚିଥିଲେ । କିନ୍ତୁ ଆପଣ ଏହାକୁ ୧୮%କୁ ବୃଦ୍ଧି କରିଛନ୍ତି ଏବଂ ସେମାନଙ୍କର ରୋଜଗାରର ଉତ୍ସ ଉପରେ ଆକ୍ରମଣ କରିଛନ୍ତି । ଏହା ପ୍ରତାରଣା ନୁହେଁ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିରିକ୍ତ ଜିଏସ୍‍ଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏହି ଗରିବ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କେନ୍ଦ୍ରର କେହି ସେମାନଙ୍କ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ବିଜେପିର ଅସଲ ମୁଖା ଏବେ ଖୋଲି ଯାଇଛି । କୃଷକ, କେନ୍ଦୁପତ୍ର ଶ୍ରମିକ ଏବଂ ସାମଗ୍ରିକ ଭାବେ ପଦମପୁରର ଲୋକମାନେ ସେମାନଙ୍କ ସହ ବିଜେପି କିଭଳି ଠକାମୀ କରିଛି ତାହାକୁ ଦେଖୁଛନ୍ତି । ଆଗାମୀ ଦିନରେ ସେମାନେ ବିଜେପିକୁ ଏହାର ଉଚିତ୍‍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଚାଷ ଓ ଚାଷୀ ସଂପର୍କୀତ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କଲେ ସାଂସଦ ସସ୍ମିତ ପାତ୍ର, ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲେ ପରାମର୍ଶ
ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି। କାରଣ ଧାନ ସଂଗ୍ରହ, ସାର, ଚାଉଳ ଓ ଉଷୁନା ଚାଉଳ ଉଠାଣ, ଏମଏସପି ନିର୍ଦ୍ଧାରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ପରି ଚାଷ ଓ ଚାଷୀ ସଂପର୍କୀତ ପ୍ରସଙ୍ଗ ହେଉଛି କେନ୍ଦ୍ର ସରକାରଙ୍କର । ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି, ବୋଲି ସେ ପ୍ରଶ୍ନ କରିଛନ୍ତି।

ଚାଷୀଙ୍କ ଅର୍ଥ ରିଲିଜ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫସଲ ବୀମା ଯୋଜନାରେ କ୍ଷତିପୂରଣ ଅଟକାଇଥିଲା କେନ୍ଦ୍ର। ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ। ଫସଲ ବୀମା ରାଶି ନେଇ ବିଜେଡି ମୁଣ୍ଡରେ ଦୋଷ ଲଦିବାକୁ ବିଜେପି ଉଦ୍ୟମ କରୁଛି। ସେହିପରି ବିଜେପିର ବିଧାନସଭା ଆଗରେ ଧାରଣା ଦେବା ପ୍ରସଙ୍ଗରେ ବର୍ଷିଛନ୍ତି ସସ୍ମିତ। ବିଧାନସଭା ନୁହେଁ ବରଂ ଚାଷୀଙ୍କ ଦାବି ପାଇଁ ସଂସଦ ସାମ୍ନାରେ ଧାରଣା ଦେଉ ବିଜେପି। ବିଜେପି ସାଂସଦ ଧାରଣା ଦେଲେ କେନ୍ଦ୍ର ସରକାର ନିଦରୁ ଉଠିପାରେ ବୋଲି ସସ୍ମିତ କହିଛନ୍ତି। ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। କେନ୍ଦ୍ର ନିକଟରେ ଧାନର ଏମ୍ଏସ୍ପି ୨୯୩୦ଟଙ୍କା ପାଇଁ ଦାବି କରନ୍ତୁ ବିଜେପି ବିଧାୟକ। କେନ୍ଦ୍ର ଓ ରାଜ୍ୟରେ ବିଜେପିର ଚାଷୀ ଓ ଚାଷ ବିରୋଧୀ ନୀତି ରହିଛି। ବିଜେପିର ୮ବର୍ଷ ଶାସନରେ ଚାଷୀ କିଛି ଉପକାର ପାଇଲେନି ବୋଲି ସସ୍ମିତ କହିଛନ୍ତି।

ବିଜେପି ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନେଇଥିବା ଭୁଲ ପଦକ୍ଷେପ ସଂକ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଣିଥିଲା ତାହା ଆଜି ଧରାପଡିଛି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ତୋମାର ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଗତକାଲି ବିଜେଡି ତିନୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲା । ପ୍ରଥମେ, ଏଚ୍‌ଡିଏଫ୍‌ସି ପରି ବୀମା କମ୍ପାନୀକୁ କେନ୍ଦ୍ର ସରକାର ତାଲିକାଭୁକ୍ତ କରନ୍ତି କି ନାହିଁ । ଉତ୍ତର ହେଉଛି କେନ୍ଦ୍ର ଏହା କରେ । ଦ୍ୱିତୀୟରେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକ ମଧ୍ୟ ଏହି ତଥାକଥିତ ଅନିୟମିତ ବୀମା କମ୍ପାନୀ ଏଚ୍‌ଡିଏଫ୍‍ସିକୁ ସେମାନଙ୍କ ରାଜ୍ୟରେ ବ୍ୟବହାର କରୁଛନ୍ତି କି ନାହିଁ ।

ଆଜି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି ପ୍ରକୃତରେ ଉପରୋକ୍ତ ପ୍ରଶ୍ନଗୁଡ଼ିକରୁ ଧ୍ୟାନ ବଦଳାଇବା ପାଇଁ ଏକ ସୁଚିନ୍ତିତ କୌଶଳ, ଯାହାର ଉତ୍ତର ହେଉଛି କେନ୍ଦ୍ର ପଦମପୁର ଏବଂ ଓଡିଶାର ଚାଷୀଙ୍କ ଠାରୁ ଏହାକୁ ଲୁଚାଇବାକୁ ଚାହୁଁଛି । ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଏହି ଚିଠିଟି ତ୍ରୁଟିପୂର୍ଣ୍ଣ, ଭୁଲ୍‍ ଏବଂ ବିକୃତ ତଥ୍ୟ ଏବଂ ଅର୍ଦ୍ଧ ସତ୍ୟ ଉପରେ ଆଧାରିତ ବୋଲି ଡକ୍ଟର ପାତ୍ର କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ୨୯ ଅଗଷ୍ଟ ୨୦୨୨ରେ ଚିଠି ଲେଖି ଦାବି କରିଥିଲେ ଯେ ଓଡ଼ିଶାର ଚାଷୀଙ୍କୁ ଦିଆଯାଉଥିବା ଫସଲ ବୀମା ରାଶି ଲୁଚା ଯାଉଛି ଏବଂ ଏହାକୁ ଦର୍ଶାଯାଉ ନାହିଁ । ଏହାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଫସଲ୍ ବୀମା ପାଇଁ କେନ୍ଦ୍ର ଉପରେ ନିୟମିତ ଚାପ ପକାଉଥିବାରୁ କେନ୍ଦ୍ର ଲୁଚାଇବାକୁ ଚାହୁଁଛି କି? ଦ୍ୱିତୀୟରେ ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ୯ ନଭେମ୍ବର, ୨୦୨୨ରେ ସାକ୍ଷାତ କରି ଓଡିଶାର କୃଷକମାନଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ ବିଷୟରେ କହିଥିଲେ ମଧ୍ୟ ତାହାକୁ ଲୁଚା ଯାଇଛି କାହିଁକି?