winter in odisha - The Sakala
ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ। ସ୍ବାଭାବିକ ହେଲା ତାପମାତ୍ରା । ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକ ହୋଇଛି । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦିନର ତାପମାତ୍ରା ଦୁଇ ଡିଗ୍ରୀ ପର୍ୟ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଜାଡ ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବ। ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ ।
ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଥିବା ବେଳେ ରାତି ତାପମାତ୍ରା ରେ କୌଣସି ପରିବର୍ତ୍ତନ ଦେଖା ଯିବ ନାହିଁ ବୋଲି ବିଭାଗ ଆକଳନ କରିଛି। ତେଣୁ ରାଜ୍ୟରେ ସ୍ୱାଭାବିକ ରହିବ ଶୀତର ପ୍ରକୋପ। ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ଝାରସୁଗୁଡା, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ ଓ ସମ୍ବଲପୁ ରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। କେବଳ ସୁନ୍ଦରଗଡରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଛି ।
ସେପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲା ରେ ୧୦.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ଯେପରିକି ରାଉରକେଲା ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ପାହାଡିଆ ଅଞ୍ଚଳର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୧୫.୦ ଓ କଟକରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବର: କୁହୁଡି ପାଇଁ ମାଡିଆସୁଛି ବଡ ବିପଦ । ବିଗିଡିଯାଉଛି ଜନଜୀବନ, ପ୍ରଭାବିତ ହେଉଛି ଅର୍ଥନୀତି । ଆଗକୁ ଆସିବ ମାରାତ୍ମକ ମହାମାରୀ ଭଳି ଦୁରାରୋଗ । ବାୟୁମଣ୍ଡଳରେ ତିଆରି ହେଉଛି ବିଷାକ୍ତ ସ୍ମଗ । ମଣିଷ ଶରୀରରେ ପ୍ରବେଶ କରୁଛି ମାତ୍ରାଧିକ ବିଷ କଣିକା । ଏ ନେଇ ସତର୍କ କରାଇଲା ଆଇଏମଡି।
ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ, କୁହୁଡ଼ି ମାନବ ଜୀବନ ସମେତ ବିଭିନ୍ନ କ୍ଷେତ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ । କୁହୁଡିର ଘନତା ବିମାନ ଚଳାଚଳ, ରେଳ ଏବଂ ରାଜପଥ ପରିବହନ ଠପ କରିଦିଏ।
ନଦୀ ଏବଂ କୋଷ୍ଟାଲ ଫେରି ସେବା ବ୍ୟାଘାତ ସୃଷ୍ଟି କରେ । ଘନ କୁହୁଡିର ପ୍ରଭାବ ସପ୍ତାହେ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ବନ୍ଦ କରିଦିଏ । ପ୍ରଭାବରେ ପ୍ରବଳ ଥଣ୍ଡା ଦିନ ଅନୁଭୂତ ହୁଏ । ଫଳରେ ଏହା ମାନବ ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ପକାଇଥାଏ ।
କୁହୁଡି ପାଇଁ ପ୍ରଦୂଷଣ ଏବଂ AQI ର ପରିମାଣ ବଢେ ।  ଉଚ୍ଚ ପ୍ରଦୂଷକ ସହିତ କୁହୁଡ଼ିରୁ ହାଇ ପାୱାର୍ ଗ୍ରୀଡ୍ ଟ୍ରିପ ହୋଇଯାଏ । ଘନ କୁହୁଡି ପାଇଁ ଚାଷ ବେଶ ପ୍ରଭାବିତ ହୁଏ ।  ଧାନର ଅଭିବୃଦ୍ଧି ସମୟରେ ଏହା ତାକୁ ନଷ୍ଟ କରିବା ସହ ବିହନ ମାରିଦିଏ ।  କୁହୁଡ଼ିର ମୁଖ୍ୟ ପ୍ରଭାବ ଭାବରେ ସଡକ ଦୁର୍ଘଟଣା ବୃଦ୍ଧି ଘଟୁଛି। ଏବେ ଏହାର ସର୍ବାଧିକ ପ୍ରଭାବ ଉତ୍ତର ପୂର୍ବ ଭାରତରେ ପଡିବା ଆରମ୍ଭ ହୋଇଛି । ଓଡିଶାରେ ଏହାର ପ୍ରଭାବ ଖୁବଶୀଘ୍ର ପଡିବ ବୋଲି କହିଛନ୍ତି ପରିବେଶବିତ୍।
ଆଜି ପଞ୍ଜାବ, ହରିଆଣା, ଦିଲ୍ଲୀରେ ଏଭଳି ବିଷ ବଳୟ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଓଡିଶାର ୭ ସହର ଯଥା- ଭୁବନେଶ୍ୱର, କଟକ, ବାଲେଶ୍ବର, ରାଉରକେଲା, ଝାରସୁଗୁଡା, କଳିଙ୍ଗନଗର ଓ ତାଳଚେରରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।
ଆଜିଠୁ ଖସିବ ତାପମାତ୍ରା, ପୁଣି ବଢ଼ିବ ଶୀତର ପ୍ରକୋପ
ଭୁବନେଶ୍ୱର: ଶୁକ୍ରବାର ରାତିରୁ ବଢ଼ିବ ଶୀତର ପ୍ରକୋପ। ରାଜ୍ୟର ବିଭନ୍ନ ସ୍ଥାନରେ ତାପମାତ୍ରାରେ ହ୍ରାସ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼଼ିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଅନ୍ୟପଟେ ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନବରଙ୍ଗପୁର ଆଦିରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ପରେ କୁହୁଡ଼ିର ପ୍ରକୋପ କମିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଘନକୁହୁଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ସତର୍କ ରହିବାକୁ ଏସ୍‌ଆରସିଙ୍କ ପରାମର୍ଶ
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ କମ୍‌‌ ରହିବା ସହ ଅଧିକାଂଶ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ଏହି ସ୍ଥିତି ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏହାଦ୍ୱାରା ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଦେଖାଯାଉଛି। ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ଦେଖାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରିଛି।
#Fog Warning for Day-1 pic.twitter.com/U8dDgCI95Q
— Meteorological Centre, Bhubaneswar (@mcbbsr) December 27, 2023
ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ‌ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ତେବେ କୁହୁଡ଼ିଜନିତ ସମସ୍ୟାର ସମାଧାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି। ଘନକୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥ ଗୁଡ଼ିକରେ ଯାନବାହନ ନିୟନ୍ତ୍ରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା, ୪.୬ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର
ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ଯୋଗୁଁ ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୪.୬ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି।
ଜି. ଉଦୟଗିରି ୪.୬ ଡ଼ିଗ୍ରୀ,  ସେମିଳିଗୁଡା ୫.୬ ଡ଼ିଗ୍ରୀ, ଫୁଲବାଣୀ ୬ ଡ଼ିଗ୍ରୀ, କିରେଇ ୭.୧ ଡ଼ିଗ୍ରୀ, କୋରାପୁଟ ୭.୭ ଡ଼ିଗ୍ରୀ, କେନ୍ଦୁଝର ୭.୮ ଡ଼ିଗ୍ରୀ, ଦାରିଙ୍ଗବାଡି ୮ ଡ଼ିଗ୍ରୀ, ଅନୁଗୁଳ ୮.୬ ଡ଼ିଗ୍ରୀ, ଭବାନୀପାଟଣା ୮.୬ ଡ଼ିଗ୍ରୀ, ରାଉରକେଲା ୮.୭ ଡ଼ିଗ୍ରୀ, ସୁନ୍ଦରଗଡ ୯ ଡ଼ିଗ୍ରୀ, ନବରଙ୍ଗପୁର ୯ ଡ଼ିଗ୍ରୀ, ସୋନପୁର ୯.୩ ଡ଼ିଗ୍ରୀ, ଝାରସୁଗୁଡା ୯.୪ ଡ଼ିଗ୍ରୀ, ରାଣୀତାଲ ୯.୪ ଡ଼ିଗ୍ରୀ ଓ ଚିପିଲିମାରେ ୯.୮ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ୟପଟେ, ଶୁକ୍ରବାର ରାତିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ସହ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିବା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ଏକ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏଥିପାଇଁ ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରିବ। ଏହାଦ୍ୱାରା ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତର ପ୍ରକୋପ ହ୍ରାସ ପାଇବ। ଅନ୍ୟପଟେ ଶୀତ କମିବା ସହିତ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଯୋଗୁଁ ଅନେକ ସ୍ଥାନରେ ଘନ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିିଛି। ଶୁକ୍ରବାର ରାତିଠାରୁ ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆଶଙ୍କାକରି ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି କରାଯାଇଛି।
ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ହେବା ଆଶଙ୍କା ରହିଛି। ଏହି ଅଞ୍ଚଳରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାକୁ ଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପପଟେ ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ କୁହୁଡ଼ି ପ୍ରକୋପ ସହିତ ଅଧିକ ଅଞ୍ଚଳରେ ଏହାର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ରାଜ୍ୟକୁ ଫେରିଲା ଶୀତ, ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା
ଭୁବନେଶ୍ବର:  ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । କନ୍ଧମାଳ ଜି.ଉଦୟଗିରିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ଏହାରି ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ।  ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା  କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଥିସହ  ୧୩ ତାରିଖ ପର୍ଯ୍ୟନ୍ତ ରହିବ ପାଗ ଶୁଖିଲା ରହିବ।
ଆଜିଠୁ ଖସିବ ପାରଦ, ୩ ଦିନରେ ତାପମାତ୍ରା ୪ ଡିଗ୍ରୀ କମିବ
ଭୁବନେଶ୍ୱର: ମଙ୍ଗଳବାରଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିଲା। ବର୍ଷା କମିବା ସହ ବର୍ତ୍ତମାନ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ହୋଇଛି। ଫଳରେ ଆସନ୍ତା ୩ ଦିନ ମଧ୍ୟରେ ପାରଦ ପାଖାପାଖି ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହେବ। ପରବର୍ତ୍ତୀ ୨-୩ ଦିନ ମଧ୍ୟରେ ଅନେକ ସ୍ଥାନରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ।
ରାଜ୍ୟରେ ବର୍ତ୍ତମାନ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ କିଛି କିଛି ଶୀତ ଅନୁଭୂତ ହେଉଛି। କିଛି ସ୍ଥାନରେ କୁହୁଡ଼ି ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ଅପେକ୍ଷାକୃତ କମ୍‌‌ ରହୁଛି। ବର୍ତ୍ତମାନ ବାୟୁମଣ୍ଡଳରେ ଥିବା ପ୍ରଚୁର ପରିମାଣର ଜଳୀୟ ବାଷ୍ପ ପାଇଁ ଆର୍ଦ୍ରତା ବୃଦ୍ଧି ପାଇଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଉପରେ ତାପମାତ୍ରା ରହିଛି। କାର୍ତ୍ତିକ ଆରମ୍ଭ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଠିକ୍‌‌ ଭାବେ ଶୀତ ଆରମ୍ଭ ହୋଇନାହିଁ। ହାଲୁକା ଥଣ୍ଡା ହେଉଥିବା ବେଳେ ବର୍ଷା ଯୋଗୁଁ ଏଥିରେ ମଧ୍ୟ ରୋକ୍‌‌ ଲାଗିଛି। ରାଜ୍ୟରେ ବାୟୁ ଚଳାଚଳର ଅସଙ୍ଗତି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ଗତ ୩୬ଘଣ୍ଟାରେ ପାରଳାଖେମୁଣ୍ଡିରେ ୨୩.୬, ଦାରିଙ୍ଗବାଡ଼ିରେ ୧୨, ଭୁବନେଶ୍ୱରରେ ୩.୭ ଓ କେନ୍ଦ୍ରାପଡ଼ାରେ ୩ ମିମି ବର୍ଷା ରେକର୍ଡ କରାଯାଇଛି। ମଙ୍ଗଳବାର କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ରାଜ୍ୟରେ ଶୀତ ଲହରୀ ଜାରି: ସବୁଠୁ ଥଣ୍ଡା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା
ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାନ ୭.୬ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୮.୨ ଡିଗ୍ରି ରହିଛି । ଦାରିଙ୍ଗବାଡ଼ି ୧୦ ଡିଗ୍ରି ରେକର୍ଡ ହୋଇଛି। ସେହିପରି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୧୦.୫ ଡିଗ୍ରି, ଫୁଲବାଣୀ‌ରେ ୧୧, ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୨ ଡିଗ୍ରି, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଡିଗ୍ରି ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରି ସେଲସିୟଅସ୍ ରେକର୍ଡ ହୋଇଛି। କଟକ-ଭୁବନେଶ୍ବରର ତାପମାତ୍ରା ମଧ୍ୟ ୧୭ ଡିଗ୍ରିକୁ ଖସିଛି। ଗତ ରାତିରେ କଟକର ରାତି ତାପମାତ୍ରା ୧୬.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ୧୬.୫ ଡିଗ୍ରି ରହିଥିଲା।